ETV Bharat / politics

ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକଟ ଦେଇନଥିଲା ଦଳ - Samir Dash Resigned

author img

By ETV Bharat Odisha Team

Published : May 19, 2024, 7:40 AM IST

Updated : May 19, 2024, 12:04 PM IST

Samir Dash resigned from BJD: ବିଜେଡି ଛାଡିଲେ ବରିଷ୍ଠ ନେତା ସମୀର ଦାଶ । ଟିକଟ ନମିଳିବା ପରେ ଥିଲେ ଅସନ୍ତୁଷ୍ଟ । ନିଜେ ଭିଡିଓ ଜାରି ଦେଲେ ଇସ୍ତଫା । ଅଧିକ ପଢନ୍ତୁ

ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକେଟ ଦେଇନଥିଲା ଦଳ
ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକେଟ ଦେଇନଥିଲା ଦଳ (ETV Bharat Odisha)
ବିଜେଡି ଛାଡିଲେ ସମୀର ଦାସ (ETV Bharat Odisha)

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇଥିବା ସୂଚନା । ନିମାପଡାରୁ ଏଥର ସମୀରଙ୍କୁ ଟିକଟ ନଦେଇ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ସମୀର ତୀବ୍ର ଅସନ୍ତୁଷ୍ଟ ଥିବା ସହ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସମର୍ଥକଙ୍କ ମାଧ୍ୟମରେ ପରୋକ୍ଷରେ ଚାପ ପକାଇ ଆସୁଥିଲେ । ଆଜି ସେ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି । ନିଷ୍ପତ୍ତି ସମ୍ପର୍କରେ ନିଜେ ସମୀର ସୋସିଆଲ ମିଡିଆରେ ଭିଡିଓ ଜାରି କରିଛନ୍ତି ।

ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକଟ ଦେଇନଥିଲା ଦଳ
ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକଟ ଦେଇନଥିଲା ଦଳ (ETV Bharat Odisha)

ଭିଡିଓରେ ସମୀର କହିଛନ୍ତି, ‘‘2006 ମସିହାରୁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି । ଆଜିର ଦିନରେ ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି । ନିମାପଡା-ଗୋପ ବିଜୁ ଜନତା ଦଳ ସଂଗଠନ ଉପରେ ଆସ୍ଥା ହରାଇଛନ୍ତି । ଯେତେବେଳେ ନେତା ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ହେଉନାହିଁ । ଏଥିପାଇଁ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ଦେଉଛି । ମୋ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠେଇ ଦେଇଛି ।’’

ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଜେଡି ଟିକଟରେ ବିଜୟୀ ହୋଇଥିବା ସମୀର ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ । 2009, 2014 ଓ 2019ରେ କ୍ରମାଗତ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲା ସମୀରଙ୍କ ଭୂମିକା । ସେତେବେଳେ ଏହାକୁ ନେଇ ରାଜନୀତି ଜୋର ଧରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।

ଏହା ମଧ୍ୟ ପଢନ୍ତୁ:- EXCLUSIVE: 'ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ' - ETV BHARAT EXCLUSIVE

ଦଳ ଚଳିତଥର ତାଙ୍କୁ ଟିକଟ ନଦେଇ ତାଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକଟ ନମିଳିବା ପରେ ସେ ଏହା ବିରୋଧରେ ଗଣମାଧ୍ୟମରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ନିକଟରେ ସମୀରଙ୍କ ଶତାଧିକ ସମର୍ଥକ ମଧ୍ୟ ଦଳରୁ ସମୂହ ଇସ୍ତଫା ଦେଇ ସମୀରଙ୍କ ପ୍ରତି ଆନୁଗତ୍ୟତା ଦେଖାଇବାକୁ ପ୍ରୟାସ କରିଥିଲେ । ହେଲେ ତମାମ ଚାପ ସତ୍ତ୍ବେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିବାରେ ସଫଳ ହୋଇନଥିଲେ ସମୀର । ଏବେ ସେ ଇସ୍ତଫା ଦେବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି କ’ଣ ହେବ, ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅନ୍ୟପଟେ ଦଳ ବିଜେଡିର କୌଣସି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଇଟିଭି ଭାରତ, ଭୁନେଶ୍ବର

Last Updated : May 19, 2024, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.