ETV Bharat / international

କୁଏତରେ ଭୟାବହ ଅଗ୍ନିକାଣ୍ଡରେ 49 ମୃତ, 50ରୁ ଉର୍ଦ୍ଧ୍ବ ଶ୍ରମିକ ଆହତ: ମୃତାହତଙ୍କ ମଧ୍ୟରେ ଅନେକ ଭାରତୀୟ, ମୋଦିଙ୍କ ଶୋକ ପ୍ରକାଶ - Kuwait Building Fire - KUWAIT BUILDING FIRE

Kuwait Building Fire: କୁଏତରେ ଭୟାବହ ଅଗ୍ନିକାଣ୍ଡରେ ଗଲାଣି ୪୦ ରୁ ଉର୍ଦ୍ଧ୍ବ ଜୀବନ । ଅନେକ ଶ୍ରମିକ ଚିକିତ୍ସାଧୀନ ଥିବାବେଳେ ମୃତାହତଙ୍କ ମଧ୍ୟରେ ରହିଛନ୍ତି ଭାରତୀୟ । ପଢନ୍ତୁ ପୁରା ଖବର ।

Kuwait Building Fire
Kuwait Building Fire (ETV Bharat)
author img

By ETV Bharat Odisha Team

Published : Jun 12, 2024, 9:24 PM IST

କୁଏତ ସିଟି: କୁଏତର ମନଗଫ ସହରର ଭୟାବହ ଅଗ୍ନିକାଣ୍ଡ । ଏକ ବିଲଡିଂରେ ଭୀଷଣ ନିଆଁ ଲାଗିବାରୁ ପାଖାପାଖି 49 ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତକଙ୍କ ମଧ୍ୟରେ କେତେକ ଭାରତୀୟ କେତେକ ଭାରତୀୟ ମଧ୍ୟ ସାମିଲ ଥିବା ଆଶଙ୍କା କରାଯାଉଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟ ଦୂତାବାସ ଆହତଙ୍କୁ ସହାୟତା କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହ ମିଶି ସମସ୍ତ ପ୍ରଚେଷ୍ଟା ଜାରି ରଖିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନିଜର ସୋସିଆଲ ମିଡିଆ (X) ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି, "କୁଏତରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ଘଟଣାକୁ ନେଇ ମୁଁ ବେଶ ମର୍ମାହତ । ଅଗ୍ନିକାଣ୍ଡରେ ୪୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଯାଇଥିବା ଖବର ଆସିଛି । ଏହାସହ ୫୦ରୁ ଉର୍ଦ୍ଧ୍ବ ଆହତଙ୍କ ଚିକିତ୍ସା ଜାରି ରହିଛି । ଆଗକୁ କ'ଣ ସୂଚନା ଆସୁଛି ଆମେ ତାହାର ଅପେକ୍ଷାରେ ରହିଛୁ । ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଛି ।" ଏଭଳି ଏକ ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଜୟଶଙ୍କର। ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ କୁଏତରେ ପ୍ରାଣ ହରାଇଥିବା ଭାରତୀୟଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏହା ବି ପଢନ୍ତୁ...ହୁତୁହୁତୁ ହୋଇ ଜଳିଲା ବେକେରୀ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ - FIRE BREAK OUT IN Bakery Shop

ସୂଚନା ଅନୁସାରେ, ଯେଉଁ ବିଲଡିଂରେ ନିଆଁ ଲାଗିଥିଲା ସେଠାରେ ମୁଖ୍ୟତଃ ଶ୍ରମିକ ଶ୍ରେଣୀର ଲୋକେ ରହୁଥିଲେ । ମେଜର ଜେନେରାଲ ଇଦ ରଶିଦ ହମଦ କହିଛନ୍ତି, "ସ୍ଥାନୀୟ ସମୟ ଅନୁସାରେ ସକାଳ ୬ଟା ବେଳେ ଏହି କୋଠାରେ ନିଆଁ ଲାଗିଥିବା ଖବର ମିଳିଥିଲା ।" ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଗୁରୁତର ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୩୦ ଜଣ ଭାରତୀୟ ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ସ୍ବାସ୍ଥ୍ୟସେବାର ତଦାରଖ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.