ETV Bharat / opinion

ରାସାୟନିକ ସାର ବ୍ୟବହାର କରି ପରିବେଶକୁ କ୍ଷତି ପହଞ୍ଚାଇବା ବଦଳରେ ଆପଣାନ୍ତୁ ପରିବେଶ ଅନୁକୂଳ କୃଷି ପଦ୍ଧତି - Environment Friendly Agriculture

Environment Friendly Sustainable Agriculture: 1960 ଦଶକରେ ସବୁଜ ବିପ୍ଲବ ପରେ କୃଷି କ୍ଷେତ୍ରରେ ଭାରତରେ ଉଲ୍ଲେଖନୀୟ ବିକାଶ ଦେଖିବାକୁ ମିଳିଛି । କିନ୍ତୁ ଏହି ସମୟରେ ପରିବେଶ ଉପରେ ଏହାର ବେଶ ପ୍ରଭାବ ପଡିଥିଲା । ତେବେ ପାରମ୍ପରିକ ହଳ ପଦ୍ଧତି ଓ ପରିବର୍ତ୍ତିତ ଚାଷକୁ ଆପଣାଇ ଆମେ ଅଧିକ ଉତ୍ପାଦନ କରିବା ସହ ପରିବେଶକୁ କ୍ଷତି ପହଞ୍ଚାଇବାରୁ ମଧ୍ୟ ରକ୍ଷା କରିପାରିବା । ଏନେଇ ପଢନ୍ତୁ ସିପି ରାଜେଦ୍ରନଙ୍କ ଆଲେଖ୍ୟ ।

Environment Friendly Sustainable Agriculture
Environment Friendly Sustainable Agriculture (ETV Bharat)
author img

By C P Rajendran

Published : Jun 28, 2024, 3:17 PM IST

ହାଇଦ୍ରାବାଦ: ଆମେ ସମସ୍ତେ ଜାଣିଛେ ୧୯୬୦ ସବୁଜ ବିପ୍ଳବ ପର ଠାରୁ ଅନ୍ୟ ବିକାଶଶୀଳ ଦେଶ ଭଳି ଭାରତରେ ମଧ୍ୟ କୃଷି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିଥିଲା । ଏକ ରିପୋର୍ଟ ଅନୁଯାୟୀ, ୧୯୭୦ରୁ ୨୦୧୫ ମଧ୍ୟରେ ଦେଶରେ କ୍ଷୁଧା ହାର ୩୩ ପ୍ରତିଶତରୁ ହ୍ରାସ ଘଟି ୧୨ ପ୍ରତିଶତରେ ପହଞ୍ଚିଥିଲା । ତେବେ ଏହାର ସମସ୍ତ ଶ୍ରେୟ କୃଷି ପ୍ରଯୁକ୍ତିବିଦ୍ୟା ଯାଉଛି । ହେଲେ ଏଥିପାଇଁ ପରିବେଶକୁ ବେଶ କ୍ଷତି ସହିବାକୁ ପଡିଥିଲା । କାରଣ ଏହି ବିକାଶ, ରାସାୟନିକ ସାରର ଅତ୍ୟଧିକ ବ୍ୟବହାର, ଭୂତଳ ଓ ଭୂପୃଷ୍ଠ ଜଳର ଅତ୍ୟଧିକ ଶୋଷଣ ଉପରେ ଆଧାରିତ ଥିଲା ।

ଏଭଳି ପରିସ୍ଥିତିରେ ଯଦି ବିଂଶ ଶତାବ୍ଦୀରେ କୃଷି ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବୈପ୍ଲବିିକ ବିକାଶ ଆଣିଥାଏ ତେବେ ତାହା ହେଉଛି ହାବସ-ବୋସ୍ ପଦ୍ଧତି । ଏହି ପଦ୍ଧତି ଜରିଆରେ ଯବକ୍ଷାରଜାନରୁ ରାସାୟନିକ ସାର ତିଆରିରେ ବ୍ୟବହୃତ ହୋଇଥିଲା । କିନ୍ତୁ ଏହି ପଦ୍ଧତିରେ କୃଷି ଉତ୍ପାଦନରେ ବୃଦ୍ଧି ଘଟିଥିଲେ ମଧ୍ୟ ମାଟିର ଉର୍ବରତା ହ୍ରାସ ଏବଂ ଜଳ ପ୍ରଦୂଷଣ ଘଟିଛି । ଏହି କାରଣରୁ କୃଷକମାନେ କୃଷିଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ଏବଂ ପରିବେଶ ସମସ୍ୟା ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ମହାମାରୀ ପରେ କ୍ଷୁଧା ହାରରେ ବୃଦ୍ଧି ଘଟିଛି: ମହାମାରୀ ପରେ ଉତ୍ପାଦନ ସଙ୍କଟ ଯୋଗୁଁ କ୍ଷୁଧା ହାର ବୃଦ୍ଧି ପାଉଛି । ଏକ ବୃହତ ଜନସଂଖ୍ୟାର ଆବଶ୍ୟକତା ପୂରଣ ପାଇଁ 2050 ସୁଦ୍ଧା କୃଷି ଉତ୍ପାଦନ ପ୍ରାୟ 70 ପ୍ରତିଶତ ବୃଦ୍ଧି ହେବା ଆବଶ୍ୟକ | ପରିବେଶର ପ୍ରମୁଖ କ୍ଷତି ନକରି ଆମେ କିପରି ଏହି ଲକ୍ଷ୍ୟରେ ପହଞ୍ଚି ପାରିବା ତାହା ଏକ ବଡ ପ୍ରଶ୍ନ ।

ମିଳିତ ଜାତିସଂଘର ଆକଳନ ଅନୁଯାୟୀ, ଜଳବାୟୁ ପରିବର୍ତ୍ତନ ମାନବ ସମାଜକୁ କ୍ଷୁଧା ଅନାହାରରେ ରହିବା ଦିଗକୁ ଟାଣି ନେଉଛି । ପ୍ରାୟ 800 ନିୟୁତ ଲୋକ ଅନାହାର ଆଡକୁ ଯାଉଛନ୍ତି । ମିଳିତ ଜାତିସଂଘ ଅନୁଯାୟୀ ଖାଦ୍ୟ ନିରାପତ୍ତା ହ୍ରାସ ହେବାର ପ୍ରମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତ୍ତନ । ତାପମାତ୍ରା ବୃଦ୍ଧି, ବର୍ଷାରେ ଅନିମିୟତତା ଏବଂ ପାଣିପାଗରେ ପରିବର୍ତ୍ତନ ଯୋଗୁ ଚାଷୀମାନଙ୍କ ପାଇଁ ପୂର୍ବ ପରି ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା କଷ୍ଟକର ହୋଇପଡିଛି ।

ମରୁଡ଼ି ଏବଂ ରୋଗ ପ୍ରତିରୋଧକ ଫସଲର ବିକାଶ ପାଇଁ ବିଶେଷଜ୍ଞମାନେ ଜିନ୍ ପରିବର୍ତ୍ତନର ପ୍ରୟୋଗ ସହିତ ଅନେକ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ଟେକ୍ନୋଲୋଜି ବିବାଦୀୟ ହୋଇ ରହିଛି । ଉନ୍ନତ ଗଛ ସୃଷ୍ଟି କରିବା ପାଇଁ ବିଶେଷଜ୍ଞମାନେ CRISPR ଜେନେ- ଏଡିଟିଙ୍ଗ୍ ପଦ୍ଧତିକୁ ବ୍ୟବହାର କରିଥାନ୍ତି । ଏହା ଦ୍ୱାରା ମୂଳ ଗଛ ତାର ବଂଶକୁ ନିଜର ସମସ୍ତ ଡିଏନଏ ସ୍ଥାନାନ୍ତର କରିଥାଏ । ଏହାର ଫଳ ସ୍ବରୂପ ଜେନେଟିକ ବିବିଧତା ସୃଷ୍ଟି ହୁଏ |

ବଂଶାନୁକ୍ରମ ବିବିଧତା ଉଦ୍ଭିଦ ଗୁଡିକୁ ସୁସ୍ଥ ଏବଂ ଦୀର୍ଘ ଜୀବନ ସହିତ ଶୀଘ୍ର ବଢିବାରେ ସାହାଯ୍ୟ କରେ । ଭାରତର ସ୍ବାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ୍ ସଲ୍ଟ ଟଲେରାନ୍ସ (ଲୁଣ-ସହନଶୀଳ) ଚାଉଳର ବିକାଶ କରୁଛି ଯାହା ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଲୁଣି ମାଟି ପାଇଁ ଯେଉଁ କୃଷକମାନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ସେମାନଙ୍କୁ ସାହାଯ୍ୟ ମିଳିପାରିବ ।

ଏକ ଆର୍ଟିକିଲ ଅନୁଯାୟୀ, ତାପମାତ୍ରା ବୃଦ୍ଧି ଏବଂ ପରିବେଶର ଅବନତି ସମଗ୍ର ବିଶ୍ୱରେ କୃଷି ଉତ୍ପାଦନ ହ୍ରାସ କରୁଛି । ଏହି ସମସ୍ୟା ଏସିଆ ଓ ଲାଟିନ ଆମେରିକାର ଗରିବ ଦେଶ ଗୁଡିକର କ୍ଷୁଦ୍ର ଚାଷୀମାନଙ୍କୁ ଅଧିକ ପ୍ରଭାବିତ କରୁଛି । ଏହି କ୍ଷୁଦ୍ରଚାଷୀମାନେ ବିଶ୍ୱର ଖାଦ୍ୟ ଯୋଗାଣର ଏକ ତୃତୀୟାଂଶ ଉତ୍ପାଦନ କରିଥାନ୍ତି । କୃଷି ଉତ୍ପାଦନରେ ପରିବର୍ତ୍ତନଶୀଳ ପର୍ଯ୍ୟାୟରେ ଚାଷୀମାନେ ସବୁଜ ପ୍ରଯୁକ୍ତିବିଦ୍ୟା ଓ ଅଧିକ ଅମଳକ୍ଷଣ ବିହନ ବ୍ୟବହାର କରି ଅଧିକ ଉତ୍ପାଦନ କରିପାରିବେ । ଏହି ପରିବର୍ତ୍ତନ ଉଭୟ ଜଳ ସଂରକ୍ଷଣ ଓ ମାଟିର ଉର୍ବରତାକୁ ବୃଦ୍ଧି କରି କରିବାରେ ସାହାଯ୍ୟ କରିବ । ଏହାକୁ କୃଷି ସଂରକ୍ଷଣ ଭାବେ ମଧ୍ୟ ବର୍ଗୀକରଣ କରାଯାଇପାରିବ ।

ଲେଖକ ନିଜ ପ୍ରବନ୍ଧରେ ଯେତେ କମ ସମ୍ଭବ ମାଟିକୁ ଖୋଳି ଚାଷ କରିବା କିମ୍ବା ମାଟିକୁ ହଳ କରି ଚାଷ କରିବା (ଜିରୋ-ଟିଲେଜ୍) ପାଇଁ ପରାମର୍ଶ ଦେଇଛନ୍ତି । ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା କିମ୍ବା ପରିବର୍ତ୍ତନ କରି ଚାଷ କରିବା ଦ୍ୱାରା ମୃତ୍ତିକାର ଜୈବ ଆବରଣ ବିକାଶ ହୋଇଥାଏ । ଏହି ପଦ୍ଧତି ଦ୍ୱାରା ମୃତ୍ତିକାର ଆର୍ଦ୍ରତା ଓ ଜୈବ ପଦାର୍ଥ ସଂରକ୍ଷଣରେ ମଧ୍ୟ ସାହାଯ୍ୟ କରିବ । ଏହାଦ୍ବାରା ରାସାୟନିକ ସାରର ବ୍ୟବହାର କମ ହେବ ଓ ମାଟିରେ ମାଇକ୍ରୋବ ବୃଦ୍ଧି ପାଇବ । ଯାହାଦ୍ୱାରା ଯବକ୍ଷାରଜାନ ବିବନ୍ଧନ ହୋଇପାରିବ । ୧୯୬୦ ଦଶକରେ ଆମେରିକାରେ ଏହି ହଳ ଚାଷ ବିକଶିତ ହୋଇଥିଲା ।

ଯଦିଓ ଏହି ହଳ ଚାଷ ପ୍ରଥମେ ଭାରତରେ ଆରମ୍ଭ ହୋଇଥିଲା କିନ୍ତୁ ଏହା ମୁଖ୍ୟତଃ ମଧ୍ୟ ଅଷ୍ଟ୍ରେଲିଆରେ ଗହମ ଓ ମକା ଚାଷରେ ଅଧିକ କରାଯାଇଥାଏ । ଭାରତରେ କେବଳ ଏକ ପ୍ରତିଶତରୁ କମ କୃଷକ ଏହି ଚାଷ ପଦ୍ଧତିକୁ ଆପଣାଇଛନ୍ତି । ଏହି ନୂତନ ପଦ୍ଧତି ଦ୍ବାରା କୃଷକ କମ୍ ସାର ଏବଂ ଜଳ ବ୍ୟବହାର ସହିତ ଗହମ ଉତ୍ପାଦନକୁ ପ୍ରାୟ 15 ପ୍ରତିଶତ ବୃଦ୍ଧି କରି ପାରିବ ।

ବର୍ତ୍ତମାନ ପ୍ରଶ୍ନ ହେଉଛି ଉତ୍ତର ଭାରତର କୃଷକମାନେ କାହିଁକି ଗହମ ଓ ଧାନ ଫସଲକୁ ପରିବର୍ତ୍ତନ କରି ବ୍ୟାପକ ଭାବରେ ଚାଷ କରୁଛନ୍ତି ? ବିହନ ବୁଣିବା ପଦ୍ଧତି ଭାରତୀୟ ଇକୋ ସିଷ୍ଟମ ପାଇଁ ଉପଯୁକ୍ତ ନୁହେଁ ଏବଂ ଏହା ମଧ୍ୟ ପ୍ରଭାବଶାଳୀ ନୁହେଁ । ଏଥି ସହିତ, କମ ହଳ କରି ଚାଷ କରିବା ପଦ୍ଧତିର ସଫଳତା ବନ୍ଧ୍ୟା ଜମିରେ ମଞ୍ଜି ବୁଣିବା ପାଇଁ ଯନ୍ତ୍ର ଉପରେ ନିର୍ଭର କରେ । ସରକାରୀ ସବସିଡି ମିଳିବା ସତ୍ତ୍ବେ ଅଧିକାଂଶ କୃଷକ ନୂତନ ବିହନ ମେସିନ୍ କିଣିବାକୁ ପ୍ରସ୍ତୁତ ନୁହଁନ୍ତି । ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଜିରୋ-ଟିଲେଜ୍ ପଦ୍ଧତି ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଲୋକପ୍ରିୟ ହେବା ଆବଶ୍ୟକ ।

ପ୍ରିୟା ଶ୍ୟାମସୁନ୍ଦର ଏବଂ ତାଙ୍କ ସହକର୍ମୀମାନେ ଅଗଷ୍ଟ 9, 2019ରେ ସେମାନଙ୍କ ପ୍ରବନ୍ଧରେ ଏନେଇ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ସମନ୍ୱିତ ଜନସାଧାରଣ ତଥା ଘରୋଇ କାର୍ଯ୍ୟ ମାଧ୍ୟମରେ ପୋଡୁ ଚାଷ କମ କରିବା, ଆୟ ବୃଦ୍ଧି ଓ ମୌସୁମି ବାୟୁ ପ୍ରଦୂଷଣର ତତ୍କାଳୀନ ସମସ୍ୟାର ସମାଧାନ ପାଇଁ ଏହି ପରିବର୍ତ୍ତନଶୀଳ ଚାଷ କାର୍ଯ୍ୟକୁ ଆପଣାଇବାକୁ ପରାମର୍ଶ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.