ETV Bharat / politics

ଗୃହରେ ASO ମାଡ଼ ଝଡ: ନବୀନଙ୍କ ନିଶାନାରେ ମୋହନ ସରକାର, ଆଇନ ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧର - ASO ASSAULT CASE In Assembly - ASO ASSAULT CASE IN ASSEMBLY

Naveen Patnaik On ASO Assault Case: ଆରମ୍ଭରୁ କମ୍ପିଲା ଗୃହ । ASOଙ୍କୁ ରାଜ୍ୟପାଳ ପୁଅଙ୍କ ମାଡ଼ ଅଭିଯୋଗ ଘଟଣାରେ ରାଜ୍ୟ ସରକାରକୁ ନିଶାନା । ରାଜ୍ୟପାଳଙ୍କ ଅଭିଭାଷଣକୁ ବରଖାସ୍ତ କରି କକ୍ଷତ୍ୟାଗ କଲେ ବିରୋଧୀ । କେବେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରଶ୍ନ ପରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଅଧିକ ପଢନ୍ତୁ

Naveen Patnaik On ASO Assault Case
Naveen Patnaik On ASO Assault Case (ETV Bharat Odisha)
author img

By ETV Bharat Odisha Team

Published : Jul 22, 2024, 4:06 PM IST

Updated : Jul 22, 2024, 5:41 PM IST

ଭୁବନେଶ୍ବର: ଆଜି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ କମ୍ପିଲା ଗୃହ । ଉଠିଲା ASOଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତଙ୍କ ମାଡ଼ ମରା ଅଭିଯୋଗ ଘଟଣା । ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଘଟଣାରେ କେବେ କାର୍ଯ୍ୟାନୁଷ୍ଠାନ ନେଇ ନବୀନ ମୋହନ ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗ ତାଙ୍କୁ ଓ ତାଙ୍କ ଦଳକୁ ଆଘାତ ଦେଇଛି ବୋଲି କହିବା ସହ, ରାଜ୍ୟପାଳ ଅଭିଭାଷଣ ରଖୁଥିବା ସମୟରେ କକ୍ଷତ୍ୟାଗ କରିଥିଲେ ବିଜେଡି ବିଧାୟକ ।

ବିଧାନସଭାରେ ASO ପ୍ରସଙ୍ଗ (ETV Bharat Odisha)

ମୋହନ ସରକାରକୁ ନବୀନଙ୍କ ପ୍ରଶ୍ନ:-

ଏନେଇ ବିରୋଧୀ ଦଳ ନେତା ନବୀନ କହିଛନ୍ତି, "ମୁଁ ଓ ମୋ ଦଳ ଅତି ଦୁଃଖିତ କାରଣ ବର୍ତ୍ତମାନର ରାଜ୍ୟ ସରକାର ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି, ଯିଏକି ସରକାରୀ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ମୋତେ ଆଘାତ ଦେଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗି ଯାଇଛି । ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ଵି ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ ଥିବାରୁ, ଆମେ ଗୃହ ପରିତ୍ୟାଗ କଲୁ ।"

ASO ମାଡ଼ ଘଟଣାରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ:-

ASO ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ମୁଁହ ଖୋଲିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି, "ମୋହନ ସରକାର, ଲୋକଙ୍କ ସରକାର । ଓଡ଼ିଆ ଅସ୍ମିତାକୁ ବଞ୍ଚାଇ ରଖିବାକୁ ଦୀର୍ଘ ବର୍ଷ ହେବ ଚାଲିଥିବା ଲଢେଇର ପ୍ରତିଫଳନ ଏ ସରକାର । ପୂର୍ବରୁ ୨୪ ବର୍ଷର ସରକାର ଥିଲା । ନିଜ ଅକର୍ମ ପଣିଆକୁ ପାଇଁ ଅସହିଷ୍ଣୁ ହୋଇପଡିଛନ୍ତି ବିରୋଧୀ । ଆଇନ କାନୁନ କୌଣସି ଜାଗାରେ ବ୍ୟାହତ ହେବନି । ପୂର୍ବ ସରକାରରେ ଆଇନ କାନୁନ ବ୍ୟାହତ ହେଉଥିଲା । ASOଙ୍କୁ ମାଡ଼ ଘଟଣାରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବେ । ରିପୋର୍ଟ ଆଧାରରେ ଯେ କେହି ବି ଦୋଷୀ ସାବ୍ୟସ୍ତ ହେବେ, କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ । ଟିକେ ଧୈର୍ଯ୍ୟ ଧରନ୍ତୁ ବିରୋଧୀ । ରାଜ୍ୟପାଳଙ୍କ ଅଭିଭାଷଣ ଶୁଣିବା ଆବଶ୍ୟକ ଥିଲା ।"

ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା (ETV Bharat Odisha)

'ଯେଉଁ ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ପୁଅ ଗିରଫ ହୋଇନି, ଆନ୍ଦୋଳନ ଜାରି ରହିବ'

ସେପଟେ କଂଗ୍ରେସ ମଧ୍ୟ ସମାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ନିଶାନା କରିଥିଲା । ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ଓଡ଼ିଆ ଅସ୍ମିତା କଥା କହି ବିଜେପି ସରକାରକୁ ଆସିଲା ହେଲେ ଓଡ଼ିଆ ଅସ୍ମିତା ଭୁଲିଗଲେ ସରକାର । ମହାମହିମ ରାଜ୍ୟପାଳଙ୍କ ପୁଅ ଓଡ଼ିଆ ପୁଅକୁ ମାଡ ମାରିଛନ୍ତି । ଓଡ଼ିଆ ପୁଅ ମାଡ଼ ଖାଇଲା ହେଲେ ନା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସରକାର ନା କିଛି ଉତ୍ତର ଦେଲେ ସରକାର । ରାଜ୍ୟପାଳଙ୍କ ପୁଅକୁ ଗିରଫ କରିବା ଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲୁ । ଯଦି ତାଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି, ତେବେ ଆମେ ଗୃହତ୍ୟାଗ କରିବୁ ବୋଲି କହିଥିଲୁ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ରାଜ୍ୟପାଳ ଅଭିଭାଷଣ ରଖିବା ଆରମ୍ଭରୁ ଆମେ କକ୍ଷତ୍ୟାଗ କଲୁ । ତୁରନ୍ତ ତାଙ୍କ ପୁଅକୁ ଗିରଫ କରାଯାଉ ।"

'ଆରମ୍ଭରୁ ଆକ୍ରମଣ':-

ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନର ଆଜି (ଜୁଲାଇ ୨୨, ସୋମବାର) ଆରମ୍ଭରୁ ହଟ୍ଟଗୋଳ ହୋଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଛିଡା ହୋଇ ପ୍ରତିବାଦ ଜଣାଇଥିଲେ । 'ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ନ୍ୟାୟ ମିଳିଲା ନାହିଁ । ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ।' ତାର ତୀବ୍ର ପ୍ରତିବାଦ କରି ଉଭୟ ବିଜେଡି ଏବଂ କଂଗ୍ରେସ କକ୍ଷତ୍ୟାଗ କରିଥିଲେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରିଥିଲେ ନବୀନ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ମୁଖ୍ୟ ବିରୋଧୀ ଦଳ ବିଜେଡି ଏବଂ ବିରୋଧୀ କଂଗ୍ରେସ ଗୃହ ତ୍ୟାଗ କରିଥିଲେ ।

କଣ ଥିଲା ASO ମାଡ଼ ମାମଲା ?

ଗତ ରଥଯାତ୍ରା ସମୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ପୁରୀ ରାଜଭବନରେ ରଘୁବର ଦାସଙ୍କ ପୁଅ ଲଳିତ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠଙ୍କ ପତ୍ନୀ । ସଂସଦୀୟ ବ୍ୟାପାର ବିଭାଗର ଏଏସ୍‌ଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପୁରୀରେ ରଥଯାତ୍ରା ଦିନ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ । ଘଟଣାରେ ଗଭୀର ଭାବେ ଆହତ ମଧ୍ୟ ହୋଇଥିଲେ ବୈକୁଣ୍ଠ । ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜନୀତି ଜୋର ଧରିଥିଲା ।

୨୫ରେ ବଜେଟ ଉପସ୍ଥାପନ:-

ସୂଚନା ଥାଉ କି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରଙ୍କ ପ୍ରଥମ ବଜେଟ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଅଧିବେଶନର ମୋଟ 27ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୩୧ରେ ଶେଷ ହେବ । ଏହାପରେ ଅଗଷ୍ଟ ୨୦ରୁ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ।

ପଢନ୍ତୁ ଅନ୍ୟ କିଛି ଖବର

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା: ଗର୍ଜିଲା ବିଜେଡି, 'ଓଡ଼ିଶାର ସ୍ବାଭିମାନ ପ୍ରତି ଆଞ୍ଚ ଆସିଛି, ମୋହନ ସରକାର ନିରବଦ୍ରଷ୍ଟା'

ASOଙ୍କୁ ମାଡ ଘଟଣା: ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ ? ରାଷ୍ଟ୍ରପତିଙ୍କୁ ନ୍ୟାୟ ମାଗିଲା ପୂର୍ବତନ ସେନା କର୍ମଚାରୀ ସଙ୍ଘ

ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 22, 2024, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.