ETV Bharat / international

US Election: ନିର୍ବାଚନ ରାଲିରେ ହାରିସଙ୍କ ପ୍ରତିଶ୍ରୁତି, ' ଜିତିଲେ ଗାଜାରେ ବନ୍ଦ ହେବ ଯୁଦ୍ଧ'

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ । ନିର୍ବାଚନରେ ବିଜୟୀ ହେଲେ ଗାଜାରେ ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଲେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସ ।

kamala harris
kamala harris (ANI)
author img

By ETV Bharat Odisha Team

Published : Nov 4, 2024, 3:00 PM IST

ହାଇଦ୍ରାବାଦ: ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ରାତିରେ ପାହିଲେ ଆରମ୍ଭ ହେବ ମତଦାନ ପ୍ରକ୍ରିୟା । ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କୁ ବାଛିବେ ଆମେରିକାବାସୀ । ଏଥର ନିର୍ବାଚନ ମଞ୍ଚରେ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ବର୍ତ୍ତମାନର ଉପରାଷ୍ଟ୍ରପତି କମଲା ହାରିସ୍ ଏବଂ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି ।

ଇସ୍ରାଏଲ-ଗାଜା ଯୁଦ୍ଧକୁ ଶେଷ କରିବାକୁ ହାରିସଙ୍କ ପ୍ରତିଶ୍ରୁତି :

ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସ ମିଚିଗାନରେ ଏକ ରାଲିରେ ସାମିଲ ହୋଇ ଆମେରିକାବାସୀଙ୍କୁ ଅନେକ ବଡ଼ ବଡ ପ୍ରତିଶ୍ରୁତି ଦେଇଛନ୍ତି । ସେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେଲେ ଗାଜାରେ ଚାଲିଥିବା ଯୁଦ୍ଧକୁ ଶେଷ କରିବେ । ସେଠାରେ ବନ୍ଦୀ ହୋଇଥିବା ଲୋକଙ୍କୁ ଘରକୁ ଫେରାଇ ଆଣିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଇସ୍ରାଏଲର ସୁରକ୍ଷା ତଥା ପାଲେଷ୍ଟାଇନବାସୀଙ୍କ ସମ୍ମାନ ଏବଂ ଆତ୍ମନିର୍ଭରଶୀଳତା ଅଧିକାରକୁ ସିନିଶ୍ଚିନ୍ତ କରିବାକୁ କହିଛନ୍ତି । ରାଲିକୁ ସମ୍ବୋଧିତ କରିବା ସମୟରେ କମଲା ହାରିସ ଆହୁରି ମଧ୍ୟ କହିଥିଲେ,''ଗାଜାରେ ମୃତ୍ୟୁ ଓ ବିନାଶର ଚିତ୍ର , ଲେବାନନରେ ସାଧାରଣ ନାଗରିକଙ୍କ ମୃତ୍ୟୁ ଏବଂ ବିସ୍ଥାପନକୁ ନେଇ ଚଳିତ ବର୍ଷ କଷ୍ଟସାଧ୍ୟ ହୋଇଛି । ରାଷ୍ଟ୍ରପତି ନିର୍ବାଚନରେ ମୁଁ ବିଜୟୀ ହେଲେ ଗାଜାରେ ଚାଲଥିବା ଯୁଦ୍ଧ ବନ୍ଦ କରିବି । ଏହା ସହିତ ଗାଜାରେ ବନ୍ଦୀ ହୋଇଥିବା ଲୋକଙ୍କୁ ଫେରାଇ ଆଣିବି । ଇସ୍ରାଏଲର ସୁରକ୍ଷା ସୁନିଶ୍ଚିତ କରିବା ସହିତ ପାଲେଷ୍ଟାଇନବାସୀଙ୍କୁ ସମ୍ମାନ, ସ୍ୱାଧୀନତା, ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ପାଇଁ ସେମାନଙ୍କର ଅଧିକାର ଦିଆଯିବ । ଇସ୍ରାଏଲ୍-ଲେବାନନ୍ ସୀମାରେ କୁଟନୈତିକ ସମାଧାନ ଉପରେ କାର୍ଯ୍ୟ ଜାରି ରହିବ ଯାହା ଦ୍ବାରା ନାଗରିକଙ୍କ ପାଇଁ ସୁରକ୍ଷା ତଥା ସ୍ଥାୟୀ ସ୍ଥିରତା ପ୍ରଦାନ କରିବ । ''

ନିର୍ବାଚନୀ ପ୍ରସଙ୍ଗ

  • ​​ଗର୍ଭପାତ
  • ଇମିଗ୍ରେସନ
  • ଅର୍ଥନୀତି
  • ଇସ୍ରାଏଲ-ଗାଜା ଏବଂ ରୁଷ-ୟୁକ୍ରେନ ଯୁଦ୍ଧ

ଏହା ମଧ୍ୟ ପଢନ୍ତୁ-US Election: ହାରିସ ନା ଟ୍ରମ୍ପ, କିଏ ନୂଆ ରାଷ୍ଟ୍ରପତି ? ଭାରତ ପାଇଁ କାହିଁକି ଉଭୟ ଗୁରୁତ୍ବପୂର୍ଣ୍ଣ

ଏହା ମଧ୍ୟ ପଢନ୍ତୁ-US Elections: ଟ୍ରମ୍ପ ନା ହାରିସ, କାହାକୁ ସମର୍ଥନ କରୁଛନ୍ତି ପ୍ରବାସୀ ଭାରତୀୟ ?

ଆମେରିକାର ନେତୃତ୍ବ ଏକ ନୂତନ ପିଢି ନେବାର ସମୟ ଆସିଛି:

ନିର୍ବାଚନୀ ସମାବେଶରେ ଆମେରିକା ଏକ ନୂତନ ପିଢିର ନେତୃତ୍ୱର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଡେମୋକ୍ରାଟ୍ ପ୍ରାର୍ଥୀ କମଲା ହାରିସ । ଆମେରିକାର ଏକ ନୂତନ ପିଢିର ନେତୃତ୍ୱ ପାଇଁ ସମୟ ଆସିଛି ଏବଂ ସେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ହାରିସ ।

ସ୍ୱାସ୍ଥ୍ୟସେବା ଉପରେ ଖର୍ଚ୍ଚ କମ କରିବି:

ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବାକୁ ହାରିସ ପ୍ରତିଶ୍ରୁତି ଦେଇଛନ୍ତି । ସ୍ୱାସ୍ଥ୍ୟସେବା କେବଳ ଏକ ଅଧିକାର ନା କି କେବଳ ଏକ ବିଶେଷ ଅଧିକାର ବୋଲି କହିଥିଲେ କମଲା। ଶିଶୁ ଯତ୍ନକୁ ଅଧିକ ସୁଲଭ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି କମଲା । ବରିଷ୍ଠ ନାଗରିକଙ୍କ ଯତ୍ନ ଘରେ ନିଆଯିବା ଉପରେ ମଧ୍ୟ ସେ ଗୁରୁତ୍ବ ଦେଇ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଟିକସ ହ୍ରାସ:

ଉପରାଷ୍ଟ୍ରପତି କମଲା ହାରିସ୍ ନିର୍ବାଚନୀ ରାଲିରେ ଟିକସ ହ୍ରାସ ଉପରେ ସୁନିଶ୍ଚିତ କରିଥିଲେ । ଶ୍ରମିକ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ଟିକସ ହ୍ରାସ ଓ ଘର ଯୋଗାଇବା ପାଇଁ ନିଶ୍ଚିତ କରିଥିଲେ । ଜୀବନଧାରଣରରେ ଉନ୍ନତି, ଖାଦ୍ୟ ସାମଗ୍ରୀ ଉପରେ କର୍ପୋରେଟ୍ ମୂଲ୍ୟ ବୃଦ୍ଧି ଉପରେ ରୋକ ଲଗାଇବାକୁ ସେ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

ଗର୍ଭପାତ ନୀତି ଉପରେ ଗୁରୁତ୍ୱ:

କମଲା ହାରିସ୍ ମହିଳାଙ୍କ ଗର୍ଭପାତ କରିବାର ସ୍ୱାଧୀନତା ରକ୍ଷା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ କହିଛନ୍ତି ଯେ, ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ସେ ପଛକୁ ହଟିବେ ନାହିଁ । କାରଣ ଏହି ସଂଗ୍ରାମ ଭବିଷ୍ୟତ ପାଇଁ ଏବଂ ଏହା ସ୍ୱାଧୀନତା ପାଇଁ ସଂଗ୍ରାମ । ଜଣେ ମହିଳା ନିଜ ଶରୀର ବିଷୟରେ ନିଷ୍ପତ୍ତି ନେବା ପାଇଁ ମୌଳିର ସ୍ୱାଧୀନତା ପାଇବା ଉଚିତ୍ । ତେଣୁ ମୁଁ ରାଷ୍ଟ୍ରପତି ହେଲେ ଏନେଇ ଏକ ନିୟମ ଆଣିବି ବୋଲି କହିଛନ୍ତି କମଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.