ETV Bharat / politics

ଦେଶ ଓ ରାଜ୍ୟ ରାଜନୀତିରେ ମେଣ୍ଟ କିଛି ନୂଆ କଥା ନୁହେଁ: ପ୍ରସନ୍ନ ଆଚାର୍ଯ୍ୟ

author img

By ETV Bharat Odisha Team

Published : Mar 11, 2024, 9:44 PM IST

Prasanna Acharya on Alliance: ଦେଶ ଓ ରାଜ୍ୟ ରାଜନୀତି ଇତିହାସରେ ଅନେକ ଥର ମେଣ୍ଟ ହୋଇଛି । ଏଥିରେ କିଛି ନୂତନତ୍ବ ନାହିଁ । ରାଜ୍ୟର ସାମଗ୍ରୀକ ବିକାଶ ହିଁ ବିଜେଡିର ଏକମାତ୍ର ଲକ୍ଷ୍ୟ ବୋଲି କହିଲେ ପ୍ରସନ୍ନ । ଅଧିକ ପଢନ୍ତ

ଦେଶ ଓ ରାଜ୍ୟ ରାଜନୀତିରେ ମେଣ୍ଟ କିଛି ନୂଆ କଥା ନୁହେଁ: ପ୍ରସନ୍ନ ଆଚାର୍ଯ୍ୟ
ଦେଶ ଓ ରାଜ୍ୟ ରାଜନୀତିରେ ମେଣ୍ଟ କିଛି ନୂଆ କଥା ନୁହେଁ: ପ୍ରସନ୍ନ ଆଚାର୍ଯ୍ୟ

ଦେଶ ଓ ରାଜ୍ୟ ରାଜନୀତିରେ ମେଣ୍ଟ କିଛି ନୂଆ କଥା ନୁହେଁ: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ନିର୍ବାଚନ ଚର୍ଚ୍ଚାକୁ ମଧ୍ୟ ବଳିଗଲାଣି ବର୍ତ୍ତମାନର ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା । ଉଭୟ ଦଳର ଶୀର୍ଷ ନେତୃତ୍ବ ସ୍ତରରେ ମେଣ୍ଟ ଆଲୋଚନା ଜାରି ରହଥିଲେ ସୁଦ୍ଧା କୌଣସି ଦଳର ନେତା ସିଧା ମୁହଁ ଖୋଲୁନାହାନ୍ତି । ହେଲେ ବିଜେପି ନେତାମାନେ ବେଳେବେଳେ ଏକା ଲଢିବା କଥା ଦୋହରାଉଛନ୍ତି । ମାତ୍ର ବିଜେଡି ପକ୍ଷରୁ କୌଣସି ନେତା ମେଣ୍ଟ ଚର୍ଚ୍ଚାରେ ସିଧା ପ୍ରତିକ୍ରିୟା ରଖୁନାହାନ୍ତି । ଆଜି ଏହାରି ମଧ୍ୟରେ ପୂର୍ବତନ ସାଂସଦ ତଥା ବିଜେଡିର ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଦେଶ ଓ ରାଜ୍ୟ ରାଜନୈତିକ ଇତିହାସରେ ମେଣ୍ଟ କିଛି ନୂଆ କଥା ନୁହେଁ । ହେଲେ ରାଜ୍ୟର ବିକାଶ ହିଁ ବିଜୁ ଜନତା ଦଳର ଏକମାତ୍ର ଲକ୍ଷ୍ୟ ଓ ଏଜେଣ୍ଡା ।

ବିଜେଡିର ବରିଷ୍ଠ ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘‘ମେଣ୍ଟକୁ ନେଇ ସତ୍ୟ ଓ ଅସତ୍ୟରେ କଣ ଅଛି ? ଭାରତୀୟ ରାଜନୀତିରେ ଏହା କଣ ନୂଆ ଘଟଣା ? ଭାରତୀୟ ବର୍ଷ ରାଜନୀତିରେ ଅତୀତରେ ଏପରି ଘଟଣା ଅନେକଥର ଘଟିଛି । ତେଣୁ ମେଣ୍ଟ ରାଜନୀତି ଭାରତ ଓ ଓଡ଼ିଶା ରାଜନୀତି ପାଇଁ ନୂଆ କଥା ନୁହେଁ । ଏଥିରେ କିଛି ନୂତନତ୍ବ ନାହିଁ । ଅତୀତରେ ଅନେକ ଥର ଏମିତି ଘଟଣା ଘଟିଛି । କଂଗ୍ରେସ ଦଳ ମଧ୍ୟ ମେଣ୍ଟ ରାଜନୀତି କରିଛି । ସ୍ବର୍ଗତ ନରସିହ୍ମା ରାଓଙ୍କ ସମୟରେ କଂଗ୍ରେସ ସରକାର ସଂଖାଲଘୁ ଥିଲା । ଅନ୍ୟ ଦଳର ସାହାଯ୍ୟ ଓ ସହଯୋଗରେ ସେ ସରକାର ଚାଲିଥିଲା ।’’

ସେହିପରି ଓଡିଶାବାସୀଙ୍କୁ ବିଜେଡି ଧୋକ୍କା ଦେଉଥିବା ଅଭିଯୋଗକୁ ପ୍ରସନ୍ନ ଖଣ୍ଡନ କରିଛନ୍ତି । କହିଛନ୍ତି, ‘‘ଓଡିଶାବାସୀଙ୍କୁ କି’ଏ ଧୋକା ଦେଉଛି ? ଯଦି ଆମେ ଓଡିଶାବାସୀଙ୍କୁ ଧୋକା ଦେଇଥାନ୍ତୁ, ୨୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଚାଲି ପାରିନଥାନ୍ତା । ଓଡ଼ିଶା ବାସୀଙ୍କ ପ୍ରତି ବିଶ୍ୱାସ ଘାତକତା କରିନାହୁଁ । ଆମେ ରାଜ୍ୟବାସୀଙ୍କ ବିଶ୍ୱାସ ଭାଜନ ହୋଇଛୁ । ନବୀନ ପଟ୍ଟନାୟକ ଓ ତାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ୨୫ ବର୍ଷ ଭିତରେ ଓଡ଼ିଶାବାସୀଙ୍କ ବିଶ୍ୱାସ ଭାଜନ ହୋଇପାରିଛି । ତେଣୁ ଓଡିଶାବାସୀ ବାରମ୍ବାର ସମର୍ଥନ ଦେଉଛନ୍ତି ।’’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ସାମଗ୍ରିକ ବିକାଶ, ପ୍ରଗତି ଓ ଉନ୍ନତି ବିଜେଡି ଦଳର ଏକମାତ୍ର ଚିନ୍ତା । ଏହା ହିଁ ତାଙ୍କ ଦଳର ପ୍ରଥମ ଓ ଶେଷ ମୁଦ୍ଦା । ଲକ୍ଷ୍ୟ ହାସଲ କରିବା ଓ ରାଜ୍ୟର ବିକାଶ ଆଗକୁ ନେବା ପାଇଁ ଅବିରତ ଭାବେ କାର୍ଯ୍ୟ ଚାଲିଛି । ଆଗକୁ ଆହୁରି ଯାହା ଦରକାର ତାହା ମଧ୍ୟ କରାଯିବ । ରାଜନୈତିକ ଦୃଷ୍ଟିକୋଣ ହେଉ କିମ୍ବା ସାଂଗଠନିକ ଦୃଷ୍ଟିକୋଣରୁ ଯାହା ଆବଶ୍ୟକ ତାହା ହେବ । ଓଡ଼ିଶାର ବିକାଶ, ଉନ୍ନତି ଓ ପ୍ରଗତି ତାଙ୍କର ଏକମାତ୍ର ପ୍ରସଙ୍ଗ ଓ ଲକ୍ଷ୍ୟ । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ପରେ ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନିଅନ୍ତି ତାହା ହିଁ ସର୍ବମାନ୍ୟ ହୁଏ ବୋଲି କହି ପ୍ରସନ୍ନ ଦଳୀୟ ଶୃଙ୍ଖଳାର ଉଦାହରଣ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.