ETV Bharat / international

ଟ୍ରମ୍ପ-ହ୍ୟାରିସ ବିତର୍କ; ସମ୍ବିଧାନ, ଅର୍ଥନୀତି ଓ ଗର୍ଭପାତ ପ୍ରସଙ୍ଗରେ କଥା କଟାକଟି - US Presidential Debate

author img

By ETV Bharat Odisha Team

Published : Sep 11, 2024, 8:32 AM IST

Updated : Sep 11, 2024, 10:02 AM IST

Harris-Trump Debate: ହ୍ୟାରିସ-ଟ୍ରମ୍ପଙ୍କ ବିତର୍କ ଉପରେ ସାରା ବିଶ୍ବର ନଜର ରହିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ ଟ୍ରମ୍ପ ହ୍ୟାରିସ ମୁହାଁମୁହିଁ ହୋଇଛନ୍ତି। ବିଶ୍ୱର ଏହି ବଡ଼ ବିତର୍କରେ କେଉଁ ପ୍ରସଙ୍ଗ ଉଠିଛି, ଜାଣନ୍ତୁ।

Harris-Trump Debate
Harris-Trump Debate (Associated Press & ETV Bharat Odisha)

ୱାଶିଂଟନ: ସାରା ବିଶ୍ବରେ ଶକ୍ତିଶାଳୀ ଦେଶ ଭାବେ ଉଭା ହୋଇଥିବା ଆମେରିକାରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ଆଉ ନିର୍ବାଚନକୁ ମାତ୍ର 2 ମାସରୁ କମ୍ ସମୟ ରହିଛି। ନଭେମ୍ବର 5ରେ ହେବ ମତଦାନ। ଏନେଇ କମଲା ହାରିସ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଚାଲିଛି ବିତର୍କ। ଯାହା ଉପରେ ରହିଛି ବିଶ୍ବବାସୀଙ୍କ ନଜର। ତେବେ ଆସନ୍ତୁ ଜାଣିବା ବିତର୍କରେ କେଉଁ ପ୍ରସଙ୍ଗ ଉଠିଛି, ଏବେ କମଲା ଓ ଟ୍ରମ୍ପଙ୍କ ଆଭିମୁଖ୍ୟ କ'ଣ ରହିଛି।

ଟ୍ରମ୍ପ ସମ୍ବିଧାନ ଶେଷ କରିଦେବେ:କମଲା

ଡୋନାଲ୍ଡ ଟ୍ରମ୍ପଙ୍କୁ ଆକ୍ଷେପ କରି କମଲା ହ୍ୟାରିସ କହିଛନ୍ତି , "ଟ୍ରମ୍ପ ଏପରି ଜଣେ ବ୍ୟକ୍ତି ଯିଏକି ଦେଶର ସମ୍ବିଧାନ ଶେଷ କରିବାକୁ ଖୋଲାଖୋଲି ଭାବେ କହିଥିଲେ।"

ଗର୍ଭପାତ ପ୍ରସଙ୍ଗରେ ଟ୍ରମ୍ପଙ୍କ ମତ:

"ମୁଁ ଗର୍ଭପାତ ବ୍ୟାନ ଉପରେ ସହମତ ନୁହେଁ। ଗର୍ଭପାତ ପ୍ରତିବନ୍ଧକର କୌଣସି ଆବଶ୍ୟକତା ନାହିଁ" ବୋଲି ଟ୍ରମ୍ପ କହିଛନ୍ତି। ପୂର୍ବରୁ ଗର୍ଭପାତ ବିଲକୁ ଟ୍ରମ୍ପ ଅନୁମତି ଦେଇଥିବା ଅଭିଯୋଗ ଆଣିଥିଲେ କମଲା ହ୍ୟାରିସ।

କମଲା ହ୍ୟାରିସ ଜଣେ ମାର୍କ୍ସବାଦୀ: ଟ୍ରମ୍ପ

କମଲା ହ୍ୟାରିସଙ୍କୁ ମାର୍କ୍ସବାଦୀ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି କମଲା ଜଣେ ମାର୍କସବାଦୀ, ତାଙ୍କ ପିତା ମଧ୍ୟ ମାର୍କ୍ସବାଦୀ। ସେ ଆମ ଦେଶକୁ ବର୍ବାଦ କରିଦେଇଛନ୍ତି।" ଏହାକୁ ନେଇ ପାଲଟା ଜବାବ ଦେଇଛନ୍ତି ହ୍ୟାରିସ। ସେ କହିଛନ୍ତି, ଆପଣଙ୍କ ସରକାର ସମୟରେ ଚୀନକୁ ଚିପ୍ ଦିଆଯାଇଥିଲା।"

ସବୁଠୁ ଖରାପ ରାଷ୍ଟ୍ରପତି ପ୍ରାର୍ଥୀ ହ୍ୟାରିସ:ଟ୍ରମ୍ପ

ବାଇଡେନ ଓ କମଲା ହ୍ୟାରିସଙ୍କୁ ଟାର୍ଗେଟ୍ କରି ଟ୍ରମ୍ପ କହିଛନ୍ତି, "ଜୋ ବାଇଡେନ ଓ କମଲା ହ୍ୟାରିସ ହେଉଛନ୍ତି ଆମେରିକା ଇତିହାସରେ ସବୁଠୁ ଖରାପ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି।"

ଅର୍ଥନୀତିକୁ ନେଇ କମଲାଙ୍କ ଟାର୍ଗେଟ୍:

ଅର୍ଥନୀତି ପ୍ରସଙ୍ଗ ନେଇ କମଲା ହ୍ୟାରିସ କହିଛନ୍ତି, "ଟ୍ରମ୍ପ ନିଜ କାର୍ଯ୍ୟକାଳରେ ଅର୍ଥ ବ୍ୟବସ୍ଥାକୁ ବର୍ବାଦ କରିଛନ୍ତି। ତାଙ୍କ ପାଖରେ ଅର୍ଥ ବ୍ୟବସ୍ଥା ସମ୍ବଳିତ କୌଣସି ନୀତି ନଥିଲା। ମୁଁ ସରକାରକୁ ଆସିଲେ ଉନ୍ନତ ଅର୍ଥନୀତିର ବ୍ୟବସ୍ଥା କରିବି। ଏନେଇ ମୋ ପାଖରେ କିଛି ଯୋଜନା ରହିଛି। ହେଲେ ମୁଁ ଏବେ ରାଷ୍ଟ୍ରପତି ନାହିଁ।"

Harris-Trump Debate
Harris-Trump Debate (Associated Press)

ରାଷ୍ଟ୍ରପତି ନିର୍ବାଚନରେ ହ୍ୟାରିସ-ଟ୍ରମ୍ପ ପ୍ରତିଦ୍ବନ୍ଦ୍ବିତା:

ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଚଳିତ ଥର ନିର୍ବାଚନରୁ ଓହରିଛନ୍ତି ଜୋ ବାଇଡେନ । ଏହି ରେସରେ ଏବେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି କମଲା ହାରିସ। ଡେମୋକ୍ରାଟିକ ଦଳର ପ୍ରାର୍ଥୀ ହୋଇପାରନ୍ତି ଉପରାଷ୍ଟ୍ରପତି ହାରିସ। ପ୍ରଥମ ଥର ପାଇଁ କୌଣସି ଭାରତୀୟ ବଂଶୋଦ୍ଭବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେ । ଏଥିସହ ପ୍ରଥମ କୃଷ୍ଣକାୟ ମହିଳା ଓ ଦକ୍ଷିଣ ଏସୀୟ ଆମେରିକୀୟ ଭାବେ ଆମେରିକାର ମୁଖ୍ୟ ପଦରେ ଲଢିବେ । କମଲାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଚଳିତଥର କ୍ରମାଗତ ତିନିଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ସେ ଗତଥର ବାଇଡେନଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ତାଙ୍କର ମୁକାବିଲା ହାରିସଙ୍କ ସହ ହେବାକୁ ଯାଉଛି । ଯାହା ଉପରେ ବିଶ୍ବର ପ୍ରାୟ ସମସ୍ତ ଦେଶଙ୍କ ନଜର ରହିଛି ।

ଏହା ବି ପଢନ୍ତୁ...ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର କିଏ, ହାରିସ ନା ଟ୍ରମ୍ପ - US president election

ଏହା ବି ପଢନ୍ତୁ...ଛୁଟି ନେଇ ରେକର୍ଡ କଲେ ବାଇଡେନ ! ରାଷ୍ଟ୍ରପତି କାର୍ଯ୍ୟକାଳର 40 ପ୍ରତିଶତ ଅନୁପସ୍ଥିତ - Joe Biden

ଏହା ବି ପଢନ୍ତୁ...ଆମେରିକା ଇତିହାସରେ ପ୍ରଥମ, କୃଷ୍ଣକାୟ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚନ ଲଢିବେ କମଲା ! ଜାଣନ୍ତୁ ତାଙ୍କ ବିଷୟରେ... - US Elections 2024

ଏହା ବି ପଢନ୍ତୁ...ଗୁଳି ମାଡ ପରେ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରମ୍ପ ! ରାଲି ପାଇଁ ଯିବାବେଳେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କଲା ପ୍ଲେନ୍ - Trump plane emergency landing

Last Updated : Sep 11, 2024, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.