ETV Bharat / international

UK ନିର୍ବାଚନ : ଆଜି ଭୋଟ, କାଲି ଜନାଦେଶ, ସୁନକଙ୍କୁ ଗାଦିଚ୍ୟୁତ କରିବେ କି ଲେବର ଲିଡର ! - UK ELECTION 2024

author img

By ETV Bharat Odisha Team

Published : Jul 4, 2024, 1:28 PM IST

Updated : Jul 4, 2024, 2:32 PM IST

UK Election 2024: ଋଷିଙ୍କୁ କଡା ଟକ୍କର ଦେଉଛନ୍ତି ଲେବର ପାର୍ଟି ନେତା କେଇର ଷ୍ଟାରମର । ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ହେବେ ନା ଓ୍ବେଷ୍ଟ-ମିନିଷ୍ଚରରୁ ଆଉଟ୍‌ ହେବେ ଋଷି ସୁନକ । ଆଜି ସଂଧ୍ୟାରେ ଭୋଟିଂ, କାଲି ଜନାଦେଶ । ଅଧିକ ପଢନ୍ତୁ

ଆଜି ସଂଧ୍ୟାରେ ଭୋଟ, କାଲି ଜନାଦେଶ, ଋଷି ସୁନକ ଆଉଟ ହେବା ନେଇ ପୂର୍ବାନୁମାନ
ଆଜି ସଂଧ୍ୟାରେ ଭୋଟ, କାଲି ଜନାଦେଶ, ଋଷି ସୁନକ ଆଉଟ ହେବା ନେଇ ପୂର୍ବାନୁମାନ (ETV Bharat Odisha)

ହାଇଦ୍ରାବାଦ: ଆଜି ଭୋଟ୍‌ ଦେବ ବ୍ରିଟେନ । ଜାତୀୟ ନିର୍ବାଚନ ପାଇଁ ବ୍ରିଟେନରେ ଆଜି ସଂଧ୍ୟାରେ ମତଦାନ ହେବାକୁ ଯାଉଛି । ନିର୍ଦ୍ଧାରିତ ସମୟ ସଂଧ୍ୟା 7ଟାରୁ 10ଟା ମଧ୍ୟରେ ବ୍ରିଟେନବାସୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ବ୍ରିଟିଶ ସର୍ବୋଚ୍ଚ ବ୍ଯବସ୍ଥାପିକା (ସଂସଦ)ର ନିମ୍ନସଦନ ‘ହାଉସ ଅଫ କମନ’ ବା ‘ସାଧାରଣ ସଭା’ର 650 ଆସନ ପାଇଁ ଭୋଟ ପଡିବ । ଶାସନରେ ଥିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ‘କଞ୍ଜରଭେଟିଭ ପାର୍ଟି’ ଓ ବିରୋଧୀ ‘ଲେବର ପାର୍ଟି’ ମଧ୍ୟରେ ଲଢେଇ ହେଉଛି । ମାତ୍ର ସ୍ଥାନୀୟ ଗଣମାଧ୍ୟମର ପୂର୍ବାନୁମାନ ଅନୁସାରେ, ଦୀର୍ଘ 14ବର୍ଷ ପରେ ଏଥର ବ୍ରିଟେନ କ୍ଷମତା ପରିବର୍ତ୍ତନ ଦେଖିପାରେ । ସୁନକଙ୍କ ‘କଞ୍ଜରଭେଟିଭ୍‌ ପାର୍ଟି’ କ୍ଷମତାଚ୍ୟୁତ ହେବା ସହ ‘ଲେବର ପାର୍ଟି’ ସଂଖ୍ୟା ଗରିଷ୍ଠତା ହାତେଇବା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି । ଅନୁମାନ ସତ୍ୟ ପ୍ରମାଣିତ ହେଲେ ବ୍ରିଟେନ ବାମପନ୍ଥୀ ବିଚାରଧାରା ସରକାର ସହ କେଇର ଷ୍ଟାରମରଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ ପାଇପାରେ ।

ଦୁଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ
ଦୁଇ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ (ETV Bharat Odisha)

ସାଢ଼େ 4 ହଜାର ପ୍ରାର୍ଥୀଙ୍କୁ 40 ହଜାର ବୁଥ:-

UK ନିର୍ବାଚନ
UK ନିର୍ବାଚନ (ETV Bharat Odisha)

ଶାସକ ଓ ବିରୋଧୀ ଦୁଇ ମୁଖ୍ୟ ଦଳ ବ୍ୟତୀତ ବ୍ରିଟେନରେ ଚଳିତଥର ପ୍ରାୟ 98 ଦଳ ଜାତୀୟ ନିର୍ବାଚନରେ ପ୍ରାର୍ଥୀ ଲଢାଇଛନ୍ତି । ମୈଦାନରେ ମୋଟ 4,515 ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ 30 ପ୍ରତିଶତ ମହିଳା ରହିଛନ୍ତି । ସେହିପରି 459 ସ୍ବାଧୀନ ପ୍ରାର୍ଥୀ ମଧ୍ୟ ରହିଛନ୍ତି । 40 ହଜାର ମତଦାନ କେନ୍ଦ୍ରରେ 46 ମିଲିୟନ ବ୍ରିଟିଶ୍‌ ନାଗରିକ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଆଜି ମତଦାନ ଶେଷ ହେବା ପରେ ଆସନ୍ତାକାଲି (ଶୁକ୍ରବାର) ପୂର୍ବାହ୍ନରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଉଭୟ ଦଳ ବିଜୟ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ମାତ୍ର ରାଜନୀତି ସମୀକ୍ଷକ ଓ ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ‘ଲେବର ପାର୍ଟି’ ପ୍ରାୟ 4ଶହ ଆସନରେ ବିଜୟୀ ହେବାର ସମ୍ଭାବନା ରହିଛି ।

ବ୍ରିିଟିଶ ସଂସଦ ବହୁମତ:-

ବ୍ରିଟିଶ ସଂସଦ
ବ୍ରିଟିଶ ସଂସଦ (ETV Bharat Odisha)

ମୋଟ 650 ଆସନରୁ ସରକାର ଗଠନ କରିବା ପାଇଁ 326 ଆସନର ଆବଶ୍ୟକତା ରହିଛି । ଶାସନରେ ଥିବା ଦଳ କଞ୍ଜରବେଟିଭ ପାର୍ଟି ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ପ୍ରାର୍ଥୀ କରିଥିବା ବେଳେ ପ୍ରତିପକ୍ଷ ‘ଲେବର ପାର୍ଟି’ର ନେତୃତ୍ବ ନେଉଛନ୍ତି କେଇର ଷ୍ଟାରମର । ଦୀର୍ଘ 14 ବର୍ଷ ହେବ କଞ୍ଜରଭେଟିଭ ପାର୍ଟି ବ୍ରିଟଶ ଶାସନରେ ରହିଛି । ଏହା ଏକ ଦକ୍ଷିଣପନ୍ଥୀ ବିଚାରାଧାରର ଦଳ ।

ଗତ ନିର୍ବାଚନ ଫଳାଫଳ

ଋଷି ସୁନକଙ୍କ ସହ ବ୍ରିଟେନ ରାଜା ଚାର୍ଲ୍ସ-3ୟ
ଋଷି ସୁନକଙ୍କ ସହ ବ୍ରିଟେନ ରାଜା ଚାର୍ଲ୍ସ-3ୟ (ETV Bharat Odisha)

2019 ନିର୍ବାଚନରେ ବୋରିସ ଜନସନଙ୍କ ନେତୃତ୍ବରେ ‘ରଞ୍ଜରଭେଟିଭ ପାର୍ଟି’ 365 ଆସନ ଜିତି ଶାସନ କ୍ଷମତା ହାସଲ କରିବାରେ ସଫଳ ହୋଇଥିଲା । ‘ଲେବର ପାର୍ଟି’ 202 ଆସନ ସହ ବିରୋଧୀ ଦଳ ଭୂମିକାରେ ରହିଥିଲା । ବୋରିସ ଜନସନ ମହାରାଣୀ ଏଲିଜାବେଥଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ହେଲେ ପରେ ରାଜନୈତିକ ଅସ୍ଥିରତା କାରଣରୁ ସେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ଶାସକ ଦଳର ମହିଳା ସାଂସଦ ଲିଜ୍‌ ଟ୍ରସ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ । ହେଲେ ତାଙ୍କ ପଦବୀ ମଧ୍ୟ ଦୀର୍ଘସ୍ଥାୟୀ ହୋଇପାରି ନଥିଲା । ଏହା ପରେ ଶାସକ ଦଳର ଅନ୍ୟତମ ଚର୍ଚ୍ଚିତ ସାଂସଦ ତଥା ଭାରତୀୟ ବଂଶଜ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏଥର ମଧ୍ୟ ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ଲଢୁଛି ।

ବ୍ରିଟିଶ ରାଜନୀତିରେ ଥିବା ପ୍ରମୁଖ ଦଳ:-

ଆଜି ଭୋଟ, କାଲି ଜନାଦେଶ, ସୁନକଙ୍କୁ ଗାଦିଚ୍ୟୁତ କରିବେ କି ଲେବର ଲିଡର !
ଆଜି ଭୋଟ, କାଲି ଜନାଦେଶ, ସୁନକଙ୍କୁ ଗାଦିଚ୍ୟୁତ କରିବେ କି ଲେବର ଲିଡର ! (ETV Bharat Odisha)

ବିଶ୍ବର ଏକ ପ୍ରମୁଖ ଓ ପୁରାତନ ଗଣତାନ୍ତ୍ରିକ ଦେଶ ହେଉଛି ଗ୍ରେଟ-ବ୍ରିଟେନ । ଏଠାରେ ମଧ୍ୟ ବହୁଦଳୀୟ ବ୍ୟବସ୍ଥା ରହିଛି । ଅର୍ଥାତ ଅନ୍ୟ ପାଶ୍ଚାତ୍ୟ ଦେଶ ପରି ଦୁଇଟି ଦଳ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେଉଥିଲେ ସୁଦ୍ଧା ଏକାଧିକ ଦଳ ନିର୍ବାଚନୀ ଗ୍ରାଉଣ୍ଡରେ ଅଛନ୍ତି । ଏଥର ଶାସକ ଦଳ ତଥା ସୁନକଙ୍କ ‘କଞ୍ଜରଭେଟିଭ ପାର୍ଟି’ ଓ ବିରୋଧୀ ଦଳ ଲେବର ପାର୍ଟିକୁ ଛାଡିଲେ ‘ରିଫର୍ମ ୟୁକେ’, ସ୍କଟିଚ ନ୍ୟାସନାଲ ପାର୍ଟି (SNP) ଓ ଗ୍ରୀନ ପାର୍ଟି ପ୍ରମୁଖ ସକ୍ରିୟ ଭୂମିକାରେ ରହିଛି ।

ଭାରତଠାରୁ କେତେ ଭିନ୍ନ ବ୍ରିଟିଶ ନିର୍ବାଚନ ପ୍ରଣାଳୀ :-

ଭାରତ ବିଶ୍ବର ସର୍ବବୃହତ୍ତ ଗାଣତାନ୍ତ୍ରିକ ଦେଶ ହୋଇଥିବ ବେଳେ ବ୍ରିଟେନ ସହ ଏହାର ବ୍ଯବସ୍ଥାର ପ୍ରାୟତଃ ସାମଞ୍ଜସ୍ୟ ରହିଛି । ବ୍ୟବସ୍ଥାଗତ ଭାବେ କିଛି ପ୍ରକ୍ରିୟାରେ ଭିନ୍ନତା ରହିଥିଲେ ସୁଦ୍ଧା ଉଭୟ ଦେଶର ସଂସଦୀୟ ଢାଞ୍ଚା ଓ ପ୍ରକ୍ରିୟା ପ୍ରାୟ ସମାନ । ଉଭୟ ଦେଶର ସର୍ବୋଚ୍ଚ ବ୍ୟବସ୍ଥାପିକାରେ ଦୁଇଟି ସଦନ ରହିଛି । ଭାରତରେ ‘ଲୋକସଭା’ ଓ ‘ରାଜ୍ୟସଭା’ ଥିବା ବେଳେ ବ୍ରିଟେନରେ ‘ହାଉସ ଅଫ କମନ’ ଓ ‘ହାଉସ ଅଫ ଲର୍ଡ୍ସ’ ରହିଛି । ନିମ୍ନ ସଦନଟି ନିର୍ବାଚିତ ହୋଇଥିବା ବେଳେ ଉଚ୍ଚସଦନଟି ମନୋନୀତ ସଦନ । ମାତ୍ର ଭାରତରେ ରାଷ୍ଟ୍ରପତିଙ୍କ ଭୂମିକା ବ୍ରିଟେନରେ ବ୍ରିଟିଶ ରାଜପରିବାର ନିର୍ବାହ କରିଥାଏ । ଅର୍ଥାତ ପ୍ରଧାନମନ୍ତ୍ରୀ ଦେଶର ନିର୍ବାଚିତ ମୁଖ୍ୟ ହୋଇଥିବା ବେଳେ ରାଜା ବା ମହାରାଣୀ ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ହୋଇଥାନ୍ତି । ଏବେ ମହାରାଣୀ ଏଲିଜାବେଥ- ଦ୍ବିତୀୟଙ୍କ ଦେହାନ୍ତ ପରେ ରାଜା ଚାର୍ଲ୍ସୃ ତୃତୀୟ ବ୍ରିଟେନର ରାଜା ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ଚଳିତ ନିର୍ବାଚନ ଫଳାଫଳ ପରେ ସେ ହିଁ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେବେ ।

ଏହା ମଧ୍ୟ ପଢନ୍ତୁ :-ବ୍ରିଟେନ ନିର୍ବାଚନ: କାହିଁକି ଗୁରୁବାର ହୁଏ ଭୋଟିଂ, ଜାଣନ୍ତୁ ରହସ୍ୟ - UK Elections On Thursday

ନିର୍ବାଚିତ ସରକାର ଓ ରାଜପରିବାର ମଧ୍ୟରେ ସମ୍ପର୍କ...

ଜାତୀୟ ନିର୍ବାଚନରେ ସଂଖ୍ୟା ଗରିଷ୍ଠ ପାର୍ଟିର ମୁଖ୍ୟଙ୍କୁ ରାଜା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାନ୍ତି । ସଂସଦୀୟ ପ୍ରକ୍ରିୟାରେ ମଧ୍ୟ ରାଜପରିବାର ଭାରତର ରାଷ୍ଟ୍ରପତି ଭବନ ପରି କାର୍ଯ୍ୟ କରେ । ସଂସଦରେ ପାରିତ ବିଲ୍‌ ରାଜା ବା ମହାରାଣୀଙ୍କ ଦ୍ବାରା ଚୂଡାନ୍ତ ଅନୁମୋଦିତ ହେବା ପରେ ବ୍ରିଟିଶ ବ୍ୟବସ୍ଥାରେ ଆଇନର ମାନ୍ୟତା ପାଇଥାଏ । ଏହା ବ୍ୟତୀତ ନିର୍ବାଚିତ ସରକାର ସୁପାରିଶ କ୍ରମେ ରାଜା ଏକାଧିକ ନିଷ୍ପତ୍ତି ଗ୍ରହଣ କରନ୍ତି । ବ୍ରିଟେନର ବିଭିନ୍ନ ରାଷ୍ଟ୍ରୀୟ ପୁରସ୍କାର ମଧ୍ୟ ରାଜା ହିଁ ପ୍ରଦାନ କରନ୍ତି । ଭାରତୀୟ ସଂସଦୀୟ ପ୍ରଣାଳୀ, ରାଷ୍ଟ୍ରପତି ଓ ନିର୍ବାଚିତ ସରକାରଙ୍କ ମଧ୍ୟରେ ସମନ୍ବୟ ଓ ବ୍ୟବସ୍ଥା ବ୍ରିଟେନରେ ମଧ୍ୟ ଦେଖିବାକୁ ମିଳେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2024, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.