ETV Bharat / politics

ଗୋପାଳପୁରରେ ବଢ଼ୁଥିବା ଅପରାଧିକ ତତ୍ତ୍ବ କାହାର ? ବିଜେଡି-ବିଜେପି ମୁହାଁମୁହିଁ - Criminal activity in Gopalpur

author img

By ETV Bharat Odisha Team

Published : Jul 5, 2024, 9:47 PM IST

Criminal activity in Gopalpur: ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଗୋପାଳପୁରରେ ବଢ଼ୁଛି ହିଂସା । ଏପରି ଅଭିଯୋଗ କରି ଅତିରିକ୍ତ ଏସ୍‌ପିଙ୍କୁ ଭେଟିଛି ବିଜେଡି । ସେପଟେ ହିଂସା କରିବା ବିଜେଡିର କାମ ବୋଲି କହିଛି ବିଜେପି । ଅଧିକ ପଢ଼ନ୍ତୁ

Criminal activity in Gopalpur
Criminal activity in Gopalpur (ETV Bharat Odisha)

ବ୍ରହ୍ମପୁର: ଗତ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଅପରାଧ ବୃଦ୍ଧି ପାଇଥିବା ଅଭିଯୋଗ କରିଛି ବିଜେଡି । ପ୍ରତିଦିନ ଗୋଟିଏ ପରେ ଗୋଟିଏ ବିଜେଡି କର୍ମୀଙ୍କୁ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି । ବିଜେପି କର୍ମୀ ଏହି ଆକ୍ରମଣ କରିବା ପରେ ତାହାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଥିବା ମଧ୍ୟ ଅଭିଯୋଗ ହୋଇଛି । ଏପରି ନିର୍ବାଚନ ଫଳାଫଳର ଏକ ମାସ ପରେ ଗୋପାଳପୁରରେ ଅପରାଧିକ ତତ୍ତ୍ବ ବୃଦ୍ଧି ପାଉଥିବା ଅଭିଯୋଗ କରି ବ୍ରହ୍ମପୁର ପୋଲିସ ମୁଖ୍ୟାଳୟକୁ ଏକ ଶୋଭାଯାତ୍ରାରେ ଯାଇ ବିଜେଡି ପକ୍ଷରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଗଣମାଧ୍ୟମ ଜରିଆରେ ଆରୋପ ଓ ପ୍ରତ୍ୟାରୋପ କରାଯାଇଥିବା ଦେଖିବାକୁ ମିଳିଛି ।

ଗୋପାଳପୁର ବିଜେଡି ପକ୍ଷରୁ ଦଳର ନିର୍ବାଚନ ସମୀକ୍ଷା ନାମରେ ଏକ ବୈଠକ କରାଯାଇ ଗତ ନିର୍ବାଚନ ଫଳାଫଳ ପ୍ରକାଶ ପରେ ବିଜେପି ରାଜନୈତିକ ହିଂସା କରୁଥିବା ଦର୍ଶାଇ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦିଆଯାଇଛି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଗତ 1 ମାସ ମଧ୍ୟରେ 7ଟି ଅପରାଧିକ ଘଟଣା ଘଟିଥିବାବେଳେ ହିଂସା ଘଟାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଏପରି ଘଟଣା ଆଗକୁ ଘଟିଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛନ୍ତି ଦଳର ପରାଜୟ ବରଣ କରିଥିବା ଗୋପାଳପୁରର ବିଧାୟକ ପ୍ରାର୍ଥୀ ବିକ୍ରମ କୁମାର ପଣ୍ଡା ଏବଂ ବ୍ରହ୍ମପୁରର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର । ବିଜେଡି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ସମେତ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର, ଗୋପାଳପୁର ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ମହାରଣାଙ୍କ ସହ ବହୁ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଅତିରିକ୍ତ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

'ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି':- ଗୋଟିଏ ପଟେ ବିଜେପି ନାଁ'ରେ ବିଜେଡି ଏପରି ଅଭିଯୋଗ ଆଣିଥିବାବେଳେ ଏହାକୁ ନେଇ ଦଳର ବରିଷ୍ଠ ନେତା କାହ୍ନୁ ଚରଣ ପତି ଏହାକୁ କାଉଣ୍ଟର କରିଛନ୍ତି । ସେ କହିଛନ୍ତି, "ଭାରତୀୟ ଜନତା ପାର୍ଟି ହିସାଂକୁ କେବେ ପ୍ରଶୟ ଦିଏ ନାହିଁ । ପୂର୍ବରୁ ବିଜେଡିର ଅସଲ ମୁଖା ରାଜ୍ୟବାସୀ ଦେଖିସାରିଛନ୍ତି । ଗୋପାଳପୁରର ପୂର୍ବତନ ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ନିଜ ନିର୍ବାଚନ ମଣ୍ଡଳୀକୁ ଯିବା ସମୟରେ ଯେପରି ବିଜେଡିର ଗୁଣ୍ଡାମାନେ ଢେଲା ପଥର ମାଡ କରି ଅଟକାଇ ରଖିଥିଲେ, ସେଥିରୁ ସ୍ପଷ୍ଟ କିଏ ଅସାମାଜିକ ତତ୍ତ୍ବକୁ ଘଣ୍ଟ ଘୋଡାଇ ରଖିଥିଲା । ଶାସନରେ ଥାଇ ଅଣ୍ଟିଛୁରୀ ତଣ୍ଟି କାଟିବା ପରି ତାହା ଘଟୁଥିଲା । ଗତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟକୁ ତାଙ୍କ ଦଳର କିଛି ନେତା ଆଜି ବି ଗ୍ରହଣ କରିପାରୁନଥିବା ଅନୁଭବ ହେଉଛି । ପରାଜୟର ଗ୍ଲାନିରୁ ମୁକୁଳି ପାରୁନଥିବା ନେତାମାନେ ନିଜର ଦୋଷ, ଦୁର୍ବଳତା ଓ ଜନବିରୋଧୀ ନୀତିକୁ ନିଜେ ଜାଣିବା ପରିବର୍ତ୍ତେ ବିଜେପି ନେତା ଓ ମନ୍ତ୍ରୀଙ୍କ ବିରୋଧରେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରି ହାରିଥିବା ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ମନ୍ତବ୍ୟ ଅରୁଚିକର ଓ ବିଭ୍ରାନ୍ତିକର ।"

ସେପଟେ ବିଜେଡିର ଏପରି ବିବୃତ୍ତିକୁ ନେଇ ବିଜେପି ନେତା ପୀତବାସ ପଣ୍ଡା କହିଛନ୍ତି, "ବ୍ରହ୍ମପୁର ସହର ସମେତ ଗୋପାଳପୁର ଅଞ୍ଚଳରେ ବିଜୁ ଜନତା ଦଳର ସରକାର ଥିବା ସମୟରେ ଅରାଜକତା ସୃଷ୍ଟି ହୋଇଥିଲା । ଏବେ ସେମାନଙ୍କ ଏଭଳି ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ । ଏପରିକି ବିଜେଡି ପକ୍ଷରୁ ନିର୍ବାଚନ ସମୟରେ ହୁଗୁଳାପଟାଠାରେ ବିଜେପି କର୍ମୀଙ୍କ ଉପରେ ସଶସ୍ତ୍ର ଆକ୍ରମଣ, ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଗ୍ରାମରେ ପଶି ବୁଥ ଜବରଦଖଲ ଉଦ୍ୟମ, ଶତାଧିକ ଅପରାଧୀ ମାନଙ୍କୁ ଧରି କୋଳଥି ଗାଁରେ ପଶି ବିଜେପି ସମର୍ଥକଙ୍କୁ ଆକ୍ରମଣ କରିଥିବା ଘଟଣା ଦେଖିବାକୁ ମିଳିଥିଲା । ରାଜନୀତିରେ ହାରିବା ଜିତିବା ଏକ ସ୍ବାଭାବିକ ପ୍ରକ୍ରିୟା । କିନ୍ତୁ ନିର୍ବାଚନର ପରାଜୟ ପରେ ଔଷଧ ବିକଳରେ ତାଟିଆ କାମୁଡିବା ପରି, ବିଜୁ ଜନତା ଦଳର କିଛି ନେତାଙ୍କ ଆଚରଣରୁ ଜଣା ପଡ଼ୁଛି । ବିଜେପି ଓ ମନ୍ତ୍ରୀଙ୍କ ବିରୋଧରେ ଅପପ୍ରଚାର ସୃଷ୍ଟି କରୁଥିବା ବିଜୁ ଜନତା ଦଳ ଜାଣିରଖିବା ଦରକାର, ଓଡ଼ିଶା ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇସାରିଛି । ବିଜୁ ଜନତା ଦଳର ନେତାମାନେ ମନେ ରଖିବା ଦରକାର ଗୋପାଳପୁର ହେଉଛି ଶାନ୍ତି ଓ ବିକାଶରେ ବିଶ୍ବାସ କରୁଥିବା ନିର୍ବାଚନ ମଣ୍ଡଳୀ । ଏଠି ଅସାମାଜିକ କାର୍ଯ୍ୟକଳାପକୁ ଲୋକେ କେବେ ସହିନାହାନ୍ତି କି ସହିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...72 ଘଣ୍ଟାର କଣ୍ଟ ପୂରିଲା; ବିଜେପି କର୍ମୀଙ୍କୁ ଗିରଫ ଦାବିରେ କଂଗ୍ରେସର ବିକ୍ଷୋଭ - CONGRESS PROTEST

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.