ETV Bharat / international

ଋଣ ଶୁଝିବା କଥା ଆସିବାରୁ ନରମିଲା ମୁଇଜୁଙ୍କ ସ୍ବର; କହିଲେ ଭାରତ ମାଳଦ୍ବୀପର ନିକଟତମ ବନ୍ଧୁ - Muizzu seeks debt relief

author img

By ETV Bharat Odisha Team

Published : Mar 23, 2024, 8:23 AM IST

Updated : Mar 23, 2024, 11:10 AM IST

Muizzu says India Maldives closet ally: ଭାରତ ପ୍ରତି କଠୋର ଆଭିମୁଖ୍ୟ ରଖୁଥିବା ମାଳଦ୍ବୀପ ରାଷ୍ଟ୍ରପତି ମୁଇଜୁ କହିଲେ ଭାରତ ଆମର ନିକଟତମ ବନ୍ଧୁ । ଏଥିସହ ମାଳଦ୍ବୀପ ଉପରେ ଥିବା ଋଣ ଛାଡ କରିବାକୁ ଭାରତକୁ କଲେ ଅନୁରୋଧ । ଅଧିକ ପଢନ୍ତୁ

Etv Bharat
Etv Bharat

ମାଲେ: ଭାରତ ପ୍ରତି କଠୋର ଆଭିମୁଖ୍ୟ ପୋଷଣ କରିଆସୁଥିବା ଚୀନ ସପକ୍ଷବାଦୀ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବେ ନରମ ଆଭିମୁଖ୍ୟ ଦେଖାଇଛନ୍ତି । ଭାରତର ଋଣ ଶୁଝିବାର କଥା ଆସିବାରୁ ଅଚାନକ ମୁଇଜୁଙ୍କ ସ୍ବର ବଦଳି ଯାଇଛି । ସେ ଏକ ବୟାନରେ ଭାରତକୁ ମାଳଦ୍ବୀପର ନିକଟତମ ବନ୍ଧୁ ବୋଲି କହିଛନ୍ତି । ଏଥିସହ ମାଳଦ୍ବୀପକୁ ଦେଇଥିବା ଋଣ ଛାଡ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି । କହିରଖୁଛୁ କି, ଗତ ବର୍ଷ ଶେଷ ସୁଦ୍ଧା ମାଳଦ୍ବୀପ ଉପରେ ଭାରତର ପାଖାପାଖି ୪୦୦.୯ ମିଲିୟନ ଆମେରିକୀୟ ଡଲାର ଋଣ ରହିଥିଲା । ନିକଟରେ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ମୁଇଜୁ, ଭାରତ ସବୁବେଳେ ଆମର ନିକଟତମ ସହଯୋଗୀ ହୋଇରହିବ ବୋଲି କହିଛନ୍ତି ।

ମହମ୍ମଦ ମୁଇଜୁ ଜଣେ ଚୀନ ସପକ୍ଷବାଦୀ ନେତା ଅଟନ୍ତି । ସେ ମାଳଦ୍ବୀପ ରାଷ୍ଟ୍ରପତି ନିର୍ବାଚିତ ହେବା ପରଠୁ ଭାରତ ବିରୋଧରେ ବୟାନବାଜି ସହ କଠୋର ଆଭିମୁଖ୍ୟ ଆପଣାଇ ଆସିଛନ୍ତି । ଏମିତିକି ରାଷ୍ଟ୍ରପତି ନିର୍ବାଚନ ସମୟରେ ସେ 'ଇଣ୍ଡିଆ ଆଉଟ୍' ନାରା ଦେଇଥିଲେ । ଗତ ବର୍ଷ ନଭେମ୍ବରରେ ରାଷ୍ଟ୍ରପତି ପଦର ଶପଥ ନେବା ପରଠୁ ଭାରତ ପ୍ରତି କଠୋର ଆଭିମୁଖ୍ୟ ଦେଖାଇଥିଲେ । ରାଷ୍ଟ୍ରପତି ପଦ ସମ୍ଭାଳିବାର କିଛି ଘଣ୍ଟା ଭିତରେ ଭାରତକୁ ମାଳଦ୍ବୀପରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସେ କହିଥିଲେ ଯେ, ମେ' ୧୦ ସୁଦ୍ଧା ମାଳଦ୍ବୀପରୁ ଭାରତର ୮୮ ଜଣେ ସେନା କର୍ମଚାରୀଙ୍କୁ ବିଦା କରାଯିବ । ଏହି ଭାରତୀୟ ସେନା ମାଳଦ୍ବୀପର ତିନୋଟି ବିମାନ ପ୍ଲାଟଫର୍ମ ସଞ୍ଚାଳନ ପାଇଁ ସେଠାରେ ନିୟୋଜିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଚୀନକୁ ଆମେରିକାର ଭର୍ତ୍ସନା, 'ଅରୁଣାଚଳ ପ୍ରଦେଶ ଭାରତର' - US On Arunachal Pradesh

ତେବେ ରାଷ୍ଟ୍ରପତି ହେବା ପରେ ନିକଟରେ ସ୍ଥାନୀୟ ଗଣମାଧ୍ୟମ ସହ ପ୍ରଥମ ସାକ୍ଷାତକାରରେ ମୁଇଜୁ କହିଥିଲେ, ମାଳଦ୍ବୀପକୁ ସହାୟତା ପ୍ରଦାନ କରିବାରେ ଭାରତ ଅଗ୍ରଣୀ ରହିଛି ଏବଂ ଆମ ଦେଶରେ ସବୁଠୁ ଅଧିକ ପରିଯୋଜନା କାର୍ଯ୍ୟକାରୀ କରିଛି । ଭାରତ ମାଳଦ୍ବୀପର ସବୁଠୁ ନିକଟତମ ବନ୍ଧୁ ହୋଇରହିବ । ଏଥିସହ ମାଳଦ୍ବୀପକୁ ଦେଇଥିବା ଋଣ ଛାଡ କରିବାକୁ ଭାରତକୁ ଅନୁରୋଧ କରିଥିଲେ । ତେବେ ଭାରତ ମାଳଦ୍ବୀପରୁ ପ୍ରଥମ ବ୍ୟାଚ ସମାରିକ କର୍ମଚାରୀ ପ୍ରତ୍ୟାହାର କରିବା ପରେ ମୁଇଜୁଙ୍କ ଏହି ବୟାନ ସାମ୍ନାକୁ ଆସିଛି ।

କହିରଖୁଛୁ କି, ଭାରତ ଗତ କିଛି ବର୍ଷ ହେଲା ମାଳଦ୍ବୀପବାସୀଙ୍କୁ ମାନବୀୟ ସହାୟତା ଓ ଚିକିତ୍ସା ସେବା ଉପଲବ୍ଧ କରିବା ପାଇଁ ସେଠାରେ ଦୁଇଟି ହେଲିକପ୍ଟର ଓ ଏକ ଡୋର୍ନିୟର ବିମାନ ସଞ୍ଚାଳନ କରିଆସୁଛି । ଏହି ବିମାନ ଗୁଡିକର ସଞ୍ଚାଳନ ପାଇଁ ୮୮ ଜଣ ଭାରତୀୟ ସେନା କର୍ମଚାରୀ ମାଳଦ୍ବୀପରେ ନିୟୋଜିତ ଥିଲେ ।

Last Updated : Mar 23, 2024, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.