ETV Bharat / opinion

ଇସ୍ରାଏଲ ବିରୋଧରେ ICJ ନେଇପାରେ କଠୋର କାର୍ଯ୍ୟାନୁଷ୍ଠାନ - ICJ order On Gaza war

author img

By ETV Bharat Odisha Team

Published : May 29, 2024, 9:17 PM IST

ICJ order On Gaza war: ରାଫାରେ ତୁରନ୍ତ ସାମରିକ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛନ୍ତି ICJ । ବର୍ତ୍ତମାନ ସ୍ଥିତିକୁ ସମ୍ପର୍କରେ ସମୀକ୍ଷା କରିଛନ୍ତି ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟିର ଆସୋସିଏଟ୍ ଫେଲୋ ଅନୁରାଧା ଚେନୋଏ । ପଢନ୍ତୁ ଆଲେଖ୍ୟ

ICJ order On Gaza war
ICJ order On Gaza war (ETV Bharat)

ଲେଖକ: ଅନୁରାଧା ଚେନୋଏ

ଆସୋସିଏଟ୍ ଫେଲୋ, ଜିନ୍ଦଲ ଗ୍ଲୋବାଲ ୟୁନିଭରସିଟି

ଟ୍ରାନ୍ସନ୍ୟାସନାଲ ଇନଷ୍ଟିଚ୍ୟୁଟ, ଦ ନେଦରଲ୍ୟାଣ୍ଡସ

ହାଇଦ୍ରାବାଦ: ଦକ୍ଷିଣ ଗାଜାର ରାଫାରେ ତୁରନ୍ତ ସାମରିକ ଆକ୍ରମଣ ବନ୍ଦ କରିବାକୁ ଇସ୍ରାଏଲକୁ ନିର୍ଦ୍ଦେଶ ଦେଇଛନ୍ତି ଅନ୍ତର୍ଜାତୀୟ କୋର୍ଟ ଅଫ୍ ଜଷ୍ଟିସ (ICJ) । ଚଳିତ ମେ ମାସ ପ୍ରାରମ୍ଭରୁ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ପାଲେଷ୍ଟାଇନ ନାଗରିକମାନଙ୍କୁ ଅଟକ ରଖିଛନ୍ତି । ଇସ୍ରାଏଲ ଗତ ୬ ମାସ ଧରି ଉତ୍ତର ଗାଜାରେ ନିଜର ଆକ୍ରମଣ ଜାରି ରଖିଛି । 1948ର ନିୟମକୁ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି । ICJଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଆଇନଗତ ଭାବରେ ବାଧ୍ୟତାମୂଳକ କିନ୍ତୁ କାର୍ଯ୍ୟକାରିତା ପାଇଁ ସୁରକ୍ଷା ପରିଷଦ ଏକ ସଂକଳ୍ପ ଗ୍ରହଣ କରିବା ଜରୁରୀ । ତେବେ ଏହି ରାୟ ଶୁଣାଇବାକୁ ବହୁ ବର୍ଷ ସମୟ ଲାଗୁଥିବାବେଳେ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ନିଷ୍ପତ୍ତି ନିଆଯାଏ । କିନ୍ତୁ ପାଲେଷ୍ଟାଇନ ନାଗରିକମାନଙ୍କ ଉପରେ ଇସ୍ରାଏଲର ଆକ୍ରମଣକୁ ରୋକିବା ପାଇଁ କୋର୍ଟ ଅସ୍ଥାୟୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ICJ ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ ଆକ୍ରମଣାତ୍ମକ ଅଟେ । ଏହା ଗାଜାରେ ଥିବା ପାଲେଷ୍ଟାଇନ ଗୋଷ୍ଠୀକୁ ପ୍ରଭାବିତ କରିପାରେ । ଏହି ବିନାଶକୁ ସମ୍ପୂର୍ଣ୍ଣ ଭାବେ ମୂଳପୋଛ କରାନଯାଇପାରିଲେ ବି ଆଂଶିକ ବନ୍ଦ କରାଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ICJ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ, ଇସ୍ରାଏଲ କୋର୍ଟର ପୂର୍ବ ଆଦେଶକୁ ଖଣ୍ଡନ କରିଛି । ଯଦି ଗାଜାକୁ 8ଲକ୍ଷ ପାଲେଷ୍ଟାଇନ ମାନଙ୍କ ପାଇଁ ସୁରକ୍ଷା, ପର୍ଯ୍ୟାପ୍ତ ଖାଦ୍ୟ, ଔଷଧ ଏବଂ ଆଶ୍ରୟ ଦେବା ଭଳି ମାନବିକ ସହାୟତା ଯୋଗାଇ ଦିଆଯାଇଛି, ତେବେ ଇସ୍ରାଏଲ କୋର୍ଟକୁ ସୂଚନା ପ୍ରଦାନ କରିବା ଆବଶ୍ୟକ । ଜାତିସଂଘର ଅନୁସନ୍ଧାନକାରୀ ମିଶନର ଏକ ଅଂଶ ହେବାକୁ ICJ ଇସ୍ରାଏଲକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ହମାସ ଦ୍ବାରା ବନ୍ଦୀ ହୋଇଥିବା ଲୋକଙ୍କ ପାଇଁ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ।

ମାର୍ଚ୍ଚ 26ରେ, ICJ ଇସ୍ରାଏଲକୁ କୋର୍ଟର ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଆହ୍ବାନ ଦେଇଥିଲେ । କାରଣ ଜାନୁଆରୀରେ ହୋଇଥିବା ଆକ୍ରମଣ ପରଠାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ଗାଜା ଅଞ୍ଚଳରେ ପାଲେଷ୍ଟାଇନ ନାଗରିକମାନେ ସଙ୍କଟରେ ପଡ଼ିଛନ୍ତି ଏବଂ ଦୁର୍ଭିକ୍ଷ ଭଳି ସ୍ଥିତି ଉପୁଜିଛି । ସେପଟେ ଇସ୍ରାଏଲ ସ୍ପଷ୍ଟ କରିଛି ଯେ, ଏହା ICJ ଆଦେଶକୁ ଉଲ୍ଲଂଘନ କରିବ ଏବଂ ମିଳିତ ଜାତିସଂଘକୁ ଅସମ୍ମାନ କରିବ । ଇସ୍ରାଏଲ ପୂର୍ବରୁ ଏକ ଅନ୍ତର୍ଜାତୀୟ କୋର୍ଟକୁ ପ୍ରତ୍ୟାଖ୍ୟାନ କରିସାରିଛି । ଯୁଦ୍ଧ ଅପରାଧ ତଥା ମାନବିକ ଆଇନ ଉଲ୍ଲଘଂନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବାର ଅଧିକାର ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ICC)ର ରହିଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଆଇସିସି ଚେତାବନୀ ଦେଇଛି । ନେତାନ୍ୟାହୁ, ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଏବଂ ହମାସର ବରିଷ୍ଠ ନେତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା ।

ଏହିସବୁ ଅଭିଯୋଗକୁ ଇସ୍ରାଏଲ ଏବଂ ଆମେରିକା ଉପହାସ କରିଛନ୍ତି । ଏହି ଦେଶକୁ ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ମୁକ୍ତ କରି ଯିହୁଦୀ କାର୍ଯ୍ୟକ୍ରମ ଜାରି ରଖିବାକୁ ଇସ୍ରାଏଲ ପ୍ରୟାସ ଜାରି ରଖିଛି । ତେବେ ଏଠାକାର ମୁଖ୍ୟ ବାସିନ୍ଦା ହେଉଛନ୍ତି ପାଲେଷ୍ଟାଇନ । ସେପଟେ ଇସ୍ରାଏଲର ଏଭଳି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶ ଦଖଲ କରିବା । ଏହା ପାଲେଷ୍ଟାଇନ ନାଗରିକମାନଙ୍କ ପାଇଁ ସମାନ ଅଧିକାର ପ୍ରଦାନ କରିବାକୁ ଉପଯୁକ୍ତ ମନେ କରେ ନାହିଁ । ଏପରିକି ସମସ୍ତ ପ୍ରକାର ନିୟମ ଉଲ୍ଲଘଂନ କରୁଛି ଇସ୍ରାଏଲ । 2023 ଅକ୍ଟୋବର 7ତାରିଖ ଆକ୍ରମଣ ପରେ ପାଲେଷ୍ଟାଇନୀୟମାନଙ୍କ ଉପରେ କରାଯାଇଥିବା ଆକ୍ରମଣର କୌଣସି ଯଥାର୍ଥତା ନଥିଲା । ହମାସ, ଇସ୍ରାଏଲ ସମେତ 35ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରାଯାଇଛି । ସେମାନଙ୍କ ମଧ୍ୟରେ 14 ହଜାର ପିଲା ରହିଛନ୍ତି । ଗାଜାରେ ସ୍କୁଲ, ଆବାସ, ଡାକ୍ତରଖାନା ଉପରକୁ ବୋମାମାଡ଼ କରାଯାଇଛି । ଗାଜା ଷ୍ଟ୍ରିପ୍ ଅଳିଆ ଗଦାରେ ପରିଣତ ହୋଇଛି । ସୁରକ୍ଷିତ ସ୍ଥାନକୁ ଯିବାକୁ ପାଲେଷ୍ଟାଇନବାସୀ ବାଧ୍ୟ ହୋଇଥିଲେ । ରାଫା ପରି ଜୋନ୍ ଗୁଡିକ ଗଠନ କରାଯାଇଛି ।

ଏହା ବି ପଢନ୍ତୁ...ଯଦି ସୀମା ସୁରକ୍ଷିତ ହୋଇଥାନ୍ତା ତେବେ ଭାରତ ଶୀଘ୍ର ଅଗ୍ରଗତି କରିଥାନ୍ତା: ଅଜିତ ଡୋଭାଲ - NSA Ajit Doval On Border Security

ସାଧାରଣରେ ପାଲେଷ୍ଟାଇନ ନାଗରିକମାନଙ୍କୁ ଅଜସ୍ର ସମର୍ଥନ ମିଳୁଛି । ଏହା ପଛର କାରଣ ହେଉଛି ଜାତିସଂଘ ଓ ଏହାର ରିପୋର୍ଟ ଏବଂ ବିଶେଷକରି ICJ ର ଘୋଷଣା ତଥା ଗଣମାଧ୍ୟମର ଭୂମିକା । ଏପରିକି ଇସ୍ରାଏଲ ସମର୍ଥକଙ୍କ ମଧ୍ୟରେ ଏବେ ଭୟ ସୃଷ୍ଟି ହୋଇଛି । ଏହା ବ୍ୟତୀତ ଜାତିସଂଘର 193 ସଦସ୍ୟ ରାଷ୍ଟ୍ର ମଧ୍ୟରୁ 146ଟି ରାଜ୍ୟ ସମେତ ଆୟରଲାଣ୍ଡ, ନରୱେ ଓ ସ୍ପେନ ଆଦିକୁ ପାଲେଷ୍ଟାଇନର ଅଂଶ ଭାବେ ଆନୁଷ୍ଠାନିକ ସ୍ବୀକୃତି ଦେଇଛି । ଯାହାକି ଇସ୍ରାଏଲ ଓ ଆମେରିକା ଏଥିରୁ ବଞ୍ଚିତ ଥିବା ଦର୍ଶାଉଛି । ତେବେ ଜାତିସଂଘର ସଂକଳ୍ପ ଦ୍ବାରା ପୂର୍ବରୁ ଇସ୍ରାଏଲକୁ ସ୍ବୀକୃତି ଦିଆଯାଇଥିଲା । 1949 ରେ ଜାତିସଂଘର ଏକ ରାଷ୍ଟ୍ରର ମାନ୍ୟତା ପାଇଥିବା ଇସ୍ରାଏଲଠୁ ଏହା ପ୍ରତ୍ୟାହାର କରିବାକୁ ସାହସ ରହିବା ଉଚିତ୍ । କାରଣ ଏପରି କରିବାର ଅଧିକାର ଜାତିସଂଘର ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.