ETV Bharat / lifestyle

ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍ - PAPAYA FACE PACK

ଉଜ୍ଜଳ ଚମକଦାର ଚେହେରା ପାଇଁ ଦରକାର ନାହିଁ ପାର୍ଲର ଯିବା । ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍ । ଚେହେରା କରିବ ଗ୍ଲୋ । ପଢନ୍ତୁ ପୁରା ଖବର

ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍
ଦାଗ-ବ୍ରଣ ହୋଇଯିବ ଦୂର, ଘରେ ବନାନ୍ତୁ ଅମୃତଭଣ୍ଡା ଫେସ ପ୍ୟାକ୍ (ETV Bharat)
author img

By ETV Bharat Lifestyle Team

Published : Nov 22, 2024, 10:36 AM IST

ଅମୃତଭଣ୍ଡା ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୁର । ଏଥିରେ ଭିଟାମିନ-ଏ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଫୋଲେଟ, କପର, ଫାଇବର, ପୋଟାସିମୟ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ପୌଷ୍ଟିକ ତତ୍ତ୍ବ ସହ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଆମର ତ୍ବଚା ପାଇଁ ମଧ୍ୟ ଲାଭଦାୟକ । ଉଜ୍ଜଳ ଚମକଦାର ଚେହେରା ସମସ୍ତେ ଚାହାଁନ୍ତି । ହେଲେ ଧୂଳି ମାଟି, ପ୍ରଦୂଷଣ ଏବଂ ସଠିକ୍ ଯତ୍ନ ଅଭାବରୁ ଚେହେରାରେ କଳା ଦାଗ, ବ୍ରଣ ହୋଇଯାଏ ଏବଂ ଏହା ସୌନ୍ଦର୍ଯ୍ୟକୁ ଫିକା କରିଦିଏ । ଏହି ଦାଗ-ବ୍ରଣ ଲୁଚାଇବାକୁ ମୁହଁରେ ମହଙ୍ଗା ବ୍ୟୁଟି ପ୍ରଡକ୍ଟ ଲଗାଇବା କିମ୍ବା ପାର୍ଲର ଯାଇ କ୍ଲିନ ଅପ୍, ଫେସିଆଲ କରିବା ଦରକାର ନାହିଁ । ଆପଣ ଘରେ ଅମୃତଭଣ୍ଡାରୁ ଫେସ୍ ପ୍ୟାକ୍ ପ୍ରସ୍ତୁତ କରି ଲଗାଇପାରିବେ । ଏଥିରେ ଚେହେରାରୁ ଦାଗ, ବ୍ରଣ ଦୂର ହେବା ସହ ଗ୍ଲୋ ଆସିଥାଏ ।

ଚାଲନ୍ତୁ ଜାଣିବା କିପରି ଏହି ଘରୋଇ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବେ ଜାଣନ୍ତୁ

ଅମୃତଭଣ୍ଡା ଓ ଆଲୋଭେରା ଫେସ ପ୍ୟାକ୍:

କଳା ଦାଗରୁ ମୁକ୍ତି ପାଇଁ ଆପଣ ଅମୃତଭଣ୍ଡା ଓ ଆଲୋଭେରା ଫେସ ପ୍ୟାକ୍ ଲଗାଇପାରିବେ । ଆଲୋଭେରା ତ୍ବଚାକୁ ମଇଶ୍ଚରାଇଜ କରିବା ସହ ଦାଗ ଦୂର କରିବାରେ କାମ କରେ । ଏହି ଫେସ୍ ପ୍ୟାକ ଲଗାଇଲେ ତ୍ବଚା ନରମ ଓ ଉଜ୍ଜଳ ଦିଶେ । ଏଥିପାଇଁ ଆପଣ ଏକ ପାତ୍ରରେ ପାଚିଲା ଅମୃତଭଣ୍ଡା ନିଅନ୍ତୁ । ଏଥିରେ ଦୁଇ ଚାମଚ ଆଲୋଭେରା ଜେଲ ପକାଇ ଭଲ ଭାବେ ମିଶାନ୍ତୁ । ଏବେ ଏହାକୁ ନିଜ ମୁହଁରେ ଲଗାଇ 15 ମିନିଟ୍ ଛାଡି ଦିଅନ୍ତୁ । ଏହାପରେ ପାଣିରେ ମୁହଁ ଧୁଅନ୍ତୁ । ସପ୍ତାହକୁ 2ରୁ 3 ଥର ଏପରି କଲେ ମୁହଁରେ ଗ୍ଲୋ ଆସେ ।

ଅମୃତଭଣ୍ଡା ଓ ଲେମ୍ବୁ ଫେସ ପ୍ୟାକ୍:

ଯଦି ଆପଣଙ୍କ ମୁହଁରେ ଡାର୍କ ସ୍ପଟ୍ ବା କଳା ଦାଗ ଅଛି, ତାହେଲେ ଲେମ୍ବୁ ଓ ଅମୃତଭଣ୍ଡା ଫେସ୍ ପ୍ୟାକ୍ ଲଗାଇପାରିବେ । ଲେମ୍ବୁରେ ସିଟ୍ରିକ ଏସିଡ୍ ଥାଏ ଯାହା ଚେହେରାରେ ଥିବା ଦାଗ ସଫା କରିବାରେ ସାହାଯ୍ୟ କରେ । ଅମୃତଭଣ୍ଡା ତ୍ବଚାକୁ ଡିପ୍ କ୍ଲିନିଂ କରେ । ଏହି ଫେସ୍ ପ୍ୟାକ୍ ତିଆରି କରିବାକୁ ଗୋଟିଏ ପାତ୍ରରେ ଦୁଇ ଚାମଚ ଅମୃତଭଣ୍ଡା ରସ ନିଅନ୍ତୁ । ଏଥିରେ ଏକ ଚାମଚ ଲେମ୍ବୁ ରସ ଓ ଏକ ଚାମଚ ମହୁକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ 15ରୁ 20 ମିନିଟ୍ ପରେ ପାଣିରେ ଧୁଅନ୍ତୁ । ସପ୍ତାହକୁ ଥରେ କିମ୍ବା ଦୁଇ ଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିପାରିବେ ।

ଅମୃତଭଣ୍ଡା ଓ କ୍ଷୀର:

ଅମୃତଭଣ୍ଡା ଓ କ୍ଷୀର ଫେସ୍ ପ୍ୟାକ ଚେହେରାରୁ କଳା ଦାଗ ଦୂର କରେ । ଏହି ପ୍ୟାକ୍ ପ୍ରସ୍ତୁତ କରିବାକୁ ଗୋଟିଏ ପାତ୍ରରେ ଅମୃତଭଣ୍ଡା ପେଷ୍ଟ ନିଅନ୍ତୁ । ଏଥିରେ 3 ଚାମଚ କ୍ଷୀର ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ । ଏବେ ଏହାକୁ ମୁହଁରେ ଲଗାନ୍ତୁ ଓ 15 ମିନିଟ୍ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ପାଣିରେ ମୁହଁ ଧୁଅନ୍ତୁ । ସପ୍ତାହକୁ ଦୁଇରୁ ତିନି ଥର ଏହି ଫେସ୍ ପ୍ୟାକ୍ ଲଗାଇଲେ ଚେହେରା ଗ୍ଲୋ କରିବା ସହ ଦାଗ ବ୍ରଣ ଦୂର ହୋଇଯାଏ ।

ଅମୃତଭଣ୍ଡା ଓ ଦହି ଫେସ ପ୍ୟାକ୍:

ଗୋଟିଏ ପାଚିଲା ଅମୃତଭଣ୍ଡାକୁ ଚକଟି ଏଥିରେ ଦୁଇ ଚାମଚ ଦହି ମିଶାନ୍ତୁ । ଏହି ପେଷ୍ଟକୁ ନିଜ ଚେହେରାରେ ଲଗାଇ 15-20 ମିନିଟ୍ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ । ଏହି ଫେସ ପ୍ୟାକ ତ୍ବଚାକୁ ସଫା ଓ ନରମ କରେ । ଏନଆଇଏଚ ମୁତବାକ, ଦହି କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ବଚା ପାଇଁ ବି ଭାରି ଲାଭଦାୟକ

ଏହା ମଧ୍ୟ ପଢନ୍ତୁ: ଫିସ୍ ସ୍ପା କରୁଛନ୍ତି କି ? ଏହି ଗମ୍ଭୀର ରୋଗ ନେଇ ଚେତାଇଲେ ଡାକ୍ତର

ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ଉପରେ ବୋର୍ଡ ପରୀକ୍ଷା, ଚାପମୁକ୍ତ ରହିବାକୁ ଆପଣାନ୍ତୁ ଏହି ଟିପ୍ସ

ଏହା ମଧ୍ୟ ପଢନ୍ତୁ: ନିଦ ଭାଙ୍ଗିଲା ପରେ ଏମିତି ଅନୁଭବ କରୁଛନ୍ତି କି ? ହୋଇପାରେ ସ୍ଲିପ୍ ପାରାଲିସିସ୍

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.