ETV Bharat / international

ବ୍ରିଟେନରେ ଚମକିଲେ ଭାରତୀୟ ବଂଶୋଦ୍ଭବ, ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ 26 ସାଂସଦ - UK election results 2024

Indian-origin MPs Elected To British Parliament: ବ୍ରିଟେନ ନିର୍ବାଚନରେ ଚମକିଲେ ଭାରତୀୟ ବଂଶୋଦ୍ଭବ । 26 ଜଣ ସାଂସଦ ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 6, 2024, 10:19 AM IST

Updated : Jul 6, 2024, 12:50 PM IST

UK election results  2024
UK election results 2024 (ETV BHARAT ODISHA)
BRITISH PARLIAMENT
BRITISH PARLIAMENT (ETV BHARAT ODISHA)

ହାଇଦ୍ରାବାଦ: ବ୍ରିଟେନରେ ଆରମ୍ଭ ହୋଇଛି କେର୍ ଷ୍ଟାର୍ମର ଶାସନ । ସାଧାରଣ ନିର୍ବାଚନରେ ବହୁ ମତ ପାଇ ବ୍ରିଟେନରେ ସରକାର ଗଠନ କରିଛି ଲେବର ପାର୍ଟି । ଏଥର ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ ହୋଇଥିବା 650 ସାଂସଦଙ୍କ ମଧ୍ୟରୁ 26 ଭାରତୀୟ ବଂଶୋଦ୍ଭବ ରହିଛନ୍ତି । ବିଜୟୀ ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରୁ 6 ଜଣ କଞ୍ଜରଭେଟିଭ୍‌ ପାର୍ଟିର ରହିଥିବା ବେଳେ 19 ଜଣ ଲେବର ପାର୍ଟି ଓ ଜଣେ ମାତ୍ର ଲିବରାଲ ଡେମୋକ୍ରାଟ୍ସ ଦଳର ରହିଛନ୍ତି । ଚଳିତ ଥର 107 ଜଣ ଭାରତୀୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ଗତ ନିର୍ବାଚନରେ 15 ଜଣ ଭାରତୀୟ ହାଉସ୍‌ ଅଫ୍‌ କମନ୍ସଙ୍କୁ ନିର୍ବାଚିତ ହୋଇଥିବା ବେଳେ ଚଳିତ ନିର୍ବାଚନରେ ସର୍ବାଧିକ ସଂଖ୍ୟକ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ସାଂସଦ କେରଳ ଓ ପଞ୍ଜାବର ରହିଛନ୍ତି ।

କଞ୍ଜରଭେଟିଭ୍‌ ପାର୍ଟିରୁ ବିଜୟୀ ଭାରତୀୟ ବଂଶୋଦ୍ଭବ ସାଂସଦ: ଋଷି ସୁନକ୍ ପ୍ରଧାନମନ୍ତ୍ରୀପଦ ହରାଇଥିଲେବି ନର୍ଥ ଇଂଲଣ୍ଡର ରିଚ୍‌ମଣ୍ଡ ଆସନରୁ ବିଜୟୀ ହୋଇଛନ୍ତି । ସେହିପରି ଶିବାନୀ ରାଜା ଲିସେଷ୍ଟର ଇଷ୍ଟରୁ ବିଜୟୀ ହୋଇଛନ୍ତି। ଅନ୍ୟ ବିଜୟୀ ସାଂସଦଙ୍କ ମଧ୍ୟରୁ ରହିଛନ୍ତି ପ୍ରିତି ପଟେଲ, ପୂର୍ବତନ ମନ୍ତ୍ରୀ ସୁଏଲ୍ଲା ବ୍ରାଭରମ୍ୟାନ୍‌, ଗଗନ ମୋହିନ୍ଦ୍ରା, କ୍ଲେୟାର କାଉଣ୍ଟିନୋ ।

ଏହା ମଧ୍ୟ ପଢନ୍ତୁ-ନିର୍ବାଚନରେ ହାର ମାନିଲେ ସୁନକ, 14ବର୍ଷ ପରେ ସରକାରକୁ ଫେରିଲା ଲେବର ପାର୍ଟି, କେର୍ ଷ୍ଟାରମର ହେବେ ପ୍ରଧାନମନ୍ତ୍ରୀ - UK Election Results

ଲେବର ପାର୍ଟିରୁ ବିଜୟୀ ଭାରତୀୟ ବଂଶୋଦ୍ଭବ: ଲେବର ପାର୍ଟିରୁ କନିଷ୍କ ନାରାୟଣ ପ୍ରଥମ ଥର ପାଇଁ ଓ୍ବେଲ୍‌ଶ ଆସନରୁ ନିର୍ବାଚିତ ହୋଇଛନ୍ତି। ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି, ସୀମା ମଲହୋତ୍ରା, ଭାଲେରୀ ଭାଜ, ନଦିଆ ଓ୍ବାଇଟୋମୋ, ପ୍ରୀତ୍‌ କୌର ଗିଲ୍‌, ତନମନଜିତ ସିଂହ ଦେଶାୟୀ, ସୋଜାନ ଜୋସେଫ, ଲିସା ନ୍ୟାଣ୍ଡି, ନଭେନ୍ଦୁ ମିଶ୍ରା, ସତବିର କୌର । ଏକାଧିକ ନୂଆ ଭାରତୀୟ ବଂଶୋଦ୍ଭବ ସାଂସଦ ମଧ୍ୟ ରହିଛନ୍ତି ଲେବର ପାର୍ଟିରେ ସେମାନେ ହେଉଛନ୍ତି, ଜାସ ଆଥୱାଲ, ବାଗି ଶଙ୍କର, , ହରପ୍ରୀତ ଉପାଲ,ୱାରିଣ୍ଡର ଜସ, ରିନ୍ଦର ଜୋସନ, ସୋନିଆ କମାର, ସୁରେନା ବ୍ରାକେନବ୍ରିଜ୍, କ୍ରୀତି ଏଣ୍ଟୱିଷ୍ଟଲ୍, ଜିଭୁନ୍ ସାଣ୍ଡର୍ ।

ଲିବରାଲ ଡେମୋକ୍ରାଟ୍ସରୁ ଜଣେ: ଲିବରାଲ ଡେମୋକ୍ରାଟ୍ସ ଦଳରୁ ଜଣେ ଭାରତୀୟ ବଂଶୋଦ୍ଭବ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।ଟୁଇକେନହାମ ନିର୍ବାଚନମଣ୍ଡଳୀରୁ ମୁନିରା ୱିଲସନ ବିଜୟୀ ହୋଇଛନ୍ତି । ସେ 2019 ମଧ୍ୟ ବିଜୟୀ ହୋଇଥିଲେ ।

ସାଧାରଣ ନିର୍ବାଚନରେ କଞ୍ଜରଭେଟିଭ ପାର୍ଟିକୁ କ୍ଷମତାଚ୍ୟୁତ କରି ଦୀର୍ଘ 14 ବର୍ଷ ପରେ ଶାସନ ଗାଦିକୁ ଫେରିଛି ଲେବର ପାର୍ଟି। 650 ଆସନ ମଧ୍ୟରୁ 412 ଆସନରେ ବିଜୟୀ ହୋଇଛି ଲେବର ପାର୍ଟି । ସେହିପରି କଞ୍ଜରଭେଟିଭ ପାର୍ଟି 121 ଆସନରେ ବିଜୟୀ ହୋଇଥିବା ବେଳେ ଲିବରାଲ ଡେମୋକ୍ରାଟିକ୍ସକୁ 71 ଆସନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2024, 12:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.