ETV Bharat / lifestyle

ଆପଣ ଗୋଲାପ ଚା' ପିଇଛନ୍ତି କି ? ଏମିତି ବନାନ୍ତୁ, ଶରୀରକୁ ମିଳିବ ଚମତ୍କାର ଫାଇଦା - ROSE TEA HEALTH BENEFITS

ଆପଣ ଅଦା ଚା', ଲବଙ୍ଗ ଚା', ପୋଦିନା ଚା' ଭଳି ଅନେକ ହର୍ବାଲ ଚା' ପିଇଥିବେ । ହେଲେ କେବେ ଗୋଲାପ ଫୁଲର ଚା' ପିଇଛନ୍ତି କି ? ଜାଣନ୍ତୁ ଏହି ରେସିପି

ଆପଣ ଗୋଲାପ ଚା' ପିଇଛନ୍ତି କି ? ଏମିତି ବନାନ୍ତୁ
ଆପଣ ଗୋଲାପ ଚା' ପିଇଛନ୍ତି କି ? ଏମିତି ବନାନ୍ତୁ (ETV Bharat)
author img

By ETV Bharat Odisha Team

Published : Dec 14, 2024, 8:04 AM IST

ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ମାନସିକ ଚାପଗ୍ରସ୍ତ ରହୁଛନ୍ତି । ଏହି ଚାପରୁ ସମ୍ପୂର୍ଣ୍ଣ ମୁକ୍ତ ହେବା ସମ୍ଭବ ନୁହେଁ । କିନ୍ତୁ ଏହି ମାନସିକ ଚାପ ଅଧିକ ବଢିଲେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ । ତେଣୁ ଏହାକୁ କମ୍ କରିବାକୁ ହେଲେ ଖାଦ୍ୟଭ୍ୟାସ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଜରୁରୀ । ବିଶେଷଜ୍ଞଙ୍କ ଅନୁସାରେ, ଗୋଲାପ ପାଖୁଡାର ଚା' ସେବନ କଲେ ଏହି ଚାପ କେତେକାଂଶରେ କମ୍ ହୋଇପାରେ ।

ଗୋଲାପ ପାଖୁଡାରେ ଭରପୂର ଭିଟାମିନ ଥାଏ । ବିଶେଷଜ୍ଞଙ୍କ କହିବା କଥା, ଏଥିରେ ଥିବା ଭିଟାମିନ ସି, ଫେନୋଲିକ ଯୌଗିକ, କ୍ୟାରୋଟିନାଏଡ, ଟୋକୋଫେରୋଲ, ବାୟୋଫ୍ଲାଭୋନଏଡ, ଟାନିନ୍, ପେକଟିନ ଭଳି ତତ୍ତ୍ବ ରହିଛି, ଯାହା ମାନସିକ ଚାପ ହ୍ରାସ କରିବାରେ ପ୍ରଭାବଶାଳୀ । ଏନେଇ ନ୍ୟାସଲାନ ଲାଇବ୍ରେରୀ ଅଫ ମେଡିସିନ ବିଶେଷଜ୍ଞର ଏକ ଟିମ୍ ଜଣାଇଛନ୍ତି ।

ଗୋପାଲ ଚା' ପାଇଁ ଆବଶ୍ୟକୀୟ ସାମଗ୍ରୀ

  • କ୍ଷୀର- 3 କପ୍
  • ଚା' ପତି- 3 ଚାମଚ
  • ଚିନି- 3 ଚାମଚ
  • ଗୁଜୁରାତି- 3ଟି
  • ଅନାସି ଫୁଲ- ଗୋଟିଏ
  • କାଜୁ-10
  • ବାଦାମ- 10
  • ଗୋପାଲ ପାଖୁଡା ପେଷ୍ଟ -ଦୁଇ ଚାମଚ
  • ପାଣି- 2 କପ୍

ଗୋଲାପ ଚା ପ୍ରସ୍ତୁତି ପ୍ରଣାଳୀ:

  1. ପ୍ରଥମେ ପୂର୍ବରୁ ପାଣି ଭିଜା ଯାଇଥିବା କାଜୁ ଓ ପିସ୍ତାବଦାମକୁ ଗ୍ରାଇଣ୍ଡ କରି ପେଷ୍ଟ ବନାନ୍ତୁ ।
  2. ଏବେ ଗ୍ୟାସରେ ଏକ ପାତ୍ର ବସାଇ ଦୁଇ ଗ୍ଲାସ ପାଣି ଗରମ କରନ୍ତୁ ।
  3. ଏଥିରେ ଚା' ପତି, ଗୋଲାପ ପାଖୁଡା ପେଷ୍ଟ, ଗୁଜୁରାତି ମିଶାଇ ଭଲ ଭାବେ ଫୁଟାନ୍ତୁ ।
  4. ଏହି କାଢାକୁ ଏକ ପାତ୍ରକୁ ଛାଣି ରଖନ୍ତୁ ।
  5. ବର୍ତ୍ତମାନ ଆଉ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ । ଏଥିରେ ଚିନି ମିଶାନ୍ତୁ ।
  6. କ୍ଷୀର ଫୁଟିଲେ ଏଥିରେ କାଜୁ ବାଦାମ ପେଷ୍ଟ ମିଶାଇ ଭଲ ଭାବେ ଗୋଳାନ୍ତୁ ।
  7. ଆଉ 2-3 ମିନିଟ୍ କ୍ଷୀର ଫୁଟିଲା ପରେ ଏଥିରେ ପୂର୍ବରୁ ପ୍ରସ୍ତୁ କରାଯାଇଥିବା କାଢା ମିଶାଇ ଗୋଳାନ୍ତୁ ଏବଂ 5 ମିନିଟ୍ ଫୁଟିବାକୁ ଛାଡନ୍ତୁ ।
  8. 5 ମିନିଟ୍ ପରେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ଗୋଲାପ ଚା' । ଏକ ଗ୍ଲାସରେ ଏହି ଚା'କୁ ଛାଣି ପିଅନ୍ତୁ ।

ଗୋଲାପ ଚା' ଫାଇଦା:

  • ଗୋଲାପ ପାଖୁଡାରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଏହା ଶରୀରରେ ଫ୍ରି ରାଡିକଲ୍ସ ହଟାଇବାରେ ସାହାଯ୍ୟ କରେ ।
  • ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ।
  • ଗୋଲାପ ପାଖୁଡାରେ ଫ୍ଲାବୋନଏଡ ଥାଏ । ଏହା ସ୍ନାୟୁପ୍ରଣାଳୀ କାର୍ଯ୍ୟକାରିତାରେ ସୁଧାର ଆଣେ ।
  • ପ୍ରତିଦିନ ଏକରୁ ଦୁଇ କପ ଗୋଲାପ ଚା ପିଇଲେ ହଜମ ପ୍ରକ୍ରିୟା ଠିକ୍ ରହେ । ଓଜନ ନିୟନ୍ତ୍ରଣରେ ମଧ୍ୟ ସହାୟକ ହୁଏ ।
  • ଗୋଲାପ ଚା ଆମ ଶରୀରରୁ ବିଷାକ୍ତ ପଦାର୍ଥ ବାହାରି କରିଥାଏ । ଅତିରିକ୍ତ ଚର୍ବି କମାଇବାରେ ସାହାଯ୍ୟ କରେ ।
  • ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ଚା ହରମୋନ ସନ୍ତୁଳନ ମଧ୍ୟ ବଜାର ରଖେ । ଗୋଲାପ ଚାରେ କମ୍ କ୍ୟାଲୋରୀ ଥାଏ ଯାହାକି ଓଜନ ନିୟନ୍ତ୍ରଣ ପାଇଁ ଲାଭଦାୟକ ।

ଏଥିରେ ଥିବା ଭିଟାମିନ ଓ ଫାଇବର ଭୋକ ନିୟନ୍ତ୍ରଣ କରିଥାଏ । ଅର୍ଥାତ୍ ଅଧିକ ସମୟ ଯାଏଁ ଭୋକ ଲାଗେନି । ପେଟ ଭର୍ତ୍ତି ରହିବା ଭଳି ଅନୁଭବ ହେବା ଯୋଗୁଁ ଜଙ୍କଫୁଡ ଓ ଅଏଲି ଫୁଡ ଖାଇବାର ଇଚ୍ଛା କମିଯାଏ ।

ଏହା ମଧ୍ୟ ପଢନ୍ତୁ: ସଫଳତା ପାଇବାକୁ ଚାହୁଁଛନ୍ତି ? ମାନନ୍ତୁ ଗୀତାରେ ଶ୍ରୀକୃଷ୍ଣଙ୍କ ଏହି 7 ଉପଦେଶ - LIFE LESSONS FROM BHAGAVAD GITA

ଏହା ମଧ୍ୟ ପଢନ୍ତୁ: କେଶ ଝଡିବା ସମସ୍ୟା ହେଉଛି ? ସପ୍ତାହକୁ ଏତିକି ଥର ଲଗାନ୍ତୁ ନଡିଆ ତେଲ - COCONUT OIL FOR HAIR

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.