ETV Bharat / international

କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦ, ମନ୍ଦିରରେ ପଶି ହିନ୍ଦୁଙ୍କୁ ଆକ୍ରମଣ, ନୂଆଦିଲ୍ଲୀର ନିନ୍ଦା

କାନାଡା ସରକାରଙ୍କ ପୃଷ୍ଟପୋଷକତାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଉତ୍ପାତ । ବ୍ରମ୍ପଟନରେ ମନ୍ଦିରରେ ପଶି ହିନ୍ଦୁଙ୍କୁ ଆକ୍ରମଣ ଘଟଣାରେ ଭାରତର ଉଦବେଗ ।

କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦ, ମନ୍ଦିରରେ ପଶି ହିନ୍ଦୁଙ୍କୁ ଆକ୍ରମଣ, ନୂଆଦିଲ୍ଲୀର ନିନ୍ଦା
କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦ, ମନ୍ଦିରରେ ପଶି ହିନ୍ଦୁଙ୍କୁ ଆକ୍ରମଣ, ନୂଆଦିଲ୍ଲୀର ନିନ୍ଦା (ETV Bharat Odisha)
author img

By ETV Bharat Odisha Team

Published : Nov 4, 2024, 2:11 PM IST

ହାଇଦ୍ରାବାଦ: ଭାରତ ବିରୋଧୀଙ୍କ ନିର୍ଭୟ ଚରାଭୂମି ପାଲଟିଛି କାନାଡା । ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କୂଟନୈତିକ ତିକ୍ତତାକୁ ମଧ୍ୟ ବଳିଯାଇଛି ଖଲିସ୍ତାନୀ ସମର୍ଥବାଦୀ ଚରମପନ୍ଥୀଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ । ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ଓ ଧର୍ମାନୁଷ୍ଠାନ କାନ୍ଥରେ ବିବାଦୀୟ ଲେଖା ଲେଖୁଥିବା ଖଲିସ୍ତାନୀ ସମର୍ଥବାଦୀ ସିଧା ହିନ୍ଦୁ ମନ୍ଦିର ଭିତରେ ପ୍ରବେଶ କରି ହିନ୍ଦୁଙ୍କୁ ଆକ୍ରମଣ କରିଛନ୍ତି । ଗତକାଲି (ରବିବାର) ବ୍ରମ୍ପଟନ ସହରରେ ଥିବା ଏକ ହିନ୍ଦୁ ମନ୍ଦିରରେ ଖଲିସ୍ତାନୀ ସମର୍ଥବାଦୀଙ୍କ ଅତର୍କିତ ଆକ୍ରମଣରେ ଏକାଧିକ ହିନ୍ଦୁ ଆହତ ହୋଇଛନ୍ତି । ଏହି ଘଟଣାରେ ଭାରତ ତୀବ୍ର ଉଦବେଗ ପ୍ରକାଶ କରିଛି । ଓଟାଓ୍ବାରେ ଅବସ୍ଥାପିତ ଭାରତୀୟ ଦୂତାବାସ ଏହି ଆକ୍ରମଣକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ସରକାରକୁ କହିଛି । ଅନ୍ୟପଟେ ସ୍ଥାନୀୟ ପ୍ରଧାନମନ୍ତ୍ରୀ ଟ୍ରୁଡୋ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ହେବା ନେଇ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

  • ମନ୍ଦିରରେ ଅତର୍କିତ ଆକ୍ରମଣର ଭିଡିଓ ଭାଇରାଲ

ଆକ୍ରମଣ ସମୟର ଏକାଧିକ ଭିଡିଓ ସୋସିଆଲ ମିଡିଆ ୟୁଜର୍ସମାନେ ପୋଷ୍ଟ କରି ଖଲିସ୍ତାନୀ ଉଗ୍ରବାଦ ଓ ଏହାକୁ ପୃଷ୍ଟପୋଷକତା ଯୋଗାଉଥିବା କାନାଡା ସରକାରଙ୍କୁ କଡା ଭର୍ତ୍ସନା କରିଛନ୍ତି । ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ବ୍ରମ୍ପଟନ ସହରରେ ଥିବା ହିନ୍ଦୁ ସଭା ମନ୍ଦିରରେ ଅତର୍କିତ ଭାବେ ଆକ୍ରମଣ ହେଉଛି । ଶତାଧିକ ଖଲିସ୍ତାନୀ ସମର୍ଥବାଦୀ ହାତରେ ଖଲିସ୍ତାନୀ ପତାକା ଧରି ମନ୍ଦିର ପରିସରରେ ପ୍ରବେଶ କରିବା ସହ ଅତର୍କିତ ଆକ୍ରମଣ କରୁଛନ୍ତି । ସେଠାରେ ଉପସ୍ଥିତ ଥିବା ହିନ୍ଦୁ ସମ୍ପ୍ରଦାୟର ସମସ୍ତଙ୍କୁ ଗୋଡାଇ ଗୋଡାଇ ବାଡି ଓ ଅନ୍ୟ ମାରଣାସ୍ତ୍ରରେ ଭୟଙ୍କର ଆକ୍ରମଣ କରାଯାଇଛି । ଫଳରେ ଲୋକେ ଜୀବନ ବିକଳରେ ଏଣେ ତେଣେ ଧାଉଁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଉପଦ୍ରବକାରୀଙ୍କ ହାତରେ ହଳିଦଆ ରଙ୍ଗର ଖଲିସ୍ତାନୀ ପତାକା ଥିବା ମଧ୍ୟ ଭିଡିଓରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି ।

ଏହା ମଧ୍ୟ ପଢନ୍ତ :- ରାଜନୀତିରେ ସ୍ବାର୍ଥ ହାସଲ ପାଇଁ ସୀମା ଲଙ୍ଘିଲେ ଟ୍ରୁଡୋ, ଭାରତ-କାନାଡା ସମ୍ପର୍କରେ ତିକ୍ତତା

ଏହା ବି ପଢନ୍ତୁ...ଭାରତ-କାନାଡା ସଂପର୍କରେ ତିକ୍ତତା; କାନାଡାରୁ ହାଇକମିଶନରଙ୍କୁ ପ୍ରତ୍ୟାହାର କଲା ଭାରତ, 6 କୂଟନୀତିଜ୍ଞ ବହିଷ୍କୃତ

ଏହା ବି ପଢନ୍ତୁ...ଇସ୍ରାଏଲ ଆକ୍ରମଣ ଜବାବ ଦେଲା ଇରାନ: ବଢିପାରେ ଆଞ୍ଚଳିକ ବିବାଦ, କିନ୍ତୁ.. - Iran Response To Israel

  • ଟ୍ରୁଡୋଙ୍କ ଉଦବେଗ, ବିରୋଧୀଙ୍କ ସମାଲୋଚନା

ତେବେ ଏହି ଘଟଣାରେ ତଥାକଥିତ ଶୋକ ଓ ଉଦବେଗ ବ୍ୟକ୍ତ କରିଛନ୍ତି ଖଲିସ୍ତାନୀଙ୍କ ପୃଷ୍ଟପୋଷକ ଭାବେ ଜଣାଶୁଣା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ସେ ଟ୍ୱିଟରେ ଲେଖିଛନ୍ତି,ବ୍ରମ୍ପଟନରେ ହିନ୍ଦୁ ସଭା ମନ୍ଦିରରେ ହୋଇଥିବା ଆକ୍ରମଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ପ୍ରତ୍ୟେକ କାନାଡା ନାଗରିକଙ୍କର ସେମାନଙ୍କ ଧର୍ମ ଓ ବିଶ୍ବାସକୁ ପାଳନ କରିବାର ସ୍ବାଧୀନତା ରହିଛି । ସେହିପରି ରାଜଧାନୀ ଟରାଣ୍ଟୋର ସାଂସଦ କେଭିନ ଭୁଓଙ୍ଗ ମଧ୍ୟ ଏହି ଆକ୍ରମଣକୁ କଡା ଭାଷାରେ ନିନ୍ଦା କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେ ଏହାର ଭିଡିଓ ନିଜ ଏକ୍ସ ହ୍ୟାଣ୍ଡଲରେ ସେୟାର ମଧ୍ୟ କରିଛନ୍ତି । ଏହିପରି ସ୍ଥିତି ପାଇଁ ସେ ଟ୍ରୁଡୋ ପ୍ରଶାସନର ବିଫଳତାକୁ ମଧ୍ୟ ଦାୟୀ କରିଛନ୍ତି । ବର୍ତ୍ତମାନର ସରକାର ଖ୍ରୀଷ୍ଟିଆନ ଓ ଇହୁଦୀଙ୍କ ପରି ହିନ୍ଦୁଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ସେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.