ETV Bharat / politics

ସରିଲା ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ମୋଟ 64% ମତଦାନ ଆକଳନ - Lok Sabha Election 2024 - LOK SABHA ELECTION 2024

LOK SABHA ELECTION
LOK SABHA ELECTION
author img

By ETV Bharat Odisha Team

Published : Apr 26, 2024, 7:13 AM IST

Updated : Apr 26, 2024, 8:47 PM IST

20:45 April 26

ସରିଲା ଦ୍ବିତୀୟ ପର୍ଯ୍ୟାୟ ମତଦାନ; ମୋଟ 64% ମତଦାନ ଆକଳନ

LOK SABHA ELECTION
LOK SABHA ELECTION

ସରିଛି ଲୋକସଭା ନିର୍ବାଚନ ଲାଗି ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଆଜି 88ଟି ଆସନ ପାଇଁ ଶେଷ ହୋଇଛି ମତଦାନ । ତେବେ ଆକଳନ ଅନୁସାରେ 12 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 88ଟି ଆସନ ଲାଗି ମୋଟ 64 ପ୍ରତିଶତ ମତଦାନ ହୋଇଛି । ଆସନ୍ତା 24 ଘଣ୍ଟାରେ ଏହାର ଚୂଡ଼ାନ୍ତ ତଥ୍ୟ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକାଶ ପାଇବ । ତେବେ ଆଜି ରାତି 8ଟା ସୁଦ୍ଧା କେଉଁଠି କେତେ ମତଦାନ ହୋଇଛି ବିସ୍ତୃତ ଭାବରେ ଜାଣନ୍ତୁ..

19:34 April 26

ଧର୍ମ ନାଁରେ ଭୋଟ ମାଗିବା ଅଭିଯୋଗ, ବିଜେପି ସାସଂଦ ତେଜସ୍ବୀଙ୍କ ନାଁରେ ମାମଲା

ବେଙ୍ଗାଲୁରୁ: ଧର୍ମ ନାଁରେ ଭୋଟ ମାଗିବା ପଡିଲା ମହଙ୍ଗା । ବିଜେପି ସାସଂଦ ତଥା ବେଙ୍ଗାଲୁରୁ (ଦକ୍ଷିଣ) ପ୍ରାର୍ଥୀ ତେଜସ୍ବୀ ସୂର୍ଯ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି । ତେଜସ୍ବୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଧର୍ମ ନାଁରେ ଭୋଟ ଭିକ୍ଷା କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଆଜି (ଶୁକ୍ରବାର) ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

18:07 April 26

ସନ୍ଧ୍ୟା 5ଟା ସୁଦ୍ଧା କେଉଁଠି କେତେ ମତଦାନ ?

LOK SABHA ELECTION
LOK SABHA ELECTION

2024 ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ସନ୍ଧ୍ୟା 5ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ 76.80 ପ୍ରତିଶତ ମତଦାନ ହୋଇଛି । ସେହିପରି ସର୍ବନିମ୍ନ ମତଦାନ ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି । ଏଯାବତ ଉତ୍ତର ପ୍ରଦେଶରେ 52.64% ଭୋଟିଂ ହୋଇଛି । ଅନ୍ୟ କେଉଁଠି କେତେ ମତଦାନ ହୋଇଛି ବିସ୍ତୃତ ଭାବରେ ଜାଣନ୍ତୁ ।

17:38 April 26

ଭୋଟିଂ ବେଳେ ଅଘଟଣ; କର୍ଣ୍ଣାଟକରେ ସହକାରୀ ପୋଲିଂ ଅଫିସରଙ୍କ ମୃତ୍ୟୁ

Assistant Presiding Officer Dies
Assistant Presiding Officer Dies

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଆଜି 14ଟି ଲୋକସଭା ଆସନରେ ପଡୁଛି ଭୋଟ । ଏହି ସମୟରେ ପୋଲ ଡ୍ୟୁଟିରେ ଥିବା ଜଣେ ସହକାରୀ ପ୍ରିଜାଇଡିଂ ଅଫିସର (APRO)ଙ୍କ ମୃତ୍ୟୁ ଘଟିଛି । ତାଙ୍କ ନାମ ଯଶୋଧମ୍ମା (55) ଯିଏକି ଚଲ୍ଲାକେରେ ସହରର ବିଠାଲା ନଗରର ଅଧିବାସୀ ବୋଲି ଜଣାପଡ଼ିଛି । ସେ ଚିତ୍ରଦୁର୍ଗ ଜିଲ୍ଲାରେ ହେଟ୍ଟାପ୍ପାନହାଲିର ବୁଥ ନଂ-202ରେ ଡ୍ୟୁଟିରେ ଥିଲେ । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସେ ଡ୍ୟୁଟିରେ ଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ରକ୍ତଚାପ ହ୍ରାସ ପାଇବା ପରେ ତାଙ୍କୁ ତୁରନ୍ତ ଚଲ୍ଲାକେରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ପାଇବା ପରେ ହସ୍ପିଟାଲରେ ଉପଜିଲ୍ଲାପାଳ କୁମାରସ୍ବାମୀ ପହଞ୍ଚିଥିବା ଜଣାପଡ଼ିଛି ।

17:20 April 26

ମିଳୁନି ମୌଳିକ ସୁବିଧା, ମହାରାଷ୍ଟ୍ର-ରାଜସ୍ଥାନରେ ଗ୍ରାମବାସୀଙ୍କ ଭୋଟ ବର୍ଜନ

Vote Boycott
Vote Boycott

ରାଜସ୍ଥାନମହାରାଷ୍ଟ୍ରର କିଛି ଗ୍ରାମରେ ମୌଳିକ ସୁବିଧା ନ ମିଳୁଥିବାରୁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର 4ଟି ଗ୍ରାମର ଲୋକଙ୍କ ନିକଟରେ ମୌଳିକ ସୁବିଧା ଯେପରିକି ପାଣି, ବିଦ୍ୟୁତ ସେବା ପହଞ୍ଚିନଥିବା ବେଳେ ଗାଁକୁ ପକ୍କା ରାସ୍ତା ବି ନାହିଁ । ଏଥିଲାଗି ରାଙ୍ଗୁବେଲି, ଧୋକଡ଼ା, କୁଣ୍ଡ ଓ ଖାମଡ଼ା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ସେହିପରି ରାଜସ୍ଥାନର ବଲୱାନ୍ତା ଗ୍ରାମର ଲୋକେ ମଧ୍ୟ ଭୋଟ ବର୍ଜନ କରିଛନ୍ତି । ଏହା ଗାଁଟି ପୁସ୍କର ନିର୍ବାଚନ ମଣ୍ଡଳୀ ମଧ୍ୟରେ ଆସୁଥିବା ବେଳେ ଏଠାରେ ସ୍ଥାନୀୟ ବିଧାୟକ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ମନ୍ତ୍ରୀ। ତଥାପି ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାରୁ ଭୋଟ ବର୍ଜନ କରିଛନ୍ତି ।

15:57 April 26

ଅପରାହ୍ନ 3ଟା ସୁଦ୍ଧା କେଉଁଠି କେତେ ମତଦାନ ?

LOK SABHA ELECTION
LOK SABHA ELECTION

ଅପରାହ୍ନ 3ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ 68.92% ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 43.01% ମତଦାନ ହୋଇଛି । ସେହିପରି ଆସାମରେ 60.32 ପ୍ରତିଶତ, ବିହାରରେ 44.24, ଛତିଶଗଡ଼ରେ 63.92, ଜମ୍ମୁକାଶ୍ମୀରରେ 57.76 ପ୍ରତିଶତ ମତଦାନ ହୋଇଛି । ଆଉ କେଉଁଠି କେତେ ମତଦାନ ହୋଇଛି ବିସ୍ତୃତ ଭାବରେ ଜାଣନ୍ତୁ ।

13:50 April 26

ଦିନ 1ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ ମତଦାନ

ତ୍ରିପୁରାରେ ସର୍ବାଧିକ ମତଦାନ
ତ୍ରିପୁରାରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ: ଦିନ 1ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ 54.47 ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 31.77 ପ୍ରତିଶତ ମତଦାନ ହୋଇଛି । ଆସାମରେ 46.31%, ବିହାର 33.80%, ଛତିଶଗଡରେ 53.09%, ଜମ୍ମୁ-କାଶ୍ମୀର 42.88%, କର୍ଣ୍ଣାଟକ 38.23%, କେରଳ39.26%, ମଧ୍ୟପ୍ରଦେଶ 38.96%, , ମଣିପୁର 54.26% , ରାଜସ୍ଥାନ 40.39%, ଉତ୍ତରପ୍ରଦେଶ 35.73%, ପଶ୍ଚିମବଙ୍ଗ 47.29% ।

12:06 April 26

ଦିନ 11ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ,ମହାରାଷ୍ଟ୍ରରେ ସର୍ବନିମ୍ନ ମତଦାନ

ନୂଆଦିଲ୍ଲୀ: ଦିନ 11ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ 36.42 ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 18.83 ପ୍ରତିଶତ ମତଦାନ ହୋଇଛି । ଆସାମରେ 27.43%, ବିହାର 21.68%, ଛତିଶଗଡରେ 35.47%, ଜମ୍ମୁ-କାଶ୍ମୀର 35.47%, କର୍ଣ୍ଣାଟକ 22.34%, କେରଳ 25.61%, ମଧ୍ୟପ୍ରଦେଶ 25.61%, ମହାରାଷ୍ଟ୍ରର 18.83% , ମଣିପୁର 33.22% , ରାଜସ୍ଥାନ 26.84%, ଉତ୍ତରପ୍ରଦେଶ 24.31%, ପଶ୍ଚିମବଙ୍ଗ 31.25% ।

10:31 April 26

ମତଦାନ କଲେ ଶଶୀ ଥରୁର

ଥିରୁଅନନ୍ତପୁରମ: ମତଦାନ କଲେ କଂଗ୍ରେସର ସାଂସଦ ପ୍ରାର୍ଥୀ ଶଶୀ ଥରୁର । ଥିରୁଅନନ୍ତପୁରମ ଆସନରୁ ସେ ପ୍ରାର୍ଥୀ ହୋଇଥିବା ବେଳେ ଆଜି ଭୋଟ ଦେଇଛନ୍ତି ।

10:30 April 26

ମତ ସାବ୍ୟସ୍ତ କଲେ ଅନିଲ କୁମ୍ବଲେ

ବେଙ୍ଗାଲୁରୁ: ମତ ସାବ୍ୟସ୍ତ କଲେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ । ବେଙ୍ଗାଲୁରୁ ଏକ ପୋଲିଂ ବୁଥରେ ସେ ଓ ତାଙ୍କ ପତ୍ନୀ ଭୋଟ ଦେଇଛନ୍ତି ।

10:29 April 26

ଭୋଟ ଦେଲେ ଓମ ବିର୍ଲା

ଜୟପୁର: କୋଟା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ଓମ ବିର୍ଲା ଶକ୍ତିନଗର ଅଞ୍ଚଳରେ ଭୋଟ ଦେଇଛନ୍ତି । ଏହି ଆସନରେ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି ପ୍ରହ୍ଲାଦ ଗୁଞ୍ଜଲ । ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆଜି ରାଜସ୍ଥାନ 13 ଟି ଆସନରେ ଭୋଟ ଗ୍ରହଣ କରାଯାଉଛି ।

10:11 April 26

ସକାଳ 9ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ,ମହାରାଷ୍ଟ୍ରରେ ସର୍ବନିମ୍ନ ମତଦାନ

ନୂଆଦିଲ୍ଲୀ: ସକାଳ 9ଟା ସୁଦ୍ଧା ତ୍ରିପୁରାରେ ସର୍ବାଧିକ 16.65 ପ୍ରତିଶତ ମତଦାନ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବନିମ୍ନ 7.45 ପ୍ରତିଶତ ମତଦାନ ହୋଇଛି । ଆସାମରେ 9.71 %, ବିହାର 9.84 %, ଛତିଶଗଡରେ 15.42 %, ଜମ୍ମୁ-କାଶ୍ମୀର 10.39 %, କର୍ଣ୍ଣାଟକ 9.21 %, କେରଳ 11.98 %, ମଧ୍ୟପ୍ରଦେଶ 13.82 %, ମହାରାଷ୍ଟ୍ରର 7.45 % , ମଣିପୁର 15.49 % , ରାଜସ୍ଥାନ 11.77 %, ଉତ୍ତରପ୍ରଦେଶ 11.76 %, ପଶ୍ଚିମବଙ୍ଗ 15.68% ।

09:07 April 26

ମତଦାନ କଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ

ଜୟପୁର: ଯୋଧପୁରରେ ମତଦାନ କଲେ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଆଜି ରାଜସ୍ଥାନର 13 ଆସନରେ ଭୋଟ ଗ୍ରହଣ କରିବେ ।

09:06 April 26

ମତଦାନ କଲେ ବିଜେପି ପ୍ରାର୍ଥୀ ଅରୁଣ ଗୋଭିଲ

ଲକ୍ଷ୍ନୌ: ଆଜି ବଲିଉଡ ଅଭିନେତା ଅରୁଣ ଗୋଭିଲଙ୍କ ଭାଗ୍ୟ ପରୀକ୍ଷା । ମେରଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ମତ ସାବ୍ୟସ୍ତ କରିଛନ୍ତି ଅରୁଣ । ଭୋଟ ଦେବା ପରେ ସେ କହିଛନ୍ତି, '' ମୁଁ ଲୋକମାନଙ୍କୁ କହିବାକୁ ଚାହେଁ ସମସ୍ତେ ଭୋଟ୍ ଦିଅନ୍ତୁ। ଆମକୁ ଆମର ଭୋଟ୍ ଦେବାକୁ ପଡିବ। ''

09:00 April 26

ବିବାହ ପୂର୍ବରୁ ବର ବେଶରେ ଆସି ଭୋଟ ଦେଲେ ଯୁବକ

ମୁମ୍ବାଇ: ବିବାହ କରିବା ପୂର୍ବରୁ ବର ବେଶରେ ଆସି ମତ ସାବ୍ୟସ୍ତ କଲେ ମତଦାତା । ଅମରାବତୀର ଏକ ପୋଲିଂ ବୁଥରେ ସେ ମତ ସାବ୍ୟସ୍ତ କରିଛନ୍ତି । ମହାରାଷ୍ଟ୍ରର 8ଟି ଆସନରେ ମତଦାନ ଜାରି ରହିଛି ।

07:54 April 26

ମତ ସାବ୍ୟସ୍ତ କଲେ ବିଜେପି ନେତ୍ରୀ ବସୁନ୍ଧରା ରାଜେ

ଜୟପୁର: ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ମତ ସାବ୍ୟସ୍ତ କଲେ ବିଜେପି ନେତ୍ରୀ ବସୁନ୍ଧରା ରାଜେ । ଝଲାୱାର ପୋଲିଂ ବୁଥରେ ସେ ଭୋଟ ଦେଇଛନ୍ତି । ରାଜସ୍ଥାନର 13ଟି ଆସନରେ ମତଦାନ ଜାରି ।

07:52 April 26

ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ବିଏସ୍ ମତଦାନ କେନ୍ଦ୍ରରେ ଭୋଟ ଦେଲେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ କର୍ଣ୍ଣାଟକର 14 ଟି ଆସନରେ ମତଦାନ ଜାରି ରହିଛି ।

07:35 April 26

ମତ ସାବ୍ୟସ୍ତ କଲେ ନାରାୟଣ ମୁର୍ତ୍ତୀ ଓ ସୁଧା ମୂର୍ତ୍ତି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ବିଇଏସ ପୋଲିଂ ବୁଥରେ ମତଦାନ କରିଛନ୍ତି ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀ । ପ୍ରତି ପାଞ୍ଚ ବର୍ଷରେ ଥରେ ଆମେ ଆମ ଅଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଉଛେ । ତେଣୁ ସମସ୍ତେ ଭୋଟ ଦେବା ଉଚିତ ବୋଲି କହିଛନ୍ତି ନାରାୟଣ । ବିଶିଷ୍ଟ ସମାଜସେବୀ ତଥା ଜଣାଶୁଣା ଲେଖିକା ସୁଧା ମୂର୍ତ୍ତି ମଧ୍ୟ ମତଦାନ କରିଛନ୍ତି ।

07:35 April 26

ଭୋଟ ଦେଲେ 94 ବର୍ଷିୟା ବୃଦ୍ଧା

ଇମ୍ଫାଲ: ମଣିପୁରରେ ଗୋଟିଏ ଲୋକସଭା ଆସନ ପାଇଁ ଆରମ୍ଭ ହୋଇଛି ମତଦାନ । ଉଖରୁଲ ଆଉଟର ମଣିପୁରର ପୋଲିଂ ବୁଥରେ ଭୋଟ ଦେଲେ 94 ବର୍ଷିୟା ବୃଦ୍ଧା ମହିଳା ।

06:57 April 26

ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯେତେ ଅଧିକ ମତ ସାବ୍ୟସ୍ତ କରିବେ, ଆମର ଗଣତନ୍ତ୍ର ସେତେ ଶକ୍ତିଶାଳୀ ହେବ। ଆମର ଯୁବ ଭୋଟର ତଥା ଦେଶର ମହିଳା ଶକ୍ତି ପାଇଁ ମୋର ଏକ ବିଶେଷ ନିବେଦନ ଯେ ସେମାନେ ଭୋଟ୍ ଦେବା ପାଇଁ ଉତ୍ସାହର ସହିତ ଆଗକୁ ଆସିବା ଉଚିତ୍ । ତୁମର ଭୋଟ୍ ତୁମର ସ୍ୱର ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

06:11 April 26

ଆଜି ଦ୍ବିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଆଜି ଦ୍ବିତୀୟ ପର୍ଯ୍ୟାୟ ମତଦାନ । 12ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 88 ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଧାଡିରେ ଛିଡା ହୋଇ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ସକାଳ 7ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ 5ଟାରେ ଶେଷ ହେବ । ଏଥିପାଇଁ ପୋଲିଂ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଜି 1202 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

Last Updated : Apr 26, 2024, 8:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.