ହାଇଦ୍ରାବାଦ: ଗତ କିଛି ଦିନ ଧରି ଅଶାନ୍ତ ରହିଛି ବାଂଲାଦେଶ । ଯାହାର ପ୍ରମୁଖ କାରଣ ସଂରକ୍ଷଣ ପ୍ରସଙ୍ଗ । ଯେଉଁଥିରେ ସୁଧାର ଆଣିବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ଆଉ ଏହି ଦାବି ଦିନକୁ ଦିନ ହିଂସାର ରୂପ ନେବାରେ ଲାଗିଲା । ପରବର୍ତ୍ତୀ ସମୟରେ ହିଂସାର ତାଣ୍ଡବ ଦେଖିଲା ସମଗ୍ର ଦେଶ । ଆଉ ରକ୍ତାକ୍ତ ସଂଘର୍ଷରେ ଅନେକ ଜୀବନ ବଳି ପଡ଼ିଲା । ବର୍ତ୍ତମାନ ଏମିତି ପରିସ୍ଥିତି ଆସିଲା ଯେ, ହସିନାଙ୍କୁ ଇସ୍ତଫା ଦେବା ସହ ଦେଶ ଛାଡି ପଳାୟନ କରିବାକୁ ପଡ଼ିଲା ।
ଶେଖ ହସିନା କିଏ?
ଶେଖ ହସିନା ହେଉଛନ୍ତି ବାଂଲାଦେଶ ରାଷ୍ଟ୍ରପତି କୁହାଯାଉଥିବା ବଙ୍ଗବନ୍ଧୁ ଶେଖ ମୁଜିବୁରଙ୍କ ଝିଅ । ବାଂଲାଦେଶକୁ ପାକିସ୍ତାନରୁ ସ୍ବାଧୀନ କରିବା ପାଇଁ ତାଙ୍କର ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା ।
Prime Minister Sheikh Hasina has called for patience until a final verdict on government job quotas is delivered as deadly violence in protest against the system convulses the country.
— Awami League (@albd1971) July 17, 2024
In a televised address to the nation on Wednesday evening, she announced a judicial… pic.twitter.com/WZWcl4y57d
ଶେଖ ହସିନାଙ୍କ ପରିବାରକୁ ହତ୍ୟା:
1975 ମସିହାରେ ଶେଖ ହସିନାଙ୍କ ବାପା ବଙ୍ଗବନ୍ଧୁ ଶେଖ ମୁଜିବୁର ରାଷ୍ଟ୍ରପତି ଥିବା ସମୟରେ ସେନାର ଦୁଇ ଜଣ ଅଧିକାରୀ କ୍ୟାପ୍ଟେନ ବଜବୁଲ ହୁଡା ଏବଂ ମେଜର ନୁର ଶେଖ ମୁଜିବୁର, ତାଙ୍କ ପତ୍ନୀଙ୍କ ସମେତ 3 ପୁଅଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ଶେଖ ହସିନା ଓ ତାଙ୍କ ଭଉଣୀ ଦେଶରେ ନଥିବାରୁ ସେମାନଙ୍କ ଜୀବନ ବଞ୍ଚି ଯାଇଥିଲା ।
Bangladesh Forms Three-Member Judicial Inquiry Commission to Investigate Deaths and Property Damages During Quota Movement
— Awami League (@albd1971) August 1, 2024
Read More - https://t.co/eZZKip0qnD#Bangaldesh #QuotaMovement #Violence #JudicialInquiryCommission pic.twitter.com/Y4VjtPQyaL
କେବେ ଫେରିଲେ ହସିନା ?
ପୂରା ପରିବାରକୁ ହତ୍ୟା ଘଟଣାର ବହୁ ଦିନ ପର୍ଯ୍ୟନ୍ତ ଶେଖ ହସିନା ଆଉ ଘରକୁ ଫେରିନଥିଲେ । ପରେ 1981ରେ ସେ ସ୍ବଦେଶ ଫେରିବା ସହ ଗଣତନ୍ତ୍ର ପାଇଁ ସ୍ବର ଉଠାଇବା ଆରମ୍ଭ କଲେ । 1990ମସିହା ବେଳକୁ ଧୀରେ ଧୀରେ ସ୍ଥିତିରେ ସୁଧାର ଆସିବାରେ ଲାଗିଲା । ସେନା ବିରୋଧରେ ଏକ ତରଫା ମୋର୍ଚ୍ଚା କରି ହସିନା ପ୍ରତିବାଦ କଲେ । ଆଉ ଶେଷରେ ମିଲିଟାରୀ ଲିଡର ଲେଫନାଣ୍ଟ ଜେନେରାଲ ହୁସେନ ମହମ୍ମଦ ଇର୍ସାଦଙ୍କୁ ଇସ୍ତଫା ଦେବାକୁ ପଡ଼ିଲା ।
ନିର୍ବାଚନ ଲଢି ପରାସ୍ତ ହେଲେ:
1991ରେ ଯଦିଓ ଶେଖ ହସିନା ନିର୍ବାଚନ ଲଢିଥିଲେ, ତାଙ୍କ ଦଳ ଆବାମୀ ଲିଗ୍ ଜିତିବାରେ ସଫଳ ହୋଇପାରିନଥିଲା।
1996ରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲେ:
1996ରେ ଆବାମୀ ଲିଗ୍ ଜିତିଥିଲା । ଆଉ ପ୍ରଥମ ଥର ହୋଇଥିଲେ ଶେଖ ହସିନା । ହେଲେ ତାଙ୍କ କାର୍ଯ୍ୟକାଳ ସମୟରେ ବିରୋଧୀଙ୍କ ଜୋରଦାର ହଙ୍ଗାମା, ରାଲି ସହ ବିଭିନ୍ନ ସ୍ଥାନରେ ହିଂସା ଦେଖାଦେଲା। ପରବର୍ତ୍ତୀ ନିର୍ବାଚନରେ ଖାଲିଦା ଜିୟା ପ୍ରଧାନମନ୍ତ୍ରୀ ହେଲେ।
2009ରୁ ହସିନା ରାଜ୍:
2009 ମସିହା ନିର୍ବାଚନରେ ଶେଖ ହସିନାଙ୍କ ଦଳର ବିଜୟ ହୋଇଥିଲା । ଏହାପରେ ଲଗାତାର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଆସିଥିଲେ ହସିନା ।
ବର୍ତ୍ତମାନ ହିଂସା ପଛର କାରଣ:
1972 ମସିହାରେ ସ୍ବାଧୀନତା ସଂଗ୍ରାମ ସମୟରେ ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କ ପାଇଁ ସରକାରୀ ଚାକିରିରେ 30 ପ୍ରତିଶତ ସଂରକ୍ଷଣ ନିୟମ କରାଯାଇଥିଲା।
1996ରେ ସରକାର ଏହି ସଂରକ୍ଷଣକୁ ସଂଗ୍ରାମୀଙ୍କ ପିଲାମାନଙ୍କ କ୍ଷେତ୍ରରେ ଲାଗୁ ହେବା ପାଇଁ ସରକାର ଅନୁମତି ପ୍ରଦାନ କଲେ । ପରବର୍ତ୍ତୀ ସମୟରେ 2009ରେ ସଂଗ୍ରାମୀଙ୍କ ନାତି ନାତୁଣୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଗଲା ।
ସଂରକ୍ଷଣକୁ ବିରୋଧ: ଧୀରେ ଧୀରେ ଚାକିରି ସମସ୍ୟା ବଢିବାରେ ଲାଗିଲା । ସାଧାରଣବର୍ଗଙ୍କୁ ଚାକିରି ମିଳିବା କଷ୍ଟକର ହୋଇପଡିବାରୁ 2013ରେ ଆନ୍ଦୋଳନର ଜୋରଦାର ହେଲା । 34ତମ BCS ପ୍ରବେଶିକା ପରୀକ୍ଷା (Prelim) ପରେ ଏହି କୋଟା ଯୋଗୁ ପାତର ଅନ୍ତର ନୀତି ହେଉଥିବା ଅଭିଯୋଗ ଆଣିଲେ ଛାତ୍ରଛାତ୍ରୀ ।
5 ଜୁନ 2024- ଛାତ୍ର ଆନ୍ଦୋଳନ ଜୋରଦାର କରାଗଲା । ସଂରକ୍ଷଣ ଉଚ୍ଛେଦ ନେଇ 5 ଜୁନରେ ଏହି କୋଟା ବ୍ୟବସ୍ଥାକୁ ବେଆଇନ ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଛାତ୍ର ।
1 ଜୁଲାଇ 2024-ଦାବି ପୂରଣ ନହେବାରୁ ବିଶ୍ବବିଦ୍ୟାଳୟର ଛାତ୍ରମାନେ ରାସ୍ତା ଘାଟ, ରେଳପଥ ଆଦି ବନ୍ଦ ଡାକରା ଦେଇଥିଲେ।
10ଜୁଲାଇ 2024-ମାମଲା ସୁପ୍ରିମକୋର୍ଟରେ ଏହି କୋଟା ବ୍ୟବସ୍ତାର ପୁନର୍ବିଚାର ପ୍ରତିଶ୍ରୁତି ଦେଇ ଛାତ୍ରଛାତ୍ରୀମାନଙ୍କୁ ପାଠପଢା ଜାରି ରଖିବାକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ।
16 ଜୁଲାଇ 2024- ଆନ୍ଦୋଳନବେଳେ ଲୁହବୁହା ଗ୍ୟାସ ପ୍ରଯୋଗ ସହ ପୋଲିସର ଲାଠିଚାର୍ଜ ହୋଇଥିଲା । ଫଳରେ 6 ବିକ୍ଷୋଭକାରୀଙ୍କ ଜୀବନ ଯାଇଥିଲା ।
21ଜୁଲାଇ 2024- ଜାତିସଂଘ, ବ୍ରିଟେନ ହିଂସାକୁ ନେଇ ସ୍ବର ଉତ୍ତୋଳନ କରୁଥିବାରୁ ତିନି ବାହିନୀର ମୁଖ୍ୟ ହସିନାଙ୍କୁ ଭେଟିଥିଲେ।
2 ଅଗଷ୍ଟ 2024- ନ୍ୟାୟ ମିଳିନଥିବା ଅଭିଯୋଗରେ ଆନ୍ଦୋଳନ ଜାରି ରହିଲା। ଦେଶବ୍ୟାପୀ ବିକ୍ଷୋଭ ହେଲା । ସେଠାରେ 7 ଘଣ୍ଟା ଧରି ଫେସବୁକ ମଧ୍ୟ ବ୍ଲକ ରହିଥିଲା ।
4 ଅଗଷ୍ଟ 2024- ବିକ୍ଷୋଭକାରୀ ଓ ସରକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ସ୍ଥିତି ଆହୁରି ସଙ୍ଗୀନ ହୋଇଗଲା। ଏହି ଅସହଯୋଗ ଆନ୍ଦୋଳନରେ ସରକାରୀ ପଦ ପଦବୀରୁ ଇସ୍ତଫା ଦାବି କରିବାକୁ ଲାଗିଲେ ଆନ୍ଦୋଳନକାରୀ। ପୋଲିସର ସୂଚନା ଅନୁସାରେ, 98ମୃତକଙ୍କ ମଧ୍ୟରେ 14ଜଣ ସରକାରୀ ଅଧିକାରୀ ପ୍ରାଣ ହରାଇଛନ୍ତି।
5 ଅଗଷ୍ଟ 2024- ଶେଷରେ ଇସ୍ତଫା ଦେଇ ଦେଶ ଛାଡି ପଳାୟନ କରିଛନ୍ତି ଶେଖ ହସିନା ।