ETV Bharat / politics

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ ମନମୋହନ, ' ସବୁ ଠିକଠାକ୍ ଚାଲିଛି' - BJD BJP Alliance in Odisha

BJD-BJP Alliance: ଦିଲ୍ଲୀରୁ ଫେରି ବିଜେଡି-ବିଜେପି ମେଣ୍ଟ ସଂପର୍କରେ ମୁହଁ ଖୋଲିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମେଣ୍ଟ ହେବା ନେଇ ଖୋଲା ଖୋଲି କହିନଥିଲେ ମଧ୍ୟ ଇସାରା ଦେଇଛନ୍ତି ମନମୋହନ । ଅଧିକ ପଢନ୍ତୁ

Manmohan Samal on BJD-BJP Alliance in Odisha

author img

By ETV Bharat Odisha Team

Published : Mar 14, 2024, 9:55 AM IST

Updated : Mar 14, 2024, 12:35 PM IST

Manmohan Samal on BJD-BJP Alliance in Odisha

ଭୁବନେଶ୍ୱର: ରାଜ୍ୟରେ ବିଜେଡି-ବଜେପି ମେଣ୍ଟ ଚର୍ଚ୍ଚାରେ ଲାଗୁନି ବ୍ରେକ । ଏହାରି ମଧ୍ୟରେ ଆଜି ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମେ ମେଣ୍ଟ ନେଇ ମନା କରୁଥିବା ବେଳେ ଏବେ ନାହିଁ ମଧ୍ୟ କରୁନାହାନ୍ତି । ମେଣ୍ଟ ହେବା ନେଇ ଖୋଲା ଖୋଲି କହିନଥିଲେ ମଧ୍ୟ ଇସାରେ ଦେଇଛନ୍ତି ମନମୋହନ । ''ସବୁ ଠିକ୍ ଚାଲିଛି, ଆମର ଯାହା କିଛି ପ୍ରକ୍ରିୟା ତାହା କରାଯାଉଛି । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି'' ବୋଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ।

ଏହା ମଧ୍ୟ ପଢନ୍ତୁ-ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ମନା କଲେ ମନମୋହନ, ରାଜ୍ୟରେ ଏକାକୀ ଲଢିବ ବିଜେପି

ଗତ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚଳିତ ମାସ ୫ ତାରିଖରେ ମୋଦିଙ୍କ ଚଣ୍ଡିଖୋଲ ଗସ୍ତପରେ ମେଣ୍ଟ ଚର୍ଚ୍ଚା ଅଧିକ ଘନେଇଥିଲା । ମେଣ୍ଟ ଚର୍ଚ୍ଚା ନେଇ କିନ୍ତୁ ଉଭୟ ଦଳ ଖଣ୍ଡନ କରିଥିଲେ । ଗଣମାଧମୟରେ ନାହିଁ ନାହିଁ କରୁଥିବା ଦୁଇ ଦଳର ନେତା ବାରମ୍ବାର ଦିଲ୍ଲୀ ଗସ୍ତ କରି ବୈଠକ କରୁଥିଲେ । ଦିଲ୍ଲୀରେ ଘନ ଘନ ବୈଠକ ବସୁଥିଲେ ମଧ୍ୟ ଆସନ ବୁଝାମଣା ହୋଇପାରୁ ନଥିବାରୁ ଆଜି ପର୍ଯ୍ୟନ୍ତ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିପାରୁନି । ଅନ୍ୟପଟେ ଲୋକସଭା ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲେ ବି ଏଥିରେ ଓଡିଶା ସାମିଲ ନାହିଁ । ଯାହା ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଦୃଢ଼ିଭୂତ କରିଛି ।

ଏହା ମଧ୍ୟ ପଢନ୍ତୁ-ମେଣ୍ଟକୁ ମନା କଲେ, ପୁଣି ଦିଲ୍ଲୀ ଗଲେ ମନମୋହନ

ମେଣ୍ଟ ଚର୍ଚ୍ଚା ମଧ୍ୟରେ ଚଳିତ ମାସରେ ଏକାଧିକଥର ଦିଲ୍ଲୀ ଗସ୍ତ କରି ଘନ ଘନ ବୈଠକ କରିସାରିଲେଣି ରାଜ୍ୟ ବିଜେପି ନେତା । ବୈଠକ ହେଉଛି ସତ କିନ୍ତୁ ଅଙ୍କ ଛିଣ୍ଡୁନଥିବାରୁ ମେଣ୍ଟ ଚିତ୍ର ସ୍ପଷ୍ଟ ହୋଇପାରୁନି । ଗତ 10 ତାରିଖରେ ପୁଣି ଦିଲ୍ଲୀ ଗସ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ଓ ଟିମ୍ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି । ଆଜି ମନମୋହନ ସାମଲ ଓଡିଶା ଫେରିଥିବା ବେଳେ ବିଜେଡି-ବିଜେପି ମେଣ୍ଟ ନେଇ ପ୍ରତିକ୍ରିୟା ରଖିଥିଲେ । ସିଧା ସିଧା କହିନଥିଲେ ମଧ୍ୟ ସବୁକିଛି ଠିକଠାକ ଚାଲିଥିବା କହି ମେଣ୍ଟ ହେବା ନେଇ ଇସାରା ଦେଇଛନ୍ତି ମନମୋହନ ।

ଇଟିଭି ଭାରତ.ଭୁବନେଶ୍ୱର

Last Updated : Mar 14, 2024, 12:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.