ETV Bharat / international

ଦୁର୍ଘଟଣା ପରେ ଜଳିଗଲା ଟ୍ରକ-ବସ: 19 ମୃତ, 22ରୁ ଅଧିକ ଆହତ

Mexico Accident: ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା । 19ମୃତ, 22ରୁ ଅଧିକ ଆହତ । ଦୁର୍ଘଟଣା ପରେ ଗାଡିରେ ନିଆଁ ଲାଗିଯାଇ ସମ୍ପୂର୍ଣ୍ଣ ପୋଡି ଯାଇଛି । ଅଧିକ ପଢନ୍ତୁ

Mexico Accident
ମେକ୍ସିକୋରେ ଭୟଙ୍କର ଦୁର୍ଘଟଣା
author img

By ETV Bharat Odisha Team

Published : Jan 31, 2024, 8:26 AM IST

ମେକ୍ସିକୋ ସିଟି: ମେକ୍ସିକୋର ଉତ୍ତରପଶ୍ଚିମ ରାଜ୍ୟ ସିନାଲୋଆରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ 19ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ରୁ ଅଧିକ ଆହତ ହୋଇଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ଦୁର୍ଘଟଣା ସମୟରେ ବସରେ ପାଖାପାଖି 37 ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ପରେ 2ଟି ଗାଡିରେ ନିଆଁ ଲାଗିଯାଇ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ମଙ୍ଗଳବାର ଦିନ ମେକ୍ସିକୋରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ମେକ୍ସିକୋର ଉତ୍ତରପଶ୍ଚିମ ରାଜ୍ୟ ସିନାଲୋଆ ଠାରେ ପ୍ରଶାନ୍ତ ସାଗରର ଉପକୂଳବର୍ତ୍ତୀ ଏକ ରାଜରାସ୍ତାରେ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ 19ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 22ରୁ ଅଧିକ ଆହତ ହୋଇଛନ୍ତି । ସିନାଲୋଆର ରାଜ୍ୟ ନାଗରିକ ସୁରକ୍ଷା କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, 'ଏହି ଅଘଟଣ ଏଲୋଟା ଟାଉନ ନିକଟରେ ଘଟିଛି । ତେବେ ଦୁର୍ଘଟଣା ଖବର ପାଇବା ପରେ ତୁରନ୍ତ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ.. Major Accident: ଘାଟି ତଳକୁ ଖସିଲା ବସ୍; ଚାଲିଗଲା ୨୭ ଜୀବନ

ଦୁର୍ଘଟଣା ସମୟରେ ବସ୍ ଓ ଟ୍ରକରେ ପାଖାପାଖି 50 ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣା ପରେ ଗାଡିରେ ନିଆଁ ଲାଗି ଯାଇଥିବା ବେଳେ 2 ଟା ଯାକ ଗାଡି ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଦୁର୍ଘଟଣାର କାରଣ ଏବେସୁଦ୍ଧା ଜଣାପଡିନଥିବା ବେଳେ ମୃତକଙ୍କ ପରିଚୟ ଖୋଜିବା ସହ ତଦନ୍ତ ଜାରି ରଖିଛି ପୋଲିସ ।

ପ୍ରକାଶ ଯୋଗ୍ୟ, ମେକ୍ସିକୋରେ ଏଭଳି ଭୟଙ୍କର ଦୁର୍ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ଏହି ଦୁର୍ଘଟଣା ଗୁଡିକ ସାଧାରଣତଃ ଦ୍ରୁତ ବେଗରେ ଗାଡି ଚଳାଇବା କାରଣରୁ, ଗାଡିରେ ଯାନ୍ତ୍ରୀକ ତ୍ରୁଟି, ଡ୍ରାଇଭର ଅସାବଧାନତା ଯୋଗୁ ଘଟିଥାଏ । ଏହାପୂର୍ବରୁ 2023 ମସିହା ଜୁଲାଇ ମାସରେ ମଧ୍ୟ ଏହିଭଳି ଭୟଙ୍କର ଦୁର୍ଘଟଣା ହୋଇଥିଲା । ଏକ ପାହାଡିଆ ରାସ୍ତାରୁ ଏକ ବସ୍ ତଳକୁ ଖସିପଡିଥିଲା । ଯେଉଁଥିରେ 27ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.