ETV Bharat / international

ନେପାଳରେ ଭାସିଗଲା ୨ଟି ଯାତ୍ରାବାହୀ ବସ, 7 ଭାରତୀୟଙ୍କ ସମେତ ୬୩ ନିଖୋଜ - Landslide hits Nepal

author img

By ETV Bharat Odisha Team

Published : Jul 12, 2024, 8:57 AM IST

Updated : Jul 12, 2024, 11:31 AM IST

Nepal Landslide: ନେପାଳରେ ଭୟଙ୍କର ଭୂସ୍ଖଳନ । ନଦୀରେ ଭାସିଗଲା ୨ଟି ବସ । ଅଘଟଣ ସମୟରେ ବସରେ ପାଖାପାଖି ୬୩ ଜଣ ଥିବା ବେଳେ ସମସ୍ତେ ନିଖୋଜ । ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବର୍ଷା ଯୋଗୁଁ ରେସକ୍ୟୁ ଅପରେସନ ବାଧାପ୍ରାପ୍ତ । ସେପଟେ ବସ ମଧ୍ୟରେ ୭ ଜଣ ଭାରତୀୟ ଥିବା ସୂଚନା ରହିଛି । ଅଧିକ ପଢନ୍ତୁ

Nepal Landslide
Nepal Landslide (ETV Bharat Odisha)

କାଠମାଣ୍ଡୁ: ନେପାଳରେ ଭୟଙ୍କର ଭୂସ୍ଖଳନ । ନଦୀରେ ଭାସିଗଲା ୨ଟି ଯାତ୍ରୀବାହି ବସ । ୨ ଟା ଯାକ ବସରେ ପାଖାପାଖି ୬୫ ଜଣ ଯାତ୍ରୀ ଥିବା ବେଳେ ୬୩ ଜଣ ଏବେସୁଦ୍ଧା ନିଖୋଜ ଥିବା ଜଣାପଡିଛି । ତେବେ ନିଖୋଜଙ୍କ ମଧ୍ୟରେ ୭ ଜଣ ଭାରତୀୟ ଥିବା ସୂଚନା ରହିଛି । ଘଟଣାସ୍ଥଳରେ ତଦନ୍ତ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେସୁଦ୍ଧା କାହାର ପତ୍ତା ମିଳିପାରିନାହିଁ । ଅନ୍ୟପଟେ ଖରାପ ପାଣିପାଗ ଯୋଗୁ କାଠମାଣ୍ଡୁରୁ ଭରତପୁର ଓ ଚିତଓ୍ବାନ ଯାଉଥିବା ସମସ୍ତ ବିମାନ ସେବାକୁ ରଦ୍ଦ କରାଯାଇଛି ।

ସୂଚନା ଅନୁଯାୟୀ, ମଧ୍ୟ ନେପାଳର ମଦନ-ଆଶ୍ରିତ ହାଇଓ୍ବେରେ ଆଜି (ଶୁକ୍ରବାର) ଭୋର ପାଖାପାଖି ୩.୩୦ ସୁଦ୍ଧା ଭୂସ୍ଖଳନ ଘଟିଥିଲା । ସେହି ସମୟରେ ରାଜପଥରେ ଯାଉଥିବା ୨ ଟି ବସ ତ୍ରିଶୁଳୀ ନଦୀରେ ଭାସିଯାଇଥିଲେ । ଗୋଟିଏ ବସ କାଠମାଣ୍ଡୁ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ଏକ ବସ କାଠମାଣ୍ଡୁରୁ ରାଉତହାଟ ଅଭିମୁଖେ ଯାଉଥିଲା । କାଠମାଣ୍ଡୁ ଅଭିମୁଖେ ଯାଉଥିବା ବସ୍‌ରେ 24 ଜଣ ଯାତ୍ରୀ ଥିବା ବେଳେ ଏବଂ ଅନ୍ୟ ବସ୍‌ରେ 41 ଜଣ ଯାତ୍ରା କରୁଥିଲେ । ତେବେ ୩ ଜଣ ବସରୁ ଡେଇଁପଡି ନିଜ ଜୀବନ ବଞ୍ଚାଇଥିବା ଜଣାପଡିଛି । ଅନ୍ୟପଟେ ୬୩ ଜଣଙ୍କର ଏବେସୁଦ୍ଧା ପତ୍ତା ମିଳିପାରିନାହିଁ ।

ଖରାପ ପାଣିପାଗ ପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ: ଭୂସ୍ଖଳନ ଖବର ପାଇ ପୋଲିସ ଓ ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ପ୍ରବଳ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଏବେସୁଦ୍ଧା ନିଖୋଜଙ୍କ ପତ୍ତା ମିଳିପାରିନାହିଁ ।

ବିମାନସେବା ରଦ୍ଦ: ନେପାଳରେ ପ୍ରବଳ ବର୍ଷା ଜାରି ରହିଛି । ଯେଉଁଥିପାଇଁ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । ଖରାପ ପାଣିପାଗ ଯୋଗୁ କାଠମାଣ୍ଡୁରୁ ଭରତପୁର ଓ ଚିତଓ୍ବାନ ଯାଉଥିବା ସମସ୍ତ ବିମାନ ଉଡାଣ ସେବାକୁ ରଦ୍ଦ କରାଯାଇଛି ।

ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ଦୁଃଖପ୍ରକାଶ: ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ଟ୍ୱିଟ କରି ସେ ଲେଖିଛନ୍ତି, "ନାରାୟଣଗଡ- ମୁଗଲିନ ରାସ୍ତାରେ ଭୂସ୍ଖଳନ ଓ ବସ ଭାସିଯିବା ଯୋଗୁଁ ପାଖାପାଖି ୫ ଡଜନ ଯାତ୍ରୀଙ୍କ ନିଖୋଜ ଖବର ମୋତେ ଅତ୍ୟନ୍ତ ଦୁଃଖିତ କରିଛି । ନିଖୋଜ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମୁଁ ସମସ୍ତ ସରକାରୀ ଏଜେନ୍ସି ଓ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଉଛି ।"

ଏହାମଧ୍ୟ ପଢନ୍ତୁ.. ଇକ୍ବାଡରରେ ଭୟଙ୍କର ଭୂସ୍ଖଳନ: 6 ମୃତ, 30ରୁ ଅଧିକ ନିଖୋଜ

ଚିତଓ୍ବାନ ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବଙ୍କ ସୂଚନା ମୁତାବକ, "ଆଜି (ଶୁକ୍ରବାର) ଭୋର ପାଖାପାଖି ୩.୩୦ ସୁଦ୍ଧା ମଧ୍ୟ ନେପାଳର ମଦନ- ଆଶ୍ରିତ ହାଇଓ୍ବେରେ ୨ ଟି ଯାଉଥିବା ସମୟରେ ହଠାତ ଭୁସ୍ଖଳନ ଘଟିଥିଲା । ଭୁସ୍ଖଳନ ପରେ ୨ଟି ଯାକ ବସଟ ତ୍ରିଶୁଳୀ ନଦୀରେ ଭାସିଯାଇଥିଲା । ଏହି ସମୟରେ ବସରେ ପାଖାପାଖି ୬୩ ଜଣ ଯାତ୍ରୀ ରହିଥିଲେ ।ସେମାନଙ୍କ ମଧ୍ୟରେ ୭ ଜଣ ଭାରତୀୟ ଥିବା ଜଣାପଡିଛି । ଏନେଇ ସୂଚନା ପାଇବା ପରେ ପୋଲିସ, ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଓ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 12, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.