ETV Bharat / opinion

ଅଧ୍ୟୟନ: କ୍ରମାଗତ ନିମ୍ନମାନର ବାୟୁ ସଂସ୍ପର୍ଶରେ ଆସିଲେ ବୃଦ୍ଧି ପାଏ ହୃତଘାତ ଆଶଙ୍କା - ବାୟୁ ଗୁଣବତ୍ତା

Risk Of Heart Attacks: ପ୍ରଦୂଷିତ ବାୟୁର ସଂସ୍ପର୍ଶରେ କ୍ରମାଗତ ଆସିବା ପରେ ଜଣେ ବ୍ୟକ୍ତିଠାରେ ହୃଦଘାତର ଆଶଙ୍କା ବଢାଇଥାଏ । ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ଏଠାରେ ଗୁରୁତ୍ବପୂର୍ଣ୍ଣ ନୁହେଁ, କାରଣ ପ୍ରଦୂଷଣର ସେପରି କୌଣସି ସୁରକ୍ଷିତ ସୀମା ନାହିଁ ବୋଲି ବ୍ରିଟିଶ ମେଡିକାଲ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି । ଅଧିକ ପଢନ୍ତୁ

Air quality
Air quality
author img

By ETV Bharat Odisha Team

Published : Feb 24, 2024, 9:36 PM IST

Updated : Feb 24, 2024, 9:50 PM IST

ରିପୋର୍ଟ- ଟୌଫିକ ରାସିଦ

ହାଇଦ୍ରାବାଦ: ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଓ ଦୂଷିତ ବାୟୁ ମଣ୍ଡଳ ସାରା ବିଶ୍ବରେ ଚିନ୍ତାର କାରଣ ପାଲଟିଛି । ଖାଲି ମାରାତ୍ମକ ରୋଗ ନୁହେଁ, ଏବେ ଦୂଷିତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି ଅକାଳରେ ଅନେକଙ୍କ ଜୀବନ ଯାଉଛି । ବାୟୁ ପ୍ରଦୂଷଣକୁ ନେଇ ହୋଇଥିବା ଏକ ନୂଆ ଅଧ୍ୟୟନରେ ବଡ଼ ଖୁଲାସା ହୋଇଛି । ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ କେବଳ ଉଚ୍ଚ ବାୟୁ ଗୁଣବତ୍ତା ସୂଚକାଙ୍କ ବା AQI ବାୟୁ ପରିବର୍ତ୍ତେ, ଜଣେ ବ୍ୟକ୍ତି ଯଦି ଲଗାତାର ଭାବେ ନିମ୍ନମାନର ବାୟୁର ସଂସ୍ପର୍ଶରେ ଆସୁଛି ତେବେ ତା' ଠାରେ ହୃଦଘାତ ହେବାର ଆଶଙ୍କା ବୃଦ୍ଧି ପାଉଛି । କାରଣ ପ୍ରଦୂଷଣର ସେପରି କୌଣସି ସୁରକ୍ଷିତ ସୀମା ନାହିଁ ବୋଲି ବ୍ରିଟିଶ ମେଡିକାଲ ପତ୍ରିକାରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ ବାୟୁ ପ୍ରଦୂଷଣରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ବିଭିନ୍ନ ପ୍ରଦୂଷକ ପଦାର୍ଥ ମଧ୍ୟରୁ ୨.୫ ମାଇକ୍ରୋମିଟର ଆକାରର ସୂକ୍ଷ୍ମ କଣିକା ପଦାର୍ଥ (PM ୨.୫) ରହିଲେ ଏହା ହୃଦ ରୋଗର ଆଶଙ୍କା ବଢାଇଥାଏ । PM ୨.୫ ସଂସ୍ପର୍ଶରେ ଆସିଥିବା ରୋଗୀମାନଙ୍କ ମଧ୍ୟରେ ଅଧିକ ହୃଦଘାତ ଦେଖିବାକୁ ମିଳେ । କାର୍ଡିଆକ୍ ଆରିଥମିଆ ହେଉଛି ଏକ ଅବସ୍ଥା ଯେଉଁଠାରେ ହୃତପିଣ୍ଡର ସ୍ପନ୍ଦନ ଅନିୟମିତ କିମ୍ବା ଅସ୍ବାଭାବିକ ରହିଥାଏ । ଗବେଷକମାନେ ଆହୁରି କହିଛନ୍ତି ଯେ ଏହି କ୍ଷେତ୍ରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ମାନକ (≤5 g/m3) ପାଳନ କରିବା ଯଥେଷ୍ଟ ଲାଭଦାୟକ ଦେଇପାରେ ।

ପିଏମ ୨.୫ କଣ ? : ବାୟୁମଣ୍ଡଳରେ ଥିବା ଧୂଳିକଣାକୁ ସାଧାରଣତଃ ୨ ଭାଗରେ ବିଭକ୍ତ କରାଯାଇଛି । ପିଏମ ୧୦ ବଡ ଧୂଳି କଣାକୁ କୁହାଯାଏ ଏବଂ ପିଏମ ୨.୫ ଛୋଟ ଧୂଳି କଣାକୁ କୁହାଯାଏ । ସବୁଠୁ ବିପଜ୍ଜନକ ପ୍ରଦୂଷକ ହେଉଛି ପିଏମ ୨.୫, ଯାହା ସିଧାସଳଖ ଫୁସଫୁସରେ ପ୍ରବେଶ କରିପାରେ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁସାରେ ବାୟୁ ପ୍ରଦୂଷଣରେ ଯେତିକି ଲୋକଙ୍କର ମୃତ୍ୟୁ ହେଉଛି, ସେଥିରୁ ୮୦ ପ୍ରତିଶତ ମୃତ୍ୟୁ କେବଳ ପିଏମ ୨.୫ ପାଇଁ ହେଉଛି । ଆମେ ଏହା ମଧ୍ୟ ଜାଣୁ ଯେ ଏହି କଣିକାଗୁଡ଼ିକ ଶ୍ବାସିକ୍ରିୟା ସମୟରେ ଫୁସଫୁସ ଭିତରକୁ ପ୍ରବେଶ କରିପାରେ ଏବଂ ଏହା ରକ୍ତ ପ୍ରବାହରେ ପ୍ରବେଶ କରିପାରନ୍ତି । ଯାହା ଦ୍ବାରା ଅନେକଗୁଡ଼ିଏ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଯେପରିକି ଜ୍ବଳନ, ଅସ୍ବାଭାବିକ ହୃଦ ସ୍ପନ୍ଦନ, ରକ୍ତ ଜମାଟ । ଏହି କଣିକାଗୁଡିକ ବିଶେଷ କରି ହୃଦ ରୋଗୀଙ୍କ ପାଇଁ ମୁଖ୍ୟ ପ୍ରଦୂଷିତ ବାୟୁ କଣିକା ବୋଲି କୁହାଯାଏ । ଏହି ଦୁଇଟି ଅଧ୍ୟୟନରୁ ଜଣାପଡିଛି ଯେ PM2.5 ର ସଂସ୍ପର୍ଶରେ ଆସିବା ଦ୍ବାରା ହୃଦ ରୋଗର ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ହୃଦ ରୋଗୀଙ୍କ ମୃତ୍ୟୁ ହେବାର ଆଶଙ୍କା ବଢିପାରେ।

ଏହା ବି ପଢନ୍ତୁ- ଚିନ୍ତାଜନକ ଖବର ! ବାୟୁ ପ୍ରଦୂଷଣ କରିପାରେ ହୃଦୟ ରୋଗ ଏରିଥ୍‌ମିଆ

ଏନେଇ ବରିଷ୍ଠ ହୃଦରୋଗ ବିଶେଷଜ୍ଞ ତଥା ଭାରତୀୟ ଜନସ୍ୱାସ୍ଥ୍ୟ ଫାଉଣ୍ଡେସନ (PHFI)ର ପ୍ରତିଷ୍ଠାତା ଡ. ଶ୍ରୀନାଥ ରେଡ୍ଡୀ କହିଛନ୍ତି ଯେ ଅନେକ ସମୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ଅଧିକ ହେଲେ ଲୋକେ ଭୟଭୀତ ହୋଇପଡ଼ନ୍ତି । ଯେତେବେଳେ ଏକ୍ବିଆଇ ୪୦୦ରୁ ଅଧିକ ହୁଏ ସେତେବେଳେ ଏହା ନିଶ୍ଚିତ ବିପଦ । ଏପରିକି ସୁସ୍ଥ ଶରୀର ପାଇଁ ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦ରୁ ୧୫୦ ରହିବା ଉଚିତ । ହେଲେ ଏଠାରେ ପ୍ରଦୂଷଣର ସେପରି କୌଣସି ସୁରକ୍ଷିତ ସୀମା ନାହିଁ ବୋଲି କୁହାଯାଇଛି । ଜଣେ ବ୍ୟକ୍ତି ଯଦି ମଧ୍ୟମ କିମ୍ବା ଅପେକ୍ଷାକୃତ ନିମ୍ନମାନର ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ଲଗାତାର ଭାବେ ୬ରୁ ୮ ମାସ ଧରି ଆସୁଛି, ତେବେ ଏଠାରେ ରକ୍ତନଳୀ ଉପରେ ପ୍ରଭାପ ପକାଏ ଏବଂ ହୃଦଘାତ ହେବାର ଆଶଙ୍କା ବଢାଇପାରେ । ଯଦି ବାୟୁ ଗୁଣବତ୍ତା ସୂଚକାଙ୍କ ୬୦୦ରୁ ୭୦୦ ରହୁଥିବା ବାୟୁ ସଂସ୍ପର୍ଶରେ ଆସେ ତେବେ ମାତ୍ର ୨ ଦିନରେ ହୃଦଘାତର ଆଶଙ୍କା ବୃଦ୍ଧି ପାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ସତର୍କତା:- ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଭଳି ସ୍ଥିତିରେ ଏକ ସାଧାରଣ ନୀତି ଆଣିବାର ଆବଶ୍ୟକତା ରହିଛି । ଯେଉଁଠାରେ ଆମକୁ ସମସ୍ତଙ୍କ ନିକଟରେ ଏକ୍ସପୋଜର ସ୍ତର ହ୍ରାସ କରିବାକୁ ପଡିବ । ଯେତେବେଳେ ବାୟୁ ମଣ୍ଡଳ ସ୍ବଚ୍ଛ ସେତେବେଳେ ବାହାରକୁ ବାହାରିବା ଦରକାର । ଯଦି କୌଣସି ଜରୁରୀକାଳୀନ ସ୍ଥିତି ଉପୁଜେ ତେବେ ମାସ୍କ ପିନ୍ଧି ବାହାରକୁ ବାହାରିବା ଦରକାର । ବାୟୁ ପ୍ରଦୂଷଣ ଅଧିକ ଥିବା ସ୍ଥାନଗୁଡ଼ିକୁ ଯାତାୟାତ କରିବା ବନ୍ଦ କରିବା ଦରକାର । ସ୍ବଚ୍ଛ ବାୟୁରେ ରକ୍ତ ପ୍ରବାହ ଭଲ ହୋଇଥାଏ । ଏଣୁ ଉତ୍ତମ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ରହିବା ଉପରେ ଅଧିକ ଗୁରୁତ୍ବ ଦିଅନ୍ତୁ ।

Last Updated : Feb 24, 2024, 9:50 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.