ETV Bharat / opinion

ଇସ୍ରାଏଲର ଟାର୍ଗେଟ କିଲିଂ, ଭବିଷ୍ୟତ ଉପରେ କଣ ପଡିବ ପ୍ରଭାବ ? - Targeted Killings of Israel

author img

By DR Ravella Bhanu Krishna Kiran

Published : Aug 5, 2024, 11:49 AM IST

Targeted Killings of Israel: ମଧ୍ୟପ୍ରାଚ୍ୟରେ ଘନଉଛି ବଡ ଯୁଦ୍ଧ ସଙ୍କଟ । ବିଭିନ୍ନ ଶତ୍ରୁଙ୍କୁ ଖୋଜି ଖୋଜି ଟାର୍ଗେଟ କିଲିଂ କରୁଛି ଇସ୍ରାଏଲ । ଉତକ୍ଷିପ୍ତ ଇରାନ । ବଡ ଯୁଦ୍ଧ ସୃଷ୍ଟି କରିପାରେ ଇସ୍ରାଏଲକୁ ଆମେରିକାର ସମର୍ଥନ । ପଢନ୍ତୁ ଡଃ. ରବେଲା ବେଣୁ କ୍ରିଷ୍ଣା କିରଣଙ୍କ ଆଲେଖ୍ୟ...

ଇସ୍ରାଏଲର ଟାର୍ଗେଟ କିଲିଂ, ଭବିଷ୍ୟତ ଉପରେ କଣ ପଡିବ ପ୍ରଭାବ ?
ଇସ୍ରାଏଲର ଟାର୍ଗେଟ କିଲିଂ, ଭବିଷ୍ୟତ ଉପରେ କଣ ପଡିବ ପ୍ରଭାବ ? (ETV Bharat Odisha)

ନୂଆଦିଲ୍ଲୀ: ଗତବର୍ଷ ଶେଷରୁ ଜାରି ରହିଥିବା ଇସ୍ରାଏଲ-ପାଲେଷ୍ଟାନଇନ ଯୁଦ୍ଧ ପୁଣି ଏକ ଭୟାନକ ମୋଡ ନେବା ଆରମ୍ଭ କରିଛି । ନିକଟରେ ଏହି ଯୁଦ୍ଧ ଅଧିକ ଜଟିଳ ହେବାରେ ଲାଗିଛି । ଗାଜା ଉପରେ ବ୍ୟାପାକ ଆକ୍ରମଣ କରିଥିବା ଇସ୍ରାଏଲ ଏବେ ଟାର୍ଗେଟ କିଲିଂ କରିବା ଆରମ୍ଭ କରିଛି । ବିରୋଧୀ ଗୋଷ୍ଠୀର ଶୀର୍ଷ କମାଣ୍ଡରଙ୍କୁ ଏଥିରେ ଟାର୍ଗେଟ କରାଯାଇ ହତ୍ୟା କରୁଛି ଇସ୍ରାଏଲ । ନିକଟରେ ଇରାନରେ ଏକ ବଡ ଟାର୍ଗେଟ କିଲିଂକୁ ରୂପ ଦେଇଛି । ଏହା ପୂର୍ବରୁ ଲେବନନରୁ ଅପରେଟ ହେଉଥିବା ହିଜବୁଲ୍ଲା ସଂଗଠନର ମୁଖ୍ୟ କମାଣ୍ଡର ଫୌଦ ଶୁକ୍ରକୁ ହତ୍ୟା କରିଥିଲା ।

27 ତାରିଖରେ ଲେବନନରୁ ଅପରେଟ ହେଉଥିବା ‘ହିଜବୁଲ୍ଲା’ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା । ହିଜବୁଲ୍ଲାର ରକେଟ ମାଡରେ ଇସ୍ରାଏଲର ପ୍ରାୟ 12 ଜଣଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତୁରନ୍ତ ଇସ୍ରାଏଲ ସେନା ‘ହିଜବୁଲ୍ଲା’କୁ ଟାର୍ଗେଟ କରିଥିଲା । ଦକ୍ଷିଣ ଲେବନନରେ ଥିବା ସଂଗଠନର ଶୀର୍ଷ କମାଣ୍ଡର ଫୌଦ ଶୁକ୍ରକୁ ଟିହ୍ନଟ କରି ଇସ୍ରାଏଲ ସେନା ଷ୍ଟ୍ରାଇକ କରିଥିଲା । ଏଥିରେ ତାର ମୃତ୍ୟୁ ମଧ୍ୟ ହୋଇଥିଲା । ଏହାର ମାତ୍ର କିଛି ଦିନ ପରେ ଇରାନରେ ମଧ୍ୟ ଇସ୍ରାଏଲ ସିକ୍ରେଟ ମିଶନରେ ହମାସ ରାଜନୈତିକ ମୁଖ୍ୟ ଇସମାଇଲ ହାନିହେଙ୍କୁ ହତ୍ୟା କରିଥିଲା । ମାତ୍ର ଏହି ଘଟଣାରେ ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ସ୍ଥିତି ଦେଖାଯାଇଥିବା ବେଳେ ଇସ୍ରାଏଲ ଏନେଇ ସ୍ପଷ୍ଟ ଘୋଷଣା କରିନି ।

ଇରାନ ଓ ‘ଆକ୍ସିସ ଅଫ ରେଜିଷ୍ଟାନ୍ସ’ ଏବେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ପ୍ରୟାସରେ ଲାଗିଛନ୍ତି । ‘ଆକ୍ସିସ ଅଫ ରେଜିଷ୍ଟାନ୍ସ’ ହେଉଛି ବହୁଦେଶୀୟ ଆତଙ୍କୀ ସଂଗଠନ । ଏଥିରେ ଇରାନର ବଡ ଭୂମିକା ରହିଛି । ଏଥିରେ ଇରାକ, ଲେବନନ, ୟେମେନ, ସିରିୟା ପରି ଆରବ ଦେଶସମୂହର ଆତଙ୍କବାଦୀମାନେ ମିଳିତ ହୋଇଛନ୍ତି । ଏମାନେ ଇସ୍ରାଏଲ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥିଲେ ହେଁ ଇସ୍ରାଏଲ ପଶ୍ଚିମ ରାଷ୍ଟ୍ର ଆମେରିକାର ସହଯୋଗରେ ଏମାନଙ୍କ ବିରୋଧରେ ଲଢେଇ ଜାରି ରଖିଛି । ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଏହି ସଙ୍କଟ ପୂରା ବିଶ୍ବବାସୀଙ୍କୁ ଆଶଙ୍କିତ କରିଛି ।

  • ହାନିଏଙ୍କ ହତ୍ୟା:-

ହମାସ ଆତଙ୍କୀ ସଂଗଠନର ରାଜନୈତିକ ଶୀର୍ଷ ନେତା ଥିଲେ ଇସମାଇଲ ହାନିଏ । ଗତବର୍ଷ ଅକ୍ଟୋବର 7 ତାରିଖରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲ ପାଲଟା ଆକ୍ରମଣ କରିଥିଲା । ସେତେବେଳେ ବିଶ୍ବବ୍ୟାପୀ ହମାସର ଆତଙ୍କୀ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲା । ସେତେବେଳେ ଇସମାଇଲ ହାନିଏ ବିଭିନ୍ନ ଆରବ ରାଷ୍ଟ୍ର ଓ ଅନ୍ୟ ରାଷ୍ଟ୍ରଙ୍କ ଠାରୁ ସମର୍ଥନ ହାସଲ କରିବା ଜାରି ରଖିଥିଲେ । ସେ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଥିଲେ । ତେବେ ତାଙ୍କର ହତ୍ୟା ‘ହମାସ’ ର ଇସ୍ରାଏଲ ବିରୋଧୀ ଲଢେଇକୁ ପ୍ରଭାବିତ କରିପାରେ । ମାତ୍ର ଏହାକୁ ବୈଚାରିକ ଭାବେ ବନ୍ଜ କରିପାରିବ ନାହିଁ । କାରଣ 2004 ରେ ହମାସ ଆନ୍ଦୋଳନର ସଂସ୍ଥାପକ ମହମ୍ମଦ ୟାସିନ ଓ ଅବଦ୍ଦେଲ ଅଜିଜ ଅଲ ରଙ୍ଗତିସିଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା । ମାତ୍ର ତାହା ଫଳରେ ହମାସକୁ ସମାପ୍ତ କରାଯାଇ ପାରିନଥିଲା । ଏହି ସଂଗଠନ ଅଧିକ ବ୍ୟାପକ ହୋଇଥିଲା ।

  • ସିଧା ଯୁଦ୍ଧ ଚାହୁଁନଥିଲା ଇରାନ:-

ଇରାନ ଓ ଇସ୍ରାଏଲ ମଧ୍ୟରେ ଦୀର୍ଘ ବର୍ଷର ବିବାଦ ଥିଲେ ସୁଦ୍ଧା ଇରାନ ସିଧା ଆକ୍ରମଣ କରିବା ପକ୍ଷରେ ନଥିଲା । ହେଲେ ଇରାନରେ ପ୍ରବେଶ କରି ହମାସ ମୁଖ୍ୟଙ୍କୁ ହତ୍ୟା କରାଯିବା ଇରାନ ସେନା ପାଇଁ ସମ୍ମାନର ପ୍ରଶ୍ନ ଭାବେ ଛିଡା ହୋଇଛି । ଫଳରେ ଇରାନ ପ୍ରତିଶୋଧ ନେଇପାରେ । ସିଧା ଆକ୍ରମଣ କରିବା ପରିବର୍ତ୍ତେ ‘ଆକ୍ସିସ ଅଫ ରେଜିଷ୍ଟାନ୍ସ’ ଦ୍ବାରା ଆକ୍ରମଣ କରିପାରେ । ଯଦି ଇରାନ ଏହି ରଣନୀତି ସହ ଇସ୍ରାଏଲ ଉପରେ ଆକ୍ରମଣ କରେ ତେବେ ପରିସ୍ଥିତି ବହୁତ ଭୟାବହ ହେବ । ମାତ୍ର ଏହାକୁ ପ୍ରତିହତ କରିବା ପାଇଁ ଇସ୍ରାଏଲ ନିଜର ଦୀର୍ଘକାଳୀନ ସହଯୋଗୀ ଆମେରିକାର ସହଯୋଗ ଲୋଡିପାରେ । ଆମେରିକା ମଧ୍ୟ ନିଜେ ଏହି ଯୁଦ୍ଧରେ ସାମିଲ ହେବାର ମଧ୍ୟ ସମ୍ଭାବନା ରହିଛି ଯାହା ଏକ ବଡଯୁଦ୍ଧକୁ ଜନ୍ମ ଦେଇପାରେ ।

ଏକ୍ସସିସ ଅଫ ରିଜେଷ୍ଟାନ୍ସ ମାଧ୍ୟମରେ ଆକ୍ରମଣ କରିବା ଇରାନ ପାଇଁ ଏକ ବଡ ଅସ୍ତ୍ର ହୋଇପାରେ । ଏହି ସମୂହରେ ଲେବନନର ହିଜବୁଲ୍ଲା, ଇରାକର ଇସଲାମୀ ରେଜିଷ୍ଟାନ୍ସ, ସିରିୟାର ପପୁଲାର ମୋବିଲାଇଜେସନ ୟୁନିଟ ଓ ଅନ୍ୟ ସିହା ସଶସ୍ତ୍ର ସଂଗଠନମାନେ ରହିଛନ୍ତି । ଏହାକୁ ବାଦ ଦେଲେ ଇରାନ ଅନ୍ୟ ବିକଳ୍ପ ମଧ୍ୟ ଚିନ୍ତା କରିପାରେ । ହମାସ ଦ୍ବାରା ଇସ୍ରାଏଲୀ ସୀମାନ୍ତରେ ଥିବା ବିଭିନ୍ନ ଆଡ୍ଡାକୁ ଟାର୍ଗେଟ କରିବା ମଧ୍ୟ ଇରାନ ପାଇଁ ବିକଳ୍ପ ପ୍ଲାନ ହୋଇପାରେ ।

  • ଇସ୍ରାଏଲ ସମର୍ଥନରେ ଆମେରିକା:-

ଇସ୍ରାଏଲ ଉପରେ ଆକ୍ରମଣ ହେବା ପୂର୍ବରୁ ସ୍ଥିତି ଦେଖି ଆମେରିକା ତାର ସହଯୋଗ ମଧ୍ୟ ଜାରି ରହିବା ନେଇ ସଙ୍କେତ ସ୍ପଷ୍ଟ କରି ସାରିଛି । ଇସ୍ରାଏଲ ଉପରେ ଆକ୍ରମଣର ସମ୍ଭାବ୍ୟ ସ୍ଥିତିରେ ଆମେରିକା ଦୁଇଟି ଅତ୍ୟାଧୁନିକ ବିଶାଳ ଯୁଦ୍ଧପୋତ ଲୋହିତ ସାଗରରେ ନିୟୋଜିତ କରିଛି । ବାଲିଷ୍ଟିକ ମିସାଇଲ ଓ ଅନ୍ୟ ସମସ୍ତ ସାମରିକ ଉପକରଣ ମଧ୍ୟ ଇସ୍ରାଏଲକୁ ଯୋଗାଇବା ପାଇଁ ଆମେରିକା କାର୍ଯ୍ୟ ଆରମ୍ଭ କରିସାରିଛି । ଆମେରିକା ପ୍ରଥମରୁ ଏହି ପ୍ରସଙ୍ଗରେ ସମ୍ବେଦନଶୀଳତା ଦେଖାଇ ଆସିଛି । ଗତବର୍ଷ ଅକ୍ଟୋବରରେ ଆକ୍ରମଣ ହେବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଟେଲ-ଅଭିବ ଗସ୍ତ ମଧ୍ୟ କରିଥିଲେ । ସେତେବେଳେ ସେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସମସ୍ତ ସହଯୋଗ ନେଇ ଆଶ୍ବାସନା ଦେଇଥିଲେ ।

ସମ୍ପାଦକୀୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.