ETV Bharat / politics

CEOଙ୍କ ଫେରାଦ ବିଜେଡି; ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛନ୍ତି ବିଜେପି ପ୍ରାର୍ଥୀ - Violation of model code of conduct - VIOLATION OF MODEL CODE OF CONDUCT

Violation of model code of conduct: ବିଜେପି ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦିଆନ ସାମନ୍ତରାୟଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣି ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି । ପିଲାମାନଙ୍କୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଥିବା ଅଭିଯୋଗ । ଅଧିକ ପଢନ୍ତୁ..

Violation of model code of conduct
Violation of model code of conduct
author img

By ETV Bharat Odisha Team

Published : Apr 16, 2024, 5:23 PM IST

Violation of model code of conduct

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ଚିକିଟି ବିଧାୟକ ପ୍ରାର୍ଥୀ ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବା ଅଭିଯୋଗରେ ଆଜି (ମଙ୍ଗଳବାର) ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିଜୁ ଜନତା ଦଳ ନେତା । ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦିଆନ ସାମନ୍ତରାୟ ଶିଶୁଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହାର କରିବା ସହ ଖରାରେ ନଚାଇଛନ୍ତି ବୋଲି ଅଭିଯୋଗ କରିଛି ଦଳ ।

ଏନେଇ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି, "ବିଜୁ ଜନତା ଦଳ ପକ୍ଷରୁ ଆମେ ଏକ ସ୍ପର୍ଶକାତର ଘଟଣାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛୁ । ଓଡିଶା ବିଜେପିର ନେତାମାନେ ଲଗାତାର ଭାବେ ଆଦର୍ଶ ଆଚରଣ ବିଧି ଉଲଂଘନ କରି ଆସୁଛନ୍ତି । କେଉଁ ଦିନ ସାମ୍ବାଦିକଙ୍କୁ ଆକ୍ରମଣ କରୁଛନ୍ତି ତ ଆଉ କେଉଁ ଦିନ ନିଶା ସେବନ କରି ପୋଲିସ କର୍ମଚାରୀଙ୍କୁ ଖରାପ ବ୍ୟବହାର କରୁଛନ୍ତି । ଶିଶୁଙ୍କୁ ଧରି ନିର୍ବାଚନ ରାଲି କରିବାକୁ ମଧ୍ୟ ପଛାଉ ନାହାନ୍ତି । ଆଉ ଏକ ସମ୍ବେଦନଶୀଳ ଘଟଣା ଆମ ସାମନ୍ନାକୁ ଆସିଛି । ତଥ୍ୟ ପ୍ରମାଣ ସହ ଆମେ ଆଜି ଅଭିଯୋଗ କରିଛୁ ।"

ଏହାମଧ୍ୟ ପଢନ୍ତୁ.. ପୁଣି ପୁରୀରେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ, ବିଜେପି-ବିଜେଡ଼ି ମୁହାଁ ମୁହିଁ - Violation Of Model Code Of Conduct

ସେ ଆଉମଧ୍ୟ କହିଛନ୍ତି, "ଗତ 13 ତାରିଖ ଦିନ ଚିକିଟି ନିର୍ବାଚନ ମଣ୍ଡଳୀରେ ପାତିସୁନାପୁର ଗାଁରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହୋଇଛି । ବିଜେପିର ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦିଆନ ସାମନ୍ତରାୟ ଓ ତାଙ୍କ ସହିତ ଜିଲ୍ଲା ମହିଳା ମୋର୍ଚ୍ଚାର ପୂର୍ବତନ ସଭାନେତ୍ରୀ ମୀନା ଦିଆନ ସାମନ୍ତରାୟ ଛୋଟ ଛୁଆଙ୍କୁ ନିର୍ବାଚନ ରାଲି କରିବାର ନଜର ଆସିଛି । କେବଳ ରାଲି ନୁହେଁ ଆଉ ମଧ୍ୟ ସେମାନଙ୍କ ହାତରେ ଦଳୀୟ ପତାକା ଧରାଇ ନିର୍ବାଚନ ଆଚରଣ ବିଧି ଉଲଂଘନ କରିଛନ୍ତି । ନିର୍ବାଚନ ରାଲିରେ ପିଲାଙ୍କ ସହ ନାଚ କରିଥିଲେ । ଏ ସବୁ ଘଟଣା ୪୦ ଡିଗ୍ରୀ ଖରାରେ ହୋଇଥିଲା ।"

ଦଳ ପକ୍ଷରୁ ଆଉମଧ୍ୟ କୁହାଯାଇଛି ଯେ, ପୂର୍ବରୁ କେନ୍ଦ୍ରାପଡାରେ ବୈଜୟନ୍ତ ପଣ୍ଡା ମଧ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବାନ ନେଇ ଅଭିଯୋଗ ହୋଇଥିଲା । ଏହି କାର୍ଯ୍ୟ ଚିକିଟିରେ ଦେଖିବାକୁ ମିଳିଛି । ଲାଗୁଛି ଆଦର୍ଶ ଆଚରଣ ବିଧି ଉଲଂଘନ ଲାଗି ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି । ବିଜେଡି ପ୍ରତିନିଧି ଦଳରେ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର, ମଧୁସ୍ମିତା ନାୟକ, ମିହିର ରାୟ, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝୀ, ଲେନିନ ମହାନ୍ତି, ଇପ୍ସିତା ସାହୁ ପ୍ରମୁଖ ଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.