ETV Bharat / international

ଆଗରେ ଇମ୍ରାନଙ୍କ ପାର୍ଟି, କିନ୍ତୁ କ୍ଷମତା ଛଡାଇନେବେ ନଓ୍ବାଜ-ବିଲାଓ୍ବଲ ଯୋଡି !

Pakistan Elections: ପାକିସ୍ତାନରେ କାହାକୁ ମିଳିଲାନି ଏକକ ବହୁମତ । ମିଳିତ କ୍ଷମତା ହାସଲ କରିପାରନ୍ତି ନଓ୍ବାଜ- ବିଲାଓ୍ବଲ । ପଛରେ ପଡିଲେ ଇମ୍ରାନ ଖାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 10, 2024, 10:36 PM IST

ଆଗରେ ଇମ୍ରାନଙ୍କ ପାର୍ଟି, ମିଳିତ କ୍ଷମତା ହାସଲ କରିପାରନ୍ତି ନଓ୍ବାଜ- ବିଲାଓ୍ବଲ

ହାଇଦ୍ରାବାଦ: ଆଜି ପାକିସ୍ତାନ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ମୋଟ 266 ଆସନ ମଧ୍ୟରୁ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ‘ପିଟିଆଇ’ ଭଲ ପ୍ରଦର୍ଶନ କରି ଏକକ ଦଳ ଭାବେ ସର୍ବାଧିକ ଆସନ ହାସଲ କରିଛି । ଇମ୍ରାନଙ୍କ ଦଳୀୟ ଓ ସମର୍ଥିତ ସ୍ବାଧୀନ ବିଜେତା ସାଂସଦଙ୍କ ସଂଖ୍ୟା ପ୍ରାୟ 100 ପାର କରିସାରିଥିବା ଜଣାପଡିଛି । ପିଟିଆଇ ପାକିସ୍ତାନର ବୃହତ୍ତମ ଦଳ ଭାବେ ଉଭା ହୋଇଛି । ହେଲେ ଏକକ ବହୁମତ ପାଇନଥିବା ଇମ୍ରାନଙ୍କୁ ମାତ ଦେବାରେ ସଫଳ ହୋଇପାରନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ । କାରଣ ନଓ୍ବାଜଙ୍କ ପାର୍ଟି PML-N ମାତ୍ର 71 ଆସନ ଜିତିଥିବା ବେଳେ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାର୍ଟି PPP ଓ ଅନ୍ୟ କିଛି ଛୋଟ ସହଯୋଗୀ ଦଳଙ୍କ ସହ ମିଶି ସରକାର ଗଠନ କରିବାକୁ ଯାଉଥିବା ସୂଚନା ମିଳିଛି ।

ପାକିସ୍ତାନୀ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ,ସଂଧ୍ୟା ସୁଦ୍ଧା ଫଳାଫଳ ଅନୁସାରେ, ଇମ୍ରାନଙ୍କ ଦଳ ପିଟିଆଇ ଓ ତାଙ୍କ ସମର୍ଥିତ ପ୍ରାର୍ଥୀ 100 ପାଖାପାଖି ଆସନରେ ବିଜୟ ଲାଭ କରିଛନ୍ତି । ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ପାର୍ଟି PML-N ମାତ୍ର 71 ଆସନରେ ବିଜୟ ଲାଭ କରିଛି । ପାକିସ୍ତାନ ରାଜନୀତିର ତୃତୀୟ ଦଳ ଭାବେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନେଞ୍ଜିର ଭୁଟ୍ଟୋଙ୍କ ପୁଅ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ବାଧୀନ ‘ପାକିସ୍ତାନ ପିପୁଲ୍ସ ପାର୍ଟି’ ବା ପିପିପି 54 ଆସନରେ ବିଜୟ ଲାଭ କରିଛି । ଇମ୍ରାନଙ୍କୁ କ୍ଷମତାରୁ ଦୂରରେ ରଖିବା ପାଇଁ ନଓ୍ବାଜ ଓ ବିଲାଓ୍ବାଲଙ୍କ ମଧ୍ୟରେ ବୁଝାମଣା ଆରମ୍ଭ ହୋଇଛି । ଏହି ଦୁଇପାର୍ଟି ଅନ୍ୟ କିଛି ଛୋଟ ଦଳଙ୍କ ସହ ମିଶି ସରକାର ଗଠନ କରିବାର ସର୍ବାଧିକ ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ :- ଅସ୍ପୃଶ୍ୟତାର କରୁଣଚିତ୍ର, ଦଳିତ ମହିଳା ଶ୍ରମିକଙ୍କୁ ନଡିଆ ଖୋଳରେ ପାଣି ପିଆଇଲା ମାଲିକ

ଏହାରି ମଧ୍ୟରେ ନଓ୍ବାଜ ସରିଫ ମଧ୍ୟ ଏକ ଅଭିଭାଷଣ ରଖି ନିଜ ଦଳକୁ ଏକକ ବୃହତ୍ତମ ଦଳ ଭାବେ ଘୋଷଣା କରିଛନ୍ତି । ତାଙ୍କୁ ଅନ୍ୟ କିଛି ଦଳ ସହଯୋଗ କଲେ ସେ ସରକାର ଗଠନ କରିବେ ବୋଲି କହିଛନ୍ତି । ଏସବୁ ପରିସ୍ଥିତିରେ ଇମ୍ରାନ ଏବେ ଜେଲରେ ଅଛନ୍ତି । ତେଣୁ ସେ ଚଳିତ ଥର ମଧ୍ୟ କ୍ଷମତାରୁ ଦୂରରେ ରହିପାରନ୍ତି । ନଓ୍ବାଜ ଓ ବିଲାଓ୍ବାଲଙ୍କ ଆଲୋଚନା ମଧ୍ୟରେ ପାକିସ୍ତାନ ସେନାର ପ୍ରଚ୍ଛନ୍ନ ନିଷ୍ପତ୍ତି ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.