ETV Bharat / opinion

ମାଳଦ୍ୱୀପ ଉପରେ ଚୀନର ବିଜୟ: କ'ଣ ରହିବ ଭାରତର ରଣନୀତି ?

India's Strategy Against China And Maldives: ଲାକ୍ଷାଦ୍ବୀପ-ମାଳଦ୍ବୀପ ବିବାଦ ଜାରି ରହିଛି । ଏପରି ସ୍ଥିତିରେ ମାଳଦ୍ବୀପ ସହ ଚୀନର ସମ୍ପର୍କ ଦୃଢ ହୋଇଛି । ଏହି ଦୁଇ ଦେଶ ପ୍ରତି ଭାରତର ରଣନୀତି କିପରି ରହିବ ପଢନ୍ତୁ ଡକ୍ଟର ରାଭେଲା ଭାନୁ କ୍ରିଷ୍ଣା କିରଣଙ୍କ ଆଲେଖ୍ୟ ।

India's Strategy
India's Strategy
author img

By ETV Bharat Odisha Team

Published : Mar 14, 2024, 10:03 PM IST

Updated : Mar 15, 2024, 7:52 PM IST

ଲେଖକ- ଡକ୍ଟର ରାଭେଲା ଭାନୁ କ୍ରିଷ୍ଣା କିରଣ

ହାଇଦ୍ରାବାଦ: ସେନା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି ମାଳଦ୍ବୀପର ନୂଆ ସରକାର । ଚୀନର ଅନୁସନ୍ଧାନକାରୀ ଜାହଜ 'ଜିଆଙ୍ଗ ୟାଙ୍ଗ ହଙ୍ଗ 3' ମାଳଦ୍ବୀପରେ ଅନୁସନ୍ଧାନ କରିବା ଭଳି ଘଟଣା ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଘନିଷ୍ଠ କରିଛି । ଯାହାକି ଚୀନର ରାସ୍ତାକୁ ଆହୁରି ପ୍ରଶସ୍ତ କରିଛି । ସେପଟେ ମାଳଦ୍ବୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ନିଷ୍ପତ୍ତି ଅନୁଯାୟୀ ଭାରତ ସହ ଚୁକ୍ତିର ନବୀକରଣ ହେବ ନାହିଁ । ତେବେ ମାଳଦ୍ବୀପ-ଚୀନ ସମ୍ପର୍କ ଅଭିବୃଦ୍ଧି ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଭାରତ ମହାସାଗରରେ ସାମୁଦ୍ରିକ ପ୍ରତିଦ୍ବନ୍ଦିତା ବୃଦ୍ଧି ପାଇବାରେ ଲାଗିଛି । ଉଡ୍ ମାକେନଜି (Wood Mackenzie) ଅନୁସାରେ, ଭାରତର ୮୮ ପ୍ରତିଶତ ତେଲ ଆମଦାନୀ ଜଳ ପଥ ଦେଇ ପରିବହନ ହୋଇ ଆସିଥାଏ । ସମୁଦ୍ର ପଥରେ ଯେକୌଣସି ବାଧା ଉପୁଜିବା ଦ୍ବାରା ଏହା ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସମୁଦ୍ର ପଥର ସୁରକ୍ଷା ଗୁରୁତ୍ବପୂର୍ଣ୍ଣ । ଚୀନର ଆଧିପତ୍ୟ ବିସ୍ତାର ଏବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି । ଭାରତର ସ୍ଥିତିକୁ ତଳକୁ ଖସାଇବା ପାଇଁ ଭାରତ ମହାସାଗର ଅଞ୍ଚଳ ପାର୍ଶ୍ବବର୍ତ୍ତୀ ଅଞ୍ଚଳ (Indian Ocean Region) ରେ ବେଜିଂ ନିୟମିତ ଭାବେ ରିସର୍ଚ୍ଚ ଚଳାଇଛି । ଏଥିପାଇଁ ସର୍ଭେ ଜାହଜ ମଧ୍ୟ ପଠାଯାଉଛି । ଏହି ଅନମ୍ୟାନଡ ଅଣ୍ଡର ୱାଟର ଭେଇକିଲ (UUVs) ସାମୁଦ୍ରିକ ତଥ୍ୟ ସଂଗ୍ରହ କରୁଛନ୍ତି । ଚାଇନିଜ୍ ରିସର୍ଚ୍ଚ ଜାହଜ ଭାବେ ଜଣାଶୁଣା ଜ୍ୟାଙ୍ଗ ୟାଙ୍ଗ ହଙ୍ଗ-3 (Xiang Yang Hong 3) କୁ ମାଳଦ୍ବୀପରେ ମଧ୍ୟ ଦେଖିବାକୁ ମିଳିଛି।

India's Strategy
India's Strategy

ଚୀନ ଓ ମାଳଦ୍ବୀପ ମଧ୍ୟରେ ଥିବା ସମ୍ପର୍କକୁ ତର୍ଜମା କଲେ ଏହା ଭାରତ ପାଇଁ କ୍ଷତିକାରକ ସାବ୍ୟସ୍ତ ହେବା ଭଳି ମନେହୁଏ । ମାଳଦ୍ବୀପର ରାଜଧାନୀ 'ମାଲେ'ର ନିକଟବର୍ତ୍ତୀ ଦ୍ବୀପ ଫେଧୁ (Feydhoo)କୁ ୫୦ ବର୍ଷ ପାଇଁ ଚୀନର ଏକ କମ୍ପାନୀ ଲିଜରେ ନେଇଛି । ମିନିକଏ ଦ୍ବୀପରୁ ୯୦୦ କିଲୋମିଟର ଦୂରରେ ଅବସ୍ଥିତ ଫେଧୁ ଫିନୋଲହୁ ଦ୍ବୀପରେ ଚାଇନିଜ ମିଲିଟାରୀ ବେସ୍ ତିଆରି ହୋଇଛି । ତେବେ ଏହି ମିନିକଏ ଦ୍ବୀପ ଭାରତରୁ ୧ହଜାର କିଲୋମିଟର ଦୂରରେ ଅବସ୍ଥିତ । ତେଣୁ ଭାରତର ସୁରକ୍ଷାକୁ ନେଇ ବର୍ତ୍ତମାନ ଚିନ୍ତା ବଢିଛି । ଏଭଳି ତମାମ ତଥ୍ୟକୁ ଆଧାର କରି ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଦୃଢ କରିବା ଜରୁରୀ ହୋଇପଡିଛି । ଅପରପକ୍ଷେ, ଭାରତୀୟ ନୌସେନା ଗତିବିଧି ଉପରେ ନଜର ରଖିବା ପାଇଁ IORରେ ଭାରତୀୟ ମିଲିଟାରୀ ବେସ୍ ନାହିଁ । କେବଳ ସେଚେଲାସ,ମାଡାଗାସ୍କର ଏବଂ ମରିସସ ଭଳି ଦ୍ବୀପରେ ଭାରତର ସର୍ଭେଲାନ୍ସ ସିଷ୍ଟମ ରହିଛି ।

ବାସ୍ତବରେ ଚୀନର କୁଟନୀତି ପାଇଁ ଭାରତ ମାଳଦ୍ବୀପରେ ନିଜର ସୁରକ୍ଷିତ ସ୍ଥାନ ହରାଇଥିବା କୁହାଯାଏ । ତେବେ IORରେ ଚୀନର କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଲାକ୍ଷାଦ୍ବୀପରେ ନିଜର ସୁରକ୍ଷାକୁ ସୁଦୃଢ କରିଛି ଭାରତ । ଆରବ ସାଗରରେ ଅବସ୍ଥିତ ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜ ମାଳଦ୍ବୀପର ଏକ ବିକଳ୍ପ ଭାବେ ଛିଡ଼ା ହୋଇଛି । IORରେ ଗତ ୬ ତାରିଖରେ ଇଣ୍ଡିଆନ ନାଭାଲ ବେସ (INS ଜଟାୟୁ)କୁ କାର୍ଯ୍ୟକ୍ଷମ କରିଥିଲା । ଏହା ମାଳଦ୍ବୀପରେ ଥିବାବେଳେ ମିନିକଏ ଦ୍ବୀପଠାରୁ ୧୨୫ କିଲୋମିଟର ଦୂରରେ ଅବସ୍ଥିତ । ସେହିପରି କେରଳର କୋଚିରେ ନୌସେନାର ମଲ୍ଟିରୋଲ୍ MH 60 ହେଲିକପ୍ଟର ନିୟୋଜିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ବିଗ-ବି ସିଣ୍ଡ୍ରୋମ: ପ୍ରତ୍ୟେକ ପଡୋଶୀ ଦେଶ ସହିତ ଚୀନର ବିବାଦ

ଭାରତ ସରକାର ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର କରିଥିଲେ । ଫେବ୍ରୁଆରୀ ୨୦୨୦ ସୁଦ୍ଧା ୨୪ତମ ଜେନେରେସନର ହେଲିକପ୍ଟରରୁ ୬ଟି ଭାରତକୁ ବିତରଣ କରାଯାଇଥିଲା । ଚଳିତ ବର୍ଷ ମାର୍ଚ୍ଚ ୬ ତାରିଖରେ କେରଳର କୋଚିଠାରେ IANS 334 ସ୍କ୍ବାଡରନ ଅନ୍ତର୍ଗତ INS ଗରୁଡ଼ ନିୟୋଜିତ କରାଗଲା । ଏହି ହେଲିକପ୍ଟରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହ ସେନସରର ସୁବିଧା ରହିଛି । ଯାହା ସାମୁଦ୍ରିକ ନୀରିକ୍ଷଣ, ସନ୍ଧାନ ତଥା ଉଦ୍ଧାର କାର୍ଯ୍ୟରେ ସହାୟକ ହେବ । ଲାକ୍ଷାଦ୍ବୀପକୁ ନେଇ ବର୍ତ୍ତମାନ ବିବାଦ ଉପୁଜିଥିବାବେଳେ ଏହା ସେହି ସ୍ଥାନର ସୁରକ୍ଷା ଦିଗରେ କାମ କରିବ । କୌଣସି ଯୁଦ୍ଧ ପରିସ୍ଥିତି ଉପୁଜିଲେ ସେନା ପାଇଁ MH 60 ଯଥେଷ୍ଟ ସହାୟକ ହେବ । ନିକଟରେ ଅନେକ ଇନଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟର ଉଦଘାଟନ ହୋଇଥିବାବେଳେ ଭାରତୀୟ ନୌସେନା କ୍ଷେତ୍ରରେ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି । କର୍ଣ୍ଣାଟକର କରୱାରରେ ଥିବା ବେସରେ ଦୀର୍ଘ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରାଯାଇଛି ।

Last Updated : Mar 15, 2024, 7:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.