ETV Bharat / international

ନିର୍ବାଚନ ପୂର୍ବରୁ ଅଶାନ୍ତ ପାକିସ୍ତାନ: ଥାନା ଉଡାଇଲେ ଆତଙ୍କୀ, 10 ମୃତ 6 ଆହତ - ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ

Pakistan Terrorist Attack: ପାକିସ୍ତାନରେ ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ 10 ପୋଲିସ କର୍ମୀ ମୃତ, 6 ଆହତ । ଅଧିକ ପଢନ୍ତୁ

Terrorist Attack in Pakistan
ପୋଲିସ ଷ୍ଟେସନ ଉପରେ ଆତଙ୍କୀ ଆକ୍ରମଣ
author img

By ETV Bharat Odisha Team

Published : Feb 5, 2024, 11:35 AM IST

Updated : Feb 5, 2024, 12:08 PM IST

ଇସଲାମାବାଦ: ପାକିସ୍ତାନରେ ପ୍ରାକ-ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର 3 ଦିନ ବାକି ରହିଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି ।ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 10 ଜଣ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 6 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ସୂଚନା ଅନୁଯାୟୀ ଆଜି (ସୋମବାର) ଭୋର 3ଟା ସୁଦ୍ଧା ଆତଙ୍କବାଦୀ ପଖତୁନଖ୍ୱା ଖାଇବର ଥାନା ଉପରେ ଅତର୍କିତ ଆକ୍ରମଣ କରିଥିଲେ । ପୋଲିସ ଷ୍ଟେସନର ଚାରିପାଖରୁ ଘେରି ଆଖିବୁଜା ଗୁଳିମାଡ କରିବା ସହ ଗ୍ରେନେଡ ମାଡ କରିଥିଲେ । ପୋଲିସ ଏହାର ପାଲଟା ଜବାବ ଦେଇଥିଲେ ମଧ୍ୟ ଅନ୍ଧକାର ଥିବାରୁ ଆତଙ୍କବାଦୀମାନେ ଖସି ପଳାଇବାରେ ସକ୍ଷମ ହୋଇଥିବା ନେଇ ପାକିସ୍ତାନ ଆଇନ ପ୍ରଣୟନକାରୀ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ଆତଙ୍କବାଦୀମାନେ ସ୍ଥାନୀୟ ଅଞ୍ଚଳରେ ଲୁଚି ରହିଥିବା ନେଇ ଅନୁମାନ କରାଯାଉଛି ।ପୋଲିସ ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛି । ଅନ୍ୟପଟେ ଏହି ଆକ୍ରମଣ ପାଇଁ ଏବେସୁଦ୍ଧା କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । 2 ମାସ ପୂର୍ବରୁ ମଧ୍ୟ ଏହି ଅଞ୍ଚଳର ପୋଲିସ ଷ୍ଟେସନରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଯେଉଁଥିରେ 23 ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ 32 ଜଣ ଆହତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନରେ ଆତଙ୍କବାଦୀଙ୍କ IED ବିସ୍ଫୋରଣ: 5 ଯବାନ ମୃତ

ଅନ୍ୟପଟେ ରବିବାର ଦିନ ବାଲୁଚିସ୍ତାନ ସ୍ଥିତ ନସକି ଜିଲ୍ଲାରେ ଇଲେକସନ କମିଶନ ଅଫିସ ସମ୍ମୁଖରେ ବୋମାମାଡ ହୋଇଛି । ତେବେ ଏହି ବୋମାମାଡରେ କାହାର କିଛି କ୍ଷତି ହୋଇନଥିବା ସୂଚନା ରହିଛି । ସୂଚନା ଅନୁଯାୟୀ, ଇସିପି ଅଫିସ ଗେଟ୍ ନିକଟରେ କେହି ବୋମା ଫିଙ୍ଗି ଚାଲିଯାଇଥିବା ଜଣାପଡିଛି । ତେବେ ବୋମାମାଡ କରିଥିବା ଆତତାୟୀ ଧରାପଡିନଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଏହାପୂର୍ବରୁ ଗତ ସସ୍ତାହରେ ମଧ୍ୟ କରାଚି ଇଲେକସନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ବିସ୍ଫୋରଣ ହୋଇଥିଲା ।

ପାକିସ୍ତାନ ସାଧାରଣ ନିର୍ବାଚନ ଆଉ ମାତ୍ର 3 ଦିନ ଦିନ ଥିବାବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି ।

Last Updated : Feb 5, 2024, 12:08 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.