ETV Bharat / politics

ବଲାଙ୍ଗୀର ବିକାଶକୁ ନେଇ ଶ୍ରେୟ ରାଜନୀତି, ବିଜେଡି ଓ କଂଗ୍ରେସ ମଧ୍ୟରେ ଆରୋପ ପ୍ରତ୍ୟାରୋପ

author img

By ETV Bharat Odisha Team

Published : Feb 14, 2024, 1:41 PM IST

Balangir Politics: ବଲାଙ୍ଗୀରରେ ବିକାଶ ମୁଦ୍ଦା ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ନରସିଂହ ମିଶ୍ରଙ୍କୁ ବିଜେଡି ଟାର୍ଗେଟ୍ କରିଥିବାବେଳେ କାଉଣ୍ଟର କରିଛି କଂଗ୍ରେସ । ଅଧିକ ପଢନ୍ତୁ

Balangir Politics
Balangir Politics
Balangir Politics

ବଲାଙ୍ଗୀର: ନିର୍ବାଚନ ପାଖେଇ ଆସୁଥିବାବେଳେ ବଲାଙ୍ଗୀର ରାଜନୀତି ସରଗରମ ହୋଇଛି । ବିକାଶ ମୁଦ୍ଦା ନେଇ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଟାର୍ଗେଟ୍ କରିଛି ବିଜେଡି । ସେପଟେ କଂଗ୍ରେସ ଏହାକୁ କାଉଣ୍ଟର କରିଛି । କଂଗ୍ରେସ ମିଥ୍ୟା ପ୍ରଚାର କରି ଶ୍ରେୟ ନେଉଥିବା ବିଜେଡି ଅଭିଯୋଗ ଆଣିଥିବା ବେଳେ ଏହାର ଜବାବ ଦେଇଛି କଂଗ୍ରେସ ।

ବଲାଙ୍ଗୀରର ଦୁଇ ଦଳର ଦୁଇ ବଡ଼ ନେତା ନରସିଂହ ମିଶ୍ର ଓ କଳିକେଶ ନାରାୟଣ ସିଂହ ଦେଓଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି । ଯେଉଁଥିରେ ଉଦଘାଟନ ରାଜନୀତି, ପୋଷ୍ଟର ରାଜନୀତି ସାମ୍ନାକୁ ଆସିଛି । ଲୋୟର ସୁକେତେଲ, ମେଡିକାଲ କଲେଜ, ରାସ୍ତାଘାଟର ବିକାଶ ନେଇ 25 ବର୍ଷ ବନାମ 10 ବର୍ଷ ବୋଲି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ମାରିଛି କଂଗ୍ରେସ । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଯେଉଁଥିରେ ଏୟୁ ସିଂହଦେଓ ତଥା କଳିକେଶ ନାରାୟଣ ସିଂହଦେଓ ପଦ ପଦବୀରେ ଥିବାବେଳେ ସେସବୁର ପରିକଳ୍ପନା କରାଯାଇ କାମ ଆରମ୍ଭ ହୋଇଥିବା ନେଇ କୁହାଯାଇଛି ।

ବିଜେଡି ନେତା ଲକ୍ଷ୍ମଣ ମେହେର କହିଛନ୍ତି, "ବଲାଙ୍ଗୀରରେ ସରକାରୀ ମେଡିକାଲ କଲେଜ ନିର୍ମାଣ ପାଇଁ ଏୟୁ ସିଂହଦେଓ ଏବଂ ତାଙ୍କ ପୁଅ କଳିକେଶ ସାଂସଦ ଥିବାବେଳେ ପ୍ରଚେଷ୍ଟା କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ 40 ଅନୁପାତ 60ରେ କାମ ହେବାର ସ୍ଥିର ହୋଇ କାମ ହୋଇ 2018 ରେ ତାହା ସମ୍ପୂର୍ଣ୍ଣ ହୋଇଥିଲା । ଯାହାକୁ ନରସିଂହ ମିଶ୍ର ନିଜେ କରିଥିବାର ଶ୍ରେୟ ନେବା ହାସ୍ୟାସ୍ପଦ। ସେହିପରି ରାସ୍ତା, ଲୋୟର ସୁକେତେଲ ପ୍ରକଳ୍ପ ଓ ଇଣ୍ଡୋର ଷ୍ଟାଡିୟମ ସବୁ ମଧ୍ୟ 2014 ପୂର୍ବରୁ ହୋଇଥିଲା । ହେଲେ କାମ ସରି ଉଦଘାଟନ ହେବାକୁ କିଛି ବର୍ଷ ଲାଗିଥିଲା ।"

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରାଧ୍ୟକ୍ଷା ଲିକା ସାହୁ, ବିଜେଡି ନେତା ଲକ୍ଷ୍ମଣ ମେହେର, ବିଜେଡି କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି ପ୍ରମୁଖ ପ୍ରେସମିଟରେ ଉପସ୍ଥିତ ରହିଥିଲେ । ନରସିଂହ ମିଶ୍ର ବଲାଙ୍ଗୀରର କୌଣସି ବିକାଶ କରିନାହାନ୍ତି ଓ କେବଳ ନିଜ ପରିବାରର ବିକାଶ କରିଛନ୍ତି କହି ବିଜେଡି ଟାର୍ଗେଟ୍ କରିଛି । ଲକ୍ଷ୍ମୀଜୋର ପ୍ରକଳ୍ପ କାମରେ ଘୋର ଦୁର୍ନୀତି ହୋଇଥିବାବେଳେ ତ୍ରୁଟିପୂର୍ଣ୍ଣ କାମ ଯୋଗୁଁ ବଲାଙ୍ଗୀରବାସୀ ବନ୍ୟାର ଦୁଃଖ ଭୋଗି ଆସୁଛନ୍ତି କହି ବର୍ଷିଛି ଦଳ । ସେହିପରି ବାଇପାସ ନିର୍ମାଣରେ ବାଧା ହେବା ସହ ନରସିଂହ ମିଶ୍ର ଜମି ଦୁର୍ନୀତି ମଧ୍ୟ କରିଥିବାର ଅଭିଯୋଗ ଆଣିଛି ବିଜେଡି ।

ଏହା ମଧ୍ୟ ପଢନ୍ତୁ...'ସ୍କୁଲରେ ଶିକ୍ଷକ କି ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ହେଲେ ମୁଖ୍ୟମନ୍ତ୍ରୀ ନଂ 1'

ସେପଟେ ଏହାର ଜବାବ ରଖିଛି କଂଗ୍ରେସ । କଂଗ୍ରେସ ନେତା ତଥା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର କହିଛନ୍ତି, "ବିଜେଡିର ଏୟୁ ସିଂହଦେଓ 25 ବର୍ଷ ଧରି ଏଠାରେ ବିଧାୟକ ଥିବାବେଳେ କିଛି ବିକାଶ ହୋଇନଥିଲା । କଂଗ୍ରେସ ବିଧାୟକ ଆସିବା ପରେ ବିଗତ 10 ବର୍ଷରେ ବଲାଙ୍ଗୀରରେ ଏସବୁ ବିକାଶ କାମ ହୋଇଛି । ଏଠାକାର ବିକାଶ ନିଜେ ବିଧାୟକ ନରସିଂହ ମିଶ୍ର କରିଛନ୍ତି ଏବଂ ଲୋକେ ଜାଣିଛନ୍ତି, ନିର୍ବାଚନରେ ଲୋକେ ଏହାର ଜବାବ ଦେବେ ।" ସେହିପରି ଜମି ଦୁର୍ନୀତିରେ ତାଙ୍କ ପରିବାର ନୁହେଁ ସେହି ରାଜା ପରିବାର ଜଡ଼ିତ ବୋଲି ସେ ପାଲଟା ଅଭିଯୋଗ ଆଣିଛନ୍ତି । ଏହାସହ ସେମାନେ ବଲାଙ୍ଗୀର ବିକାଶରେ ସବୁବେଳେ ବାଧା ଦେଇ ଆସୁଥିବାର କହିଛନ୍ତି ସମରେନ୍ଦ୍ର । ଯେଉଁଥିରେ ଲକ୍ଷ୍ମୀଜୋର ପ୍ରକଳ୍ପ ଟଙ୍କା ଆସି ଫେରିଯିବା, ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ଓ କୋର୍ଟ ନିର୍ମାଣରେ ବାଧା ଦେବା, ଉଚ୍ଛେଦ ଆବଶ୍ୟକ ଥିବାବେଳେ ତାକୁ ବିରୋଧ କରାଯାଇଥିବା କହିଛନ୍ତି ସମରେନ୍ଦ୍ର ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.