ଆଲେଖ୍ୟ:- ମେଜର ଜେନେରାଲ ହର୍ଷ କାକର
ହାଇଦ୍ରାବାଦ: ଇଟାଲୀରେ ବହୁଚର୍ଚ୍ଚିତ ଜି-7 ଶିଖର ସମ୍ମିଳନୀ ସମାପ୍ତ ହୋଇଛି । 1975 ମସିହାରେ ପ୍ରତିଷ୍ଠିତ ଏହି ଅନ୍ତର୍ଜାତୀୟ ସଂଗଠନ ନିଜକୁ ଏକ ଅର୍ଥନୈତିକ ଗଣତାନ୍ତ୍ରିକ ରାଷ୍ଟ୍ରର ଏକ ଅନୌପଚାରିକ ଗୋଷ୍ଠୀ ବୋଲି ଦାବି କରେ । ଏହାର ସଦସ୍ୟମାନେ ହେଉଛନ୍ତି ଆମେରିକା, କାନାଡା, ବ୍ରିଟେନ, ଫ୍ରାନ୍ସ, ଇଟାଲୀ, ଜର୍ମାନୀ ଏବଂ ଜାପାନ । ଏହା ପୂର୍ବରୁ ଏହି ଶିଖର ସଂଗଠନର ନାମ ଥିଲା ଜି-8 । ଋଷ ମଧ୍ୟ ଏହାର ସଦସ୍ୟ ରାଷ୍ଟ୍ର ଥିଲା । 2014ରେ ମସ୍କୋ କ୍ରିମିଆକୁ ଅକ୍ତିଆର କରିବା ପରେ ଏହି ଶିଖର ସଂଗଠନରୁ ସଦସ୍ୟତା ହରାଇଥିଲା ଋଷ ।
ବୈଶ୍ବିକ ଆର୍ଥିକ ସ୍ଥିତ, ଅନ୍ତର୍ଜାତୀୟ ସୁରକ୍ଷା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ସଂଗଠନ ପ୍ରତିବର୍ଷ ବୈଠକ କରନ୍ତି । ଜି7ର କୌଣସି ଆନୁଷ୍ଠାନିକ ଚୁକ୍ତିନାମା ନାହିଁ ଏବଂ କୌଣସି ସ୍ଥାୟୀ ସଚିବାଳୟ କିମ୍ବା କାର୍ଯ୍ୟାଳୟ ମଧ୍ୟ ନାହିଁ । ବାର୍ଷିକ ବୈଠକ ଆୟୋଜନ ପାଇଁ ଆୟୋଜକ ଦେଶ ଉତ୍ତରଦାୟିତ୍ବ ଗ୍ରରଣ କରିଥାନ୍ତି । ଚଳିତବର୍ଷ ଇଟାଲୀ ଆୟୋଜକ ହୋଇଥିବା ବେଳେ ଆସନ୍ତା ବର୍ଷ କାନାଡା ଆୟୋଜକ ରାଷ୍ଟ୍ର ଭାବେ ଦାୟିତ୍ବ ନିର୍ବାହ କରିବ । ୟୁରୋପୀୟ ୟୁନିଅନ୍ (EU) ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମଧ୍ୟ ଏହି ଶିଖର ସଂଗଠନର ନିମନ୍ତ୍ରିତ ସଦସ୍ୟ ଭାବେ ରହିଛନ୍ତି । ଭାରତ ମଧ୍ୟ ଏହାର ସଦସ୍ୟ ରାଷ୍ଟ୍ର ନହେଲେ ମଧ୍ୟ ସକ୍ରିୟ ଭୂମିକାରେ । 2019 ପରଠାରୁ ଭାରତ ନିମନ୍ତ୍ରିତ ରାଷ୍ଟ୍ର ଭାବେ ସମସ୍ତ ବାର୍ଷୀକ ସମ୍ମିଳନୀରେ ଅଂଶଗ୍ରହଣ କରିଆସିଛି ।
ଏହି ବର୍ଷ ନିମନ୍ତ୍ରିତ ସଦସ୍ୟମାନଙ୍କ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡମିର ଜେଲେନସ୍କି ରହିଥିଲେ । ଅର୍ଥାତ ରୁଷ- ୟୁକ୍ରେନ ବିବାଦ ଉପରେ ବ୍ୟାପକ ଆଲୋଚନା ହୋଇଥିଲା । ଏହି ଗୋଷ୍ଠୀର ସଦସ୍ୟମାନେ ୟୁକ୍ରେନ ପାଇଁ 50 ବିଲିୟନ ଆମେରିକୀୟ ଡଲାର ସଂଗ୍ରହ ପାଇଁ ଜବତ ହୋଇଥିବା ଋଷର ସମ୍ପତ୍ତିକୁ ବ୍ୟବହାର କରିବେ ବୋଲି ଘୋଷଣା କରିଥିଲେ । ଆଲୋଚନା ହୋଇଥିବା ଅନ୍ୟ ବିଷୟଗୁଡିକ ଆଫ୍ରିକାରେ ବିନିଯୋଗ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସହିତ ବେଆଇନ ସ୍ଥାନାନ୍ତରଣକୁ ରୋକିବା ପାଇଁ ବିକଳ୍ପ ପନ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ବୈଶ୍ବିକ ମଞ୍ଚ ମଧ୍ୟ ଉପସ୍ଥିତ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ପାଇଁ ଏକ ଅବସର ପ୍ରଦାନ କରିଥିଲା ।
ଜି-7 ୟୁକ୍ରେନ ସମ୍ପର୍କରେ ଆଲୋଚନା ହୋଇଥିବାରୁ ରାଷ୍ଟ୍ରପତି ପୁଟିନ ଦୁଇ ଦେଶ ମଧ୍ୟରେ ଆଲୋଚନା ଏବଂ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ସର୍ତ୍ତ ରଖିଥିଲେ । ଋଷ ଦ୍ବାରା ଦାବି କରାଯାଇଥିବା ଅଞ୍ଚଳରୁ ୟୁକ୍ରେନ ସୈନ୍ୟ ପ୍ରତ୍ୟାହାର କରିବା, ପଶ୍ଚିମ ସାମରିକ ସଂଗଠନ ‘ନାଟୋ’ରେ ଯୋଗଦାନ ନକରିବା, ଋଷ ବିରୋଧରେ ଅନ୍ତର୍ଜାତୀୟ ସମୂହ ଜାରି କରିଥିବା ସମସ୍ତ କଟକଣା ହଟାଇବା ଆଦି ନେଇ ମସ୍କୋ ପକ୍ଷରୁ ଦାବି ରଖାଯାଇଥିଲା । ହେଲେ ଯାହା ଏହି କ୍ଷେତ୍ରରେ ପୂର୍ବରୁ ଚର୍ଚ୍ଚା ହେଉଥିଲା, ତାହା ହିଁ ହେଲା । ଋଷର ସର୍ତ୍ତାବଳୀକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା । ହେଲେ ଏପରି କଠୋର ସର୍ତ୍ତ ରଖି ଋଷ ସ୍ପଷ୍ଟ କରିଦେବାକୁ ଚାହୁଁଥିଲା ଯେ, ସେମାନେ କେବେ ଚାପର ବଶବର୍ତ୍ତୀ ହେବେ ନାହିଁ ।
ଜି7କୁ ମାତ୍ରାଧିକ ଗୁରୁତ୍ବ ମିଳିଛି କି ?
ଏକଦା ଏହି ଶିଖର ଗୋଷ୍ଠୀରେ ବିଶ୍ୱର ଅଗ୍ରଣୀ ଅର୍ଥନୀତିମାନେ ଅନ୍ତର୍ଭୁକ୍ତ ହୋଇଥିଲେ । ତେଣୁ ସେମାନଙ୍କର ନିଷ୍ପତ୍ତିଗୁଡ଼ିକର ଖୁବ ଗୁରୁତ୍ୱ ମଧ୍ୟ ଥିଲା । କିନ୍ତୁ ବର୍ତ୍ତମାନ ସେପରି ସ୍ଥିତି ଆଉ ନାହିଁ । 2000 ମସିହାରୁ ବିଶ୍ୱ ଜିଡିପିରେ ଜି7ର ରାଷ୍ଟ୍ରମାନଙ୍କର ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । 2000 ରେ ଏହା ବିଶ୍ବ ଜିଡିପିର ପ୍ରାୟ 40 ପ୍ରତିଶତ ଥିଲା, ଯାହା ଚଳିତ ବର୍ଷ 30 ପ୍ରତିଶତରୁ କମ ରେକର୍ଡ ହୋଇଛି । ଏହାର କାରଣ ହେଉଛି ଚୀନ ଏବଂ ଭାରତ ପରି ବିଶାଳ ଅର୍ଥନୈତିକ ଦେଶର ଆର୍ଥିକ ସ୍ଥିତି ବୃଦ୍ଧି କୁହାଯାଏ । ଏହାକୁ ଅନ୍ୟ ବିଶ୍ୱସ୍ତରୀୟ ଗୋଷ୍ଠୀ ସହିତ ତୁଳନା କଲେ, ବ୍ରିକ୍ସ (ବ୍ରାଜିଲ,ଋଷ, ଭାରତ, ଚୀନ୍ ଏବଂ ଦକ୍ଷିଣ ଆଫ୍ରିକାରେ ବିଶ୍ବ ଲୋକସଂଖ୍ୟାର 45%ରୁ ଅଧିକ ଲୋକ ଥିବାବେଳେ ଜି7ରେ 10 ପ୍ରତିଶତ ରହିଛି ।
ସମ୍ପାଦକୀୟ...