ETV Bharat / international

ଚିଲିରେ ଜନବହୁଳ ଅଞ୍ଚଳକୁ ବ୍ୟାପିଲା ଜଙ୍ଗଲ ନିଆଁ: 50ରୁ ଅଧିକ ମୃତ, ଜରୁରୀ ସ୍ଥିତି ଘୋଷଣା କଲେ ରାଷ୍ଟ୍ରପତି

author img

By ETV Bharat Odisha Team

Published : Feb 4, 2024, 9:51 AM IST

Chile forest fire: ଚିଲିରେ ଭୟଙ୍କର ଅଗ୍ନିକାଣ୍ଡ । ଜନବସତି ଅଞ୍ଚଳକୁ ବ୍ୟାପିଲା ଜଙ୍ଗଲ ନିଆଁ । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏବେସୁଦ୍ଧା 51ଜଣଙ୍କ ଜୀବନ ଯାଇଥିବା ବେଳେ 1100ରୁ ଅଧିକ ଘର ଜଳିପୋଡି ନଷ୍ଟ ହୋଇଯାଇଥିବା ଚିଲି ସରକାରୀ ସୁତ୍ରରୁ ଜଣାପଡିଛି । ଦେଶର ଜରୁରୀ ସ୍ଥିତି ଘୋଷଣା । ହେଲିକପ୍ଟର ଦ୍ୱାରା ଚାଲିଛି ନିଆଁ ଲିଭା କାର୍ଯ୍ୟ । ଅଧିକ ପଢନ୍ତୁ

Chile forest fire
ଚିଲିରେ ଜନବହୁଳ ଅଞ୍ଚଳକୁ ବ୍ୟାପିଲା ଜଙ୍ଗଲ ନିଆଁ

ସାଣ୍ଟିଆଗୋ: ଦକ୍ଷିଣ ଆମେରିକୀୟ ଦେଶ ଚିଲିରେ ବନାଗ୍ନି ବ୍ୟାପିବାରେ ଲାଗିଛି । ଜଙ୍ଗଲ ନିଆଁ ଜନବସତି ସ୍ଥାନକୁ ମାଡି ଆସିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଶୁକ୍ରବାରଠୁ ଦେଶର ମଧ୍ୟଭାଗର ଅର୍ଦ୍ଧାଧିକ ଅଞ୍ଚଳ ଜଙ୍ଗଲରେ ନିଆଁ ବ୍ୟାପିଥିବା ଦେଖିବାକୁ ମିଳିଛି । ଏହି ଭୟଙ୍କର ଅଗ୍ନିକାଣ୍ଡରେ ଏବେସୁଦ୍ଧା 51ଜଣଙ୍କ ଜୀବନ ଯାଇଥିବା ବେଳେ 1100ରୁ ଅଧିକ ଘର ଜଳିପୋଡି ନଷ୍ଟ ହୋଇଯାଇଥିବା ଚିଲି ସରକାରୀ ସୁତ୍ରରୁ ଜଣାପଡିଛି । ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିବା ବେଳେ ଲୋକମାନଙ୍କୁ ସତର୍କ ରହିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି ।

ଚିଲି ଦେଶର ଜନବହୁଳ ଅଞ୍ଚଳ ନିକଟ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ଏବେସୁଦ୍ଧା 51ଜଣଙ୍କ ଜୀବନ ଯାଇଥିବା ବେଳେ 1100ରୁ ଅଧିକ ଘର ଜଳିପୋଡି ନଷ୍ଟ ହୋଇଯାଇଛି । ନିଆଁର ଭୟବହତାକୁ ଦେଖି ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ଚିଲିର ଗୃହ ମନ୍ତ୍ରୀ କାରୋଲିନା ଟୋହା କହିଛନ୍ତି ଯେ, ଦେଶର ମଧ୍ୟ ଓ ଦକ୍ଷିଣରେ ବର୍ତ୍ତମାନ ସୁଦ୍ଧା ପାଖାପାଖି 92ଟି ଜଙ୍ଗଲ ନିଆଁର କବଳରେ ରହିଛି । ଯେଉଁଥିପାଇଁ ଅଧିକାଂଶ ଅଞ୍ଚଳରେ ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଲୋକମାନଙ୍କୁ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ।

ଏହାମଧ୍ୟ ପଢନ୍ତ..Canada Wildfires: ବ୍ରିଟିଶ କଲମ୍ବିଆରେ ଏମରଜେନ୍ସି ଲାଗୁ

ଏହି ବନାଗ୍ନିରେ ପାଖାାପାଖି 160 ବର୍ଗକିଲୋମିଟର ଅଞ୍ଚଳ ଜଳିପୋଡି ନଷ୍ଟ ହୋଇସାରିଛି । କଳା ଧୂଆଁରେ ସମଗ୍ର ଆକାଶ ଧୂମାଚ୍ଛନ୍ନ ହୋଇଯାଇଛି । ଅନେକ ଘର ଦ୍ବାର, ଗାଡି ମଧ୍ୟ ଜଳି ଯାଇଛି । ରାଷ୍ଟ୍ରପତି ଗାର୍ବିଏଲ ବୋରିକ୍ ଏଭଳି ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ଲୋକମାନଙ୍କୁ ସତର୍କ ରହିବା ସହ ଘରୁ ନବାହାରିବା ପାଇଁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଉଦ୍ଧାରକାରୀ ଟିମଙ୍କ ସହ ସହଯୋଗ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ରାଷ୍ଟ୍ରପତି ।

ଦେଶର ଭାଲପାରାଏଜୋ ରାଜ୍ୟରେ 4ଟି ସ୍ଥାନରେ ଭୟଙ୍କର ଭାବେ ନିଆଁ ବ୍ୟାପିଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି । ଭାଲପାରାଏଜୋରେ ନିଆଁକୁ ଆୟତ୍ତ କରିବା ପାଇଁ 19ଟି ହେଲିକାପ୍ଟର ଓ 450ରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଛି । ନିଆଁ ବ୍ୟାପିବା ଯୋଗୁଁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି । 2ଟି ବସ ଟର୍ମିନାଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି ଚିଲି ଗୃହମନ୍ତ୍ରୀ ।

ଦେଶରେ ଉଦ୍ଧାର କାର୍ଯ୍ୟ ଓ ନିଆଁଲିଭା କାର୍ଯ୍ୟ ଜାରି ରହିଛି । ଫାୟାରଫାଇଟର୍ସ ହେଲିକପ୍ଟର ଓ ଟ୍ରକ୍ ମାଧ୍ୟମରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି । ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି । ବନାଗ୍ନି ଯୋଗୁ ଦେଶର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଆଦ୍ରତା ମଧ୍ୟ ଖୁବ କମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.