ETV Bharat / politics

କଂଗ୍ରେସ ଛାଡୁଛନ୍ତି ଟାଣୁଆ ନେତା, କେନ୍ଦ୍ରାପଡାରେ ସତ୍ତା ହରାଇବ କି ଦଳ ? - Election 2024

author img

By ETV Bharat Odisha Team

Published : Apr 5, 2024, 1:46 PM IST

Election 2024: କେନ୍ଦ୍ରାପଡା ଜିଲ୍ଲାରେ ଭାଙ୍ଗୁଛି କଂଗ୍ରେସ ଗଡ । ଜଣେ ପରେ ଜଣେ ଦୃଢ଼ ନେତୃତ୍ବ ଛାଡୁଛନ୍ତି ହାତ । ପ୍ରଥମେ ଅଂଶୁମାନ ଆଉ ଏବେ ଗଣେଶ୍ୱର । ଉଭୟ ନେତା ରାଜନଗର ଏବଂ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନ ସମର୍ଥନ ସଂଗ୍ରହ ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ଏହି ଦୁଇଜଣ ଏବେ ଦଳ ଛାଡିବା ଜିଲ୍ଲା କଂଗ୍ରେସକୁ ପଛକୁ ଟାଣି ନେଇଛି । ଅଧିକ ପଢନ୍ତୁ

Election 2024
Election 2024
Election 2024

କେନ୍ଦ୍ରାପଡା: ସାରା ରାଜ୍ୟରେ ଜଣଙ୍କ ପରେ ଜଣେ କଂଗ୍ରେସ ନେତା ଦଳ ଉପରୁ ଆସ୍ଥା ତୁଟାଇ ଦଳରୁ ଇସ୍ତଫା ଦେଉଛନ୍ତି । ଗଣତନ୍ତ୍ରର ମହାପର୍ବରେ ଦଳ ଡିଆଁ ମଧ୍ୟ ସାମିଲ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି କଂଗ୍ରେସ ଦଳକୁ ବାଏ ବାଏ କହି ବିଜେଡିର ମିଶିବା ପରେ ଦଳ କେନ୍ଦ୍ରାପଡା ଲୋକସଭା ପାଇଁ ପ୍ରାର୍ଥୀ କରିଛି । ତେବେ ଅଂଶୁମାନ ଇସ୍ତଫା ଦେବା ପରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ଗଣେଶ୍ୱର ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ, "କଂଗ୍ରେସ ଛାଡି ଅନେକ ଅନୁତପ୍ତ" ଓ ଅଂଶୁମାନ ନିଜ ଭବିଷ୍ୟତ ପାଇଁ ଦଳ ଛାଡିଥିବା କହିଥିବା ବେଳେ ଏବେ ସେଇ ପଥର ପଥିକ ସାଜିଛନ୍ତି ଖୋଦ ଗଣେଶ୍ୱର।

ଏହା ମଧ୍ୟ ପଢନ୍ତୁ: ହାତ ଛାଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଅଂଶୁମାନ ମହାନ୍ତି, ପିସିସି ସଭାପତିଙ୍କୁ ଦେଲେ ଇସ୍ତଫା ପତ୍ର

ଗତ ଚାରିଦିନ ତଳେ କଂଗ୍ରେସ ଦଳରୁ ନିଜେ ଇସ୍ତଫା ଦେଇଛନ୍ତି ଗଣେଶ୍ୱର ବେହେରା । ତେବେ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖି ଗଣେଶ୍ୱର କହିଥିଲେ, "କଂଗ୍ରେସ ଦଳରୁ ଲଢ଼ି ବିଜୟୀ ହେବା ସମ୍ଭାବନା କ୍ଷୀଣ ।" ଏହି ପ୍ରତିକ୍ରିୟାକୁ ଏବେ ଟାର୍ଗେଟ କରିଛନ୍ତି ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଫୁଲ୍ଲ ଦାସ । ସେ କହିଛନ୍ତି, "ଗଣେଶ୍ୱରଙ୍କୁ କଂଗ୍ରେସ ଦୁଇଦୁଇଥର ବିଧାୟକ ଓ ଥରେ ମନ୍ତ୍ରୀ ହେବାର ସୁଯୋଗ ଦେଇଥିବା କହିଥିବା ବେଳେ ସେତେବେଳେ କ୍ଷମତାରେ ରହି କେନ୍ଦ୍ରାପଡା ଲୋକଙ୍କ ସେବା କରିବା କଥା କାହିଁକି ଚିନ୍ତା କରୁନଥିଲେ? ଦଳ ଯାହାକୁ ନେତୃତ୍ୱ ଦିଏ ଲୋକେ ତାହାକୁ ପସନ୍ଦ କଲେ ସେ ନେତା ହୋଇଥାଏ ଆଉ ଏବେ ଗଣେଶ୍ୱର ବେହେରା ନେତା କି ନାଁ ସେନେଇ ନିଜେ ଚିନ୍ତା କରନ୍ତୁ?"

ଏହା ମଧ୍ୟ ପଢନ୍ତୁ: କଂଗ୍ରେସ ସହ 40 ବର୍ଷର ସଂପର୍କ ତୁଟାଇଲେ ଗଣେଶ୍ୱର ବେହେରା, ଫୁଙ୍କି ପାରନ୍ତି ଶଙ୍ଖ - Ganeswar Behera Quits Congress

ସେହିପରି ସାରା ଦେଶରେ ଲୋକେ କଂଗ୍ରେସ ଉପରୁ ଆସ୍ଥା ହରାଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ଦଳ ପ୍ରତି ଭରସା ତୁଟାଇ ଅଂଶୁମାନ, ଗଣେଶ୍ୱରଙ୍କ ଭଳି ଟାଣୁଆ ସଂଗଠକ କଂଗ୍ରେସ ଦଳ ଛାଡୁଥିବା କରିଥିବା କହିଛନ୍ତି ରାଜନୀତି ସମୀକ୍ଷକ । ରାଜନୈତିକ ପ୍ରତିବଦ୍ଧତା ରଖି ଲୋକଙ୍କ ପାଇଁ କାମ କରିବାକୁ ଚେଷ୍ଟା କରୁଥିବା ଲୋକ ହିଁ ଦଳ ଛାଡ଼ିଥାଏ । ଅନ୍ୟପଟେ ନିଜକୁ କଂଗ୍ରେସ କହୁଥିବା ନେତା ଓ ଜନତା ଗତ କିଛି ବର୍ଷ ଧରି କଂଗ୍ରେସ ବଦଳରେ ବିଜେଡିକୁ ଭୋଟ ଦେଉଥିବା କହିଛନ୍ତି ସମୀକ୍ଷକ । ତେବେ ଆଳି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥଶର୍ମାଙ୍କ ଝିଅ ଡ଼ଃ ଦେବସ୍ମିତା ଶର୍ମା ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବଙ୍କୁ କଡା ଟକ୍କର ଦେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଇଟିଭି ଭାରତ,କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.