ETV Bharat / international

ଶ୍ରୀଲଙ୍କାକୁ ସାହାଯ୍ୟର ହାତ ବଢ଼ାଇଲା ଭାରତ, ବନ୍ଦର ବିକାଶ ପାଇଁ ଦେବ 61 ମିଲିୟନ ଡଲାର - India Sri Lanka Bilateral Relation

Port In Northern Sri Lanka: କାନକେସନ୍ତୁରାଇ (KKS) ବନ୍ଦରର ସମ୍ପୂର୍ଣ୍ଣ ବିକାଶ ପାଇଁ ଶ୍ରୀଲଙ୍କାକୁ 61.5 ମିଲିୟନ ଡଲାର ପ୍ରଦାନ କରିବ ଭାରତ । ଶ୍ରୀଲଙ୍କାବାସୀଙ୍କ ପାଇଁ ଏହା କେତେ ସହାୟକ ହେବ ପଢନ୍ତୁ,

Port In Northern Sri Lanka
Port In Northern Sri Lanka
author img

By ETV Bharat Odisha Team

Published : Mar 20, 2024, 4:31 PM IST

ନୂଆଦିଲ୍ଲୀ: ବିକାଶ ପାଇଁ ପଡୋଶୀ ଦେଶମାନଙ୍କୁ ସର୍ବଦା ସହାୟତାର ହାତ ବଢାଇଥାଏ ଭାରତ । ଏହାରି ଭିତରେ ଶ୍ରୀଲଙ୍କାକୁ 61.5 ମିଲିୟନ ଡଲାର ପ୍ରଦାନ କରିବ ଭାରତ । କାନକେସନ୍ତୁରାଇ (KKS) ବନ୍ଦରର ସମ୍ପୂର୍ଣ୍ଣ ବିକାଶ ପାଇଁ ଏହି ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଅନ୍ତର୍ଜାତୀୟ ଖବର କାଗଜରେ ପ୍ରକାଶିତ ହୋଇଛି । ଶ୍ରୀଲଙ୍କାର ବନ୍ଦର, ପରିବହନ ଏବଂ ବିମାନ ଚଳାଚଳ ମନ୍ତ୍ରୀ ନିର୍ମଳା ସିରିପାଲା ଦେ ସିଲଭା ଏବଂ ଭାରତୀୟ ହାଇ କମିଶନର ସନ୍ତୋଷ ଝାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ଅନୁସାରେ, ଜୁଆର, ସ୍ରୋତ, ତରଙ୍ଗ ଏବଂ ଝଡ଼ ପ୍ରଭାବରୁ ରକ୍ଷା କରିବା ପାଇଁ ବେକ୍ଓ୍ବାଟର ନିର୍ମାଣ କରାଯିବ । ଏହି ବନ୍ଦରକୁ 30 ମିଟର ଗଭୀରତାରେ ଖୋଳାଯିବ । ଫଳରେ ଡିପ୍ ଡ୍ରାଫ୍ଟ ଜାହାଜ ସେଠାରେ ପହଞ୍ଚି ପାରିବେ । ରିପୋର୍ଟରେ କୁହାଯାଇଛି ଯେ, ଆଲୋଚନା ସମୟରେ ଭାରତୀୟ ହାଇକମିଶନର ଦୁଇ ଦେଶ ମଧ୍ୟରେ ଆଞ୍ଚଳିକ ସହଯୋଗ ବୃଦ୍ଧି କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ । ଏହାସହ ଶ୍ରୀଲଙ୍କାରେ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ସମ୍ପୁର୍ଣ୍ଣ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଭାରତ ସରରକାର ଶ୍ରୀଲଙ୍କାକୁ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ସର୍ବୋଚ୍ଚ ଭ୍ରମଣ ସ୍ଥାନ ଭାବେ ବର୍ଣ୍ଣନା କରିଥିବା କଥା ମଧ୍ୟ କୁହାଯାଇଛି । ତେବେ ଏହାର ପ୍ରତି ଉତ୍ତରରେ ମନ୍ତ୍ରୀ ନିର୍ମଳା ସିରିପାଲା ଦେ ସିଲଭା ଶ୍ରୀଲଙ୍କା ସରକାର ଏବଂ ମନ୍ତ୍ରାଳୟ ପକ୍ଷରୁ ଭାରତ ସରକାରର ସହାୟତାକୁ କୃତଜ୍ଞତା ଜଣାଇଛନ୍ତି । ଚେନ୍ନାଇ ଏବଂ ଜାଫ୍ନା ମଧ୍ୟରେ ବିମାନ ଉଡ଼ାଣକୁ ମଧ୍ୟ ସେ ବେଶ ପ୍ରଶଂସା କରିଥିବା ନେଇ ରିପୋର୍ଟରେ କୁହାଯାଇଛି ।

ଭାରତୀୟ ପର୍ଯ୍ୟଟକଙ୍କ ସୁବିଧା ପାଇଁ କାନକେସନ୍ତୁରାଇ ବନ୍ଦରରେ ଏକ ଟର୍ମିନାଲ ନିର୍ମାଣ କରାଯିବ ବୋଲି କହିଛନ୍ତି ଶ୍ରୀଲଙ୍କା ମନ୍ତ୍ରୀ । 600 ମିଲିୟନ ଡଲାର ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, "ଗତ 9 ମାସ ମଧ୍ୟରେ ଅନେକ ଭାରତୀୟ ପର୍ଯ୍ୟଟକ ଏହି ଦ୍ବୀପ ପରିଦର୍ଶନ କରିଛନ୍ତି । କେକେଏସ 16 ଏକର ପରିସୀମା ଭିତରେ ରହିଛି । ଏହି ବନ୍ଦର ଭାରତର ପଣ୍ଡିଚେରୀ, କରାଇକାଲ ବନ୍ଦର ଠାରୁ 56 ନଟିକାଲ୍ ମାଇଲ ଦୂରରେ ରହିଛି । "

ଶ୍ରୀଲଙ୍କା ବନ୍ଦର ପ୍ରାଧିକରଣ (SLPA) ଅନୁଯାୟୀ, କେକେଏସ୍ ବନ୍ଦର, ଏକ ସମୃଦ୍ଧ ଏବଂ ଦୀର୍ଘ ଇତିହାସ ସହିତ ଜଡିତ । 1950 ମସିହାରେ କାନକେସନ୍ତୁରାଇରେ ସିମେଣ୍ଟ କାରଖାନା ପ୍ରତିଷ୍ଠା ସହିତ ଏକ ବ୍ୟାବସାୟିକ ବନ୍ଦର ଭାବରେ ଏହାର କାର୍ଯ୍ୟ ଆରମ୍ଭ କରିଥିଲା । ଶ୍ରୀଲଙ୍କା ନୌସେନାର ନିୟନ୍ତ୍ରଣରେ ରହିଥିବା ଏହି ବନ୍ଦର ଗୃହଯୁଦ୍ଧର ଅଶାନ୍ତ ସମୟ ମଧ୍ୟରେ ଦେଶ ପାଇଁ ସହାୟକ ହୋଇଥିଲା । ତେବେ ସମସ୍ତ ପ୍ରକାର ସମ୍ଭାବନାକୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା ସରକାର ଏହାକୁ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପର୍ଯ୍ୟଟନ ବନ୍ଦରରେ ପରିଣତ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ 400 ମିଲିୟନ ବିନିଯୋଗରେ ଶ୍ରାଲଙ୍କା ବନ୍ଦର ପ୍ରାଧୀକରମ ଅଧିନରେ ଶ୍ରୀଲଙ୍କା ଏବଂ ଭାରତ ମଧ୍ୟରେ ଯାତ୍ରୀବାହୀ ଜାହାଜ ଏବଂ ମାଲ ପରିବହନ ପାଇଁ KKS ବନ୍ଦରକୁ ବ୍ୟବହାର କରିବାକୁ ଚୂଡାନ୍ତ ହୋଇଥିଲା । ଯାତ୍ରୀବାହୀ ଜାହାଜ ସେବା ଆରମ୍ଭ ହେବା ଦ୍ୱାରା ଉଭୟ ଦେଶ ମଧ୍ୟରେ ସାମାଜିକ-ଅର୍ଥନୈତିକ ବିକାଶ ଏବଂ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ପାଇବ ବୋଲି ଆଶା କରାଯାଉଥିବା ନେଇ ରିପୋର୍ଟରେ ଦର୍ଶାଯାଇଛି ।

ଏହା ମଧ୍ୟ ପଢନ୍ତୁ: PM Modi launch Ferry service: ଭାରତ-ଶ୍ରୀଲଙ୍କା ମଧ୍ୟରେ ନୌକା ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିନା ବାଧାରେ କାର୍ଗୋ ହ୍ୟାଣ୍ଡେଲିଂ କାର୍ଯ୍ୟକୁ ନିଶ୍ଚିତ କରିବା ପାଇଁ ଟର୍ନିଂ ବେସିନରେ ଆଠ ମିଟର ଗଭୀରତା ପର୍ଯ୍ୟନ୍ତ ଡ୍ରେଜିଂ କରାଯାଇଛି । ତେବେ କେକେଏସ ବନ୍ଦରରେ ଚାଲିଥିବା ବିକାଶ କାର୍ଯ୍ୟ ଶ୍ରୀଲଙ୍କାର ଉତ୍ତର ଅଞ୍ଚଳରେ ଲୋକଙ୍କ ପାଇଁ ନୂତନ ଯୁଗର ସଙ୍କେତ ମିଳୁଛି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବହୁ ପ୍ରତୀକ୍ଷିତ ଫେରି ସର୍ଭିସ ମଧ୍ୟ ଗତବର୍ଷ ଅକ୍ଟେବର 14 ତାରିଖରେ ଆରମ୍ଭ କରାଯାଇଥିଲା । ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଫେରି ସେବା(ନୌକା)ର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ । ଭାରତର ନାଗାପଟ୍ଟିନମ ଏବଂ ଶ୍ରୀଲଙ୍କାର କାନକେସନ୍ତୁରାଇ ମଧ୍ୟରେ ନୌକା ସେବା ଆରମ୍ଭ କରାଯାଇଥିଲା ।

ଯଦି ସମୁଦ୍ରର ସ୍ଥିତି ସଠିକ ରହିଥାଏ ତାହେଲେ ନାଗାପାଟ୍ଟିନମ୍ ଏବଂ କେକେଏସ୍ ମଧ୍ୟରେ ଏହି ହାଇସ୍ପିଡ ଫେରି ସାଢେ 3 ଘଣ୍ଟା ମଧ୍ୟରେ 11 କିଲୋମିଟର ଅତିକ୍ରମ କରିବ । ଶ୍ରୀଲଙ୍କାର ଜାଫ୍ନାକୁ ସ୍ୱଳ୍ପ ମୂଲ୍ୟରେ ଯାତ୍ରା କରିବା ପାଇଁ ଭାରତୀୟଙ୍କ ପାଇଁ ଏକ ଉତ୍ତମ ସେବା ପ୍ରଦାନ କରିବ । ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବ । ତେବେ 50 କେଜି ମାଗଣା ବ୍ୟାଗେଜ ସୁବିଧା ମଧ୍ୟ କରାଯାଇଛି । କାନକେସନ୍ତୁରାଇ (KKS) ବନ୍ଦରର ସମ୍ପୂର୍ଣ୍ଣ ବିକାଶ ପାଇଁ ଭାରତ ଶ୍ରୀଲଙ୍କାକୁ 61.5 ମିଲିୟନ ଡଲାର ପ୍ରଦାନ କରିବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.