ETV Bharat / international

ଗାଜାରେ କରୁଣ ଚିତ୍ର: ଇସ୍ରାଏଲ ଆକ୍ରମଣରେ ଆଖି ବୁଜିଲେ ପ୍ରସୂତୀ, ଜନ୍ମ ନେଲା ଶିଶୁକନ୍ୟା - Israeli strike

Baby in Gaza saved from womb of mother killed in Israeli strike: ଗାଜାରେ ଇସ୍ରାଏଲ ଆକ୍ରମଣରେ ଚାଲିଗଲା ପ୍ରସୂତୀଙ୍କ ଜୀବନ । ମୃତ ମହିଳାଙ୍କ ଠାରୁ ଜନ୍ମ ନେଲା ଶିଶୁକନ୍ୟା । ଆକ୍ରମଣରେ ମହିଳାଙ୍କ ସ୍ବାମୀ ଓ ଝିଅଙ୍କ ସମେତ ମୋଟ 13ଜଣଙ୍କ ମୃତ୍ୟୁ । ସହ ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 22, 2024, 2:12 PM IST

ଗାଜାରେ କରୁଣ ଚିତ୍ର, ଇସ୍ରାଏଲ ଆକ୍ରମଣରେ ମହିଳା ମୃତ, ଜନ୍ମ ନେଲା ଶିଶୁ

ହାଇଦ୍ରାବାଦ: ଯୁଦ୍ଧ କେବଳ ଦଶନ୍ଧି ଧରି ଛାପ ଛାଡିଯାଉଥିବା ଯନ୍ତ୍ରଣା ଓ ଦୁର୍ଦ୍ଦଶାର ଏକ ଅଧ୍ୟାୟ । ଏପରି ଏକ ଉକ୍ତିକୁ ମଧ୍ୟପ୍ରାଚ୍ୟରେ ଦେଖାଯାଇଥିବା ଗାଜା ସଙ୍କଟ ଯଥାର୍ଥରେ ବ୍ୟାଖ୍ୟା କରିଛି । ପାଲେଷ୍ଟାଇନ- ଇସ୍ରାଏଲ ଦ୍ବନ୍ଦ୍ବ ମଧ୍ୟରେ ମାନବୀୟ ସଙ୍କଟର ଏକାଧିକ ଛାତିଥରା ଘଟଣା ବିଶ୍ବବାସୀଙ୍କୁ ବିଚଳିତ କରୁଛି । ସେହିପରି ଏକ ସମ୍ବେଦନଶୀଳ ଘଟଣା ଏବେ ଗାଜାରୁ ସାମ୍ନାକୁ ଆସିଛି । ଦୁନିଆ ଦେଖିବା ପୂର୍ବରୁ ବାପା-ମା‘ ଓ ପରିବାର ଛେଉଁଣ୍ଡ ହୋଇଯାଇଛି ଜଣେ ନିଷ୍ପାପ ନବଜାତ ଶିଶୁ । ଇସ୍ରାଏଲର ଆକ୍ରମଣରେ ଶିଶୁକୁ ଜନ୍ମଦେବା ପାଇଁ ଅପେକ୍ଷା କରିଥିବା ଆସନ୍ନପ୍ରସବା ମା’ ଆଖି ବୁଜିଛି । ମାତ୍ର ମୃତ ମା’ ଗର୍ଭରୁ ଜନ୍ମ ନେଇଛି ଶିଶୁକନ୍ୟା । ଇଜିପ୍ଟ ସୀମାବର୍ତ୍ତୀ ରଫା ଅନ୍ତର୍ଜାତୀୟ ବର୍ଡର ପୋଷ୍ଟ ନିକଟରେ ଥିବା ଦକ୍ଷିଣ ଗାଜାରେ ଇସ୍ରାଏଲ ସେନାର ଆକ୍ରମଣରେ ଜଣେ ପ୍ରସୂତୀ ମହିଳା, ତାଙ୍କ ସ୍ବାମୀ ଓ ଝିଅ ପ୍ରାଣ ହରାଇଛନ୍ତି । ମାତ୍ର ମହିଳାଙ୍କ ଠାରୁ ଡାକ୍ତରମାନେ ଶିଶୁ କନ୍ୟାଟିକୁ ସୁରକ୍ଷିତ ପ୍ରସବ କରାଇବାରେ ସଫଳ ହୋଇଛନ୍ତି ।

ଇସ୍ରାଏଲ ଆକ୍ରମଣ
ଇସ୍ରାଏଲ ଆକ୍ରମଣ

ତେବେ ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ, ଏହି ମହିଳାଜଣକ ନାମ ସର୍ବିନ ଅଲ ସକାନୀ (Sabreen Al-Sakani) ଓ ସେ 30 ସପ୍ତାହର ଗର୍ଭବତୀ ଥିଲା । ନିକଟରେ ତାଙ୍କର ପ୍ରସବ ହେବାର ଥିଲା । ଗତ ଦୁଇଦିନ ତଳେ ରଫା ବର୍ଡର ପୋଷ୍ଟ ଏରିଆରେ ଇସ୍ରାଏଲ ସେନା ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ଦୁଇ ପରିବାରର ପ୍ରାୟ 19 ଜଣଙ୍କ ମୃତ୍ୟୁ ହୋଇଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଭିଯୋଗ କରିଛି । ମୃତକଙ୍କ ମଧ୍ୟରେ କେବଳ 13 ଶିଶୁ ରହିଛନ୍ତି । ଏଥିରେ ପ୍ରସୂତୀ ସର୍ବିନ ଅଲ ସକାନୀଙ୍କ ସମେତ ତାଙ୍କ ସ୍ବାମୀ ଓ ଝିଅଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାର କାର୍ଯ୍ୟ ବେଳେ ମହିଳାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡିଥିଲା । ମୃତ ମହିଳାଙ୍କ ଠାରୁ ଡାକ୍ତରମାନେ ଶିଶୁ କନ୍ୟାଙ୍କୁ ପ୍ରସବ କରାଯାଇଥିଲେ । ଶିଶୁ କନ୍ୟାଟିର ଓଜନ 1.4 କେଜି ରହିଛି । ତାକୁ ବର୍ତ୍ତମାନ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି ।

ଇସ୍ରାଏଲ ଆକ୍ରମଣ
ଇସ୍ରାଏଲ ଆକ୍ରମଣ

ଏହା ମଧ୍ୟ ପଢନ୍ତୁ :- ମାଳଦ୍ବୀପରେ ପୁଣି ମୁଇଜୁଙ୍କୁ ବହୁମତ, କେମିତି ରହିବ ଭାରତ ସହ ସମ୍ପର୍କ ! - Maldivian President Muizzu

ଗତବର୍ଷ ଅକ୍ଟୋବରରେ ଗାଜାରୁ ନିୟନ୍ତ୍ରଣ ହେଉଥିବା ‘ହମାସ’ ଆକଙ୍କୀ ଗୋଷ୍ଠୀ ପ୍ରଥମେ ଇସ୍ରାଏଲ ଉପରେ ରକେଟ ଆକ୍ରମଣ କରିବା ପରେ ପାଲଟା ଜବାବରେ ଇସ୍ରାଏଲ ଗାଜାପଟ୍ଟି ଉପରେ ଭୟଙ୍କର ଆକ୍ରମଣ କରିଥିଲା । ଇସ୍ରାଏଲର ଆକ୍ରମଣ ସାଙ୍ଗକୁ ଗାଜାରେ ଉତ୍କଟ ମାନବୀୟ ସଙ୍କଟ ଜାରି ରହିଛି । ଏବେ ବିଭିନ୍ନ ଶରଣାର୍ଥୀ କ୍ଯାମ୍ପରେ ହଜାର ହଜାର ଗାଜାବାସୀ ଶରଣ ନେଇଛନ୍ତି । ପ୍ରାୟ 30 ହଜାର ପାଲେଷ୍ଟାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ସଂସ୍ଥା ଆକଳନ କରୁଛନ୍ତି । ତଥାପି ଜାତିସଂଘ ଓ ଅନ୍ୟାନ୍ୟ ଦେଶଙ୍କ ଚେତାବନୀ ସତ୍ତ୍ବେ ମଧ୍ୟ ଇସ୍ରାଏଲ ସାମରିକ ଅପରେସନ ବନ୍ଦ ହେବନି ବୋଲି କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.