ETV Bharat / politics

ବିଜେପିର ୨ୟ ତାଲିକାରେ 5 କେନ୍ଦ୍ରମନ୍ତ୍ରୀ, ନିର୍ବାଚନୀ ଡେବ୍ୟୁ କରିବେ ଗୋଏଲ - 2024 General poll

Piyush Goyal Set For Electoral Debut: ବିଜେପିର ପ୍ରଥମ ତାଲିକାରେ ସ୍ଥାନ ପାଇଥିଲେ 34 କେନ୍ଦ୍ରମନ୍ତ୍ରୀ । ଏଥର ୨ୟ ତାଲିକାରେ 5 କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଟିକେଟ । 3 ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଲୋକସଭା ମୈଦାନକୁ ଓହ୍ଲାଇଲା ଦଳ । ଅଧିକ ପଢନ୍ତୁ

ବିଜେପିର ୨ୟ ତାଲିକାରେ 5 କେନ୍ଦ୍ରମନ୍ତ୍ରୀ, ନିର୍ବାଚନ ଡେବ୍ୟୁ କରିବେ ପିୟୁଷ ଗୋଏଲ

author img

By ETV Bharat Odisha Team

Published : Mar 13, 2024, 10:03 PM IST

ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟି (ବିଜେପି) 2ୟ ପର୍ଯ୍ୟାୟରେ ଘୋଷଣା କରିଥିବା 72 ପ୍ରାର୍ଥୀଙ୍କ ମଧ୍ୟରେ 5ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ, କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ପିୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ରାଓ ଇନ୍ଦ୍ରଜିତ ସିଂ ରହିଛନ୍ତି । ତେବେ କେନ୍ଦ୍ରରେ ରେଳ, ଅର୍ଥ ଓ ବାଣିଜ୍ୟ ପରି ଏକାଧିକ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିବା ପିୟୁଷ ଗୋଏଲ ପ୍ରଥମ ଥର ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛନ୍ତି ।

ଗୋଏଲ ପୂର୍ବରୁ 3 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଏଥର 370 ଆସନ ଜିତିବାର ଲକ୍ଷ୍ୟ ନେଇ ନିର୍ବାଚନ ଲଢିବାକୁ ଯାଉଥିବା ଭାରତୀୟ ଜନତା ପାର୍ଟି ତାଙ୍କୁ ମୁମ୍ବାଇ-ଉତ୍ତର ଲୋକସଭା ଆସନରୁ ଲଢାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । 2014 ରୁ ଦଳର ଅନ୍ୟ ପ୍ରମୁଖ ନେତା ଗୋପାଲ ସେଟ୍ଟୀ ଏହି ଆସନରେ ସାଂସଦ ରହିଆସିଛନ୍ତି । ତେବେ ଏହି ପର୍ଯ୍ୟାୟରେ ପିୟୁଷ ପ୍ରଥମ ଥର ନିର୍ବାଚନ ଲଢିବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ତାଲିକାରେ ମଧ୍ୟ ପ୍ରଥମଥର ସାଧାରଣ ନିର୍ବାଚନ ଲଢିବାକୁ ଯାଉଥିବା କେନ୍ଦ୍ରମନ୍ତ୍ରୀ ରହିଥିଲେ । ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ, କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ ଚଳିତ ସାଧାରଣ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ଆଜି ତାଲିକାରେ ମାତ୍ର 5ଜଣ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ପ୍ରଥମ ତାଲିକାରେ ଏହି ସଂଖ୍ୟା 34 ଥିଲା । ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ମୃତି ଇରାନୀଙ୍କ ପରି ପ୍ରମୁଖ ଚେହେରା ଥିଲେ । ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦି ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ବାରାଣାସୀରୁ ଚଳିତ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗତ ତାଲିକାରେ ଦଳର 34ଜଣ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ 2 ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଥିଲେ । ତେବେ ଚଳିତଥର 5 କେନ୍ଦ୍ରମନ୍ତ୍ରୀଙ୍କ ସହ ହରିୟାଣା, କର୍ଣ୍ଣାଟକ ଓ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ବିଜେପି 3 ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲୋକସଭା ନିର୍ବାଚନୀ ମୈଦାନକୁ ଉହ୍ଲାଇଛି । ଦଳ ଏକାକୀ ଏଥର 370 ରୁ ଅଧିକ ଓ ଏନଡିଏ ସହଯୋଗୀ ଦଳଙ୍କ ସଂଖ୍ୟା ମିଶାଇ 400 ଆସନ ହାତେଇବାର ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.