ETV Bharat / lifestyle

ନଭେମ୍ବରରୁ ୪ ରାଶିଙ୍କ ଆରମ୍ଭ ହେବ ନୂଆ ଜୀବନ, ଶନିଦେବ ଚମକାଇବେ ଭାଗ୍ୟ

ଆରମ୍ଭ ହେବାକୁ ଯାଉଛି ନଭେମ୍ବର ମାସ । ୪ ରାଶିଙ୍କ ଉପରେ ହେବ ଶନିଦେବ କୃପା । ଚାକିରିରେ ହେବ ପଦୋନ୍ନତି । କେଉଁ ରାଶି ପାଇଁ ଭାଗ୍ୟଶାଳୀ ରହିବ ନଭେମ୍ବର ?

NOVEMBER HOROSCOPE
NOVEMBER HOROSCOPE (ETV Bharat Odisha)
author img

By ETV Bharat Odisha Team

Published : 4 hours ago

ହାଇଦ୍ରାବାଦ: ଆଲୋକର ପର୍ବ ଦୀପାବଳି ପରେ ଆରମ୍ଭ ହେଉଛି ନଭେମ୍ବର ମାସ । ନଭେମ୍ବର ଆରମ୍ଭରୁ ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ପକ୍ଷ ଆରମ୍ଭ ହେବାକୁ ଯାଉଛି । ତେଣୁ ନଭେମ୍ବର ମାସ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଏହି ମାସରେ କିଛି ରାଶିରେ ବଡ଼ ପରିବର୍ତ୍ତନ ହେବ । ମାସ ଆରମ୍ଭରୁ ହିଁ ୪ ରାଶିଙ୍କ ପାଇଁ ସୌଭାଗ୍ୟର ଦିନ ଆଗମନ ହେବ । ନଭେମ୍ବରରେ ଗ୍ରହ ଚଳନ ସହ ଅନେକ ରାଜଯୋଗ ଥିବାରୁ ଏହାର ଶୁଭ ପ୍ରଭାବ ୪ ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିବାକୁ ଯାଉଛି । ଗ୍ରହଯୋଗ ପ୍ରଭାବରେ ଧନ ସମୃଦ୍ଧି ସହ ବିବାହ ଜନିତ ସମସ୍ୟାର ସମାଧାନ ହେବ । ତେବେ ଜାଣନ୍ତୁ ନଭେମ୍ବର ମାସ କେଉଁ ୪ଟି ରାଶି ପାଇଁ ସବୁଠାରୁ ଭାଗ୍ୟଶାଳୀ ରହିବ ।

NOVEMBER HOROSCOPE
NOVEMBER HOROSCOPE (GEMINI)

ମିଥୁନ: ନଭେମ୍ବର ମାସଟି ଆପଣଙ୍କ ପାଇଁ ସୌଭାଗ୍ୟର ମାସ ସାବ୍ୟସ୍ତ ହେବ । ମାସର ଦ୍ବିତୀୟ ସପ୍ତାହରେ ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ଯେଉଁମାନଙ୍କର ବିବାହ ସମସ୍ୟା ଲାଗି ରହିଛି, ନଭେମ୍ବର ମାସରେ ହିଁ ଏହାର ସମାଧାନ ହେବାର ଯଥେଷ୍ଟ ସଂକେତ ରହିଛି । ଏକ ନୂତନ ବ୍ୟବସାୟ ଆରମ୍ଭ କରିବା ସହ ଏଥିରୁ ଲାଭବାନ ହେବେ । ଆପଣଙ୍କ ପଦୋନ୍ନତି କିମ୍ବା ବେତନ ବୃଦ୍ଧି ହେବାର ଅନେକ ସମ୍ଭାବନା ରହିଛି । ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା କଳହର ଆପୋଷ ବୁଝାମଣା ହୋଇ ସମାଧାନ ହେବ । ଲଟେରୀରୁ ମୋଟା ଅଙ୍କର ଅର୍ଥ ମିଳିପାରେ ।

NOVEMBER HOROSCOPE
NOVEMBER HOROSCOPE (LEO)

ସିଂହ: ନଭେମ୍ବର ମାସ ଆରମ୍ଭରୁ ହିଁ ଏହି ରାଶିର ବ୍ୟକ୍ତିଙ୍କୁ ଶୁଭ ଖବର ପ୍ରାପ୍ତ ହେବ । ମାସଟି ଆପଣଙ୍କ ପାଇଁ ସ୍ବତନ୍ତ୍ର ହେବ । ବହୁଦିନ ଧରି ଅପେକ୍ଷା କରିଥିବା କାର୍ଯ୍ୟ ନଭେମ୍ବର ମାସରେ ହିଁ ସଫଳ ହେବ । ଆପଣଙ୍କ ଜୀବନର ଦୀର୍ଘ ଦିନର ସମସ୍ୟା ଶେଷ ହୋଇପାରେ । ପ୍ରେମ ସମ୍ପର୍କରେ ମଧୁରତା ଆସିବ । ମାସର ତୃତୀୟ ସପ୍ତାହ ଆପଣଙ୍କ ପାଇଁ ଅତ୍ୟନ୍ତ ସୌଭାଗ୍ୟ ଓ ଅଭୁଲା ସପ୍ତାହ ହେବ । ଜୀବନସାଥୀଙ୍କ ସହ ବିଦେଶ ଭ୍ରମଣ କରିବାକୁ ଯୋଜନା କରି ସଫଳତାର ସହ ଯାତ୍ରା କରିପାରନ୍ତି । ଆୟର ଉତ୍ସ ଖୋଲିପାରେ ।

NOVEMBER HOROSCOPE
NOVEMBER HOROSCOPE (SCORPIO)

ବିଛା: ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ନଭେମ୍ବର ମାସ ଅନୁକୂଳ ରହିବ । ଆପଣଙ୍କ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ପ୍ରେମ ସମ୍ପର୍କ ମଜବୁତ ହେବ । ମାସ ଆରମ୍ଭରୁ ଶୁକ୍ଳ ପକ୍ଷ ଆରମ୍ଭ ହେଉଥିବାକୁ ଚନ୍ଦ୍ରମା ପରି ଆପଣଙ୍କ ଭାଗ୍ୟ ଉଜ୍ଜ୍ବଳ ରହିବ । ନ୍ୟାୟିକ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରେମୀ ଯୁଗଳଙ୍କୁ ବିବାହ ପାଇଁ ପାରିବାରିକ ସ୍ବୀକୃତି ମିଳିବ । ମାସର ଶେଷାର୍ଦ୍ଧରେ ଆପଣଙ୍କୁ ଆକଷ୍ମିକ ଧନଲାଭ ହେବାର ଯୋଗ ରହିଛି । ଏକ ମୂଲ୍ୟବାନ ଧାତୁ ମିଳିପାରେ । ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି । ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କ ସହିତ ସମ୍ପର୍କ ମଜବୁତ ହେବ ।

NOVEMBER HOROSCOPE
NOVEMBER HOROSCOPE (SAGITTARIUS)

ଧନୁ: ନଭେମ୍ବର ମାସ ଆପଣଙ୍କ ପାଇଁ ଭାଗ୍ୟଶାଳୀ ହେବ । ଚାକିରି ପାଇଁ ଆଶାୟୀ ଥିବା ବ୍ଯକ୍ତିମାନଙ୍କୁ ମନ ପସନ୍ଦର ଚାକିରି ମିଳିବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ରହିବ । ଦାମ୍ପତ୍ୟଜୀବନ ପ୍ରେମମୟ ହେବ । ପୈତୃକ ସମ୍ପତ୍ତିରୁ ଲାଭବାନ ହେବ । କୋଟକଚେରି ମାମଲା ଆପଣଙ୍କ ସପକ୍ଷରେ ଯିବ । ଶତ୍ରୁ ପରାଜିତ ହେବ । ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ସହିତ ଜଡିତ ବଡ଼ ନିଷ୍ପତ୍ତି ନେବେ । ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ । ସରକାରୀ ଯୋଜନାରୁ ଲାଭ ପାଇବେ । ରୋଜଗାର କରିବାର ନୂତ ଉତ୍ସ ଆପଣଙ୍କୁ ଦେଖାଯିବ । ଘର କିମ୍ବା ଗାଡ଼ି କିଣିପାରନ୍ତି । ଆର୍ଥିକ ସମସ୍ୟା ଦୂର ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.