ETV Bharat / international

କ୍ରାସ୍ ପରେ ଜଳିଗଲା ଋଷ ସେନା ବିମାନ, 60 ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ମୃତ୍ୟୁ ଆଶଙ୍କା

author img

By ETV Bharat Odisha Team

Published : Jan 24, 2024, 4:49 PM IST

Updated : Jan 24, 2024, 5:18 PM IST

Russian plane crashes while carrying 65 Ukrainian POWs: କ୍ରାସ ପରେ ଜଳିଗଲା 60 ଅଧିକ ୟୁକ୍ରେନୀୟ ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ଋଷ ସେନା ବିମାନ । ଅଧିକ ପଢନ୍ତୁ

କ୍ରାସ ପରେ ଜଳିଗଲା ଋଷ ସେନା ବିମାନ, 60 ଅଧିକ ଯୁଦ୍ଧବନ୍ଦୀଙ୍କ ମୃତ୍ୟୁ ଆଶଙ୍କା

ହାଇଦ୍ରାବାଦ: ଋଷର ଏକ ସାମରିକ ପରିବହନ ବିମାନ କ୍ରାସ ହୋଇ ଜଳିଯାଇଛି । ୟୁକ୍ରେନ ସୀମା ନିକଟରେ ଏହି ଦୁର୍ଘଟଣା ଘଟିଛି । ବିମାନରେ ପ୍ରାୟ 65 ଜଣ ୟୁକ୍ରେନୀୟ ଯୁଦ୍ଧବନ୍ଦୀ ଥିବା ସୂଚନା ମିଳିଛି । ପାଇଲଟଙ୍କ ସମେତ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ବିମାନରେ 60ରୁ ଅଧିକ ୟୁକ୍ରେନ ଯୁଦ୍ଧବନ୍ଦୀ ଥିଲେ । ସେମାନଙ୍କୁ ପ୍ରତ୍ୟର୍ପଣ କରାଯିବା ପାଇଁ ବିମାନରେ ନିଆଯାଉଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇନି । ବିମାନଟି କ୍ରାସ ହୋଇ ଜଳିଯିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ସ୍ଥାନୀୟ ଋଷୀୟ ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ,ଏହି ବିମାନରେ 65 ୟୁକ୍ରେନ ଯୁଦ୍ଧବନ୍ଦୀଙ୍କ ସମେତ ପାଇଲଟଙ୍କୁ ମିଶାଇ 6 ଜଣ ଋଷୀୟ ନାଗରିକ ଥିଲେ । କ୍ରାସ ହୋଇଥିବା ଏହି ବିମାନଟି ଋଷ ବାୟୁସେନାର ବିଶାଳ ପରିବହନ ବିମାନ Il-76 ବର୍ଗର ଥିଲା । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏହି ସାମରିକ ବିମାନ କ୍ରାସକୁ କେବଳ ମାତ୍ର ଦୁର୍ଘଟଣା ଭାବେ ଗ୍ରହଣ କରିବା ପୁଟିନ ପ୍ରଶାସନ ପାଇଁ ସହଜ ହୋଇନି । ମସ୍କୋ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ବାଙ୍ଗିରିପୋଷିରେ ଓଲଟିଲା ଯାତ୍ରାପାର୍ଟି ଟ୍ରକ: 6 ମୃତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ବର୍ଷ 2022 ରେ ଆରମ୍ଭ ହୋଇଥିବା ଋଷ ଓ ୟୁକ୍ରେନ ମଧ୍ୟରେ ଏହି ଯୁଦ୍ଧ ଏବେ ସାମାନ୍ୟ ଶିଥିଳ ପଡିଥିଲେ ସୁଦ୍ଧା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଋଷର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ହେଲେ ପଶ୍ଚିମ ରାଷ୍ଟ୍ରମାନଙ୍କ ସହଯୋଗରେ ୟୁକ୍ରେନ ଆତ୍ମସମର୍ପଣ କରିବା ପରିବର୍ତ୍ତେ ଋଷ ସେନାର ମୁକାବିଲା ଅଦ୍ୟାବଧି ଜାରି ରଖିଛି । ମସ୍କୋରେ ମଧ୍ୟ ଏକାଧିକ ଥର ୟୁକ୍ରେନ ଡ୍ରୋନ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଋଷ ସେନା ଅଭିଯୋଗ କରିଛି । ଏହାକୁ ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି । ଆମେରିକା ଓ ନାଟୋ ଦେଶମାନେ ୟୁକ୍ରେନକୁ ସାମରିକ ଓ ଆର୍ଥିକ ସହଯୋଗ ପ୍ରଦାନ କରିବା ଜାରି ରଖିଛନ୍ତି । ଫଳରେ ଯୁଦ୍ଧର ଅନ୍ତ ହେବାର ସଙ୍କେତ ମଧ୍ୟ ଦେଖାଯାଉନି । ଏକାଧିକ ପର୍ଯ୍ୟାୟର ଶାନ୍ତି ଆଲୋଚନା ମଧ୍ୟ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତିରେ ପହଞ୍ଚିନାହିଁ । ଏବେ ଏହି ବିମାନ ଦୁର୍ଘଟଣା ପୁଣି ଋଷ ଓ ୟୁକ୍ରେନ ମଧ୍ୟରେ ତିକ୍ତତା ବଢାଇବା ପରି ଆଶଙ୍କା ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 24, 2024, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.