ETV Bharat / politics

ତାଳଚେରରେ ସବୁ ଅଧୁରା କାମ ପୁରା କରିବି: ବ୍ରଜକିଶୋର - Assembly election 2024

Assembly Election 2024: ତାଳଚେର ଆସନରେ ତୃତୀୟ ଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ । ଆଗାମୀ ଦିନରେ ତାଳଚେର-ଅନୁଗୋଳ ରେଲୱେ ଲାଇନ, ମେଡିକାଲ କଲେଜ, ଜମିହରାଙ୍କ ସମସ୍ୟା ଇତ୍ୟାଦିର ସମାଧାନ ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 23, 2024, 2:22 PM IST

Etv Bharat
Etv Bharat
ତାଳଚେରରେ ସବୁ ଅଧୁରା କାମ ପୁରା କରିବି: ବ୍ରଜକିଶୋର

ଅନୁଗୋଳ: ବିଜୁ ଜନତା ଦଳରୁ ତୃତୀୟ ଥର ବିଧାୟକ ଭାବେ ତାଳଚେର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ । ବଜ୍ରଙ୍କ ପ୍ରାର୍ଥିତ୍ୱକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଶେଷରେ ଦଳ ତାଳଚେର ପାଇଁ ତାଙ୍କ ନାଁରେ ମୋହର ମାରିଛି । ପୁଣିଥରେ ପ୍ରାର୍ଥୀ ହେବା ପରେ ସେ ଚିରାଚରିତ ଢଙ୍ଗରେ ନିଜର କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ଆଗାମୀ ଦିନରେ ତାଳଚେର-ଅନୁଗୋଳ ରେଲୱେ ଲାଇନ, ମେଡିକାଲ କଲେଜ, ଜମିହରାଙ୍କ ସମସ୍ୟା ଇତ୍ୟାଦିର ସମାଧାନ ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ନିର୍ବାଚନକୁ କେଇଟା ଦିନ ବାକିଥିବାରୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ତାଳଚେର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ । ତାଙ୍କୁ ଦଳ ତୃତୀୟ ଥର ପାଇଁ ସୁଯୋଗ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ତାଳଚେର ବିକାଶ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବ୍ରଜଙ୍କ ନାମ ଘୋଷଣା ହେବା ପରଠାରୁ ସେ ଆଉ ବସି ରହୁନାହାନ୍ତି । ଗାଁ ଗାଁ ଘର ଘର ବୁଲି ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାଗୁଡିକୁ ଲୋକଲୋଚନକୁ ଆଣୁଛନ୍ତି । ଏହାଛଡା ତାଳଚେର ଅଞ୍ଚଳରେ ଯାହା କିଛି ଅଧୁରା ରହି ଯାଇଛି ସେସବୁ ପୁରା କରିବାକୁ ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ନିଜର କର୍ମୀ ଓ ସମର୍ଥକଙ୍କ ସହ ଆଲୋଚନା କରି ରଣନୀତି ପ୍ରସ୍ତୁତ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେଡି ଛାଡ଼ିଲେ ରାସେଶ୍ବରୀ, ଛାଡ଼ି ପାରନ୍ତି ରାଜନୀତି ! ପ୍ରତିକ୍ରିୟା ରଖିଲେ ରୋହିତ - Raseswari Panigrahi Quits BJD

ଏହା ମଧ୍ୟ ପଢନ୍ତୁ: ଆଉ 6 ଆସନରେ ପ୍ରାର୍ଥୀ ଦେଲା ବିଜେଡି: ହିନ୍ଦୋଳରୁ ବିଧାନସଭା ଲଢ଼ିବେ ମହେଶ, କାକଟପୁରରୁ ତୁଷାରକାନ୍ତି ରିପିଟ୍ - BJD CANDIDATE LIST

୨୦୦୯ରୁ ଲଗାତାର ଭାବେ ତାଳଚେର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ପ୍ରତିନିଧିତ୍ବ କରିଆସୁଛନ୍ତି ବିଧାୟକ ବ୍ରଜକିଶୋର ପ୍ରଧାନ । ପ୍ରଥମେ କଂଗ୍ରେସରୁ ଜିଲ୍ଲା ପରିଷଦ ସଦସ୍ୟ ଆଉ ତା' ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ ବ୍ରଜ । ୨୦୧୪, ୨୦୧୯ ନିର୍ବାଚନରେ ଦୁଇ ଥର ସେ ବିଜେଡି ଦଳରୁ ବିଧାୟକ ଭାବେ ଜିତି ଆସୁଛନ୍ତି । ଏବେ ତୃତୀୟ ଥର ପାଇଁ ଦଳ ତାଙ୍କ ଉପରେ ଭରଷା କରିଥିବା ବେଳେ ଚତୁର୍ଥ ଥର ସେ ବିଧାୟକ ଭାବେ ଲଢ଼ିବାକୁ ଯାଉଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.