ETV Bharat / opinion

2024 ପ୍ରଥମ ତ୍ରୈମାସରେ ବିଶ୍ୱ ବାଣିଜ୍ୟରେ ବୃଦ୍ଧି: ଅଗ୍ରଣୀ ଭୂମିକାରେ ଭାରତ, ଚୀନ ଓ ଆମେରିକା - Global trade in start of 2024

author img

By ETV Bharat Odisha Team

Published : Jul 3, 2024, 4:54 PM IST

Global trade in q1 of 2024: ପ୍ରଥମ ତ୍ରୈମାସରେ ସକରାତ୍ମକ ବିଶ୍ବ ବାଣିଜ୍ୟ । ଭାରତ, ଚୀନ ଓ ଆମେରିକା ପରି ବଡ ଅର୍ଥନୀତି ଆଗରେ । କଣ ଆକଳନ କରୁଛି UNCTAD । ପଢନ୍ତୁ ସୁତାନୁକା ଘୋସାଲଙ୍କ (sutanuka ghosal)ଙ୍କ ଆଲେଖ୍ୟ ।

2024 ପ୍ରଥମ ତ୍ରୈମାସରେ ବିଶ୍ୱ ବାଣିଜ୍ୟରେ ବୃଦ୍ଧି: ଅଗ୍ରଣୀ ଭୂମିକାରେ ଭାରତ, ଚୀନ ଓ ଆମେରିକା
2024 ପ୍ରଥମ ତ୍ରୈମାସରେ ବିଶ୍ୱ ବାଣିଜ୍ୟରେ ବୃଦ୍ଧି: ଅଗ୍ରଣୀ ଭୂମିକାରେ ଭାରତ, ଚୀନ ଓ ଆମେରିକା (ETV Bharat Odisha)

ହାଇଦ୍ରାବାଦ: 2024 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବିଶ୍ବ ବାଣିଜ୍ୟରେ ସକରାତ୍ମକ ଧାରା ସତ୍ତ୍ବେ ସମ୍ଭାବ୍ୟ ଭୌଗୋଳିକ ପ୍ରସଙ୍ଗ ଏବଂ ଶିଳ୍ପନୀତି ପ୍ରଭାବିତ ହେବ ବୋଲି ଆକଳନ ପ୍ରକାଶ ପାଇଛି । ଏନେଇ ‘UNCTAD’ ରିପୋର୍ଟରେ ଏହି ଆକଳନ ଦର୍ଶାଯାଇଛି । ଭୌଗୋଳିକ-ରାଜନୈତିକ ତିକ୍ତତା, ପରିବହନ ପରିବହନ ମୂଲ୍ୟ ବୃଦ୍ଧି ଏବଂ ଶିଳ୍ପ ନୀତିର ବିକାଶ ବିଶ୍ବ ବାଣିଜ୍ୟ ଢାଞ୍ଚାକୁ ପୁନଃରୂପ ଦେଇପାରେ । ଘରୋଇ ଶିଳ୍ପ ଏବଂ ବାଣିଜ୍ୟ ଉପରେ ପ୍ରତିବନ୍ଧକ ବୃଦ୍ଧି ଅନ୍ତର୍ଜାତୀୟ ବାଣିଜ୍ୟ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିପାରେ ବୋଲି ମଧ୍ୟ ରିପୋର୍ଟରେ ଚେତାବନୀ ଦିଆଯାଇଛି ।

ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସଂସ୍ଥା (UNCTAD) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, 2024ର ପ୍ରଥମ ତ୍ରୈମାସିକରେ ବିଶ୍ୱ ବାଣିଜ୍ୟ ସକରାତ୍ମକ ହୋଇଛି । ଯେଉଁଥିରେ ଭାରତ, ଚୀନ୍ ଏବଂ ଆମେରିକା ବିଶ୍ୱ ବାଣିଜ୍ୟରେ ଅଗ୍ରଣୀ ସ୍ଥାନ ଓ ପ୍ରଭାବୀ ଭୂମିକାରେ ରହିଛନ୍ତି । ସବୁଜ ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (AI) ସମ୍ବନ୍ଧୀୟ ଉତ୍ପାଦଗୁଡିକ ସମସ୍ତ ବ୍ୟବସାୟ କ୍ଷେତ୍ରରେ ଦୃଢ ଅଭିବୃଦ୍ଧି ଆଡକୁ ଅଗ୍ରସର ହେବାରେ ଲାଗିଛି । ଦ୍ରବ୍ୟରେ ବାଣିଜ୍ୟର ମୂଲ୍ୟ ତ୍ରୈମାସିକରେ ପ୍ରାୟ 1% ଏବଂ ସେବାରେ 2024 ପ୍ରଥମ ତ୍ରୈମାସରେ ପ୍ରାୟ 1.5% ବୃଦ୍ଧି ପାଇଛି । ଯୁକ୍ତରାଷ୍ଟ୍ର ଏବଂ ବିକାଶଶୀଳ ଦେଶ, ବିଶେଷକରି ବୃହତ ଏସୀୟ ବିକାଶଶୀଳ ଅର୍ଥନୀତି ବିଶିଷ୍ଟ ଦେଶମାନଙ୍କ ପାଇଁ ସକରାତ୍ମକ ବାଣିଜ୍ୟ ଗତିଶୀଳତା ସୃଷ୍ଟି କରିଛି । 2023ର ଦ୍ୱିତୀୟାର୍ଦ୍ଧ ତୁଳନାରେ ଚଳିତବର୍ଷ (2024)ର ପ୍ରଥମାର୍ଦ୍ଧରେ ଦ୍ରବ୍ୟ ବା ସାମଗ୍ରୀ ବାଣିଜ୍ୟରେ ପ୍ରାୟ 250 ବିଲିୟନ ଡଲାର ଏବଂ ସେବା ବାଣିଜ୍ୟରେ 100 ବିଲିୟନ ଡ଼ଲାର ବୃଦ୍ଧି ହେବାର ଆଶା କରାଯାଉଛି ।

ବର୍ଷ 2024 ପାଇଁ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନ ପ୍ରାୟ 3% ରହିଛି । ସ୍ୱଳ୍ପ ମିଆଦି ବ୍ୟବସାୟ ଦୃଷ୍ଟିକୋଣରୁ ବେଶ ସତର୍କତାର ସହିତ ଭଲ ପ୍ରଦର୍ଶନ ସ୍ଥିତି ସୃଷ୍ଟି ହୋଇଛି । ଯଦି ଏହି ସକରାତ୍ମକ ଧାରା ଜାରି ରହେ, ତେବେ ଆର୍ଥିତ ବର୍ଷ 2024ରେ ବିଶ୍ବ ବାଣିଜ୍ୟ ପ୍ରାୟ 32 ଟ୍ରିଲିୟନ ଡଲାରରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ଦୃଷ୍ଟିଗୋଚର ହେଉଛି । ତଥାପି ଏହି ସମସ୍ତ ଅନୁକୂଳ ସ୍ଥିତି ସତ୍ତ୍ବେ 2022ରେ ଦେଖାଯାଇଥିବା ରେକର୍ଡ ସ୍ତର ଅତିକ୍ରମ କରିବା ସମ୍ଭବପର ହେବ ନୁହେଁ ବୋଲି ମଧ୍ୟ ଆକଳନ କହୁଛି ।

ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଚୀନ୍, ଭାରତ ଏବଂ ଆମେରିକା ବାଣିଜ୍ୟ ଅଭିବୃଦ୍ଧିରେ ବିଶ୍ବର ପ୍ରମୁଖ ରାଷ୍ଟ୍ର ଭାବେ ଆଗରେ ରହିଛନ୍ତି । ଏହି ଅବଧି ମଧ୍ୟରେ ବିଶ୍ବ ବାଣିଜ୍ୟ ଅଭିବୃଦ୍ଧି ମୁଖ୍ୟତ ଚୀନ୍ (9%), ଭାରତ (7%) ଏବଂ ଆମେରିକା (3%) ରପ୍ତାନି ବୃଦ୍ଧି ଦ୍ୱାରା ପରିଚାଳିତ ହୋଇଥିଲା । ଅପରପକ୍ଷେ, ୟୁରୋପୀୟ ଦେଶମାନଙ୍କର ରପ୍ତାନିରେ କୌଣସି ଅଭିବୃଦ୍ଧି ପରିଲକ୍ଷିତ ହୋଇନଥିଲା । ସେହିପରି ସମାନ ସ୍ଥିତି ସହ ଆଫ୍ରିକାର ରପ୍ତାନି ହାରରେ ମଧ୍ୟ 5% ହ୍ରାସ ଘଟିଥିଲା । ବିକାଶଶୀଳ ଦେଶମାନଙ୍କର ବାଣିଜ୍ୟରେ ଉଭୟ ଆମଦାନୀ ଏବଂ ରପ୍ତାନି ପ୍ରଥମ ତ୍ରୈମାସରେ ପ୍ରାୟ 2% ବୃଦ୍ଧି ପାଇଛି । ତୁଳନାତ୍ମକ ଭାବରେ, ବିକଶିତ ଦେଶଗୁଡିକରେ ଆମଦାନୀ ସ୍ଥିର ରହିଛି ଏବଂ ରପ୍ତାନି ସାମାନ୍ୟ ଯଥା 1% ବୃଦ୍ଧି ପାଇଲା । ତଥାପି, ବାର୍ଷିକ ଭିତ୍ତିରେ ଦେଖିବାକୁ ଗଲେ, ଆର୍ଥିକ ବର୍ଷ 2023ର ପ୍ରଥମ ତ୍ରୈମାସିକ ତୁଳନାରେ 2024ର ପ୍ରଥମ ତ୍ରୈମାସରେ ଦକ୍ଷିଣ-ଦକ୍ଷିଣ ବାଣିଜ୍ୟ 5% ହ୍ରାସ ପାଇଛି ।

ସବୁଜ ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ସବୁଜ ଶକ୍ତି ଏବଂ କୃତ୍ରିମ ବୁଦ୍ଧିମତ୍ତା ସମ୍ବନ୍ଧୀୟ ଉତ୍ପାଦଗୁଡିକରେ ଅନ୍ୟ ସାମଗ୍ରୀ ଓ ସେବା ଅପେକ୍ଷାକୃତ ଦୃଢ ଅଭିବୃଦ୍ଧି ସହିତ ବାଣିଜ୍ୟ ଅଭିବୃଦ୍ଧି କ୍ଷେତ୍ରଗୁଡିକରେ ଯଥେଷ୍ଟ ଭିନ୍ନତା ସ୍ପଷ୍ଟ ଭାବେ ଦୃଷ୍ଟିକୁ ଆସିଛି । 2023ର ପ୍ରଥମ ତ୍ରୈମାସିକ ତୁଳନାରେ ଉଚ୍ଚକ୍ଷମତା ସମ୍ପନ୍ନ ସର୍ଭରଗୁଡ଼ିକର ବାଣିଜ୍ୟ ମୂଲ୍ୟ 25% ବୃଦ୍ଧି ପାଇଥିବା ବେଳେ ଅନ୍ୟ କମ୍ପ୍ୟୁଟର ଏବଂ ଷ୍ଟୋରେଜ୍ ୟୁନିଟଗୁଡିକ 8% ବୃଦ୍ଧି ପାଇଛି । ସମାନ ଢଙ୍ଗରେ ବୈଦ୍ୟୁତିକ ଯାନଗୁଡିକର ବାଣିଜ୍ୟ ମୂଲ୍ୟ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇ ପ୍ରାୟ 25% ବୃଦ୍ଧି ପାଇଲା ।

ଏହି ସକରାତ୍ମକ ଧାରା ସତ୍ତ୍ବେ ମଧ୍ୟ 2024 ର ଦୃଷ୍ଟିକୋଣ ସମ୍ଭାବ୍ୟ ଭୌଗୋଳିକ ପ୍ରସଙ୍ଗ ଏବଂ ଶିଳ୍ପ ନୀତିର ପ୍ରଭାବ ଦ୍ୱାରା ପ୍ରଭାବିତ ହେବ । ଭୈଗୋଳିକ ରାଜନୈତିକ ତିକ୍ତତା, ପରିବହନ ମୂଲ୍ୟ ବୃଦ୍ଧି ଏବଂ ଶିଳ୍ପ ନୀତିର ବିକାଶ ବିଶ୍ବ ବାଣିଜ୍ୟ ଢାଞ୍ଚାକୁ ଏକ ପୁନଃରୂପ ଦେଇପାରେ ବୋଲି ରିପୋର୍ଟ କହୁଛି । ଘରୋଇ ଶିଳ୍ପ ଏବଂ ବାଣିଜ୍ୟ ଉପରେ ପ୍ରତିବନ୍ଧକ ବୃଦ୍ଧି ଆନ୍ତର୍ଜାତୀୟ ବାଣିଜ୍ୟ ଅଭିବୃଦ୍ଧିରେ ବାଧା ସୃଷ୍ଟି କରିପାରେ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି ।

UNCTAD ହେଉଛି ମିଳିତ ଜାତିସଂଘର ବାଣିଜ୍ୟ ଏବଂ ବିକାଶ ସଂସ୍ଥା । ଏହା ମୁଖ୍ୟତଃ ବିକାଶଶୀଳ ଦେଶମାନଙ୍କୁ ଏକ ବିଶ୍ୱସ୍ତରୀୟ ଅର୍ଥନୀତିର ଲାଭ ପ୍ରଦାନ କରିବାରେ ପ୍ରଭାବଶାଳୀ କରିବାରେ ସାହାଯ୍ୟ କରେ । ସେମାନଙ୍କୁ ଅଧିକ ଅର୍ଥନୈତିକ ଐକୀକରଣର ସମ୍ଭାବ୍ୟ ସାମ୍ନା କରିବାକୁ ସକ୍ଷମ କରିବା ପରି ବାତାବରଣ ପ୍ରଦାନ କରେ । ନିରନ୍ତର ବିକାଶ ପାଇଁ ବାଣିଜ୍ୟ, ପୁଞ୍ଜି ବିନିଯୋଗ, ଅର୍ଥ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାରେ ବୈଷୟିକ ସହାୟତା ପ୍ରଦାନ ଦିଗରେ ଅନ୍ତର୍ଜାତୀୟ କାରବାରକୁ ଏହା ଏକ ଦିଗ ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.