ETV Bharat / international

ଆମେରିକାରେ ଉଠିଲା ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସା ବିରୋଧର ସ୍ବର, ବାଇଡେନ ପ୍ରଶାସନର ହସ୍ତକ୍ଷେପ ଦାବି - Violence Against Hindus

author img

By ETV Bharat Odisha Team

Published : Aug 12, 2024, 11:20 AM IST

Protest for Violence Against Hindus In Bangladesh: ଆମେରିକାରେ ଉଠିଲା ବାଂଲାଦେଶରେ ହିନ୍ଦୁ ବିରୋଧୀ ହିଂସାର ପ୍ରତିବାଦ । ବାଇଡେନ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କଲେ ଶହ ଶହ ଭାରତୀୟ ଓ ବାଂଲାଦେଶୀ ହିନ୍ଦୁ । ଅଧିକ ପଢନ୍ତୁ

ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ମାମଲା:  ଆମେରିକାରେ ଉଠିଲା ସ୍ବର, ହ୍ବାଇଟହାଉସ ସମ୍ମୁଖରେ ପ୍ରତିବାଦ
ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ମାମଲା: ଆମେରିକାରେ ଉଠିଲା ସ୍ବର, ହ୍ବାଇଟହାଉସ ସମ୍ମୁଖରେ ପ୍ରତିବାଦ (ETV Bharat Odisha)

ହଇଦ୍ରାବାଦ: ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କୁ ହେଉଥିବା ଆକ୍ରମଣକୁ ବିରୋଧ କରି ଆମେରିକାରେ ପ୍ରତିବାଦ ହୋଇଛି । ହୋଷ୍ଟନ ସହରର ସୁଗାରଲାଣ୍ଡ ସିଟିରେ ଏକାଠି ହେଉଛନ୍ତି ଶହ ଶହ ହିନ୍ଦୁ । ପ୍ରାୟ 3ଶହରୁ ଅଧିକ ଭାରତୀୟ ଓ ବାଂଲାଦେଶୀ ହିନ୍ଦୁ ସମ୍ପ୍ରଦାୟର ମହିଳା ଓ ପୁରୁଷମାନେ ହାତରେ ପ୍ଲାକକାର୍ଡ ଧରି ନାରାବାଜୀ କରିଛନ୍ତି । ବଂଲାଦେଶରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ପ୍ରତି ଆକ୍ରମଣ ଜାରି ରହିଛି । ଏହି ମାମଲାରେ ଆମେରିକା ନୀରବତା ଭାଙ୍ଗି ହସ୍ତକ୍ଷେପ କରୁ ବୋଲି ସେମାନେ ଦାବି କରିଛନ୍ତି । ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ବାଇଡେନ ପ୍ରଶାସନ ତତ୍ପରତା ଦେଖାଉ ବୋଲି ସେମାନେ ଦାବି କରିବା ସହ ‘ସେଭ ହିନ୍ଦୁ ଇନ ବାଂଲାଦେଶ’ ଲେଖାଥିବା ପ୍ଲାଟକାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ନିଯୁକ୍ତିରେ ସ୍ବାଧୀନତା ସଂଗ୍ରାମୀଙ୍କ ବଂଶଜଙ୍କୁ ସଂରକ୍ଷଣକୁ ନେଇ ବାଂଲାଦେଶରେ ସୃଷ୍ଟି ହୋଇଥିବା ଆନ୍ଦୋଳନ ହିଂସକ ହେବା ସହ ରାଜନୈତିକ ଅସ୍ଥିରତାରେ ପରିବର୍ତ୍ତିତ ହୋଇସାରିଛି । ‘ଆଓ୍ବାମୀ ଲିଗ’ର ସରକାର ପତନ ହୋଇସାରିଛି । ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପଦରୁ ଇସ୍ତଫା ଦେଇ ଦେଶ ଛାଡି ଭାରତରେ ଶରଣ ନେଇଛନ୍ତି । ରାଜନୈତିକ ହିଂସା ଏବେ ସାମ୍ପ୍ରଦାୟିକ ହିଂସାରେ ପରିଣତ ହେବା ପରି ସ୍ଥିତି ସୃଷ୍ଟି ହେଲାଣି । ଆଇନ ଶୃଙ୍ଖଳା ଭୁଶୁଡି ପଡିବା କାରଣରୁ ବିଭିନ୍ନ ସ୍ଥାନରେ ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେବାର ଘଟଣା ସାମ୍ନାକୁ ଆସିଛି । ହିନ୍ଦୁ ପରିବାର ଓ ସେମାନଙ୍କ ଧାର୍ମିକସ୍ଥଳୀକୁ ଟାର୍ଗେଟ କରୁଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢନ୍ତୁ :- ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା: ଷଡଯନ୍ତ୍ର ପଛରେ ଏହି ଦେଶ, ଅଧୁରା ଭାଷଣରେ ରହିଛି ଗୁମର - Sheikh Hasina Undelivered Speech

ନୂତନ ତଥା ସେନା ସମର୍ଥିତ ଅନ୍ତରୀଣ ସରକାରର ନେତୃତ୍ବ ନେଇଥିବା ମହମ୍ମଦ ୟୁନୁସ ମଧ୍ୟ ଏହି ଘଟଣାରେ ଚିନ୍ତା ପ୍ରକଟ କରିସାରିଛନ୍ତି । ଭାରତରେ ବାଂଲାଦେଶ ହିଂସାର ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଭାରତୀୟ ସୀମାରେ ଏବେ ହାଇଆଲର୍ଟ ଜାରି ରହିଥିବା ବେଳେ ହିନ୍ଦୁଙ୍କୁ ଆକ୍ରମଣ ବିରୋଧରେ ବିଭିନ୍ନ ସ୍ଥାନରେ ପ୍ରତିବାଦ କରାଯାଉଛି । ଭାରତର ବିଭିନ୍ନ ରାଜ୍ୟରେ ଥିବା ବାଂଲାଦେଶୀ ଓ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଚିହ୍ନଟ କରି ଦେଶରୁ ତଡିବା ପାଇଁ ଦାବି ଉଠିଲାଣି । ଓଡିଶା ସମେତ ବିଭିନ୍ନ ପୂର୍ବ-ଭାରତୀୟ ରାଜ୍ୟରେ ବାଂଲାଦେଶୀ ସନ୍ଦିଗ୍ଧଙ୍କୁ ଲୋକମାନେ ଧରି ପୋଲିସ ଜିମା ଦେଉଥିବାର ଖବର ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.