ETV Bharat / politics

ଦୁଇ ବରିଷ୍ଠ ନେତାଙ୍କ କଥାବାର୍ତ୍ତା ଭିଡିଓ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ବୟାନବାଜି - NIALI ASSEMBLY CONSTITUENCY - NIALI ASSEMBLY CONSTITUENCY

BJD and BJP face Off In Niali: ନିଆଳିରେ ଏକ ଧାର୍ମିକ ସଭାରେ କଂଗ୍ରେସ ନେତା ରବିନ୍ଦ୍ର କୁମାର ମଲ୍ଲିକ ଓ ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ କଥାବାର୍ତ୍ତାର ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ଆକ୍ଷେପ ପ୍ରତ୍ୟାକ୍ଷେପ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

ଦୁଇ ବରିଷ୍ଠ ନେତାଙ୍କ କଥାବାର୍ତ୍ତା ଭିଡିଓ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ବୟାନବାଜି

author img

By ETV Bharat Odisha Team

Published : Apr 16, 2024, 8:15 PM IST

ଦୁଇ ବରିଷ୍ଠ ନେତାଙ୍କ କଥାବାର୍ତ୍ତା ଭିଡିଓ ନେଇ କଂଗ୍ରେସ ଓ ବିଜେଡି ମଧ୍ୟରେ ବୟାନବାଜି

ନିଆଳି: ନିର୍ବାଚନୀ ପ୍ରଚାରର ଉଷ୍ମତା ମଧ୍ୟରେ ଦୁଇ ବରିଷ୍ଠ ନେତାଙ୍କ ଭେଟଘାଟ ଓ କଥୋପକଥନକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ନିକଟରେ କଟକ ଜିଲ୍ଲାର ନିଆଳି ନିର୍ବାଚନ ମଣ୍ଡଳୀରେ ଏକ ଧାର୍ମିକ ସଭାରେ ଗୋବିନ୍ଦପୁରର ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକ, ନିଆଳି କଂଗ୍ରେସ ପ୍ରାର୍ଥୀ ଜ୍ୟୋତି ରଞ୍ଜନ ମଲ୍ଲିକ ଏବଂ ବିଜେଡି ବିଧାୟକ ତଥା ପ୍ରାର୍ଥୀ ପ୍ରମୋଦ କୁମାର ମଲ୍ଲିକ ଓ ଜଗତସିଂହପୁର ଲୋକସଭା ସାଂସଦ ପ୍ରାର୍ଥୀନୀ ରାଜଶ୍ରୀ ମଲ୍ଲିକ ଭେଟଘାଟ ହେବା ସହିତ ଏକାଠି ଠିଆ ହୋଇ ଫଟୋ ଏବଂ ଭିଡିଓ ଉତ୍ତୋଳନ କରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଅବସରରେ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ବିରୋଧୀ ରବିନ୍ଦ୍ର କୁମାର ମଲ୍ଲିକଙ୍କ କାନରେ କିଛି କହୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଯାହାକୁ ନେଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ତୁତୁ ମେଁମେଁ ଆରମ୍ଭ ହୋଇଯାଇଛି ।

ଏହା ମଧ୍ୟ ପଢନ୍ତୁ ... ନିଆଳିରୁ ଜ୍ୟୋତି ରଞ୍ଜନଙ୍କୁ ପ୍ରାର୍ଥୀ କଲା କଂଗ୍ରେସ, ଜୟଦେବରୁ ଲଢିବେ ଜୟନ୍ତ - Congress Candidate List

କଂଗ୍ରେସ ଦଳ ପକ୍ଷରୁ ପିସିସି ସାଧାରଣ ସମ୍ପାଦକ ଶଶିକାନ୍ତ ଲେଙ୍କା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଛନ୍ତି ଯେ, ସେଠାରେ ବହୁତ ଲୋକ ଥିବାରୁ କିଛି କଥାବାର୍ତ୍ତା ଶୁଭୁ ନଥିଲା । ପ୍ରମୋଦ ବାବୁ ରବିନ୍ଦ୍ର ବାବୁଙ୍କୁ ଟାଣି ଆଣି କାନରେ କହିଥିଲେ ଯେ, ଏବେ କଂଗ୍ରେସର ପୂର୍ବତନ ପ୍ରାର୍ଥୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ପୁଅ ଜ୍ୟୋତି ରଞ୍ଜନ ମଲ୍ଲିକ ଏଠାରେ ପ୍ରାର୍ଥୀ ହୋଇଛନ୍ତି । ତେଣୁ ବିଜେପିକୁ ହରାଇ ଏଥର କଂଗ୍ରେସ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଥିଲେ ପ୍ରମୋଦ । ଏହା ସହ ବିଜେଡିର ନିଆଳିରେ ବିଭିନ୍ନ ଅନ୍ୟାୟ ଦୁର୍ନୀତି ଅଛି, ଯେଉଁ ଭ୍ରଷ୍ଟାଚାର ଓ ପିସି କାରବାର ଅଛି ଆମକୁ କେହି ଭୋଟ ଦେବେ ନାହିଁ ବୋଲି ନିଆଳି ବିଧାୟକ କହିଛନ୍ତି ବୋଲି ପିସିସି ସାଧାରଣ ସମ୍ପାଦକ କହିଛନ୍ତି । ଯାହାକୁ କାଉଣ୍ଟର ଆଟାକ୍ କରି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରିଛି ।

ନିଆଳି ବ୍ଲକର ବିଜେଡି ଯୁବ ସଭାପତି ବିଷ୍ଣୁ ଚରଣ ସ୍ବାଇଁ , କଂଗ୍ରେସ ନେତା ଶଶିକାନ୍ତ ଲେଙ୍କାଙ୍କୁ ମିଛୁଆ କହିବା ସହିତ ମେଡିକାଲ ଟ୍ରିଟମେଣ୍ଟ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଧାର୍ମିକ ସଭାରେ ପୂର୍ବତନ ବିଧାୟକ ରବିନ୍ଦ୍ର କୁମାର ମଲ୍ଲିକଙ୍କୁ କେବଳ ପ୍ରମୋଦ ବାବୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି କିନ୍ତୁ କଂଗ୍ରେସ ରାଜନୈତିକ ରଙ୍ଗ ଦେଇ ନିଆଳି ବାସୀଙ୍କୁ ବିଭ୍ରାନ୍ତି କରୁଛନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଦୁଇ ନେତା ଭେଟଘାଟ ସମ୍ପର୍କରେ ଏପର୍ଯ୍ୟନ୍ତ ମୁହଁ ଖୋଲି ନ ଥିଲେ ବି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଛି । ତେବେ ଦୁଇ ନେତାଙ୍କ ଭେଟଘାଟ ଏବଂ ଭିଡିଓ ଭାଇରାଲ ଓ ଦୁଇ ଦଳର ସାମ୍ବାଦିକ ସମ୍ମିଳନୀରେ ଆଟାକ କାଉଣ୍ଟର ଆଟାକ ଦଳ ଉପରେ କି ପ୍ରଭାବ ପଡୁଛି ତାହା ସମୟ ହିଁ କହିବ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.