ETV Bharat / international

କାଲି ସେନା ସମର୍ଥିତ ଅନ୍ତରୀଣ ସରକାର ଦେଖିବ ବାଂଲାଦେଶ, ହସିନାଙ୍କ ପାର୍ଟିର 20 ନେତାଙ୍କୁ କରାଗଲାଣି ହତ୍ୟା - Interim government in Bangladesh

author img

By ETV Bharat Odisha Team

Published : Aug 7, 2024, 7:58 PM IST

Bangladesh crisis: କାଲି ବାଂଲାଦେଶରେ ଗଠନ ହେବ ଅନ୍ତରୀଣ ସରକାର । ନୋବେଲ ବିଜେତା ବିଶିଷ୍ଟ ଅର୍ଥଶାସ୍ତ୍ରୀ ପ୍ରଫେସର ମହମ୍ମଦ ୟୁନୁସ ହେବେ ସେନା ସମର୍ଥିତ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ । ଇସ୍ତଫା ଦେବା ପୂର୍ବ ରାତିରେ ସେନାକୁ କ’ଣ ନିର୍ଦ୍ଦେଶ ଦେଇଥିଲେ ହସିନା । ସାମ୍ନାକୁ ଆସୁଛି, ରୋମାଞ୍ଚକର ତଥ୍ୟ । ଅଧିକ ପଢନ୍ତୁ

କାଲି ବାଂଲାଦେଶରେ ସେନା ସମର୍ଥିତ ଅନ୍ତରୀଣ ସରକାର ଗଠନ, ହସିନାଙ୍କ ପାର୍ଟିର 20 ନେତାଙ୍କୁ କରାଗଲାଣି ହତ୍ୟା
କାଲି ବାଂଲାଦେଶରେ ସେନା ସମର୍ଥିତ ଅନ୍ତରୀଣ ସରକାର ଗଠନ, ହସିନାଙ୍କ ପାର୍ଟିର 20 ନେତାଙ୍କୁ କରାଗଲାଣି ହତ୍ୟା (ETV Bharat Odisha)

ହାଇଦ୍ରାବାଦ: ଗୃହଯୁଦ୍ଧରେ ଗତ ତିନିଦିନ ହେଲାଣି ଜଳୁଛି ବାଂଲାଦେଶ । ଏପର୍ଯ୍ୟନ୍ତ 4ଶହରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେଲାଣି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ସହ ଦେଶ ଛାଡି ଏବେ ଭାରତରେ ଶରଣ ନେଇଛନ୍ତି । ତାଙ୍କର ରାଜନୈତିକ ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ । ସେନା କେଉଁ ପ୍ରକାର ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରିବ, ସେନେଇ ସମଗ୍ର ବିଶ୍ବର ନଜର ଥିବା ବେଳେ ଆସନ୍ତାକାଲି ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ସେନା ସମର୍ଥିତ ଏହି ଅନ୍ତରୀଣ ସରକାର ଗଠନ ହେବାକୁ ଯାଉଛି ।

  • କିପରି ହେବ ଅନ୍ତରୀଣ ସରକାରର ରୂପରେଖ:-

ମହମ୍ମଦ ୟୁନୁସ ହେଉଛନ୍ତି ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ । ତାଙ୍କ ନାମ ସେନା ପକ୍ଷରୁ ସୁପାରିଶ କରାଯାଇଥିଲା । ସେ ଆସନ୍ତାକାଲି ସେ ଅନ୍ତରୀଣ ସରକାର ଗଠନ କରିବେ । ତେବେ ଏହି ଅନ୍ତରୀଣ ସରକାରର ରୂପରେଖ କିପରି ହେବ ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ଆସିନି । ମାତ୍ର ଏଥିରେ ସେନାର ପ୍ରଛନ୍ନ ନିୟନ୍ତ୍ରଣ ରହିବାକୁ ଥିବା ବେଳେ ଦେଶର ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ସାମିଲ ହେବେ । ହେଲେ ହସିନାଙ୍କ ଦଳ ଆଓ୍ବାମୀ ଲିଗର କୌଣସି ସଦସ୍ୟଙ୍କୁ ଏଥିରେ ସ୍ଥାନ ମିଳିବ ନାହିଁ ବୋଲି ସୂତ୍ରରୁ ଜଣାପଡିଛି ।

ବିଶିଷ୍ଟ ଅର୍ଥଶାସ୍ତ୍ରୀ ପ୍ରଫେସର ମହମ୍ମଦ ୟୁନୁସ
ବିଶିଷ୍ଟ ଅର୍ଥଶାସ୍ତ୍ରୀ ପ୍ରଫେସର ମହମ୍ମଦ ୟୁନୁସ (ETV Bharat Odisha)
  • କିଏ ଏହି ମହମ୍ମଦ ୟୁନୁସ:-

1940 ମସିହାରେ ଅବିଭକ୍ତ ଭାରତରେ ଜନ୍ମଗ୍ରହଣ କରିଥିଲେ ୟୁନୁସ । ସେ ଜଣେ ବିଶ୍ବର ଜଣାଶୁଣା ଅର୍ଥଶାସ୍ତ୍ରୀ ଓ ଅର୍ଥନୀତି ପ୍ରାଧ୍ୟାପକ । ସେ ଅର୍ଥନୀତି ପାଇଁ 2006ରେ ବିଶ୍ବର ସମ୍ମାନଜନକ ‘ନୋବେଲ’ ପ୍ରାଇଜରେ ସମ୍ମାନିତ ହୋଇସାରିଛନ୍ତି । ଏକଧାରାରେ ଜଣେ ଅର୍ଥଶାସ୍ତ୍ରୀ, ଶିକ୍ଷାବିତ, ଉଦ୍ୟୋଗୀ ଓ ବ୍ୟାଙ୍କର ଭାବେ ତାଙ୍କର ବହୁମୁଖୀ ପରିଚୟ ରହିଛି । ସେ ବାଂଲାଦେଶର ପ୍ରତିଷ୍ଠିତ ‘ଗ୍ରାମୀଣ ବ୍ୟାଙ୍କ’ର ପ୍ରତିଷ୍ଠାତା-ମୁଖ୍ୟ ମଧ୍ୟ । 2012ରେ ସେ ସ୍କଟଲାଣ୍ଡର ଗ୍ଲାସ୍ଗୋ କାଲେଡୋନିଆନ ବିଶ୍ବବିଦ୍ୟାଳୟର ଚାନସେଲର ଭାବେ ନିଯୁକ୍ତ ହୋଇଥିଲେ । ହସିନା ସରକାରର ପତନ ପରେ ସେନା ଅନ୍ତରୀଣ ସରକାର ଗଠନ କରାଯିବା ଘୋଷଣା କରିବା ପରେ ୟୁନୁସଙ୍କ ନାମ ବିଶ୍ବବ୍ୟାପୀ ଚର୍ଚ୍ଚାକୁ ଆସିଥିଲା ।

  • ହସିନାଙ୍କ ପାର୍ଟିର ନେତାଙ୍କୁ କରାଯାଉଛି ଟାର୍ଗେଟ କିଲିଂ:-

ଗତ 3ଦିନ ଧରି ସମଗ୍ର ବାଂଲାଦେଶ ଜଳୁଥିବା ବେଳେ ଶେଖ ହସିନାଙ୍କ ଦଳର ନେତାଙ୍କୁ ବିଦ୍ରୋହୀମାନେ ଖୋଜି ଖୋଜି ହତ୍ୟା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ 20ରୁ ଅଧିକ ‘ଆଓ୍ବାମୀ ଲିଗ’ର ନେତାଙ୍କୁ ହତ୍ୟା କରାଯାଇ ସାରିଲାଣି । ବାଂଲାଦେଶର ବିଭିନ୍ନ ସ୍ଥାନରେ ଏହି ନେତା ଓ ତାଙ୍କ ପରିବାର ସଦସ୍ୟଙ୍କୁ ଟାର୍ଗେଟ କିଲିଂ କରାଯାଇଛି । ଏବେ ସୁଦ୍ଧା ପ୍ରାୟ 4ଶହରୁ ଅଧିକ ସାଧାରଣ ଲୋକଙ୍କର ଜୀବନହାନୀ ହୋଇସାରିଲାଣି ।

ଏହା ମଧ୍ୟ ପଢନ୍ତୁ :- କଂଗ୍ରେସ ବଡ ନେତାଙ୍କ ବିସ୍ଫୋରକ ବୟାନ; ' ଭାରତରେ ହୋଇପାରେ ବାଂଲାଦେଶ ଭଳି ହିଂସା’ , ଗ୍ରାଣ୍ଡ ଓଲ୍ଡ ପାର୍ଟି ଉପରେ ବର୍ଷିଲା ବିଜେପି - violent protests like bangladesh

  • ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିବା ପାଇଁ ଚାହୁଁଥିଲେ ହସିନା, ମନା କରିଥିଲା ସେନା:-

ଇସ୍ତଫା ଦେବା ପୂର୍ବ ରାତିରେ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଥିଲା ହସିନାଙ୍କ କାର୍ଯ୍ୟାଳୟ । ମାତ୍ର ସେନା ତାହା ଗ୍ରହଣ କରିନଥିଲା । ନିଜେ ସେନାମୁଖ୍ୟ ହସିନାଙ୍କ ସହ ଆଲୋଚନା କରି ଏପରି ସ୍ଥିତିରେ କର୍ଫ୍ୟୁ ଜାରି କରିବା ସମ୍ଭବପର ନୁହେଁ ଓ ସେନା ଆନ୍ଦୋଳନକାରୀଙ୍କୁ ଗୁଳି ଚଳାଇପାରିବ ନାହିଁ ବୋଲି କହିଥିଲେ । ଫଳରେ ହସିନାଙ୍କ ନିକଟରେ ଇସ୍ତଫା ଛଡା ଆଉ କୌଣସି ବିକଳ୍ପ ନଥିଲା । ମାତ୍ର ଇସ୍ତଫା ପରେ ସେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ଗଣଭବନ’ରେ ରହିବା ମଧ୍ୟ ସମ୍ଭବପର ନହେବାରୁ ସେ ତୁରନ୍ତ ଦେଶ ଛାଡି ଭାରତ ଅଭିମୁଖେ ଉଡାଣ ଭରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.