ETV Bharat / international

ଗାଜା ଓ ୟେମେନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ବହୁ ମୃତାହତ ଆଶଙ୍କା - middle east war

author img

By ETV Bharat Odisha Team

Published : Jul 21, 2024, 11:02 AM IST

Israeli Jets Strike Yemen: ପୁଣି ଉଗ୍ର ହେଲା ଇସ୍ରାଏଲ । ୟେମେନର ‘ହୁତି’ ଆତଙ୍କବାଦୀ ଠିକଣାରେ ଏୟାର ଷ୍ଟ୍ରାଇକ । ଗାଜାରେ ମଧ୍ୟ ଭୟଙ୍କର ଆକ୍ରମଣ । ଶୁକ୍ରବାର ଇସ୍ରାଲୀୟ ସହର ତେଲ୍-ଆଭିଭରେ ଡ୍ରୋନ ହମଲା କରିଥିଲା ୟେମେନ । ଅଧିକ ପଢନ୍ତୁ

ଗାଜା ଓ ୟେମାନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ବହୁ ମୃତ ଆଶଙ୍କା
ଗାଜା ଓ ୟେମାନରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ବହୁ ମୃତ ଆଶଙ୍କା (ETV Bharat Odisha)

ହାଇଦ୍ରାବାଦ: ସାମାନ୍ୟ ଶାନ୍ତ ପଡିଆସୁଥିବା ମଧ୍ୟପ୍ରାଚ୍ୟ ପୁଣି ଅଶାନ୍ତ ହୋଇପଡିଛି । ଇସ୍ରାଏଲ ସହର ତେଲ୍ ଆଭିଭ୍‌ରେ ୟେମେନରୁ ସଞ୍ଚାଳିତ ଆତଙ୍କ ଗୋଷ୍ଠୀ ‘ହୁତି’ ଡ୍ରୋନ ଆକ୍ରମଣ କରିବା ପରେ ପାଲଟା ଆକ୍ରମଣ କରିଛି ଇସ୍ରାଏଲ । ‘ହୁତି’ ସଂଗଠନର ନିୟନ୍ତ୍ରଣରେ ଥିବା ୟେମେନର ହୁଡେଇଡା ବନ୍ଦରରେ ଏୟାରଷ୍ଟ୍ରାଇକ କରିଛି ଇସ୍ରାଏଲ ବାୟୁସେନା । ଏହାର କିଛି ଘଣ୍ଟା ମଧ୍ୟରେ ଇସ୍ରାଏଲ ଡିଫେନ୍ସ ଫୋର୍ସ (ୟୁଡିଏଫ) ଗାଜାପଟିରେ ମଧ୍ୟ ଏକାଧିକ ଠିକଣାରେ ଆକ୍ରମଣ କରିଛି । ଉଭୟ ଆକ୍ରମଣରେ ବହୁ ଲୋକଙ୍କ ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଛି ।

ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ‘ଇସ୍ରାଏଲ ଡିଫେନ୍ସ ଫୋର୍ସ’ ଗାଜାରେ ଥିବା ଏକାଧିକ ଶରଣାର୍ଥୀ କ୍ୟାମ୍ପକୁ ଟାର୍ଗେଟ କରିଛି । କିଛି ସମୟ ବ୍ୟବଧାନରେ 3ଟି ଷ୍ଟ୍ରାଇକ ହୋଇଛି । ଏଥିରେ 12ଜଣଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଛନ୍ତି । ସାଧାରଣ ନାଗରିକ ଥିବା ସ୍ଥାନକୁ ଟାର୍ଗେଟ କରାଯାଉଛି ବୋଲି ପାଲେଷ୍ଟାଇନ ଅଭିଯୋଗ କରିଛି । ସେହିପରି ୟେମେନରେ ‘ହୁତି’ ସଂଗଠନର ନିୟନ୍ତ୍ରଣରେ ଥିବା ଠିକଣାରେ ଆକ୍ରମଣରେ ପ୍ରାୟ 3ଜଣଙ୍କ ମୃତ୍ୟୁ ହୋଇଛି ଓ ପ୍ରାୟ 80ଜଣ ଆହତ ହୋଇଥିବା ସୂଚନା ମିଳିଛି । ୟେମେନରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସେନା ମଧ୍ୟ ସ୍ବୀକାର କରିଛି । ତେଲ୍ ଆଭିଭ୍ ସହରରେ ଆକ୍ରମଣ ପାଇଁ ୟେମେନରେ ଏହି ଆକ୍ରମଣ କରାଯାଇଛି । ଇସ୍ରାଏଲ ବାୟୁସେନାର ଯୁଦ୍ଧବିମାନ ଏୟାର ଷ୍ଟ୍ରାଇକ କରିବା ପରେ ସୁରକ୍ଷିତ ନିଜ ଦେଶର ବାୟୁସୀମାକୁ ଫେରିଆସିଥିବା ଇସ୍ରାଏଲ ପକ୍ଷରୁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :-ଉଗ୍ର ରୂପ ନେଉଛି ବାଂଲାଦେଶ ହିଂସା: 100 ମୃତ, ଦେଶବ୍ୟାପୀ କର୍ଫ୍ୟୁ, ସ୍ବଦେଶ ଫେରିଲେଣି 300 ଭାରତୀୟ ଛାତ୍ରଛାତ୍ରୀ - BANGLADESH VIOLENCE

ୟେମେନର ‘ହୁତି’ ସଂଗଠନ ପକ୍ଷରୁ ମଧ୍ୟ ଏହି ଆକ୍ରମଣକୁ ସ୍ବୀକାର କରାଯାଇଛି । ୟେମେନର ଅର୍ଥନୀତିକୁ ପ୍ରଭାବିତ କରିବା ପାଇଁ ଇସ୍ରାଏଲ ଷଡଯନ୍ତ୍ର କରିଛି । ଇନ୍ଧନ ଡିପୋ ଓ ପାଓ୍ବାରପ୍ଲାଣ୍ଟ ଥିବା ହୋଦେଇଦା ବନ୍ଦରକୁ ଟାର୍ଗେଟ କରାଯାଇଛି । ଏହା ୟେମେନବାସୀଙ୍କ ପ୍ରତି ବର୍ବରୋଚିତ ଆକ୍ରମଣ ବୋଲି ହୁତିର ଜଣେ ପ୍ରବକ୍ତା ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି । ବନ୍ଦରରେ ନିଆଁ ଲାଗିଯାଇଛି । ଶତାଧିକ ଲୋକଙ୍କୁ ସ୍ଥାନାନ୍ତରିତ ମଧ୍ୟ କରାଯାଇଛି ।

ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣ ପରେ ଏକାଧିକ ଇସଲାମିକ ଆତଙ୍କବାଦୀ ସଂଗଠନ ଏହା ବିରୋଧରେ ଇସ୍ରାଏଲକୁ ଧମକ ଦେଇଛନ୍ତି । ଏହି ଧାରାରେ ଲେବନନରୁ ସଞ୍ଚାଳିତ ଆତଙ୍କୀ ସଂଗଠନ ହିଜବୁଲ୍ଲା ଓ ୟେମେନରୁ ସଞ୍ଚାଳିତ ଆତଙ୍କୀ ସଂଗଠନ ‘ହୁତି’ ଆଗରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.