ETV Bharat / politics

ବଲାଙ୍ଗୀର ରାଜନୀତିରେ ରାଜ ପରିବାର କଳି, ଏମିତି କହିଲେ ସାନ ବୋହୂ ଅଦ୍ରିଜା - Adrija On Domestic Violence

Adrija On Domestic Violence: ରାଜନୀତିରେ ପଶିଲା ରାଜ ପରିବାର କଳି । ସିଂଦେଓ ପରିବାରକୁ ମିଳିଥିବା ଟିକଟକୁ ବିରୋଧ କରି ଏମିତି କହିଲେ ଅଦ୍ରିଜା । ଅଧିକ ପଢନ୍ତୁ

Balangir Royal Family
Balangir Royal Family (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 6:35 PM IST

Balangir Royal Family (ETV Bharat Odisha)

ବଲାଙ୍ଗୀର: ରାଜାଘର କଳି ଏବେ ନେଇଛି ରାଜନୈତିକ ମୋଡ଼ । ନିର୍ଯାତନା ଅଭିଯୋଗ ଆଣୁଥିବା ସାନ ବୋହୂ ଅଦ୍ରିଜା ରାଜପରିବାରର ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ଅପିଲ କରିଛନ୍ତି । ଅଦ୍ରିଜା ମଞ୍ଜରୀ ସିଂଦେଓ ବଲାଙ୍ଗୀର ଆସି ରାଜପରିବାର ନାଁରେ ପୁଣି ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାସହ ସେ ବଲାଙ୍ଗୀରବାସୀଙ୍କୁ ଭୋଟ ନଦେବାକୁ ଅପିଲ କରିଛନ୍ତି। ସେପଟେ ତାଙ୍କ ସ୍ୱାମୀ ଅର୍କେଷ ନାରାୟଣ ସିଂଦେଓ କହିଛନ୍ତି, "ଏହା ବିରୋଧୀଙ୍କ ଅତି ହୀନ ରାଜନୀତି । କୋର୍ଟରେ ଥିବା ମାମଲାକୁ ନେଇ ଏମାନେ ରାଜନୀତି କରୁଛନ୍ତି। ଲୋକ ସତ କ'ଣ ଜାଣିଛନ୍ତି ଓ ଉଚିତ ଜବାବ ଦେବେ।"

ବଲାଙ୍ଗୀର ଏୟୁ ସିଂଦେଓ ରାଜା ପରିବାରର କଳି ଏବେ ରାଜନୈତିକ ମୋଡ଼ ନେଇଛି। ଅର୍କେଶଙ୍କ ପତ୍ନୀ ତଥା ସାନବୋହୂ ଅଦ୍ରିଜା ଅଭିଯୋଗ ଆଣିଛନ୍ତି,"ଯାହାଙ୍କ ଘରେ ମହିଳା ସୁରକ୍ଷିତ ନାହାନ୍ତି ତାଙ୍କୁ ଭୋଟ ନଦେବାକୁ ଅନୁରୋଧ ।" ସ୍ୱାମୀ ଓ ତାଙ୍କ ଦେଢଶୁରଙ୍କ ପାଇଁ ବୁଲି ବୁଲି ଭୋଟ ମାଗିଥିଲେ ବୋଲି କହିଛନ୍ତି ଅଦ୍ରିଜା । ଉଭୟ ଗତ ନିର୍ବାଚନରେ ପରାଜିତ ହୋଇଥିଲେ। ସେହି ଦିନଠୁ ତାଙ୍କ ଉପରେ ଯୌତୁକ ଓ ଟଙ୍କା ପାଇଁ ତାଙ୍କ ଶ୍ବଶୁର ଘର ଚାପ ପକାଇବା ସହ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଛନ୍ତି ବୋଲି ସେ କହିଛନ୍ତି। ଏଭଳି ସମୟରେ ପୁଣି ବିଜେଡି କଳିକେଶଙ୍କୁ ଟିକଟ ଦେବା ଘଟଣାକୁ ବିରୋଧ କରିଛନ୍ତି ଅଦ୍ରିଜା ।

ସେପଟେ ଅଦ୍ରିଜାଙ୍କ ଅଭିଯୋଗର ଜବାବ ରଖିଛନ୍ତି ତାଙ୍କ ସ୍ୱାମୀ ଅର୍କେଷ ନାରାୟଣ ସିଂଦେଓ। ସେ କହିଛନ୍ତି, "ଅନ୍ୟ ଘର ଲୋକଙ୍କ ତରକାରୀରେ ଭୋଜି ମନାଇବା ଅର୍ଥାତ ପରର ତୁନରେ ଫୁସପୁନି ଭୋଜି ଓ ପରର ସ୍ତ୍ରୀକୁ ନେଇ ରାଜନୀତି ।" ଏଭଳି ହୀନ ରାଜନୀତି ବିରୋଧୀ କରୁଛନ୍ତି। ସିଧାସଳଖ ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ସାନ ପୁଅ ସମରେନ୍ଦ୍ରଙ୍କୁ ଟାର୍ଗେଟ୍ କରିଛନ୍ତି ଅର୍କେଶ । ସେ କହିଛନ୍ତି, "ଏହା ପୁରୁଣା କଥା ଅଟେ । ତେଣୁ ସେମାନେ କିଛି ନୂଆ ସ୍କ୍ରିପ୍ଟ ଓ ନୂଆ ଅଭିନେତା ଆଣନ୍ତୁ, ଯାହାଦ୍ୱାରା ନାଟକ ଚାଲିବ ।" ସେହିପରି ତାଙ୍କ ବୈବାହିକ ଜୀବନରେ ବାଧା ଆସିଥିବାବେଳେ ମାମଲା ଏବେ କୋର୍ଟରେ ବିଚାରଧୀନ ଅଛି। କୋର୍ଟଙ୍କୁ ବିଶ୍ୱାସ ନକରି ତାଙ୍କ ସ୍ତ୍ରୀ ବିରୋଧୀଙ୍କ ସହ ମିଶି ତାଙ୍କ ପ୍ରରୋଚନାରେ ଏଭଳି କହିବା ନୂଆ ନୁହେଁ ବୋଲି ସେ କହିଛନ୍ତି।

ଏହା ବି ପଢନ୍ତୁ...୨ୟ ଥର ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇବାର ସୌଭାଗ୍ୟ ମିଳିଛି: କଳିକେଶ - CM Contest From Kantabanjhi

ସୂଚନା ଅନୁସାରେ, ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ପୁଅ ଅର୍କେଷ ନାରାୟଣ ସିଂଦେଓଙ୍କ ବିବାହ କିଛି ବର୍ଷ ତଳେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭି ପି ସିଂହଙ୍କ ନାତୁଣୀ ଅଦ୍ରିଜା ମଞ୍ଜରୀଙ୍କ ସହିତ ହୋଇଥିଲା। ବିବାହ ପରେ ଅର୍କେଷ ନାରାୟଣ ସିଂଦେଓ ନିର୍ବାଚନରେ ବିଧାନସଭା ପ୍ରାର୍ଥୀ ହୋଇଥିଲେ। ହେଲେ ସେ ଅଳ୍ପ ବ୍ୟବଧାନରେ ନରସିଂହ ମିଶ୍ରଙ୍କଠାରୁ ହାରିଥିଲେ। ସେପଟେ ଏହା ପରେ ତାଙ୍କ ବୈବାହିକ ଜୀବନରେ ତିକ୍ତତା ଆସିଥିଲା । ମାମଲା ଦୁଇ ପକ୍ଷରୁ ଦାୟର ହୋଇଥିଲା। ଯାହା ଏବେ କୋର୍ଟରେ ବିଚାରଧୀନ ଅଛି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.