ETV Bharat / international

ବିଶ୍ବ ପ୍ରେସ ସ୍ବାଧୀନତା ଦିବସ; ପରିବେଶଗତ ସଙ୍କଟ, ଯୁଦ୍ଧ ଘମାଘୋଟ ମଧ୍ୟରେ ପ୍ରେସ୍ ସ୍ୱାଧୀନତାର ସମର୍ଥନ ଜରୁରୀ - World Press Freedom Day 2024 - WORLD PRESS FREEDOM DAY 2024

World Press Freedom Day 2024: ପ୍ରତିବର୍ଷ ମେ ମାସ 3 ତାରିଖରେ ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସ ପାଳନ କରାଯାଏ । ଏହି ଦିନ ସାରା ବିଶ୍ୱରେ ଗଣମାଧ୍ୟମର ଅବଦାନକୁ ମନେ ରଖିବା ପାଇଁ ଉତ୍ସର୍ଗୀକୃତ । ଅଧିକ ପଢନ୍ତୁ

World Press Freedom Day
World Press Freedom Day (getty)
author img

By ETV Bharat Odisha Team

Published : May 3, 2024, 10:27 AM IST

ହାଇଦ୍ରାବାଦ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ଏଥିରୁ ବୁଝିବା ଉଚିତ ଯେ, ଗଣମାଧ୍ୟମ କେତେ ଗୁରୁତ୍ବପୂର୍ଣ୍ଣ । ପ୍ରଗତିଶୀଳ ବିଶ୍ବର ସାମାଜିକ, ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ତଥା ବୈଜ୍ଞାନିକ ସ୍ଥିତି ସମ୍ପର୍କରେ ଜ୍ଞାତ ପାଇଁ ଗଣମାଧ୍ୟମ ହିଁ ସର୍ବଶ୍ରେଷ୍ଠ । କିନ୍ତୁ ସାମ୍ବାଦିକତା ଏକ ବିପଦପୂର୍ଣ୍ଣ ବୃତ୍ତି ବୋଲି ବିବେଚନା କରାଯାଇଥାଏ । ସାରା ବିଶ୍ବରେ ପ୍ରତିଦିନ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବା ଖବର ସାମ୍ନାକୁ ଆସୁଛି ।

ବାକ୍ ସ୍ବାଧିନତା ଅଧିକାରର ରକ୍ଷା ଏବଂ ସମ୍ମାନ ସରକାରଙ୍କ କର୍ତ୍ତବ୍ୟ । ଏହାକୁ ଆଧାର କରି ପ୍ରତିବର୍ଷ ମେ 3 ତାରିଖରେ ପାଳିତ ହୁଏ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ । ଏହି ଦିନର ଉଦ୍ଦେଶ୍ୟ ହେଉଛି ଗଣମାଧ୍ୟମର ସ୍ୱାଧୀନତାର ନୀତି ପାଳନ କରିବା, ଗଣମାଧ୍ୟମର ମୂଲ୍ୟାଙ୍କନ କରିବା ଏବଂ ଆକ୍ରମଣରୁ ରକ୍ଷା କରିବା ଏବଂ କାର୍ଯ୍ୟ କରିବା ସମୟରେ ଜୀବନ ହରାଇଥିବା ସାମ୍ବାଦିକମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା। ସତ୍ୟତାର ପରିବେଷଣ ବେଳେ ହିଂସା, ବର୍ବରୋଚିତ କାଣ୍ଡରେ ନିଷ୍ପେଷିତର ଶିକାର ହେବାକୁ ପଡୁଛି । ବାରମ୍ବାର ଚତୁର୍ଥସ୍ତମ୍ଭର ସ୍ବାଧୀନତା ଉପରେ ଆକ୍ରମଣ ହେଉଛି । ଗଣମାଧ୍ୟମ ଓ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଅନେକ ନିୟମ ପ୍ରଣୟନ ହୋଇଥିଲେ ମଧ୍ୟ ଆଜି ମଧ୍ୟ ଆକ୍ରମଣର ଶୀକାର ହେଉଛନ୍ତି ସାମ୍ବାଦିକ ।

World Press Freedom Day
World Press Freedom Day (freepik)

ବିଶ୍ବ ପ୍ରେସ ସ୍ବାଧୀନତା ଦିବସର ଥିମ: ପ୍ରତିବର୍ଷ ଏକ ଥିମ୍‌କୁ ନେଇ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳନ କରାଯାଇଥାଏ । ଚଳିତ ବର୍ଷର ଥିମ ରହିଛି ଗ୍ରହ ପାଇଁ ପ୍ରେସ(A Press for the Planet): ପରିବେଶ ସଙ୍କଟ ସାମ୍ନାରେ ସାମ୍ବାଦିକତା ।

ବିଶ୍ବ ପ୍ରେସ ସ୍ବାଧୀନତା ଦିବସର ଇତିହାସ: 1991 ରେ ୟୁନେସ୍କୋ ସାଧାରଣ ସମ୍ମିଳନୀର ସୁପାରିଶ ପରେ ମିଳିତ ଜାତିସଂଘର ସାଧାରଣ ସଭା ଦ୍ବାରା 1993 ମସିହାରେ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପ୍ରତିଷ୍ଠା କରାଯାଇଥିଲା । ଏହାପରେ 1994 ମସିହାରେ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା । ଗଣତନ୍ତ୍ର ମୂଲ୍ୟବୋଧକୁ ରକ୍ଷା କରିବାରେ ଗଣମାଧ୍ୟମ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

World Press Freedom Day
World Press Freedom Day (freepik)

ଏହା ମଧ୍ୟ ପଢନ୍ତୁ: World Press Freedom Day: ସୁରକ୍ଷିତ ନୁହଁନ୍ତି ସାମ୍ବାଦିକ

ବିଶ୍ୱ ପ୍ରେସ୍ ସ୍ୱାଧୀନତା ଦିବସର ମହତ୍ତ୍ୱ ହେଉଛି ସମାଜରେ ପ୍ରେସ୍ ସ୍ୱାଧୀନତାର ମହତ୍ତ୍ୱକୁ ଆଲୋକିତ କରିବା ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ହେଉଛି ସୂଚନା ପ୍ରବାହକୁ ବଜାୟ ରଖିବା ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ପାଇଁ ସାମ୍ବାଦିକ ଏବଂ ଗଣମାଧ୍ୟମ ସଂଗଠନର ଉଦ୍ୟମକୁ ପ୍ରଶଂସା କରିବା । ତେଣୁ ସାମ୍ବାଦିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସରକାରଙ୍କ କର୍ତ୍ତବ୍ୟ ଅଟେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.