ETV Bharat / opinion

ବାସ୍ତବ ଜୀବନର ପ୍ରେମ କାହାଣୀ ଉପରେ ଆଧାରିତ ସିରିଜ Love Storiyaan

author img

By ETV Bharat Odisha Team

Published : Feb 22, 2024, 3:32 PM IST

Love Storiyaan Stories of Ordinary People: ସାଧାରଣ ଲୋକଙ୍କ ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ହୃଦୟସ୍ପର୍ଶୀ ଲଭ ଷ୍ଟୋରିଆଁ । ପ୍ରେମ ଦିବସରେ ଓଟିଟିରେ ରିଲିଜ ହେବା ପରେ ବେଶ ଲୋକପ୍ରିୟତା ସାଉଁଟିଛି । ତେବେ ପଢନ୍ତୁ ଏନେଇ କଣ ରହିଛି ବରିଷ୍ଠ ସାମ୍ବାଦିକ ତୈଫିକ ରସିଦଙ୍କ ମତ...

Love Storiyaan Stories of Ordinary People

ତୈଫିକ ରସିଦ, ବରିଷ୍ଠ ସାମ୍ବାଦିକ

ହାଇଦ୍ରାବାଦ: ଭାଲେଣ୍ଟାଇନ୍ସ ଡେ ଅବସରରେ ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମରେ ରିଲିଜ ହୋଇଛି ଲଭ ଷ୍ଟୋରିଆଁ । ୬ଟି ଏପିସୋଡର ଏହି ସିରିଜରେ ବାସ୍ତବ ଜୀବନର ପ୍ରେମ କାହାଣୀ ପ୍ରଦର୍ଶିତ ହୋଇଛି । ତେବେ ଲଭ ଷ୍ଟୋରିଆଁର ପ୍ରଥମ ସିନ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଟ୍ରେଣ୍ଡିଂରେ ରହିଛି ଏହି ଲଭ ଷ୍ଟୋରୀ । ସାଧାରଣ ଲୋକଙ୍କ ଜୀବନଶୈଳୀ ଏବଂ ଏକ ଲଭ ଷ୍ଟୋରୀକୁ ନେଇ ଏହି ସିରିଜ ପ୍ରସ୍ତୁତ କରାଯାଇଛି । ବଙ୍ଗାଳୀ ପର୍ବ ଦୁର୍ଗା ପୂଜାର ସମୟ । ଏଥିରେ ବଙ୍ଗାଳୀ ଯୁବତୀମାନେ ସୁନ୍ଦର ଲାଲ ଏବଂ ଧଶା ରଙ୍ଗର ସାଢି ପିନ୍ଧି, ନାଲି ବିନ୍ଦି ଲଗାଇ ସିନ୍ଦୁର ଖେଳ ଖେଳୁଛନ୍ତି । ଏହି ସମୟରେ ଏକ ମହିଳାଙ୍କ ସ୍ବର ଶୁଣିବାକୁ ମିଳିଛୁ ଯେ, ମୋତେ ଏହା କରିବା ପାଇଁ ଛୋଟ ବେଳୁ ଇଚ୍ଛା ରହିଥିଲା, କିନ୍ତୁ ଏଥିପାଇଁ ଅନୁମତି ମିଳିନଥିଲା । କାରଣ ପୁଅମାନଙ୍କୁ ଏହି ସିନ୍ଦୁର ଖେଳ ପାଇଁ ଅନୁମତି ନଥିଲା ।

ଟ୍ରାନ୍ସ ଜେଣ୍ଡର ଦମ୍ପତିଙ୍କ ସୁନ୍ଦର କାହାଣୀ:

ଏପିସୋଡ ଆରମ୍ଭ ହେବାର କିଛି ମିନିଟ ପରେ ଏହା ଜଣେ ଟ୍ରାନ୍ସ ଜେଣ୍ଡରର ସ୍ବର ବୋଲି ଜଣାପଡିଥିଲା । ତାଙ୍କ ନାମ ଥିଲା ତିସ୍ତା ଦାସ । ଏହାପରେ ଏପିସେଡରେ ସ୍ଥାନ ବଦଳିବା ସହିତ ଏକ ଦମ୍ପତି ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରି ଦୈନନ୍ଦିନ ଜୀବନ ଆରମ୍ଭ କରୁଛନ୍ତି । ତିସ୍ତା ଏବଂ ଦୀପନଙ୍କ କାହାଣୀ 'ଲଭ ବିଅଣ୍ଡ ଲେବଲ୍ସ', ଯାହା କେଲିନ ଡି'କୁହ୍ନାଙ୍କ ଦ୍ବାରା ନିର୍ଦ୍ଦେଶିତ ହୋଇଛି । ଏକ ଏକ ରୋମାଣ୍ଟିକ ପ୍ରେମ କାହାଣୀ ଅଟେ । ଏମାନଙ୍କୁ ପ୍ରଥମେ ପ୍ରେମରେ ପଡିବା ପରେ ଦୀପାନ ଚକ୍ରବର୍ତ୍ତୀ ଲିଙ୍ଗ ପରିବର୍ତ୍ତନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: 'ଲଭ୍ ଷ୍ଟୋରିଆଁ' ଟ୍ରେଲର ରିଲିଜ, ଏହି ଦିନ OTTରେ ହେବ ଷ୍ଟ୍ରିମିଂ

ଏଥିରେ ଦମ୍ପତିଙ୍କର କାହାଣୀ ପ୍ରତିପାଦିତ କରାଯାଇଛି । ଦୁହେଁ ଦୁହିଁଙ୍କୁ ସଂଘର୍ଷର କାହାଣୀ ଶୁଣାଇଥିଲେ । ଜନ୍ମରୁ ସେମାନଙ୍କର ଲିଙ୍ଗ ଚିହ୍ନଟରେ ସମସ୍ୟା ହେବା କାରଣରୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ଏଭଳି ସ୍ଥିତିରେ ଦୁହିଁଙ୍କ ମଧ୍ୟରେ ପ୍ରେମ, ସମର୍ଥନ ବୃଦ୍ଧି ପାଇଥିଲା । ସମସ୍ତ ପରିସ୍ଥିତିରେ ଚିସ୍ତା ଦୀପନ ଚକ୍ରବର୍ତ୍ତୀଙ୍କୁ ସମର୍ଥନ କରଥିଲା । ବାସ୍ତବରେ ଦମ୍ପତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଏହି ସିରିଜକୁ ଦ୍ବିଗୁଣିତ କରିଛି ।

ଇଣ୍ଡୋନେସିଆ ସମେତ 6ଦେଶରେ ବ୍ୟାନ ହୋଇଛି ଲଭ ଷ୍ଟୋରିଆଁ: ବାସ୍ତବରେ ଏହି ପ୍ରେମ କାହାଣୀ ସହଜ ନଥିଲା । ଅନେକ ବାଧା ବିଘ୍ନ ସାମ୍ନାକୁ ଆସିଥିଲା । ସଂଯୁକ୍ତ ଆରବ ଅମିରାତ, ସାଉଦି ଆରବ, ତୁର୍କୀ, ଇଣ୍ଡୋନେସିଆ ଏବଂ ମିତ୍ର ସହିତ 6ଦେଶରେ ଆପତ୍ତି କରିବାପରେ ଏହା ବ୍ୟାନ ହୋଇଥିଲା । ଭାଲେଣ୍ଟାଇନ ଡେ ବା ପ୍ରେମ ସପ୍ତାହ ଅବସରରେ ଏହି ଲଭ ଷ୍ଟୋରିଆଁକୁ ରିଲିଜ କରାଯାଇଥିଲା । ଲଭ ଷ୍ଟୋରିଆଁ ସିରିଜର ନିର୍ମାତା ହେଉଛନ୍ତି କରଣ ଜୋହର । 6ଜଣଙ୍କ ପ୍ରେମ କାହାଣୀ ପ୍ରତିଫଳିତ ହୋଇଛି । ସମାଜର ବିରୋଧ ଏବଂ ସମସ୍ୟାର ସମ୍ମୁଖୀନ ହେବା ପରେ ମଧ୍ୟ ଏହି ପ୍ରେମ କାହାଣୀ ସଫଳ ହୋଇପାରିଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.