ETV Bharat / politics

ରେଙ୍ଗାଲିରେ ହେବ ତ୍ରିମୁଖୀ ଲଢେଇ, ରିପିଟ୍‌ କରିବ ବିଜେପି ନା ବଜାୟ ରହିବ ପରମ୍ପରା ! - ରେଙ୍ଗାଲିରେ ହେବ ତ୍ରିମୁଖୀ ଲଢେଇ

Assembly Election 2024: ଆଗାମୀ ନିର୍ବାଚନରେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ହେବ ତ୍ରିମୁଖୀ ଲଢେଇ । ଏଠାରେ ଏପର୍ଯ୍ୟନ୍ତ କୌଣସି ଦଳ ରିପିଟ୍‌ କରିବାରେ ସକ୍ଷମ ହୋଇନାହିଁ । 2009ରେ କଂଗ୍ରେସ, 14ରେ ବିଜେଡି ଓ 19ରେ ବିଜେପି ପ୍ରାର୍ଥୀ ଏଠାରୁ ବିଧାନସଭା ଯାଇଛନ୍ତି । ଏଥର ସ୍ଥିତି କଣ ଜାଣନ୍ତୁ...

Rengali Assembly Constituency
Rengali Assembly Constituency
author img

By ETV Bharat Odisha Team

Published : Mar 6, 2024, 7:46 PM IST

Rengali Assembly Constituency

ରେଙ୍ଗାଲି (ସମ୍ବଲପୁର): ପାଖେଇଲାଣି ବିଧାନସଭା ନିର୍ବାଚନ । ରାଜନୀତି ମୈଦାନରେ ଲଢେଇ କରିବାକୁ ବିଭିନ୍ନ ଦଳ ମଧ୍ୟରେ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି । ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବିଧାନସଭା ସିଟ୍‌ ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ । ଏଠାରେ ଛୋଟ ବଡ଼ ବହୁ ଶିଳ୍ପ ଅନୁଷ୍ଠାନ ଥିବାରୁ ରାଜ୍ୟ ରାଜନୀତିରେ ଏହାର ଗୁରୁତ୍ବ ଢେର ବେଶୀ । ଏଠାରେ ଜିନ୍ଦଲ ଷ୍ଟିଲ, ଆଦିତ୍ୟ ଆଲୁମିନା, NLCର କୋଇଲା ଖଣି ପରି ଶିଳ୍ପ ଅନୁଷ୍ଠାନ ରହିଛି । ଏଭଳି ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ଭୋଟର ମଧ୍ୟ ବେଶ ସଚେତନ । କାରଣ ପ୍ରତି ନିର୍ବାଚନରେ ଏଠାରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଆଗକୁ ନିର୍ବାଚନ ଆସୁଥିବାରୁ ଏଠାରେ ପୁଣି ପରିବର୍ତ୍ତନ ଦେଖିବାକୁ ମିଳିବ ନା ପୁଣି ରିପିଟ୍‌ କରି ପରମ୍ପରା ବଦଳାଇବାରେ ସକ୍ଷମ ହେବେ ବିଜେପି ବିଧାୟକ ନାଉରୀ ନାୟକ, ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Rengali Assembly Constituency
Rengali Assembly Constituency

ରେଙ୍ଗାଲି ନିର୍ବାଚନ ମଣ୍ଡଳୀ: ରେଙ୍ଗାଲି ବିଧାନସଭା କ୍ଷେତ୍ର 2009ରେ ଗଠିତ ହୋଇଥିବାବେଳେ ଏହା ଅନୁସୂଚିତ ଜାତି ପାଇଁ ସଂରକ୍ଷିତ । ତେବେ ଏହି ବିଧାନସଭା କ୍ଷେତ୍ର କୌଣସି ଦଳର ଗଡ଼ ନୁହେଁ ବୋଲି କୁହାଯାଏ । କାରଣ ଏଠାରେ 2009ରୁ ତିନି ପ୍ରମୁଖ ଦଳର ନେତା ଥରେ ଲେଖାଏଁ ବିଜୟୀ ହୋଇଛନ୍ତି । ତେଣୁ ଏହି ନିର୍ବାଚନ ମଣ୍ଡଳୀର ଲୋକେ ବହୁତ ସଚେତନ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୁଏ । ଏଠାରେ ଦଳ ପରିବର୍ତ୍ତେ ପ୍ରାର୍ଥୀର ଦକ୍ଷତା ଓ ଭାବମୂର୍ତ୍ତିକୁ ଦେଖି ଲୋକେ ମତଦାନ କରନ୍ତି ବୋଲି କୁହାଯାଏ । ଏଠାରେ 2009ରେ କଂଗ୍ରେସର ଦୁର୍ଯ୍ୟୋଧନ ଗରଡିଆ, 2014ରେ ବିଜେଡିର ରମେଶ ପଟୁଆ ଓ 2019ରେ ବିଜେପିର ନାଉରୀ ନାୟକ ବିଜୟୀ ହୋଇଛନ୍ତି । ତେଣୁ ଏଥର ଏଠାରେ କେଉଁ ଦଳ ବିଜୟୀ ହେବ ତାହା ଆକଳନ କରିବା ସହଜ ହେବ ନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ; ବହୁଛି ବିଧାୟକ ବିରୋଧୀ ହାୱା ! କିଏ ମାରିବ ମୌକାରେ ଚୌକା

ବିଗତ ନିର୍ବାଚନ ଫଳାପଳ:-

2019 ନିର୍ବାଚନ: 2019ରେ ରେଙ୍ଗାଲିରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିଥିଲା । ଏହି ନିର୍ବାଚନରେ ବିଜେପିର ନାଉରୀ ନାୟକ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡିର ରୀନା ତନ୍ତୀଙ୍କୁ 6,743 ଭୋଟର ପରାଜିତ କରିଥିଲେ । ଏହି ନିର୍ବାଚନରେ ବିଜେପିର ନାଉରୀ ନାୟକ 74,077 ଭୋଟ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ବିଜେଡିର ରୀନା ତନ୍ତୀ 67,334 ଭୋଟ ପାଇ ଦ୍ଵିତୀୟରେ ରହିଥିଲେ । ସେପଟେ କଂଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ 9,799 ଭୋଟ ପାଇ ଅମାନତ ହରାଇଥିଲେ ।

2014 ନିର୍ବାଚନ: 2014ରେ ରେଙ୍ଗାଲିରେ ବାଜିଥିଲା ଶଙ୍ଖ । କଡ଼ା ପ୍ରତିଦ୍ବନ୍ଦ୍ବିତା ସତ୍ତ୍ବେ ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରମେଶ ପଟୁଆ ନିକଟତମ ପ୍ରତିଦ୍ବନ୍ଦୀ ତଥା ବିଜେପି ପ୍ରାର୍ଥୀ ନାଉରୀ ନାୟକଙ୍କୁ ମାତ୍ର 1,830 ଭୋଟରେ ପରାଜିତ କରିଥିଲେ । ଏହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ରମେଶ ପଟୁଆଙ୍କୁ 47,210 ଖଣ୍ଡ ଭୋଟ ମିଳିଥିଲା । ସେହିଭଳି ବିଜେପିର ନାଉରୀ ନାୟକ 45,380 ଭୋଟ ପାଇ ଟଫ୍‌ ଫାଇଟ୍‌ ଦେଇଥିଲେ । ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ 31,335 ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ଏହି ବର୍ଷ ବିଜେଡିର 20 ପ୍ରତିଶତ ଭୋଟ ବୃଦ୍ଧି ହୋଇଥିବା ବେଳେ ବିଜେପି ଭୋଟରେ 22 ପ୍ରତିଶତ ବୃଦ୍ଧି ଘଟିଥିଲା ।

2009 ନିର୍ବାଚନ: ରେଙ୍ଗାଲି ବିଧାନସଭା ଆସନ 2009ରେ ଗଠନ ହୋଇଥିଲା । ପ୍ରଥମ ନିର୍ବାଚନରେ ଏଠାରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗରଡିଆ ସ୍ବାଧୀନ ପ୍ରାର୍ଥୀ ଏମ.ବି ପ୍ୟାରୀରାଜଙ୍କୁ 13,784 ଭୋଟରେ ପରାଜିତ କରିଥିଲେ । ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦୁର୍ଯ୍ୟୋଧନ ଗରଡିଆ 32656 ଭୋଟ ପାଇ ବିଜୟୀ ହୋଇଥିଲେ । ସ୍ବାଧୀନ ପ୍ରାର୍ଥୀ ଏମ.ବି ପ୍ୟାରୀରାଜ 18,872 ଭୋଟ ପାଇ ଦ୍ଵିତୀୟରେ ଥିବାବେଳେ ବିଜେଡି ପ୍ରାର୍ଥୀ ସନାତନ ବିଶି 15,694 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ସେହିଭଳି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ି ନାଉରୀ ନାୟକ 12,321 ଭୋଟ ପାଇ ଚତୁର୍ଥ ଓ ବିଜେପିର ଦେବାନନ୍ଦ ଭୁସାଗର 12,044 ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଥିଲେ ।

ପରମ୍ପରା ବଦଳାଇବ ବିଜେପି ! 2009ରୁ ନିର୍ବାଚନ ଲଢ଼ିଥିଲେ ମଧ୍ୟ 2019ରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ ନାଉରୀ ନାୟକ । ଏଥର ମଧ୍ୟ ନାଉରୀ ହିଁ ବିଜେପିର ପ୍ରାର୍ଥୀ ହେବେ ବୋଲି ଏକ ପ୍ରକାର ନିଶ୍ଚିତ । କାରଣ ଏହି ସିଟରେ ବିଜେପିର କୌଣସି ଦ୍ଵିତୀୟ ସମ୍ଭାବ୍ୟ ପ୍ରାର୍ଥୀ ନାହାଁନ୍ତି । ସେପଟେ ରାଜ୍ୟ ସରକାରଙ୍କ ଅପାରଗତା ସମେତ ନିଜ ସମୟରେ ହୋଇଥିବା ବିଭିନ୍ନ ବିକାଶକୁ ମୁଦ୍ଦା କରି କ୍ରମାଗତ ଦ୍ବିତୀୟ ଥର ବିଜୟ ପାଇଁ ଆଶାବାଦୀ ଅଛନ୍ତି ନାଉରୀ । ସେ କହିଛନ୍ତି, "ଏହି ଅଞ୍ଚଳର ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନମିଳିବା, ଶିଳ୍ପାନୁଷ୍ଠାନ ଯୋଗୁଁ ପ୍ରଦୂଷଣ ହେବା ପ୍ରମୁଖ ପ୍ରସଙ୍ଗ । ଏହି ସମସ୍ୟାର ସମାଧାନ ପାଇଁ ଅନେକ ଆନ୍ଦୋଳନ କରାଯାଇଛି । ତେବେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ଛତ୍ର ଛାୟାରେ ଏହି ଶିଳ୍ପାନୁଷ୍ଠାନ ଗୁଡିକ ମାନମାନି କରିବା ଦୁଃଖର ବିଷୟ ।" ଏହି ସମସ୍ୟା ସହ ଚାଷୀ ସମସ୍ୟାର ସମାଧାନ ପାଇଁ ସଂଗ୍ରାମ ଜାରି ରହିଛି ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ଅନ୍ୟପଟେ ପାନୀୟ ଜଳ ଯୋଗାଣ, ରାସ୍ତା ନିର୍ମାଣ, ପୋଲ ନିର୍ମାଣ ଓ ବିଦ୍ୟୁତ ସଂଯୋଗୀକରଣ କ୍ଷେତ୍ରରେ ବହୁତ କାମ କରାଯାଇଛି ବୋଲି କହିଛନ୍ତି ନାଉରୀ ନାୟକ ।

ଏହା ମଧ୍ୟ ପଢ଼ନ୍ତୁ...୨୦୨୪ ନିର୍ବାଚନରେ କାହାର ହେବ ନିଆଳି ? ତ୍ରିମୁଖୀ ଲଢେଇ ପାଇଁ ଦଳର ଅଙ୍କକଷା, ଆଶାୟୀଙ୍କ ଲମ୍ବା ଲାଇନ

ବିଜେଡିର ଚିନ୍ତା ବଢ଼ାଇଲେ ଆଶାୟୀ: ରେଙ୍ଗାଲି ଆସନରୁ ଶାସକ ବିଜେଡିରେ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାବେଳେ କିଏ ପ୍ରାର୍ଥୀ ହେବ ଚୂଡାନ୍ତ ହୋଇନାହିଁ । ଏଭଳି ସ୍ଥିତିରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରମେଶ ପଟୁଆ, ସମ୍ବଲପୁର ଜିଲ୍ଲା ବିଜେଡି ST/SC ସେଲର ସଭାପତି ମୋତିଲାଲ ତନ୍ତୀ, ରାଜ୍ୟ ମହିଳା ବିଜେଡି ଉପସଭାପତି ତଥା 2019 ପ୍ରାର୍ଥୀନୀ ରୀନା ତନ୍ତୀ, ଗାନ୍ଧୀ ବେହେରା, ତାଙ୍କ ଝିଅ ମୋନିକା ବେହେରା, ଚୋଳଶ୍ରୀ ମହାନନ୍ଦ ଓ ଅମର ତାଣ୍ଡିଆଙ୍କ ପରି ଆଶାୟୀ ପ୍ରାର୍ଥୀ ରହିଛନ୍ତି । ତେବେ ଏହି ସିଟ୍‌ରେ ବିଜେଡିର ଅନ୍ତଃକନ୍ଦଳ ଶାଶକ ଦଳ ପାଇଁ ବୁମେରାଂ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମୁଖ୍ୟତଃ ଝାରସୁଗୁଡା ଜିଲ୍ଲା ବିଜେଡିର ପ୍ରଭାବ ରେଙ୍ଗାଲି ବିଜେଡିର ଗୋଟିଏ ଗୋଷ୍ଠୀ ଉପରେ ରହୁଥିବାରୁ ପ୍ରାର୍ଥୀ ଚୟନରେ ଏହା ରାଜ୍ୟ ନେତୃତ୍ବକୁ ଅଡୁଆରେ ପକାଇ ପାରେ ।

'ରାଜ୍ୟ ସରକାରଙ୍କ ବିକାଶ ମୁଖ୍ୟ ମୁଦ୍ଦା': ରେଙ୍ଗାଲି ବିଧାନସଭା ଆସନ ପାଇଁ ଏଥର ବିଜେଡିର ପ୍ରମୁଖ ମୁଦ୍ଦା ବିକାଶ ହିଁ ହେବ । ଏପରି କହିଛନ୍ତି ଜିଲ୍ଲା ବିଜେଡି ସଭାପତି ରୋହିତ ପୂଜାରୀ । ସେ କହିଛନ୍ତି, "ରେଙ୍ଗାଲିରେ ଯାହା ଉନ୍ନତି ହୋଇଛି, ରାଜ୍ୟ ସରକାର କରିଛନ୍ତି । ବିଗତ ଦିନରେ ରେଙ୍ଗାଲିର କୁଦ ଗୁଣ୍ଡେରପୁରକୁ ବ୍ରିଜ, ସ୍ଵପ୍ନେଇ ସେତୁ ତିଆରି ହୋଇସାରିଛି । ଏହା ସହ ଗାଁ ଗାଁକୁ ରାସ୍ତାଘାଟ ସହ, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ହୋଇଛି । ଅନେକ ଉଠା ଜଳସେଚନ ପ୍ରକଳ୍ପ ତିଆରି ହୋଇଛି । ତେବେ ବର୍ତ୍ତମାନ ରେଙ୍ଗାଲିରେ ବିଜେପି ବିଧାୟକ ଓ ସମ୍ବଲପୁରରେ ବିଜେପି ସାଂସଦ ଥିବାରୁ ଯେତିକି ବିକାଶ ହେବା କଥା ତାହା ହୋଇ ପାରିନି ।" ତେଣୁ ଆଗାମୀ ନିର୍ବାଚନରେ ସ୍ଥାନୀୟ ଲୋକ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ ବୋଲି କହିଛନ୍ତି ଜିଲ୍ଲା ସଭାପତି ରୋହିତ ପୂଜାରୀ ।

ଏହା ମଧ୍ୟ ପଢ଼ନ୍ତୁ...ବିଧାନସଭା ନିର୍ବାଚନ 2024: କଟକ-ଚୌଦ୍ବାର ନିର୍ବାଚନ ମଣ୍ଡଳୀରେ ଏଥର ପରିବର୍ତ୍ତନ ନା ପୁଣି ବିଜେଡି ?

ଫେରିବ କଂଗ୍ରେସ ! କଂଗ୍ରେସ ପକ୍ଷରୁ ମଧ୍ୟ ଏଥର ନିର୍ବାଚନ ଲଢ଼ିବାକୁ ଏକାଧିକ ଆଶାୟୀ ରହିଛନ୍ତି । ପୂର୍ବତନ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ, ତାଙ୍କ ପୁଅ ବିଭୁତି ଗରଡ଼ିଆ, 2019 କଂଗ୍ରେସ ପ୍ରାର୍ଥୀ ବାଳକୃଷ୍ଣ ରୋହିଦାସ ପ୍ରମୁଖ ଆଶାୟୀ ରହିଥିବା ବେଳେ କେତେକ ଅସନ୍ତୁଷ୍ଟ ବିଜେଡି ଯୁବ ନେତା ମଧ୍ୟ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ଆବେଦନ କରିଥିବା ସୂଚନା ମିଳିଛି । ତେବେ ବିଜେପି ଓ ବିଜେଡିର ମେଣ୍ଟ ଚର୍ଚ୍ଚା ହେଉଥିବା ବେଳେ ଏହା କଂଗ୍ରେସକୁ ସୁହାଇବ ବୋଲି କୁହାଯାଉଛି । ଅନ୍ୟପଟେ ରେଙ୍ଗାଲିର ପୂର୍ବତନ କଂଗ୍ରେସ ବିଧାୟକ ଦୁର୍ଯ୍ୟୋଧନ ଗରଡିଆ କହିଛନ୍ତି, "ରେଙ୍ଗାଲି ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପଜନିତ ପ୍ରଦୂଷଣ, ଶିଳ୍ପାନୁଷ୍ଠାନ ସତ୍ତ୍ବେ ବେକାରୀ ସମସ୍ୟା, ଚାଷୀ ସମସ୍ୟା, ପାନୀୟ ଜଳ ଯୋଗାଣଜନିତ ସମସ୍ୟା ପ୍ରମୁଖ ମୁଦ୍ଦା ରହିଛି ।" ଏସବୁକୁ ନେଇ କଂଗ୍ରେସ ନିର୍ବାଚନ ମୈଦାନରେ ଓହ୍ଲାଇବ ଓ ଲୋକେ ଆମ ଉପରେ ଭରସା କରିବେ ବୋଲି ଦୁର୍ଯ୍ୟୋଧନ କହିଛନ୍ତି ।

ଇଟିଭି ଭାରତ, ରେଙ୍ଗାଲି/ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.