ETV Bharat / international

ଇସ୍ରାଏଲର ଡ୍ରୋନ ଆକ୍ରମଣରେ ୭ ହେଜବୁଲ୍ଲା ସଦସ୍ୟ ମୃତ

author img

By ETV Bharat Odisha Team

Published : Mar 3, 2024, 9:52 AM IST

Israeli Strikes Kill 7 Hezbollah Members: ହେଜବୁଲ୍ଲା ଆତଙ୍କୀଙ୍କୁ ଟାର୍ଗେଟ କରି ଦକ୍ଷିଣ ଲେବାନନରେ ଇସ୍ରାଏଲର ଭୟଙ୍କର ଡ୍ରୋନ ଷ୍ଟ୍ରାଇକ । ଏଥିରେ ୭ ଜଣ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Etv Bharat
Etv Bharat

ଲେବାନନ: ହମାସକୁ ସମର୍ଥନ କରୁଥିବା ଲେବାନନର ହେଜବୁଲ୍ଲା ଆତଙ୍କୀ ସଂଗଠନ ଓ ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଏହାରି ମଧ୍ୟରେ ଶନିବାର ସକାଳେ ହେଜବୁଲ୍ଲା ଆତଙ୍କୀଙ୍କୁ ଟାର୍ଗେଟ କରି ଦକ୍ଷିଣ ଲେବାନନରେ ଭୟଙ୍କର ଡ୍ରୋନ ଷ୍ଟ୍ରାଇକ କରିଛି ଇସ୍ରାଏଲ । ଏଥିରେ ୩ ଜଣେ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ସେହିପରି ବିଳମ୍ବିତ ରାତିରେ ରାମିଆରେ ଆଉ ଏକ ଏୟାରଷ୍ଟ୍ରାଇକରେ ୪ ଜଣେ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି ପାଇଛି ।

ସ୍ଥାନୀୟ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଇସ୍ରାଏଲ ପ୍ରଥମେ ଦକ୍ଷିଣ ଲେବାନନର ନୋକ୍ୟୁରା ଅଞ୍ଚଳରେ ଏକ କାର୍ ଉପରେ ଡ୍ରୋନ ଆକ୍ରମଣ କରିଥିଲା । ଇସ୍ରାଏଲ ସେନା ଅନୁସାରେ, ସେହି କାର୍‌ରେ କିଛି ଆତଙ୍କବାଦୀ ବସିଥିଲେ, ଯେଉଁମାନେ ଇସ୍ରାଏଲ ଅଞ୍ଚଳରେ ରକେଟ୍ ମାଡ଼ କରିଥିଲେ । ହେଜବୁଲ୍ଲା ଅଧିନରେ ଥିବା ଇମାମ ହୋସେନ ଡିଭିଜନ ନିର୍ଦ୍ଦେଶରେ ସେହି ଆତଙ୍କୀମାନେ କାମ କରୁଥିଲେ । ତେବେ ଇସ୍ରାଏଲ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଗତକାଲି ହେଜବୁଲ୍ଲା ପକ୍ଷରୁ ଘୋଷଣା କରାଯାଇଛି । କିନ୍ତୁ କେତେବେଳେ ଏବଂ କେଉଁଠି ଏହି ଆକ୍ରମଣ ହୋଇଥିଲା ସେନେଇ ସ୍ପଷ୍ଟ ସୂଚନା ଦିଆଯାଇନି ।

ହମାସ୍ ସହ ଯୁଦ୍ଧ ଆରମ୍ଭ ପରଠୁ ଲେବନାନ ଓ ଇସ୍ରାଏଲ ସୀମାରେ ଲେବାନାନ ଭିତ୍ତିକ ଆତଙ୍କୀ ଗୋଷ୍ଠୀ ଏବଂ ଇସ୍ରାଏଲ ସେନା ମଧ୍ୟରେ ଗୁଳିଗୋଳା ବିନିମୟ ଜାରି ରହିଛି । ଏହି ଆକ୍ରମଣ ଓ ପ୍ରତିଆକ୍ରମଣରେ ହେଜବୁଲ୍ଲାର ୨୦୦ରୁ ଅଧିକ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିକମରେ ଲେବନାନର ୩୭ ଜଣ ନାଗରିକଙ୍କ ପ୍ରାଣହାନି ଘଟିଛି । ସେହିପରି ଇସ୍ରାଏଲର ପ୍ରାୟ ୯ ଜଣ ସେନାଙ୍କ ସହ ୯ ଜଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଗାଜାର ଏକ ଆଶ୍ରୟ କ୍ୟାମ୍ପରେ ଇସ୍ରାଏଲ ସେନାର ଆକ୍ରମଣ ! ଶତାଧିକ ମୃତ, 700 ରୁ ଅଧିକ ଆହତ

ଯୁଦ୍ଧକୁ ନେଇ ହେଜବୁଲ୍ଲା ପକ୍ଷରୁ କୁହାଯାଇଛି, ଯେପର୍ଯ୍ୟନ୍ତ ଗାଜାରେ ଅସ୍ତ୍ରବିରତି ନହୋଇଛି ସେପର୍ଯ୍ୟନ୍ତ ଏହି ଆକ୍ରମଣ ବନ୍ଦ ହେବନି । ଯଦି ଦୁଇ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ହୁଏ, ତାହେଲେ ଏହି ସଂଘର୍ଷରେ ବିରାମ ଲାଗିବ । ସେପଟେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗାଲାଣ୍ଟ କହିଛନ୍ତି, ହମାସ୍ ସହ ଯୁଦ୍ଧବିରତି ଚୁକ୍ତି ହେଲେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ଲେବାନନ ଆତଙ୍କୀ ଗୋଷ୍ଠୀ ସୀମାରୁ ପଛକୁ ହଟିନି ସେପର୍ଯ୍ୟନ୍ତ ଆକ୍ରମଣ ଜାରି ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.