ETV Bharat / politics

ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ: ବିଜେଡି - ବିଜେଡି ପ୍ରେସମିଟ୍‌

BJD Slams BJP: ନିର୍ବାଚନ ପୂର୍ବରୁ ବହୁ ବିଜେଡି ନେତା ଏବେ ବିଜେପି ମୁହାଁ ହୋଇଛନ୍ତି । ଏହି ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛି ବିଜେପି । ଯେଉଁ ଜନବିରୋଧୀ ନେତା ବିଜେଡିରୁ ତଡ଼ା ଖାଉଛନ୍ତି, ବା ଯେଉଁମାନଙ୍କର ଆଉ ବିଜେଡିରେ ସ୍ଥାନ ନାହିଁ, ସେମାନଙ୍କୁ ବିଜେପି କୋଳାଇ ନେଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet
author img

By ETV Bharat Odisha Team

Published : Mar 3, 2024, 9:39 PM IST

BJD Press Meet

ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପୂର୍ବରୁ ଏବେ ଚାଲିଛି ଦଳ ବଦଳ ଋତୁ । ବିଭିନ୍ନ ଦଳରୁ ନେତାମାନେ ଏବେ ଅନ୍ୟଦଳ ଶିବିରରେ ପହଞ୍ଚୁଛନ୍ତି । ଯେଉଁ ନେତାମାନଙ୍କ ସ୍ଥିତି ଦଳରେ ଠିକ ନାହିଁ, ସେମାନେ ଦଳ ଡିଆଁ ମାରୁଥିବା କୁହାଯାଉଛି । ତେବେ ଏହି ଋତୁରେ କିନ୍ତୁ ରାଜ୍ୟରେ ଶାସକ ବିଜେଡି ଅନେକ କ୍ଷତି ସହୁଛି । ଆଉ ଲାଭରେ ରହିଛି ବିରୋଧୀ ବିଜେପି । କାରଣ ଶାସକ ଦଳ ଛାଡ଼ି ବହୁ ଛାମୁଆ ନେତା ଏବେ ପଦ୍ମ ଶିବିରରେ । ଏପରିକି ଆଜି ମଧ୍ୟ ଶଙ୍ଖ ଶିବିର ଛାଡି ଗଣ୍ଡା ଗଣ୍ଡା ନେତା ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପିରେ ନେତା ସଙ୍କଟ ଥିବାରୁ ବିଜେଡିରୁ ଟିକେଟ ନପାଇବା ନେତାଙ୍କୁ ବିଜେପି ପାଛୋଟି ନେଉଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସ୍ବୟଂ ପ୍ରକାଶ ମହାପାତ୍ର ।

ଆଜି ଶଙ୍ଖ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର କହିଛନ୍ତି, "2019 ମସିହାରେ ଯେଉଁ ନେତାମାନଙ୍କୁ ବିଜେଡି ଟିକେଟ ଦେବାର ସମ୍ଭାବନା ନଥିଲା, ବା ଯାହାର ବିଜେଡିରେ ସ୍ଥାନ ନଥିଲା, ସେମାନଙ୍କୁ ବିଜେପି କୋଳେଇ ନେଇଥିଲା । ହେଲେ ବିଜେପିର ପ୍ରଦର୍ଶନ ସମସ୍ତେ ଦେଖିଲେ । 2024ରେ ବି ସମାନ କାର୍ଯ୍ୟ କରି ପାଦେ ଆଗକୁ ଯାଇଛି ବିଜେପି । ଜଘନ୍ୟ ଅପରାଧୀ, ଜନବିରୋଧୀ, ଟିକେଟ ନପାଇବା ନେତାଙ୍କୁ ବିଜେପି ପାଛୋଟି ନେଉଛି । ଏଥିରୁ ଗୋଟେ କଥା ସ୍ପଷ୍ଟ, ନୂଆ ନେତା ସୃଷ୍ଟି କରିବାରେ ବିଜେପି ଅସମର୍ଥ । ଏହା ବିଜେପିର ଅପାରଗତକୁ ସ୍ପଷ୍ଟ କରୁଛି । ଏଥର ନିର୍ବାଚନରେ ବିଜେପି ଆହୁରି ନୈରାଶ୍ୟଜନକ ପ୍ରଦର୍ଶନ କରିବାକୁ ଯାଉଛି । ଏପରି ନେତାଙ୍କୁ ରାଜ୍ୟବାସୀ କେବେ ବି ଗ୍ରହଣ କରିବେ ନାହିଁ । ମେ' ମାସରେ ଏହା ସ୍ପଷ୍ଟ ହୋଇଯିବ । 2019ରେ ମଧ୍ୟ ରାଜ୍ୟବାସୀ ସମାନ ଜବାବ ଦେଇଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେପିର ବଡ଼ ମିଶ୍ରଣ ପର୍ବ, ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅରବିନ୍ଦ ଢାଲିଙ୍କ ସମେତ ବହୁ ହେଭିୱେଟ୍‌

ପ୍ରକାଶଯୋଗ୍ୟ, ଗତମାସରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଗଞ୍ଜାମ ଗସ୍ତର ଦିନକ ପୂର୍ବରୁ ବିଜେପିରେ ମିଶିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହାପରେ ଗତ ସପ୍ତାହରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ଆଜି ଜୟଦେବ ବିଜେଡି ବିଧାୟକ ଅରବିନ୍ଦ ଢାଲି ମଧ୍ୟ ବିଜେପିରେ ମିଶିଛନ୍ତି । ସେହିପରି ମାଲକାନଗିରି ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଦିଗପହଣ୍ଡିର ଚର୍ଚ୍ଚିତ ବିଜେଡି ନେତା ବିପିନ ପ୍ରଧାନ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ଆସନ୍ତାକାଲି ଧାମନଗର ପୂର୍ବତନ ବିଧାୟକ ତଥା ବିଜେଡି ନେତା ରାଜୁ ଦାସ ଓ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ମଧ୍ୟ ପଦ୍ମ ପୋଖରୀକୁ ଡେଇଁବେ । ଏଭଳି ସ୍ଥିତିରେ ବିଜେପିରେ ନେତା ଅଭାବ ଥିବାରୁ ବିଜେଡିରୁ ଏଥର ଟିକେଟ୍‌ ପାଇବାକୁ ନଥିବା ଜନବିରୋଧୀ ନେତାଙ୍କୁ ବିଜେପି ନିଜ ଦଳରେ ସାମିଲ କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।

ଇଟିଭି ଭାରତ, ଭୁବନେଶ୍ବର

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.