ETV Bharat / politics

ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ! କାର୍ଯ୍ୟାନୁଷ୍ଠାନ ଦାବିରେ ସିଇଓଙ୍କ ଦ୍ୱାରସ୍ଥ ହେଲା ଦଳ - Electoral Violence

author img

By ETV Bharat Odisha Team

Published : May 13, 2024, 6:44 PM IST

Electoral Violence: କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି । ଚିକିଟିରେ ନିର୍ବାଚନୀ ହିଂସା ଉପୁଜିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Electoral Violence
Electoral Violence (ETV Bharat Odisha)
Electoral Violence (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ଜାରି ରହିଥିବାବେଳେ ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି । କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସିଇଓଙ୍କ ନିକଟରେ ବିଜେଡି ଫେରାଦ ହୋଇଛି । ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ କହିଛନ୍ତି, "ପରାଜୟ ଆଶଙ୍କାରେ ବିଜେପି ଘଟାଉଛି ହିଂସାକାଣ୍ଡ । ଚିକିଟି ବିଧାନସଭା କ୍ଷେତ୍ରରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚିକିଟିରେ ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ସମର୍ଥନରେ ଆକ୍ରମଣ ହୋଇଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ହିଂସାର ସ୍ଥାନ ନାହିଁ । କିନ୍ତୁ ପରାଜୟ ଆଶଙ୍କାରେ ବିଜେପିର ଚିକିଟି ଅଞ୍ଚଳରେ ହିଂସାକାଣ୍ଡ ଘଟାଇଛନ୍ତି । ବିଜେଡିର ଦୁଇ କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଛି । ପୋଲିଂ ଆରମ୍ଭ ହେବାର ଘଣ୍ଟାଏ ପରେ ଏହି ଆକ୍ରମଣ ହୋଇଛି" ବୋଲି ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।

ଚିକିଟି ବିଧାନସଭା କ୍ଷେତ୍ରର ପାତ୍ରପୁର ବ୍ଲକ ପଦଗିରି ଗ୍ରାମପଞ୍ଚାୟତରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ସୂର୍ଯ୍ୟ ନାରାୟଣ ପାଢ଼ୀଙ୍କ ଉପରେ ବିଜେପିର ଦୁଇ ଜଣ କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦଳ ଅଭିଯୋଗ ଆଣିଛି । ସେମାନଙ୍କର ରକ୍ତମୁଖା ଚେହେରା ନିର୍ବାଚନର ପ୍ରଥମ ପ୍ରହରରୁ ଦେଖିବାକୁ ପାଉଛୁ । ଗତକାଲି (ରବିବାର) ରାତିରେ ବିଜେପିର ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିରୋଧରେ ବିଜେଡି ଅଭିଯୋଗ କରିଥିଲା । ଆଜି ପୁନର୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।

ଏହା ବି ପଢନ୍ତୁ...ମହଙ୍ଗା ପଡିଲା ରାଜନୈତିକ ହିଂସା, ବଙ୍ଗାଳି ସାହି ଗୋଷ୍ଠୀ ସଂଘର୍ଷରେ 5 ଗିରଫ - Group Clash

ବିଜେଡି ମୁଖପାତ୍ର ଓମ୍ ପ୍ରକାଶ ସାହୁ କହିଛନ୍ତି, "ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ବିଜେପି ପରାଜୟ ଭୟରେ ହିଂସାର ପ୍ରଶୟ ନେଉଥିବାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ଆମେ ଦେଖିଛେ । ଆଜି ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଛି । ବିଜେପିର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ହିଂସା ସହ ସମ୍ପୃକ୍ତି ବାବଦରେ ସମସ୍ତେ ଅବଗତ ଅଛନ୍ତି । ଓଡିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଆମେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛୁ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଗଲେ ସେମାନେ ଭୟ କରିବେ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.