ହାଇଦ୍ରାବାଦ: କେନ୍ଦ୍ରୀୟ ବଜେଟ-2024ରେ ଦକ୍ଷିଣ-ରାଜ୍ୟ ଆନ୍ଧ୍ର ପ୍ରଦେଶ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆବଣ୍ଟନ ପାଇଛି । ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ କେନ୍ଦ୍ର ସରକାର 15,000 କୋଟି ଟଙ୍କା ଚଳିତ ବଜେଟରେ ଆବଣ୍ଟିତ କରିଛନ୍ତି । ରାଜ୍ୟର ଜଳସେଚନ ଏବଂ ପାନୀୟ ଜଳର ଆବଶ୍ୟକତା ପାଇଁ ଗୁରୁତ୍ୱପୂର୍ଣ୍ଣ ‘ପୋଲାଭାରାମ ପ୍ରକଳ୍ପ’ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ବଜେଟରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବିଶାଖାପାଟନମ-ଚେନ୍ନାଇ ଇଣ୍ଡଷ୍ଟ୍ରିଆଲ କରିଡର ଏବଂ ହାଇଦ୍ରାବାଦ-ବେଙ୍ଗାଲୁରୁ ଇଣ୍ଡଷ୍ଟ୍ରିଆଲ କରିଡରର ଭିତ୍ତିଭୂମି ବିକାଶ ପାଇଁ ପାଣ୍ଠି ଆବଣ୍ଟନ କରାଯାଇଛି । ଆନ୍ଧ୍ର ପ୍ରଦେଶରେ ପଛୁଆ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଅନୁଦାନ ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ଏଥିସହ ଆର୍ଥିକ ବିକାଶ ପାଇଁ ପୁଞ୍ଜି ବିନିଯୋଗ ପାଇଁ ଅତିରିକ୍ତ ପାଣ୍ଠି ତଥା ଅତ୍ୟାବଶ୍ୟକ ଭିତ୍ତିଭୂମି ପାଇଁ ପାଣ୍ଠି ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ଅଧିନିୟମ-2014 ଅନୁଯାୟୀ କେନ୍ଦ୍ର ସରକାର ବଜେଟରେ ପ୍ରତିଶୃତି ଦେଇଛନ୍ତି । ଲୋକସଭାରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ର ରୂପରେଖକୁ ବିଚାରକୁ ନେଇ ଦେଖିଲେ, ଏହି ଆବଣ୍ଟନ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ । ଏହା ସ୍ପଷ୍ଟ ଭାବେ ବୁଝାପଡୁଛି ।
ଆନ୍ଧ୍ର ଓ ବିହାରକୁ ଅଧିକ ଆବଣ୍ଟନ:-
ଆନ୍ଧ୍ର ପ୍ରଦେଶରେ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ହେଉଛି କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ‘ଏନଡିଏ’ ମେଣ୍ଟ ସରକାରର ମୁଖ୍ୟ ସହଯୋଗୀ ଦଳ । କେନ୍ଦ୍ରରେ ‘ଏନଡିଏ’ ମିଳିତ ସରକାରର ସ୍ଥିରତା ଓ ନିମ୍ନସଦନ ଲୋକସଭାରେ ସଂଖ୍ୟା ଗରିଷ୍ଠତା ବଜାୟ ରଖିବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କ ‘ଟିଡିପି’ ସମର୍ଥନର ନିଶ୍ଚିତ ଆବଶ୍ୟକତା ରହିଛି । ‘ଏନଡିଏ’ର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ବିହାରରେ ଏକ ମିଳିତ ସରକାର ଅଛି, ତେଣୁ ବିହାରକୁ ମଧ୍ୟ କେନ୍ଦ୍ରୀୟ ବଜେଟରେ ପର୍ଯ୍ୟାପ୍ତ ଆବଣ୍ଟନ ମିଳିଛି ।
ତେଲେଙ୍ଗାନା ଏବଂ ସମୃଦ୍ଧ ରାଜଧାନୀ ହାଇଦ୍ରାବାଦ ପୃଥକ ହେବା ପରେ ଆନ୍ଧ୍ର ପ୍ରଦେଶର ଆର୍ଥିକ ଅବସ୍ଥା ଖରାପ ଥିବା ସତ୍ତ୍ୱେ ବିଗତ ଏକ ଦଶନ୍ଧି ମଧ୍ୟରେ ଏହା କେନ୍ଦ୍ରଠାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ସମର୍ଥନ ପାଇନାହିଁ । ହାଇଦ୍ରାବାଦ ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ରାଜସ୍ୱର 58 ପ୍ରତିଶତ ଯୋଗଦାନ ଦେଉଥିଲା । ତେବେ, ପୂର୍ବବର୍ଷ ତୂଳନାରେ ବର୍ତ୍ତମାନର ବଜେଟ୍ ଆବଣ୍ଟନ ଆଶା କରାଯାଉଥିବାଠାରୁ ବହୁତ ଅଧିକ । ଏହି ପାଣ୍ଠି ଆବଣ୍ଟନ ଏହି ବାସ୍ତବତାକୁ ପ୍ରତିଫଳିତ କରେ ଯେ, ଲୋକସଭାରେ ସଂଖ୍ୟା ଗରିଷ୍ଠତା ଶକ୍ତି ଭାରତର ଯେକୌଣସି ସଂଘୀୟ ବ୍ୟବସ୍ଥାକୁ ପ୍ରଭାବିତ କରିପାରେ ଓ ଭାଗ୍ୟ ନିର୍ଣ୍ଣୟ ମଧ୍ୟ କରିପାରେ । ଏହା ମଧ୍ୟ ସମସ୍ତ ରାଜନୈତିକ ଦଳ, ବିଶେଷକରି ଦକ୍ଷିଣ ଭାରତର ଆଞ୍ଚଳିକ ଦଳଗୁଡିକ ପାଇଁ 2026 ପୁନଃ ସୀମା ନିର୍ଦ୍ଧାରଣ ବେଳେ ବିପଦ ସୃଷ୍ଟି କରିବାର ଆଶଙ୍କାକୁ ବୃଦ୍ଧି କରିଛି ।
ଦକ୍ଷିଣ ରାଜ୍ୟଗୁଡିକ ଉପରେ ସୀମା ପୁନଃ ନିର୍ଦ୍ଧାରଣର ପ୍ରଭାବ:
2026 ମସିହାରେ ହେବାକୁ ଥିବା ପୁନଃ ସୀମା ନିର୍ଦ୍ଧାରଣ ଦକ୍ଷିଣ ରାଜ୍ୟଗୁଡିକ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଏହି ରାଜ୍ୟଗୁଡିକ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ବିଡମ୍ବନାର ବିଷୟ ଯେ ଦକ୍ଷିଣ ରାଜ୍ୟଗୁଡ଼ିକୁ ରାଜନୈତିକ ପ୍ରତିନିଧିତ୍ୱ ଦୃଷ୍ଟିରୁ ବର୍ତ୍ତମାନ କ୍ଷତି ସହିବାକୁ ପଡିପାରେ । ବର୍ତ୍ତମାନର ଜନସଂଖ୍ୟା ଆକଳନକୁ ଆଧାର କରି ସଂସଦୀୟ ଆସନ ବଣ୍ଟନ ପାଇଁ ଡିଲିମିଟେସନ ପ୍ରକ୍ରିୟା ତାମିଲନାଡୁ, କେରଳ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ତେଲେଙ୍ଗାନା ଭଳି ଦକ୍ଷିଣ ରାଜ୍ୟ ପାଇଁ ଆସନ ବା ସଂସଦୀୟ କ୍ଷେତ୍ର ଆବଣ୍ଟନ ସଂଖ୍ୟାକୁ ହ୍ରାସ କରିପାରେ । କାରଣ ଏହି ରାଜ୍ୟଗୁଡ଼ିକର ଜନସଂଖ୍ୟା ଉତ୍ତର ଭାରତୀୟ ରାଜ୍ୟମାନଙ୍କ ତୂଳନାରେ କମ ।
ଆନ୍ଧ୍ର ଓ ତେଲେଙ୍ଗାନାର ସମ୍ଭାବ୍ୟ ଆସନ ଆବଣ୍ଟନ:-
ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ ବର୍ତ୍ତମାନ ମିଳିତ ଭାବେ 42ଟି ସିଟ୍ ରହିଛି । ଏହା ଲୋକସଭାର ମୋଟ ଆସନର 7.73 ପ୍ରତିଶତ । କିନ୍ତୁ ପୁନଃ ସୀମା ନିର୍ଦ୍ଧାରଣ ପରେ ଏହି ଦୁଇ ରାଜ୍ୟର ସଂସଦୀୟ ଆସନ ସଂଖ୍ୟା 34କୁ ଖସିପାରେ । ଯାହା ମୋଟ ସଂସଦୀୟ ଆସନ 543ର 6.26 ପ୍ରତିଶତ ହେବ । ଯଦି ସୀମା ପୁନଃ ନିର୍ଦ୍ଧାରଣ ପରେ ଲୋକସଭାରେ ମୋଟ ଆସନ ସଂଖ୍ୟା 848 ବୃଦ୍ଧି ପାଏ, ତେବେ ଉଭୟ ରାଜ୍ୟ 54 ଟି ସିଟ ପାଇପାରନ୍ତି । ଯାହାକି 6.37 ପ୍ରତିଶତ ରହିବ ।
- ଲୋକସଭାରେ କର୍ଣ୍ଣାଟକର ପ୍ରତିନିଧିତ୍ୱ:-
ସେହିଭଳି 543 ଆସନ ବିଶିଷ୍ଟ ଲୋକସଭାରେ କର୍ଣ୍ଣାଟକର ବର୍ତ୍ତମାନ ପ୍ରତିନିଧିତ୍ୱ ରହିଛି 28 ସିଟ୍ । ଯାହାକି 5.15 ପ୍ରତିଶତ । ଏହା ସୀମା ପୁନଃ ନିର୍ଦ୍ଧା ରଣ ପରେ 26 ସିଟକୁ ହ୍ରାସ ପାଇ 4.79 ପ୍ରତିଶତକୁ ଖସି ପାରେ । ବର୍ଦ୍ଧିତ ଲୋକସଭାର 848 ଟି ସିଟ୍ କ୍ଷେତ୍ରରେ କର୍ଣ୍ଣାଟକ 41ଟି ସିଟ୍ ସହ 4.83 ପ୍ରତିଶତକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।
- କେରଳର ଆସନ ସଂଖ୍ୟା:-
543 ସିଟ୍ ବିଶିଷ୍ଟ ଲୋକସଭାରେ କେରଳର ପ୍ରତିନିଧିତ୍ୱ ରହିଛି 20ଟି ସିଟ୍ । ଯାହାକି 3.68 ପ୍ରତିଶତ । ଏଥି ସହିତ ଲୋକସଭାର ମୋଟ 848 ଟି ସିଟ୍ ମଧ୍ୟରୁ କେବଳ 20 ଟି ସିଟ୍ (2.36 ପ୍ରତିଶତ) ପାଇବା ସମ୍ଭାବନା ରହିଛି ।
- ତାମିଲନାଡୁର ପ୍ରତିନିଧିତ୍ୱ:-
543 ସିଟ୍ ବିଶିଷ୍ଟ ଲୋକସଭାରେ 39ଟି ସିଟ୍ ସହ 7.18 ପ୍ରତିଶତ ରହିଛି । ଯାହାକି ବର୍ଦ୍ଧିତ ଲୋକସଭାରେ 5.71 ପ୍ରତିଶତକୁ ହ୍ରାସ ପାଇପାରେ । ତାମିଲନାଡୁ 848 ସିଟ୍ ବିଶିଷ୍ଟ ଲୋକସଭାରେ 49ଟି ସିଟ୍ ସହ 5.78 ପ୍ରତିଶତକୁ ହ୍ରାସ ପାଇପାରେ ।
- ଲାଭବାନ ହେବେ ଉତ୍ତର ଭାରତୀୟ ରାଜ୍ୟ:-
ଅପରପକ୍ଷେ, ଉତ୍ତର ପ୍ରଦେଶ ଏବଂ ବିହାର ପରି ଜନସଂଖ୍ୟାବହୁଳ ଉତ୍ତର-ଭାରତୀୟ ରାଜ୍ୟଗୁଡିକ ସୀମା ପୁନଃ ନିର୍ଦ୍ଧାରଣରେ ଅଧିକ ସଂସଦୀୟ ଆସନ ପାଇବେ ବୋଲି ଆଶା କରାଯାଉଛି । ଉଦାହରଣ ସ୍ୱରୂପ, 543 ସିଟ୍ ବିଶିଷ୍ଟ ଲୋକସଭାରେ ଉତ୍ତର ପ୍ରଦେଶର ପ୍ରତିନିଧିତ୍ୱ 80 ସିଟ୍ ରହିଛି । ଏହାକୁ ବର୍ତ୍ତମାନର ମୋଟ ଲୋକସଭା ଆସନ ସହ ଆନୁପାତିକ ଭାବେ ଦେଖିଲେ 14.73 ପ୍ରତିଶତ । ଏହି ସଂଖ୍ୟା ପରବର୍ତ୍ତୀ ସମୟରେ 91 ସିଟକୁ ବୃଦ୍ଧି ପାଇଁ 16.76 ପ୍ରତିଶତକୁ ବୃଦ୍ଧି ପାଇପାରେ । 848 ସିଟ୍ ବିଶିଷ୍ଟ ଲୋକସଭା କ୍ଷେତ୍ରରେ ୟୁପି 143 ସିଟ ପାଇ 16.86 ପ୍ରତିଶତ ପାଇପାରେ ।
- ବିହାରର ବଢିବ ଆସନ:-
ସେହିଭଳି ବିହାରର ପ୍ରତିନିଧିତ୍ୱ 543 ସିଟ୍ ବିଶିଷ୍ଟ ଲୋକସଭାରେ 40ଟି ସିଟ୍ ରହିଛି । ଯାହାର ଅନୁପାତ 7.36 ପ୍ରତିଶତ । ଏହି ସଂଖ୍ୟା 50 ସିଟକୁ ବୃଦ୍ଧି ପାଇଁ 9.21 ପ୍ରତିଶତକୁ ବୃଦ୍ଧି ପାଇପାରେ । 848 ସିଟ୍ ବିଶିଷ୍ଟ ବର୍ଦ୍ଧିତ ଲୋକସଭାରେ ରାଜ୍ୟ 79 ଟି ସିଟ୍ ସହ 9.31 ପ୍ରତିଶତକୁ ବଢିପାରେ ।
ଏହି ପରିବର୍ତ୍ତନ ସୀମା ନିର୍ଦ୍ଧା ରଣ ପ୍ରକ୍ରିୟାର ଅନୁପଯୁକ୍ତ ପ୍ରଭାବକୁ ଆଲୋକିତ କରୁଛି । ଯାହା ସମ୍ଭବତଃ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକର ରାଜନୈତିକ କ୍ଷତି ସହିପାରନ୍ତି । ଏହି ଦକ୍ଷିଣ ରାଜ୍ୟମାନେ ପାରମ୍ପରିକ ଭାବରେ ଦେଶର ଶାସନ ଏବଂ ବିକାଶରେ ଉଚ୍ଚ ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ରାଜନୈତିକ ପ୍ରତିନିଧିତ୍ବର ଅଭାବ ଦକ୍ଷିଣ ରାଜ୍ୟଗୁଡିକ ପାଇଁ ସୁଦୂରପ୍ରସାରୀ ପରିଣାମ ଦେଇପାରେ । ଏହା ଲୋକସଭାରେ ସେମାନଙ୍କର ପ୍ରଭାବକୁ ହ୍ରାସ କରିପାରେ । ଯାହା ସେମାନଙ୍କର ଅନୁକୂଳ ନୀତି ବୁଝାମଣା ଏବଂ କେନ୍ଦ୍ର ସରକାରଙ୍କଠାରୁ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ବଣ୍ଟନ କରିବାର କ୍ଷମତା ଉପରେ ପ୍ରଭାବ ପକାଇପାରେ ।
- ଉତ୍ତର-ଦକ୍ଷିଣ ବିଭାଜନ ରାଜନୀତି ଜନ୍ମ ନେବ !
ଏହା ଉତ୍ତର-ଦକ୍ଷିଣ ବିଭାଜନ ରାଜନୀତିକୁ ବୃଦ୍ଧି କରିପାରେ । ଯାହା ଦ୍ ବାରା ଦକ୍ଷିଣ ଭାରତର ଲୋକଙ୍କ ମଧ୍ୟରେ ଆଞ୍ଚଳିକ ତିକ୍ତତା ଅନୁଭବ ହୋଇପାରେ । ଅଧିକ ଜନସଂଖ୍ୟା ବିଶିଷ୍ଟ ଉତ୍ତର ପ୍ରଦେଶକୁ ଅଧିକ ରାଜନୈତିକ ଶକ୍ତି ପ୍ରଦାନ କରିବା ଦ୍ବାରା ମଧ୍ୟ କେନ୍ଦ୍ରୀୟ ସମ୍ବଳ ବଣ୍ଟନର ତିକ୍ତତା ସୃଷ୍ଟି କରିବ । ଏହି ଅସନ୍ତୁଳନ ଦକ୍ଷିଣ ପ୍ରଦେଶର ବିକାଶମୂଳକ ପଦକ୍ଷେପ ଏବଂ ଅର୍ଥନୈତିକ ପ୍ରଗତିକୁ ଦୁର୍ବଳ କରିପାରେ, ସମଗ୍ର ଦେଶରେ ବିକାଶ ଅସମାନତାକୁ ଦିଗକୁ ଠେଲି ଦେଇପାରେ ।
- ରଣନୈତିକ ସମାଧାନ:
ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାର ଏହି ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବାକୁ ଦକ୍ଷିଣ ରାଜ୍ୟଗୁଡିକ ମିଳିତ ଭାବେ ବହୁମୁଖୀ ଉପାୟ ଅବଲମ୍ବନ କରିବା ଉଚିତ୍ । ପ୍ରଥମେ, ଦକ୍ଷିଣ ରାଜ୍ୟ ମଧ୍ୟରେ ଏକ ରାଜନୈତିକ ମିଳିତ ମଞ୍ଚ ଗଠନ କରି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ଏକ ମିଳିତ ତଥା ସାଧାରଣ ଆଭିମୁଖ୍ୟ ଉପସ୍ଥାପନ କରିବାରେ ସାହାଯ୍ୟ କରିପାରିବା ଉଚିତ । ଆର୍ଥିକ ଅନୁଦାନ, ଶାସନର ଗୁଣବତ୍ତା ଏବଂ ବିକାଶ ଦିଗ ପରି ଜନସଂଖ୍ୟା ପରିସଂଖ୍ୟାନଠାରୁ ଅଧିକ ମାନଦଣ୍ଡକୁ ଆଧାର କରି ପ୍ରତିନିଧିତ୍ୱ ବଜାୟ ରଖିବାକୁ ଏହି ମିଳିତ ମଞ୍ଚ ଲବି କରିବା ଉଚିତ ।
ସମ୍ପାଦକୀୟ...