ETV Bharat / politics

ପରାଜୟ ଜାଣି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି, ‘ECIଙ୍କ କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଏକପାଖିଆ’ - BJD Alleges Against BJP - BJD ALLEGES AGAINST BJP

BJD Alleges Against BJP: ତୃତୀୟ ପର୍ଯ୍ୟାୟ ସରିବା ପରେ ବିଜେଡିକୁ ସଂଖ୍ୟା ଗରିଷ୍ଠତା ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 9 ଜୁନରେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବେ ବୋଲି କହିବା ସହ ECIଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ଉପରେ ବର୍ଷିଲା ବିଜେଡି । ଅଧିକ ପଢ଼ନ୍ତୁ

BJD Alleges Against BJP
BJD Alleges Against BJP (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 10:39 PM IST

ଭୁବନେଶ୍ବର: ନିର୍ବାଚନ କମିଶନଙ୍କ ନାଁ ନେଇ ଅଫିସରଙ୍କ ପଛରେ ପଡିଛି ବିଜେପି । ଓଡିଶା ପାଇଁ ଜୀବନକୁ ବାଜି ଲଗାଇଥିବା ଅଫିସରଙ୍କୁ ବିଜେପି ଟାର୍ଗେଟ କରିବା ଦୁର୍ଭାଗ୍ୟଜନକ ବୋଲି କହି ବିଜେପିକୁ ସମାଲୋଚନା କରିଛି ବିଜେଡି । ଅଫିସର ନୁହେଁ ନିର୍ବାଚନରେ ସିଧାସଳଖ ଲଢିବାକୁ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଆହ୍ୱାନ ଦେଇଛି ବିଜେଡି ।

BJD Alleges Against BJP (ETV Bharat Odisha)

ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ର କହିଛନ୍ତି, "ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି । ପୁନର୍ବାର ସରକାର ଗଠନ କରୁଛି । ୨୦୨୪ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ରେକର୍ଡ କରିବେ । ଓଡ଼ିଶା ବିଜେପି ଏ ବିଷୟରେ ଅବଗତ ହେବାପରେ ମାନସିକ ଭାରସାମ୍ୟ ହରାଇଛି । ଗତକାଲି ରାତିରେ ଓଡ଼ିଶା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟ ନେତା ରାଜ୍ୟର ଜଣେ ବରିଷ୍ଠ ଆଇପିଏସ ଅଫିସରଙ୍କୁ ନିଲମ୍ବନ ଏବଂ ଅନ୍ୟ ଜଣେ ଆଇପିଏସଙ୍କୁ ଏମ୍ସ ଦ୍ୱାରା ଡାକ୍ତରୀ ପରୀକ୍ଷା କରାଇବାର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ଯାହା ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ସେମାନଙ୍କର ମନରେ ଥିବା କିଞ୍ଚିତ ସମ୍ମାନକୁ ଦର୍ଶାଉଛି । ଓଡ଼ିଶା ବିଜେପି ନେତାଙ୍କ ଏଭଳି ବୟାନକୁ ଆମେ ଦୃଢ଼ ନିନ୍ଦା କରୁଛୁ ।"

ବିଜେଡି ନେତା ଆହୁରି ମଧ୍ୟ କହିଛନ୍ତି, "ଏହା ଦୁର୍ଭାଗ୍ୟଜନକ ଯେ, ବିଜେଡି ସହ ଲଢ଼ିବା ପରିବର୍ତ୍ତେ ପରାଜିତ ହେଉଥିବାରୁ ବିଜେପି ନିର୍ବାଚନ କମିସନଙ୍କୁ ବ୍ୟବହାର କରି ଅଫିସରଙ୍କ ପଛର ପଡିଛି । ଏଥିରୁ ଜଣାପଡ଼ୁଛି ବିଜେଡି ସହ ଲଢ଼ିବାର ସାମର୍ଥ୍ୟ ସେମାନଙ୍କ ପାଖରେ ନାହିଁ । ଆମେ ସେମାନଙ୍କୁ ଅନୁରୋଧ କରୁଛୁ ନିର୍ବାଚନ ସହିତ କୌଣସି ସମ୍ପର୍କ ନଥିବା ଅଧିକାରୀଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ କିଛି ସାହସ ରଖନ୍ତୁ । ଆମ ସହ ଲଢ଼େଇ କରନ୍ତୁ । ନିଜ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହ ଲଢ଼ି ରାଜ୍ୟରେ ନକ୍ସଲବାଦକୁ ରୋକିଥିବା ଜଣେ ଆଇପିଏସ ଅଧିକାରୀଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି । ବିଜେଡି ସହ ଲଢ଼ି ନପାରି ପରାଜିତ ହେଉଥିବାରୁ ଓଡ଼ିଶା ପାଇଁ ଜୀବନରେ ଏତେ ବଳିଦାନ ଦେଇଥିବା ଜଣେ ଅଫିସରଙ୍କୁ ବିଜେପି ଟାର୍ଗେଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।"

"ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିନୟ ପ୍ରଧାନଙ୍କ ଭଳି ଆଇଏଫଏସ ଅଧିକାରୀଙ୍କ ସମ୍ପୃକ୍ତି ବିଷୟରେ ଆମେ ଅନେକ ଦାବିପତ୍ର ପ୍ରଦାନ କରିଥିଲୁ । ବିନୟ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଇସିଆଇକୁ ବିଜେପି ବ୍ୟବହାର କରୁଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ବିଜେଡି ଏକ ଦଳ ଭାବରେ ବହୁତ ଶକ୍ତିଶାଳୀ । ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ଏତେ ଦୃଢ଼ ଯେ ଆମେ ଏହି ନିର୍ବାଚନରେ ଦୃଢ଼ ଭାବେ ବିଜୟୀ ହେଉଛୁ । ଓଡ଼ିଶା ବିଜେପି ବହୁତ ଦୟନୀୟ ଭାବେ ପରାଜିତ ହେଉଛି । ଓଡ଼ିଶା ବିଜେପିକୁ ଅନୁରୋଧ ଯେ, ଅଧିକାରୀଙ୍କୁ ଟାର୍ଗେଟ କରି ପଛ ଦ୍ୱାର ଦେଇ ଯିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଆମ ସହ ଲଢ଼େଇ କରନ୍ତୁ । ଓଡ଼ିଶାବାସୀ ଏହାକୁ ଦେଖୁଛନ୍ତି । ଚଳିତ ନିର୍ବାଚନ ଓ ଆଗାମୀ ଦିନରେ ମଧ୍ୟ ବିଜେପିକୁ ଏହାର କଡ଼ା ଜବାବ ଦେବେ ।

ସାଂସଦ ସୁଲତା ଦେଓ କହିଛନ୍ତି, "ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଉପରେ ଆକ୍ରମଣ କରିଥିଲେ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଧମକ ଦେଇ ତାଙ୍କୁ ଅତ୍ୟନ୍ତ ନିମ୍ନସ୍ତରୀୟ ନାମ ବୋଲି କହିଛନ୍ତି । ଏଭଳି ଅହଂକାରକୁ ଓଡ଼ିଶାବାସୀ କେବେ ବରଦାସ୍ତ କରନ୍ତି ନାହିଁ । ଧର୍ମେନ୍ଦ୍ର ଚଳିତ ନିର୍ବାଚନରେ ଦୟନୀୟ ଭାବେ ପରାଜୟ ବରଣ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ମୋଦିଙ୍କୁ ନବୀନଙ୍କ ଜବାବ; 'ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ଭୋଟ ପାଇଁ ମୋ ସ୍ୱାସ୍ଥ୍ୟ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ' - Naveen Reply To PM Modi

ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ରଙ୍କ ସହ ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ. ଲେନିନ ମହାନ୍ତି ଉପସ୍ଥିତ ରହି ବିଜେଡିକୁ ଟାର୍ଗେଟ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.